ବିଧାୟକଙ୍କ ଜେଇଙ୍କୁ ବସ୍‌ଉଠ୍‌ ଘଟଣା: ଓବିସି ମଞ୍ଚର ପାଟଣାଗଡ ଥାନା ଘେରାଉ, ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବି

ପାଟଣାଗଡ଼,୨୧।୬(ଡି.ଏନ୍‌.ଏ.): ଗତ ୫ ତାରିଖରେ ଗମ୍ଭାରୀ ଗ୍ରାମଠାରେ ନିମ୍ନମାନର ରାସ୍ତାକାମକୁ ନେଇ ପାଟଣାଗଡ଼ ବିଧାୟକ ସରୋଜ ମେହେର ପୂର୍ତ୍ତ ବିଭାଗ ଜେଇଙ୍କୁ ଉଠ୍‌ବସ୍‌ କରିଥିବା ଘଟଣାରେ ବିଧାୟକଙ୍କ ନାମରେ ଆଟ୍ରୋସିଟି ମାମଲା ରୁଜୁ ହୋଇଥିଲା। ଜିଲା ଆଦିବାସି କଲ୍ୟାଣ ସଂଘ ପକ୍ଷରୁ ବିଧାୟକଙ୍କ ଗିରଫ ଦାବି ଜୋର ଧରିଥିବା ବେଳେ ଶୁକ୍ରବାର ପାଟଣାଗଡ଼ ଓବିସି ମଞ୍ଚ ପକ୍ଷରୁ ବିଧାୟକଙ୍କ ଉପରୁ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ପାଇଁ ପାଟଣାଗଡ଼ ଥାନା ଘେରାଉ ହୋଇଛି। ଓବିସି ମଞ୍ଚର କର୍ମକର୍ତ୍ତା ସ୍ଥାନୀୟ ଭୋଳାନାଥ କଲ୍ୟାଣ ମଣ୍ଡପରୁ ଏକ ବିଶାଳ ରାଲିରେ ବାହାରି ପାଟଣାଗଡ଼ ଥାନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବଲାଙ୍ଗୀର ଅତରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ଜମାଦାରଙ୍କ ସହିତ ଆଲୋଚନା କରି ତାଙ୍କୁ ଦାବି ଜଣାଇଥିଲେ ଏବଂ ଏହାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଦାବି କରିଥିଲେ।
ଏଥିରେ ଓବିସି ମଞ୍ଚ ସଂଯୋଜକ ପ୍ରକାଶ ଭୋଇ, ମଞ୍ଚର ଯତି ପଧାନ, ଗୋପ ମେହେର, ଦିଲୀପ ମେହେର ଲକ୍ଷେଘର ଗଣ୍ଡା ସମାଜର ସଭ୍ୟାସଭ୍ୟ, ଯୁବ ଆଦିବାସୀ ସଂଘର ସଭ୍ୟାସଭ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନ କଲେ ଏମ୍‌ପି-ବିଧାୟକ, ପ୍ରତିଶ୍ରୁତି ଦେଇ କହିଲେ ଖୁବ୍‌ଶୀଘ୍ର ଜିଲାରେ ପ୍ରତିଷ୍ଠା ହେବାକୁ ଯାଉଛି…

ମହାକାଳପଡ଼ା,୨୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଉପକୂଳବର୍ତ୍ତୀ ନଦୀନାଳ ଘେରା ବତୀଘର ପଞ୍ଚାୟତରେ ଏକ ନୂତନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏମ୍‌ପି ବୈଜୟନ୍ତ ପଣ୍ଡା ଓ ମହାକାଳପଡ଼ା ବିଧାୟକ ଡ.…

ଏହି ୪ ଗୁଣ ଥିଲେ ମଣିଷ ହୋଇଥାଏ ଭାଗ୍ୟଶାଳୀ, ମିଳିଥାଏ ଗୋଟିଏ ପରେ ଗୋଟିଏ ସଫଳତା

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ଏପରି କିଛି ବିଶେଷ ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି, ଯାହା ଜଣେ ବ୍ୟକ୍ତିକୁ ଜୀବନରେ ସଫଳତା ଏବଂ ପ୍ରସିଦ୍ଧି ଆଣିଦେଇଥାଏ। ଏହି ଗୁଣଗୁଡ଼ିକ…

ନଦୀପଠା ଜମିରେ ବିଲ୍ଡରଙ୍କ ଆଖି: ଏନ୍‌ଜିଟି ନିର୍ଦ୍ଦେଶ ସମ୍ପର୍କରେ ଅବଗତ ନାହିଁ ରାଜସ୍ୱ ବିଭାଗ

କଟକ ସଦର, ୨୫ା୧୦ (ସୁଶାନ୍ତ କୁମାର ଜେନା): ୨୦୨୨ ମସିହାରେ କଟକ ଜିଲା କିଶନନଗର ତହସିଲ ଅନ୍ତର୍ଗତ ରଟିଲୋ ଗ୍ରାମରେ ମହାନଦୀ ପଠାରେ ଥିବା ଏକ ହନୁମାନ…

ନ୍ୟୁଜିଲାଣ୍ଡକୁ ହରାଇବା ପରେ ଏହି ୩ ଖେଳାଳିଙ୍କ ଫ୍ୟାନ୍‌ ହେଲେ ଗମ୍ଭୀର, କଲେ ସ୍ପେଶାଲ ପୋଷ୍ଟ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିଜୟ ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଖେଳାଳିଙ୍କ ପ୍ରଶଂସାରେ ଏକ ସ୍ବତନ୍ତ୍ର…

କୋଟିଆରେ ଆନ୍ଧ୍ର ପୋଲିସକୁ କୋରାପୁଟ ବିଧାୟକଙ୍କ ବିରୋଧ: ‘ଆବଶ୍ୟକ ପଡ଼ିଲେ ଓଡ଼ିଶାର ଅନୁମତି ନେଇ ଆସ

ପଟ୍ଟାଙ୍ଗି, ୨୫ା୧୦ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି। ଏପରି…

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା: ୨୮ରେ ଆନ୍ଧ୍ର ଉପକୂଳ ଛୁଇଁବା ଆଶଙ୍କା

ଭୁବନେଶ୍ୱର, ୨୫।୧୦ : ବଙ୍ଗୋପସାଗରରେ ସୃଷ୍ଟ ଅବପାତ କ୍ରମଶଃ ଘନୀଭୂତ ହେଉଛି। ଏହା ଶକ୍ତିଶାଳୀ ହୋଇ ଗଭୀର ଅବପାତ ଏବଂ ପରେ ଘୂର୍ଣ୍ଣିବାତ୍ୟାର ରୂପ ନେବାର ଆଶଙ୍କା…

ନବୀନଙ୍କୁ ଭେଟି ଆଶୀର୍ବାଦ ନେଲେ ବାୟାବାବା କଲେଜ ଛାତ୍ର ସଂସଦ ପ୍ରତିନିଧି , ସୁଜାତାଙ୍କ ସହ ସାକ୍ଷାତ କରି…

ମହାକାଳପଡ଼ା/କେନ୍ଦ୍ରାପଡ଼ା, ୨୫ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ/ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାକପଡ଼ା ବ୍ଲକ ବାୟାବାବା କଲେଜ ଛାତ୍ର ସଂସଦ ନିର୍ବାଚନରେ ନିର୍ବାଚିତ ପ୍ରାର୍ଥୀମାନେ ଶନିବାର ନବୀନ ନିବାସରେ…

ଗଛରେ କଣ୍ଟା ପିଟି ବିଜ୍ଞାପନ, ନିରବ ବନ ବିଭାଗ: ବେଧଡ଼କ ଗଛରେ ପୋଷ୍ଟର, ବିପଦରେ ବୃକ୍ଷର ସୁରକ୍ଷା

ଦାରିଙ୍ଗବାଡ଼ି, ୨୫।୧୦ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବନାଞ୍ଚଳରେ ଜଙ୍ଗଲ ଓ ଗାଁ ମଧ୍ୟରେ ଥିବା ମୂଲ୍ୟବାନ ବୃକ୍ଷଗୁଡ଼ିକ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗଛରେ କଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?