ବିଦ୍ୟୁତ୍‌ ସଂଯୋଗ ନ ଥାଇ ମିଳିଛି ୪ ମାସର ବିଲ୍‌

ପାରାଦୀପ,୭।୨(ସ୍ବ.ପ୍ର.):କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରେ ସମସ୍ତଙ୍କୁ ମାଗଣା ବିଦ୍ୟୁତ୍‌ ସଂଯୋଗ ପାଇଁ ନିୟମ କରାଯାଇଛି। ତା’ପରେ ମାସିକ ବିଦ୍ୟୁତ୍‌ ଦେୟ ଉପଭୋକ୍ତାମାନେ ସେସୁ (ସେଣ୍ଟ୍ରାଲ ଇଲେକ୍‌ଟ୍ରିସିଟି ସପ୍ଲାଇ ୟୁଟିଲିଟି) ପାଖରେ ଜମା କରିବା କଥା। କିନ୍ତୁ ଏଭଳି ଯୋଜନାର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ପାରାଦୀପ ଉପକଣ୍ଠ ଏସାର ଷ୍ଟିଲ କାରଖାନା ପ୍ରଭାବିତ ହାଣ୍ଡିଆରେ ଗ୍ରାମରେ। ଉକ୍ତ ଗ୍ରାମରେ ୧୭ଜଣ ଉପଭୋକ୍ତାଙ୍କୁ ଏବେ ସେସୁ ପକ୍ଷରୁ ୪ ମାସର ବିଦ୍ୟୁତ୍‌ ବକେୟା ବିଲ୍‌ ଓ ସଂଯୋଗ ଛିନ୍ନ ପାଇଁ ନୋଟିସ୍‌ ଜାରି କରାଯାଇଛି। ଆଶ୍ଚର୍ଯ୍ୟକର କଥା, ସେମାନଙ୍କ ଘରକୁ ଏ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ଏହାସତ୍ତ୍ୱେ ଏପରି ନୋଟିସ୍‌ ପାଇବା ଯୋଗୁ କେତେଜଣ ଉପଭୋକ୍ତା ପାରାଦୀପ ଗଡ଼ ସେସୁ ଅଫିସ୍‌ରେ ପହଞ୍ଚତ୍ ଅଭିଯୋଗ କରିଛନ୍ତି। ସବୁଠୁ କୌତୂହଳର ବିଷୟ ହେଲା ଉକ୍ତ ଗ୍ରାମକୁ ୨୦୦୬ ସେପ୍ଟେମ୍ବର ୧୩ରୁ ସମସ୍ତ ପ୍ରକାର ସରକାରୀ ଯୋଜନା ବନ୍ଦ ରହିଛି। କାରଣ ଉକ୍ତ ଗ୍ରାମକୁ ଏସାର ଷ୍ଟିଲ ଇଣ୍ଡିଆ କମ୍ପାନୀ ଅଧିଗ୍ରହଣ କରିବ ବୋଲି ୨୦୦୬ରେ ୪ (୧) ଲାଗୁ କରାଯାଇଛି ଏବଂ ଗ୍ରାମର ସମସ୍ତ ବିସ୍ଥାପିତଙ୍କ ପାଇଁ ସେତେବେଳର ମୂଲ୍ୟ ଅନୁସାରେ କମ୍ପାନୀ ସରକାରଙ୍କୁ ଦେଇସାରିଛି। ଉକ୍ତ ଗ୍ରାମବାସୀଙ୍କ ମଧ୍ୟରୁ ପ୍ରାୟ ୮୦ ଭାଗ ଲୋକ ବିସ୍ଥାପିତ ଅର୍ଥ ନେଇସାରିଛନ୍ତି। କମ୍ପାନୀର ଆଭ୍ୟନ୍ତରୀଣ କାରଣ ପାଇଁ ଏ ପର୍ଯ୍ୟନ୍ତ ହାଣ୍ଡିଆ ଗ୍ରାମକୁ ବିସ୍ଥାପିତ କରିନାହିଁ। ପୂର୍ବବତ୍‌ ଗ୍ରାମବାସୀ ନିଜ ଘରେ ରହୁଛନ୍ତି। ସରକାରୀ ନିୟମ ମୁତାବକ ୪ (୧) ଲାଗୁ ହେବା ପରେ ସେହିଦିନଠାରୁ ସେମାନେ ବିସ୍ଥାପିତ ମାନ୍ୟତା ପାଇଛନ୍ତି ଏବଂ ସେଠାରେ ଆଉ ନୂଆଘର, କିଣାବିକା ଘର ସମ୍ପ୍ରସାରଣ ଓ ସରକାରୀ ଯୋଜନା କାମ ହୋଇପାରିବ ନାହିଁ।
ସେହି ହାଣ୍ଡିଆ ଗ୍ରାମରେ ସୌଭାଗ୍ୟ ଯୋଜନା ପାଇଁ ୨୦୧୯ରେ ସର୍ଭେ କରାଯାଇଥିଲା ଏବଂ ୧୭ଜଣଙ୍କ ଘରେ ବିଦ୍ୟୁତ୍‌ ସଂଯୋଗ କରାଯିବ ବୋଲି ସେସୁ ନିଷ୍ପତ୍ତି ନେଇଥିଲା। ୨୦୧୯ ଅଗଷ୍ଟରୁ ୧୭ଜଣଙ୍କୁ ପ୍ରତିମାସରେ ବିଦ୍ୟୁତ୍‌ ବିଲ୍‌ ଦିଆଯାଇଛି। ୨୦୧୯ ଡିସେମ୍ବରରେ ବିଦ୍ୟୁତ୍‌ ଛିନ୍ନ ପାଇଁ ନୋଟିସ୍‌ (ଚିଠି ନଂ.-୨୫୯) ଦିଆଯାଇଛି ବୋଲି ଗ୍ରାମର ସୂର୍ଯ୍ୟକାନ୍ତ ସେନାପତି କହିଛନ୍ତି। ଗ୍ରାମର ଦିଲୀପ ରାୟ, ବିପିନ୍‌ ବାରିକ, ଅଶୋକ ରାଉତ, ନିରଞ୍ଜନ ସ୍ବାଇଁ, ବ୍ରଜମୋହନ ମହାନ୍ତି, ଅଜୟ ରାଉତ, କମଳା ତରାଇ, ବିଭୂତି ମହାନ୍ତି, ସୁଶାନ୍ତ ମଣ୍ଡଳ, ଭାରତ ସ୍ବାଇଁ, ଅମର ମହାନ୍ତି, କ୍ଷୀରୋଦ ସ୍ବାଇଁ, ନିର୍ମଳା ସ୍ବାଇଁ, ଲକ୍ଷ୍ମୀପ୍ରିୟା ସ୍ବାଇଁ, ପ୍ରଦୀପ୍ତ ମହାନ୍ତି ଓ ଅକ୍ଷୟ ସାହୁ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଏହି ଘଟଣା ସମ୍ପର୍କରେ ସେସୁ ଏସ୍‌ଡିଓ ଅଜୟ ସାହୁଙ୍କୁ ପଚାରିବାରେ, ବିଦ୍ୟୁତ୍‌ ସର୍ଭେ ପରଠାରୁ ଉପଭୋକ୍ତାଙ୍କର ନାମ କମ୍ପ୍ୟୁଟରରେ ପଞ୍ଜିକୃତ ହୋଇଥିବାରୁ ଏପରି ବିଲ୍‌ ଆସିଛି। ଚଳିତ ମାସରେ ସେଠାରେ ବିଦ୍ୟୁତ୍‌ ସଂଯୋଗ କରାଯିବା ସହ ବିଲ୍‌ ପ୍ରସଙ୍ଗକୁ ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri