Posted inଖେଳ

ଦୁଲୀପ ଟ୍ରଫି ଫାଇନାଲ: ଇଶ୍ୱରଙ୍କ ଶତକ, ଦୃଢ଼ ସ୍ଥିତିରେ ଇଣ୍ଡିଆ ରେଡ୍‌

ବେଙ୍ଗାଲୁରୁ,୬।୯(ପି.ଟି.): ବେଙ୍ଗଲ ଡାହାଣହାତୀ ବ୍ୟାଟ୍ସମ୍ୟାନ ଅଭିମନ୍ୟୁ ଈଶ୍ୱରନଙ୍କ ଦମ୍‌ଦାର ଶତକ ସହାୟତାରେ ଇଣ୍ଡିଆ ଗ୍ରୀନ୍‌ ବିପକ୍ଷ ଦୁଲୀପ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ଇଣ୍ଡିଆ ରେଡ୍‌ ତା’ର ସ୍ଥିତି ଦୃଢ଼ କରିଛି। ସ୍ଥାନୀୟକ ଏମ୍‌. ଚିନ୍ନସ୍ବାମୀ ଷ୍ଟାଡିୟମରେ ଚାଲିଥିବା ଦୁଲୀପ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ଗ୍ରୀନ୍‌ ପ୍ରଥମ ଇନିଂସରେ ୭୨.୧ ଓଭରରେ ୨୩୧ ରନ କରି ଅଲଆଉଟ ହୋଇଥିଲା। ଜବାବରେ ରେଡ୍‌ ପ୍ରଥମ ଇନିଂସ ଆରମ୍ଭ କରି ଶୁକ୍ରବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୧୬ ଓଭରରେ ୬ ଉଇକେଟ ହରାଇ ୩୪୫ ରନ ସଂଗ୍ରହ କରିଛି। ଫଳରେ ମ୍ୟାଚ୍‌ ଆଉ ୨ ଦିନ ବାକିଥିବା ବେଳେ ରେଡ୍‌ ୪ ଉଇକେଟ ବାକି ରଖି ୧୧୪ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଆଦିତ୍ୟ ସରବତେ ୩୦ ଓ ଜୟଦେବ ଉନାଡ଼କଟ୍‌ ୧୦ ରନ କରି ଅପରାଜିତ ରହିଛନ୍ତି।
ଦ୍ୱିତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୭୫/୨ରୁ ରେଡ୍‌ ଶୁକ୍ରବାର ଖେଳ ଆରମ୍ଭ କରିଥିଲା। ଓଭର ନାଇଟ ବ୍ୟାଟ୍ସମ୍ୟାନ ଈଶ୍ୱରନ ଅପରାଜିତ ସ୍କୋର ୧୦୨ରୁ ଖେଳ ଆରମ୍ଭ କରି ଆଉ ଅଧିକ ୫୧ ରନ୍‌ ସଂଗ୍ରହ କରିଥିଲେ ଓ ୧୫୩ ରନର ବୃହତ୍‌ ଶତକୀୟ ପାଳି ଖେଳି ତନବୀର ଉଲ ହକ୍‌ ଦ୍ୱାରା ଏଲ୍‌ବିଡବ୍ଲ୍ୟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଈଶ୍ୱରନ ୩୦୦ଟି ବଲ୍‌ର ସମ୍ମୁଖୀନ ହୋଇ ୧୬ ଚୌକା ଓ ୨ ଛକା ମାରିଥିଲେ। ସେହିପରି ଅଙ୍କିତ କଲସି ଓଭରନାଇଟ୍‌ ସ୍କୋର ୧୧ରୁ ଖେଳ ଆରମ୍ଭ କରି ୩୦ ରନ କରି ଧର୍ମେନ୍ଦ୍ରସିନ୍‌ ଜାଡେଜାଙ୍କ ବଲ୍‌ରେ ଉଇକେଟକିପର ଅକ୍ଷୟ ଓ୍ବାଦେକରଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିପାଲ ଲୋମରର ୧୫, ଉଇକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଷନ ୩୯ ରନ କରି ଅଙ୍କିତ୍‌ ରାଜପୁତଙ୍କ ଦ୍ୱାରା ଆଉଟ ହୋଇଥିଲେ। ପୂର୍ବରୁ ଓପନର ତଥା ଅଧିନାୟକ ପ୍ରିୟଙ୍କ ପଞ୍ଚାଲ ୩୩ ଓ ଇନ୍‌ଫର୍ମ ଅଭିଜ୍ଞ ବ୍ୟାଟ୍ସମ୍ୟାନ କରୁଣ ନାୟାର ୨୦ ରନ କରି ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଗ୍ରୀନ ପକ୍ଷରୁ ରାଜପୁତ ସର୍ବାଧିକ ୩, ତନବୀର, ଜାଡେଜା ଓ ମୟଙ୍କ ମାର୍କଣ୍ଡେ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ପ୍ରଥମ ଇନିଂସରେ ଗ୍ରୀନ ତରଫରୁ ମାର୍କଣ୍ଡେ ସର୍ବାଧିକ ଅପରାଜିତ ୭୬, ଅକାଶଦୀପ ନାଥ ୨୯, ଅଙ୍କିତ ରାଜପୁତ ୩୦, ଧ୍ରୁବ ସୋରେ ୨୩ ରନ ସଂଗ୍ରହ କରିଥିଲେ। ବୋଲିଂରେ ରେଡ୍‌ ତରଫରୁ ଜୟଦେବ ଉନାଡକଟ ସର୍ବାଧିକ ୪, ସନ୍ଦୀପ ଓ୍ବାରିୟର ଓ ଆଭେସ ଖାଁ ଦୁଇଟି ଲେଖାଏ ଏବଂ ସରବତେ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ଗ୍ରୀନ ପ୍ରଥମ ଇନିଂସ- ୭୧.୧ ଓଭରରେ ୨୩୧ ଅଲଆଉଟ
(ମୟଙ୍କ ମାର୍କଣ୍ଡେ- ୭୬*, ଅଙ୍କିତ ରାଜ, ଆକାଶଦୀପ ନାଥ- ୨୯, ଜୟଦେବ ଉନାଡକଟ- ୪/୮୩, ସନ୍ଦୀପ ଓ୍ବାରିୟର- ୨/୩୯, ଆଭେସ ଖାଁ- ୨/୫୬)।
ଇଣ୍ଡିଆ ରେଡ୍‌ ପ୍ରଥମ ଇନିଂସ- ୧୧୬ ଓଭରରେ ୩୪୫/୬
(ଅଭିମନ୍ୟୁ ଈଶ୍ୱରନ- ୧୫୪, ପ୍ରିୟଙ୍କ ପଞ୍ଚାଲ- ୩୩, ଇଶାନ କିଷନ- ୩୯, ଅଙ୍କିତ୍‌ କଲସି- ୩୦, ଆଦିତ୍ୟ ସରବତେ- ୩୦*, ଜୟଦେବ ଉନାଡକଟ- ୧୦*, ଅଙ୍କିତକ ରାଜପୁତ- ୩/୭୭)


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?