ବିଦ୍ୟୁତ୍‌ ସଂଯୋଗ ନ ଥାଇ ମିଳିଛି ୪ ମାସର ବିଲ୍‌

ପାରାଦୀପ,୭।୨(ସ୍ବ.ପ୍ର.):କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରେ ସମସ୍ତଙ୍କୁ ମାଗଣା ବିଦ୍ୟୁତ୍‌ ସଂଯୋଗ ପାଇଁ ନିୟମ କରାଯାଇଛି। ତା’ପରେ ମାସିକ ବିଦ୍ୟୁତ୍‌ ଦେୟ ଉପଭୋକ୍ତାମାନେ ସେସୁ (ସେଣ୍ଟ୍ରାଲ ଇଲେକ୍‌ଟ୍ରିସିଟି ସପ୍ଲାଇ ୟୁଟିଲିଟି) ପାଖରେ ଜମା କରିବା କଥା। କିନ୍ତୁ ଏଭଳି ଯୋଜନାର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ପାରାଦୀପ ଉପକଣ୍ଠ ଏସାର ଷ୍ଟିଲ କାରଖାନା ପ୍ରଭାବିତ ହାଣ୍ଡିଆରେ ଗ୍ରାମରେ। ଉକ୍ତ ଗ୍ରାମରେ ୧୭ଜଣ ଉପଭୋକ୍ତାଙ୍କୁ ଏବେ ସେସୁ ପକ୍ଷରୁ ୪ ମାସର ବିଦ୍ୟୁତ୍‌ ବକେୟା ବିଲ୍‌ ଓ ସଂଯୋଗ ଛିନ୍ନ ପାଇଁ ନୋଟିସ୍‌ ଜାରି କରାଯାଇଛି। ଆଶ୍ଚର୍ଯ୍ୟକର କଥା, ସେମାନଙ୍କ ଘରକୁ ଏ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ଏହାସତ୍ତ୍ୱେ ଏପରି ନୋଟିସ୍‌ ପାଇବା ଯୋଗୁ କେତେଜଣ ଉପଭୋକ୍ତା ପାରାଦୀପ ଗଡ଼ ସେସୁ ଅଫିସ୍‌ରେ ପହଞ୍ଚତ୍ ଅଭିଯୋଗ କରିଛନ୍ତି। ସବୁଠୁ କୌତୂହଳର ବିଷୟ ହେଲା ଉକ୍ତ ଗ୍ରାମକୁ ୨୦୦୬ ସେପ୍ଟେମ୍ବର ୧୩ରୁ ସମସ୍ତ ପ୍ରକାର ସରକାରୀ ଯୋଜନା ବନ୍ଦ ରହିଛି। କାରଣ ଉକ୍ତ ଗ୍ରାମକୁ ଏସାର ଷ୍ଟିଲ ଇଣ୍ଡିଆ କମ୍ପାନୀ ଅଧିଗ୍ରହଣ କରିବ ବୋଲି ୨୦୦୬ରେ ୪ (୧) ଲାଗୁ କରାଯାଇଛି ଏବଂ ଗ୍ରାମର ସମସ୍ତ ବିସ୍ଥାପିତଙ୍କ ପାଇଁ ସେତେବେଳର ମୂଲ୍ୟ ଅନୁସାରେ କମ୍ପାନୀ ସରକାରଙ୍କୁ ଦେଇସାରିଛି। ଉକ୍ତ ଗ୍ରାମବାସୀଙ୍କ ମଧ୍ୟରୁ ପ୍ରାୟ ୮୦ ଭାଗ ଲୋକ ବିସ୍ଥାପିତ ଅର୍ଥ ନେଇସାରିଛନ୍ତି। କମ୍ପାନୀର ଆଭ୍ୟନ୍ତରୀଣ କାରଣ ପାଇଁ ଏ ପର୍ଯ୍ୟନ୍ତ ହାଣ୍ଡିଆ ଗ୍ରାମକୁ ବିସ୍ଥାପିତ କରିନାହିଁ। ପୂର୍ବବତ୍‌ ଗ୍ରାମବାସୀ ନିଜ ଘରେ ରହୁଛନ୍ତି। ସରକାରୀ ନିୟମ ମୁତାବକ ୪ (୧) ଲାଗୁ ହେବା ପରେ ସେହିଦିନଠାରୁ ସେମାନେ ବିସ୍ଥାପିତ ମାନ୍ୟତା ପାଇଛନ୍ତି ଏବଂ ସେଠାରେ ଆଉ ନୂଆଘର, କିଣାବିକା ଘର ସମ୍ପ୍ରସାରଣ ଓ ସରକାରୀ ଯୋଜନା କାମ ହୋଇପାରିବ ନାହିଁ।
ସେହି ହାଣ୍ଡିଆ ଗ୍ରାମରେ ସୌଭାଗ୍ୟ ଯୋଜନା ପାଇଁ ୨୦୧୯ରେ ସର୍ଭେ କରାଯାଇଥିଲା ଏବଂ ୧୭ଜଣଙ୍କ ଘରେ ବିଦ୍ୟୁତ୍‌ ସଂଯୋଗ କରାଯିବ ବୋଲି ସେସୁ ନିଷ୍ପତ୍ତି ନେଇଥିଲା। ୨୦୧୯ ଅଗଷ୍ଟରୁ ୧୭ଜଣଙ୍କୁ ପ୍ରତିମାସରେ ବିଦ୍ୟୁତ୍‌ ବିଲ୍‌ ଦିଆଯାଇଛି। ୨୦୧୯ ଡିସେମ୍ବରରେ ବିଦ୍ୟୁତ୍‌ ଛିନ୍ନ ପାଇଁ ନୋଟିସ୍‌ (ଚିଠି ନଂ.-୨୫୯) ଦିଆଯାଇଛି ବୋଲି ଗ୍ରାମର ସୂର୍ଯ୍ୟକାନ୍ତ ସେନାପତି କହିଛନ୍ତି। ଗ୍ରାମର ଦିଲୀପ ରାୟ, ବିପିନ୍‌ ବାରିକ, ଅଶୋକ ରାଉତ, ନିରଞ୍ଜନ ସ୍ବାଇଁ, ବ୍ରଜମୋହନ ମହାନ୍ତି, ଅଜୟ ରାଉତ, କମଳା ତରାଇ, ବିଭୂତି ମହାନ୍ତି, ସୁଶାନ୍ତ ମଣ୍ଡଳ, ଭାରତ ସ୍ବାଇଁ, ଅମର ମହାନ୍ତି, କ୍ଷୀରୋଦ ସ୍ବାଇଁ, ନିର୍ମଳା ସ୍ବାଇଁ, ଲକ୍ଷ୍ମୀପ୍ରିୟା ସ୍ବାଇଁ, ପ୍ରଦୀପ୍ତ ମହାନ୍ତି ଓ ଅକ୍ଷୟ ସାହୁ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଏହି ଘଟଣା ସମ୍ପର୍କରେ ସେସୁ ଏସ୍‌ଡିଓ ଅଜୟ ସାହୁଙ୍କୁ ପଚାରିବାରେ, ବିଦ୍ୟୁତ୍‌ ସର୍ଭେ ପରଠାରୁ ଉପଭୋକ୍ତାଙ୍କର ନାମ କମ୍ପ୍ୟୁଟରରେ ପଞ୍ଜିକୃତ ହୋଇଥିବାରୁ ଏପରି ବିଲ୍‌ ଆସିଛି। ଚଳିତ ମାସରେ ସେଠାରେ ବିଦ୍ୟୁତ୍‌ ସଂଯୋଗ କରାଯିବା ସହ ବିଲ୍‌ ପ୍ରସଙ୍ଗକୁ ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ପ୍ରକୃତ ଏହାର ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

ସ୍କୁଲ ଯାଉଥିଲେ ରୋନକ, ଧକ୍କା ଦେଲା ବସ୍‌: ଆଉ ତା’ପରେ…

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ):ବରଗଡ ଘରୋଇ ବସଷ୍ଟାଣ୍ଡ ପାଖରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଛାତ୍ରଙ୍କ ଜୀବନ ଚାଲିଯାଇଛି। ମୃତ…

ଇରାନ-ଆମେରିକା ମଧ୍ୟରେ ପୁଣି ହେଲା ସିଧାସଳଖ ଯୁଦ୍ଧ, ଆମେରିକାର ଆକ୍ରମଣ ପରେ ସିଧା ଜବାବ ରଖିଲା ଇରାନ

ତେହରାନ,୮।୭: ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ ପରେ, ଆମେରିକା ଏବଂ ଇରାନ ଏବେ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି। ହର୍ମୁଜ ପ୍ରଣାଳୀରେ ଆକ୍ରମଣ ପରେ ଦୁଇ ଦେଶ…

ବ୍ରେକ୍‌ ବଦଳରେ କାର୍‌ ଏକ୍ସିଲେଟର ଦବାଇ ଦେଲେ ମହିଳା: ଆଉ ତା’ପରେ ଘଟିଗଲା…

ନୋଏଡା,୮।୭: ଗ୍ରେଟର ନୋଏଡା ପଶ୍ଚିମର ବିସରାଖ ପୋଲିସ ଷ୍ଟେଶନ ଅଞ୍ଚଳର ପଞ୍ଚଶୀଳ ଗ୍ରୀନ-୨ ସୋସାଇଟି ବାହାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ରିପୋର୍ଟ…

ପ୍ରଧାନଶିକ୍ଷକ ମାଗୁଛନ୍ତି ଫେବର: ଡିଡବ୍ଲ୍ୟୁଓଙ୍କୁ ଅଭିଯୋଗ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁରର ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସ୍କୁଲର ମେଟ୍ରନ ଓ ୨ ଏଲ୍‌ସିସିଏଙ୍କୁ…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

୧୧ ବର୍ଷର ନାବାଳିକାକୁ ବଳାତ୍କାର ପରେ ହତ୍ୟା ମାମଲାର ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ

କୋଲକାତା,୮।୭: ପଶ୍ଚିମବଙ୍ଗ ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସୋମବାର ବେଙ୍ଗଲ ପୋଲିସ ତାଙ୍କୁ ଗିରଫ କରିଥିଲା।…

ଚାରନାଳିଆରେ ବଢୁଛି ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଆଲୋକ ବ୍ୟବସ୍ଥା ଦାବି କରି…

ବଞ୍ଚୋ,୮ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଚାରନାଳିଆ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଅଁରା଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri