ବିନା ଅନୁମତିରେ ଇଟା ପୋଡ଼ା ଚାଲିଛି

ନାଉଗାଁ,୧୪ା୩(ସ୍ବ.ପ୍ର.):ନାଉଗାଁ ତହସିଲ ଅଧୀନରେ ସରକାରୀ ନିୟମକୁ ଖୋଲା ଉଲ୍ଲଂଘନ କରାଯାଇ ଇଟା ପୋଡ଼ା ଚାଲିଛି। ମାତ୍ର ଏନେଇ ପ୍ରଶାସନ ନୀରବଦ୍ରଷ୍ଟ୍ରା ସାଜିଛି। ସରକାରୀ ନିୟମାନୁସାରେ ଇଟା ଭାଟିରେ ପୋଡିବା ପୂର୍ବରୁ ତହସିଲ କାର୍ଯ୍ୟାଳୟରେ ଏନେଇ ଆବେଦନ କରାଯିବ। ଉକ୍ତ ଆବେଦନକୁ ବିଚାରକୁ ନେଇ ଅନୁମତି ପ୍ରଦାନ କରାଗଲା ପରେ ଇଟା ପୋଡାଯାଇ ପାରିବ। କିନ୍ତୁ ନାଉଗଁା ବ୍ଲକରେ ବର୍ଷ ବର୍ଷ ଧରି ବିନା ଅନୁମତିରେ ଇଟା ପୋଡା ଚାଲିଛି। ଏନେଇ ତହସିଲ ପକ୍ଷରୁ କେବେ କେମିତି ଜରିମାନା ଆଦାୟ କରାଯାଉଛି। ଅପରପକ୍ଷେ ଇଟା ବେପାରୀ ଜରିମାନା ଦେଇ ପୁନର୍ବାର ଇଟା ପୋଡି ଚାଲିଥିବା ଅଭିଯୋଗ ହୋଇଛି। ଅନେକ ଇଟା ବ୍ୟବସାୟୀ ସରକାରୀ ଜମିରୁ ମାଟି ଖୋଳି ଇଟା ପକାଉଥିବା ଅଭିଯୋଗ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ତହସିଲ ଅଧୀନରେ ୫-ଟି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି। ଏହାସତ୍ତ୍ୱେ ସମ୍ପୃକ୍ତ ଅଧିକାରୀମାନେ ଏ ବିଷୟରେ ଜାଣି ନ ପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷ କରି ଏହି ତହସିଲ ଅଧୀନରେ ଥିବା ଦେବୀନଦୀ ପଠା, କୋରୁଅ ପଞ୍ଚାୟତ ଡାହାଣିଖିଆର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ, ଡେରିକି ରାଜସ୍ବ କାର୍ଯ୍ୟାଳୟ ନିକଟ, ବିଭିନ୍ନ ରାସ୍ତା ପାର୍ଶ୍ୱରେ ବେଆଇନ ଇଟାପକା ଚାଲିଥିବା ଦେଖାଯାଇଛି। ଇଟାଭାଟିଗୁଡ଼ିକ ବିଦ୍ୟାଳୟ, ଜନବସତି, ରାସ୍ତାପାର୍ଶ୍ୱ, ସରକାରୀ ସ୍ଥାନରେ ଲଗାଇବାର ନିୟମ ନ ଥିବାବେଳେ ଏହାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି। ଅପରପକ୍ଷେ ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବାବେଳେ ଇଟାଭାଟି ଧୂଅଁାରେ ତାପମାତ୍ରା ପ୍ରଭାବିତ ହେଉଛି। ଏନେଇ ବାୟୁମଣ୍ଡଳରେ ତାପମାତ୍ରା ବଢ଼ିବାରେ ଲାଗିଛି। ଅପରପକ୍ଷେ ଇଟା ଭାଟି ଧୂଆଁ ଗାଁ ଗହଳିରେ ଥିବା ଶ୍ୱାସ ରୋଗୀଙ୍କ ପାଇଁ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଛି। ଉକ୍ତ ଧୂଆଁ ସଂସ୍ପର୍ଶରେ ଆସି ଦୀର୍ଘ ଦିନ ଧରି କାଶ ହେଉଥିବା ଅନେକ ଶ୍ୱାସରୋଗୀ ମତବ୍ୟକ୍ତ କରିଛନ୍ତି। ଧୂଅଁା ଯୋଗୁ ଛୋଟ ପିଲାଙ୍କଠୁ ଆରମ୍ଭ କରି ବୃଦ୍ଧା,ବୃଦ୍ଧ ସଭିଏଁ ଅଣନିଃଶ୍ୱାସୀ ହୋଇଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହି ଧୂଆଁ ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି। ପ୍ରଶାସନ ପକ୍ଷରୁ ଏହି ବେଆଇନ ଇଟାଭାଟି ଉପରେ ଚଢ଼ାଉ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ତହସିଲଦାର ଜେ.କଳ୍ପନା କହିଛନ୍ତି, ଇଟାଭାଟି ଯେଉଁ ସବୁ ସ୍ଥାନରେ ପଡ଼ୁଛି, ସେଠାକୁ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ପଠାଯାଇ ତଦନ୍ତ କରାଯିବ। ବେଆଇନ ଇଟାଭାଟି ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri