ବିଦ୍ୟାଳୟ ମିଶ୍ରଣକୁ ନେଇ ବଢିଲା ସମସ୍ୟା : ଆସିଲେନି ଶିକ୍ଷକ, ଖୋଲିଲାନି ତାଲା

ବାଲିକୁଦା,୬ା୮(ସ୍ବ.ପ୍ର.): ବାଲିକୁଦା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନ ବଘେଇପୁର ପ୍ରାଥମିକ ବିଦ୍ୟାଳୟ ଓ କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାକୁ ନେଇ ଉପୁଜିଥିବା ସମସ୍ୟା ସମାଧାନ ହେବା ବଦଳରେ ବଢିବାରେ ଲାଗିଛି। ପ୍ରଥମେ ଗତ ଜୁନ ୧୩ରେ ବଘେଇପୁର ପ୍ରାଥମିକ ବିଦ୍ୟାଳୟକୁ କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଚିଠି ହୋଇଥିଲା। ଏପରି କି ସେଠାରେ କାର୍ଯ୍ୟରତ ୨ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ବଘେଇପୁର ପ୍ରାଥମିକ ବିଦ୍ୟାଳୟରୁ ଅଣାଯାଇ କପୁରାବେଲାରୀ ପ୍ରକଳ୍ପ ବିଦ୍ୟାଳୟରେ ଅବସ୍ଥାପିତ କରାଯାଇଥିଲା। ମାତ୍ର ପରେ ଭିତ୍ତିଭୂମିର ଆଳ ଦେଖାଇ କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ବଘେଇପୁର ପ୍ରାଥମିକ ବିଦ୍ୟାଲୟରେ ମିଶାଇବାକୁ ଚିଠି କରାଯାଇଛି। ବିଇଓଙ୍କ ନିର୍ଦ୍ଦେଶ ପାଳନ କରି କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କ ସମେତ ପ୍ରଧାନ ଶିକ୍ଷକ ସୋମବାର ବଘେଇପୁର ପ୍ରାଥମିକ ବିଦ୍ୟାଳୟରେ ଯୋଗ ଦେଇଛନ୍ତି। ମାତ୍ର କପୁରାବେଲାରୀ ସ୍କୁଲର ଜଣେ ହେଲେ ଛାତ୍ରୀଛାତ୍ରଙ୍କୁ ଗଁା ଲୋକେ ସେଠାକୁ ଛାଡ଼ି ନାହାନ୍ତି। କପୁରାବେଲାରୀ ସ୍କୁଲକୁ ଶିକ୍ଷକମାନେ ନ ଆସିବାରୁ ସ୍କୁଲରୁ ତାଲା ଖୋଲାଯାଇ ନ ଥିଲା। ତେଣୁ ବିଦ୍ୟାଳୟର ୨୯ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୬ ଜଣ ବାରଣ୍ଡାରେ ବସି ପଢୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ କୌଣସି ଶିକ୍ଷକ ନୁହନ୍ତି, ବରଂ ଗ୍ରାମର ଗଁାର ୩ ଜଣ ଶିକ୍ଷିତ ଝିଅ ବସି ପଢାଉଥିଲେ। ସରକାର ଯେ ପର୍ଯ୍ୟନ୍ତ କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷକ ଯୋଗାଇ ଦେଇ ଆନୁଷ୍ଠାନିକ ଭାବେ ନ ଚଳାଇଛନ୍ତି ସେ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ଗ୍ରାମବାସୀ କହିଛନ୍ତି। ସୂଚନାଯୋଗ୍ୟ, ବଘେଇପୁର ସ୍କୁଲ ଅନ୍ୟତ୍ର ମିଶ୍ରଣ ହେବା ଖବର ଶୁଣିବା ପରେ ଉକ୍ତ ଗଁାର ଅଭିଭାବକମାନେ ପିଲାଙ୍କୁ ସେଠାକୁ ପଠାଇ ନ ଥିଲେ। ନିଜ ସ୍କୁଲ ଚାଲିଥିବା ବାତ୍ୟା ଆଶ୍ରୟସ୍ଥଳୀରେ ସେମାନେ ପିଲାଙ୍କୁ ବସାଇ ଗଁାର ଜଣେ ଶିକ୍ଷିତ ଯୁବତୀଙ୍କ ମାଧ୍ୟମରେ ପଢାଇଥିଲେ। ସମାନ ସ୍ଥିତି ଏବେ କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଛି। ଅନ୍ୟପକ୍ଷରେ ବଘେଇପୁର ଗଁାର ଜଣେ ମୁରବୀ କପୁରାବେଲାରୀ ଗଁାର ଲୋକଙ୍କୁ ହରିଜନ ବୋଲି ଗଣମାଧ୍ୟମରେ କହିବାରୁ ତାହା ସେମାନଙ୍କୁ ବ୍ୟଥିତ କରିଛି। ଘଟଣା ସମ୍ପର୍କରେ ବିଇଓ ସଚ୍ଚିନ୍ଦ୍ର କୁମାର ମହାନ୍ତିଙ୍କୁ ପଚାରିବାରେ ସେ କହିଲେ ଯେ, ସେମାନେ ନିଶ୍ଚିତ ଆସିବେ ଓ ପାଠ ପଢିବେ। ଦିନେ ଦୁଇ ଦିନ ଗଲେ ଲୋକଙ୍କ ମନରେ ଉତ୍କଣ୍ଠା କମିଯିବ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri