ବିପଦକୁ ଠେଲି ଦେଉଛି ରିଜର୍ଭ ବ୍ୟାଙ୍କ

ଡ. ଭରତ ଝୁନ୍‌ଝନ୍‌ଓ୍ବାଲା
ଜଣେ ବ୍ୟବସାୟୀ ଉପାର୍ଜନ କରୁଥିବା ଅର୍ଥରୁ କିଛି ଅଂଶ ବ୍ୟାଙ୍କରେ ସ୍ଥାୟୀଜମା ଭାବେ ସଞ୍ଚୟ କରେ। ଏହା ବ୍ୟତୀତ ଆୟର କିଛି ଅଂଶକୁ ସୁରକ୍ଷିତ ଜାଗା କିମ୍ବା ସୁନା କିଣିବାରେ ବିନିଯୋଗ କରି ପରୋକ୍ଷରେ ଗଚ୍ଛିତ ରଖେ। ଏହା ହିଁ ତାଙ୍କର ବଳକା ବା ସଞ୍ଚିତ ଅର୍ଥ। ଜୀବନରେ ଯେବେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏହା ତାଙ୍କ କାମରେ ଲାଗେ। ଏହା ବ୍ୟତୀତ ଲାଭାଂଶରୁ ଆଉ ଯାହା ରହେ ସେଥିରେ ସେ ଘର ଖର୍ଚ୍ଚ କିମ୍ବା ନୂଆ ବ୍ୟବସାୟିକ ପ୍ରତିଷ୍ଠାନରେ ବିନିଯୋଗ କରେ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) କ୍ଷେତ୍ରରେ ବି ଏମିତି ବ୍ୟବସ୍ଥା ପରିଲକ୍ଷିତ ହୁଏ। ଏହା ମଧ୍ୟ ଲାଭ ପାଏ। ଏହି ଲାଭାଂଶରୁ କେତେ ସଞ୍ଚିତ ହିସାବରେ ରହିବ ଆଉ କେତେ ସରକାରଙ୍କୁ ଦିଆଯିବ ତାହା ଆର୍‌ବିଆଇ ସ୍ଥିର କରିଥାଏ। ଏହିପରି ରିଜର୍ଭ ବ୍ୟାଙ୍କରେ ସଞ୍ଚିତ ଅର୍ଥ ଭାବେ ଯେଉଁ ଲାଭାଂଶ ଜମା ହୋଇ ରହିଥାଏ ତାହା ସରକାରଙ୍କୁ ପ୍ରଦାନ କରାଯାଏ।
କହିବାକୁ ଗଲେ ଏହି ସଞ୍ଚିତ ଅର୍ଥ ଦେଶର ଅର୍ଥନୈତିକ ସଙ୍କଟ ସମୟରେ ଦରକାର ପଡ଼େ। ଏହାକୁ ରିଜର୍ଭ ବ୍ୟାଙ୍କ୍‌ ଉପଯୋଗ କରି ଦେଶର ଅର୍ଥନୈତିକ ସଙ୍କଟ ଟାଳିବାରେ ସାହାଯ୍ୟ କରେ। ଏଠାରେ ଏକ ଉଦାହରଣ ଦିଆଗଲେ ସହଜରେ ବୁଝିହେବ। ଧରାଯାଉ କୌଣସି ରାଷ୍ଟ୍ର ସହ ଭାରତର ଯୁଦ୍ଧ ହେଲା। ସେହି ସମୟରେ ତୈଳ ଇନ୍ଧନର ଅଭାବ ଦେଖାଦେବ। ଏହାକୁ ଭରଣା କରିବାକୁ ବିଦେଶରୁ ତେଲ ଆମଦାନି କରିବାକୁ ପଡିବ। କିନ୍ତୁ ଯୁଦ୍ଧ ଯୋଗୁ ସେତେବେଳେ ଦେଶ ପାଖରେ ଆବଶ୍ୟକ ବୈଦେଶିକ ମୁଦ୍ରା (ଡଲାର)ନ ଥିବ। ସେହି କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କରେ ଥିବା ଗଚ୍ଛିିତ ବୈଦେଶିକ ମୁଦ୍ରା ତୈଳ ଆମଦାନି କରିବାରେ ସାହାଯ୍ୟ କରିବ।
ରିଜର୍ଭ ବ୍ୟାଙ୍କ ପ୍ରତିବର୍ଷ ଯାହା ଲାଭ କରେ ସେଥିରୁ କିଛି ସଞ୍ଚିତ ଅର୍ଥ ଆକାରରେ ୨୦୧୩ ଯାଏ ରଖିଆସୁଥିଲା। ୨୦୧୩ରେ ରିଜର୍ଭ ବ୍ୟାଙ୍କ ପାଖରେ ସଞ୍ଚିତ ଅର୍ଥ ଥିଲା ୨୭,୦୦୦ କୋଟି। ୨୦୧୨ରେ ଏହା ଥିଲା ୨୮,୦୦୦ କୋଟି। କିନ୍ତୁ ୨୦୧୪ରୁ ରିଜର୍ଭ ବ୍ୟାଙ୍କ ଆଉ ତା’ର ଲାଭାଂଶରୁ ସଞ୍ଚିତ ଅର୍ଥ ରଖିନାହିଁ।
ସମ୍ପ୍ରତି ଦେଶରେ ରିଜର୍ଭ ବ୍ୟାଙ୍କରେ ଥିବା ସଞ୍ଚିତ ଅର୍ଥକୁ ନେଇ ଦେଖାଦେଇଥିବା ବିବାଦ ସମ୍ପର୍କରେ ବିଚାର କରିବା। ୨୦୧୯ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରିଜର୍ଭ ବ୍ୟାଙ୍କ ୧.୨୬ ଲକ୍ଷ କୋଟି ଟଙ୍କା ଲାଭ ପାଇଛି ଓ ପୂରା ରାଶିକୁ ସରକାରଙ୍କୁ ପ୍ରଦାନ କରିଛି। ଗୋଟେହେଲେ ଟଙ୍କା ବଳକା ରଖିନାହିଁ। କେବଳ ଏତିକି ନୁହେଁ, ଆର୍‌ବିଆଇ ଏହାର ପୂର୍ବତନ ଗଭର୍ନର ବିମଳ ଜଲାନ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲା। ରିଜର୍ଭ ବ୍ୟାଙ୍କ ନିକଟରେ ସର୍ବନିମ୍ନ କେତେ ପରିମାଣର ସଞ୍ଚିତ ଅର୍ଥ ରହିବା ଉଚିତ ତାହା ସୁପାରିଶ କରିବା ଲାଗି ଏହି କମିଟି ଗଠନ କରାଯାଇଥିଲା। କମିଟି ସୁପାରିସ କରିଥିଲା ଯେ, ଆର୍‌ବିଆଇ ତା’ ଆସେଟ୍‌ର ୨୪.୫ରୁ ୨୦.୦ ପ୍ରତିଶତ ମଧ୍ୟରେ ସଞ୍ଚିତ ରଖିପାରିବ। ୨୦୧୯ ଜୁନ୍‌ ସୁଦ୍ଧା ତା’ ଆସେଟ୍‌ର ୨୩.୩ ପ୍ରତିଶତ ସଞ୍ଚିତ ଥିଲା। ଜଲାନ କମିଟି ଦେଇଥିବା ପ୍ରସ୍ତାବ ଭିତରେ ହିଁ ତାହା ରହିଥିଲା। କିନ୍ତୁ, ଆର୍‌ବିଆଇ ତାହାକୁ ଜଲାନ୍‌ କମିଟି ନିର୍ଦ୍ଧାରଣ କରିଥିବା ସଞ୍ଚିତ ଅର୍ଥର ଶେଷସ୍ତର ୨୦.୦ ପ୍ରତିଶତକୁ ନେଇ ଆସିବାକୁ ବିଚାର କରିଥିଲା। ସେହି ଅନୁସାରେ ଆର୍‌ବିଆଇ ସରକାରଙ୍କୁ ୫୨,୦୦୦ କୋଟି ଟଙ୍କା ତା’ ସଞ୍ଚୟରୁ ପ୍ରଦାନ କରିଥିଲା। ସଞ୍ଚିତକୁ ସର୍ବନିମ୍ନ ସ୍ତରରେ ରଖାଯିବା ଉଚିତ ବୋଲି ଆର୍‌ବିଆଇ ଯାହା ଅନୁମାନ କରିଥିଲା ସେହି ନିଷ୍ପତ୍ତିକୁ ନିଜସ୍ବ ତ୍ରୁଟି ବୋଲି କୁହାଯାଇପାରେ।
ମୋଟ୍‌ରେ ଆର୍‌ବିଆଇ ସରକାରଙ୍କୁ ୧.୭୬ ଲକ୍ଷ କୋଟି ଟଙ୍କା ଦେଇ ଦେଶର ଅର୍ଥନୀତି ସୁରକ୍ଷାକୁ ବିଭିନ୍ନ ଉପାୟରେ ସଙ୍କଟକୁ ଠେଲିିଦେଇଛି। ପ୍ରଥମତଃ ଆର୍‌ବିଆଇର ପ୍ରତିବର୍ଷ ଆୟର କିଛି ଅଂଶକୁ ସଞ୍ଚିତ ଭାବେ ୨୦୧୩ ପର୍ଯ୍ୟନ୍ତ ରଖୁଥିଲା। ଦେଶରେ ଭବିଷ୍ୟତରେ ଅର୍ଥନୈତିକ ସଙ୍କଟ କାଳେ ଦେଖାଦେବ ତାହାକୁ ସୁରକ୍ଷା କବଚ ମନେକରି ଆର୍‌ବିଆଇ ଏହି ବ୍ୟବସ୍ଥା ଗ୍ରହଣ କରୁଥିଲା। କିନ୍ତୁ ଏବେ ତାହା ଓଲଟିଯାଇଛି। ଅତୀତରେ ଅର୍ଥନୀତିର ସୁରକ୍ଷା ପାଇଁ ରଖାଯାଇଥିବା ଏହି ସଞ୍ଚିତ ଅର୍ଥକୁ ଦେଶର ଏବକାର ବ୍ୟୟ ନିମନ୍ତେ ବ୍ୟବହାର କରାଯାଉଛି। ଆର୍‌ବିଆଇ ତା’ ରୁପା ଗହଣା ବିକି ପଞ୍ଚତାରକା ହୋଟେଲରେ ମିିଲ୍‌ ଖାଇବା ଭଳି ପରିସ୍ଥିତି ଉପୁଜିଛି। ଏହା ଆର୍‌ବିଆଇର ଅଯୋଗ୍ୟପଣ। ଏହାକୁ ପ୍ରକାଶ ନ କରିପାରିଲେ ମଧ୍ୟ ଆମକୁ ଗ୍ରହଣ କରିନେବାକୁ ପଡିବ ଯେ, ଆମେ ଅର୍ଥନୈତିକ ସଙ୍କଟ ମଧ୍ୟରେ ରହିଛେ।
ଦ୍ୱିତୀୟରେ, ଜଲାନ କମିଟି ସୁପାରିସ କରିଥିଲେ ଯେ, ଆର୍‌ବିଆଇ ବଳକାକୁ ତା’ ଆସେଟ୍‌ର ୨୪.୫ ଏବଂ ୨୦.୦ ପ୍ରତିଶତ ମଧ୍ୟରେ ରଖିବ। କିନ୍ତୁ ଆର୍‌ବିଆଇ ଏହି ସୀମାର ସର୍ବନିମ୍ନ ସ୍ତରରେ ରଖିବାକୁ ନିଷ୍ପତ୍ତି ଗ୍ରହଣ କଲା। ଏହାର ଅର୍ଥ ଆମ ଅର୍ଥନୀତିର ସୁରକ୍ଷା ତନ୍ତ୍ର ଶେଷ ସୀମାରେ ପହଞ୍ଚିଛି। ତୃତୀୟରେ, ସଞ୍ଚିତ ଥିବା ବିଦେଶୀ ଅର୍ଥକୁ ଟଙ୍କାରେ ପରିବର୍ତ୍ତନ କରାଯିବା ସହଜ ହେବ ନାହିଁ। ଯେକୌଣସି ସଙ୍କଟରେ ଆର୍‌ବିଆଇ ବି ଏହାକୁ ବିନିଯୋଗ କରିବା ସମ୍ଭବ ହୋଇ ନ ପାରେ।
ଚତୁର୍ଥରେ, ଅର୍ଥନୈତିକ ସଙ୍କଟର ଅନେକ ସଙ୍କେତ ଏବେ ଆଗକୁ ଆସିବା ଦେଖାଗଲାଣିି। ପାକିସ୍ତାନ ସହ ଏବକାର ସମ୍ପର୍କ ଶେଷ ସୀମାରେ ପହଞ୍ଚତ୍ବା, ଇରାନରୁ ଶସ୍ତା ତେଲ ଆମଦାନି ହୋଇ ନ ପାରିବା, ବ୍ୟାଙ୍କର ଅଚଳ ପରିସମ୍ପତ୍ତି ( ଏନପିଏ) ସମସ୍ୟା ଦୂର ନ ହେବା, ଆମେ ଆମେରିକା ଚାପ ଆଗରେ ନତମସ୍ତକ ହୋଇ ତା’ଠାରୁ ଆମଦାନି ବୃଦ୍ଧି କରିବା, ସରକାରଙ୍କ କଞ୍ଜମ୍ପ୍‌ସନ ଏକ୍ସପେଣ୍ଡିଚର (ଉପଭୋଗ ବ୍ୟୟ)ରେ କଚ୍ଛପଗତି ପରିସ୍ଥିତି ଥିବାବେଳେ ପୁଞ୍ଜିନିବେଶ ବ୍ୟୟ ଦ୍ରୁତଗତିରେ ହ୍ରାସ ପାଇବା ଏବଂ ବିଗତ ତିନି ବର୍ଷ ମଧ୍ୟରେ ଆମ ଅର୍ଥନୀତି କ୍ରମାଗତଭାବେ ତଳକୁ ଖସିବା ଯୋଗୁ ଏଭଳି ପରିସ୍ଥିତିରେ ଆମେ ଉଚ୍ଚସ୍ତରର ସଞ୍ଚିତ ଅର୍ଥ ରହିବା ଦରକାର କରୁଛୁ। କିନ୍ତୁ ଦୁର୍ଭାଗ୍ୟବଶତଃ ଆର୍‌ବିଆଇ କେମିତି ସରକାରଙ୍କୁ ତାହା ଦେବାକୁ ରାଜି ହୋଇ ଦେଶର ଅର୍ଥନୀତିକୁ ସଙ୍କଟକୁ ଠେଲିଦେଲା ତାହା ଚିନ୍ତାର ବିଷୟ। ବ୍ୟବସାୟରେ କ୍ଷତି କରୁଥିବା ସତ୍ତ୍ୱେ ଜଣେ ବ୍ୟବସାୟୀ ଅତୀତର ସଞ୍ଚତ୍ତ ଧନକୁ ପାର୍ଟିରେ ବ୍ୟୟ କରିବା ଭଳି ଏଠାରେ ରିଜର୍ଭ ବ୍ୟାଙ୍କ ଓ ସରକାର କାର୍ଯ୍ୟକଳାପ ଅଦୂରଦର୍ଶୀ ମନେହେଉଛି।
Email: bharatjj@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri