ବିଦେଶୀ ମଦ ବୋଝେଇ ବୋଲେରୋ ଜବତ: ୬ ଗିରଫ

ଶେରଗଡ,୯ା୫(ଡି.ଏନ୍‌.ଏ.)- ଶେରଗଡ ଚାରିଛକରେ ଶନିବାର ଭୋରରେ ବିଦେଶୀ ମଦ ବୋଝେଇ ବୋଲେରୋ (ନଂ.ଓଡି୦୭ଆର୍‌-୬୯୭୨)କୁ ଶେରଗଡ ପୋଲିସ ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନଙ୍କ ନେତୃତ୍ୱରେ ଜବତ କରାଯାଇଛି। ଏଥିରେ ଥିବା ୬ଜଣଙ୍କୁ ଗିରଫ କରି ନଂ.୪୮/୨୦ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଛି। ମଦ ଚୋରାଚାଲାଣ ହେଉଥିବା ଏସ୍‌ଡିପି ପ୍ରଧାନ ଓ ଶେରଗଡ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଖବର ପାଇ ଚାରିଛକରେ ଜଗି ରହିଥିଲେ। ଉକ୍ତ ବୋଲେରୋକୁ ଅଟକାଇ ଯାଞ୍ଚବେଳେ ସେଥିରୁ ବହୁ ପରିମାଣର ମଦ ମିଳିଥିଲା। ଗାଡିରେ ଥିବା ୬ଜଣକୁ ଗିରଫ କରି ଶେରଗଡ କୋର୍ଟକୁ ଚାଲାଣ କରାଯାଇଛି। ସେମାନେ ହେଲେ ଚିକିଟିର ଅମୂଲ୍ୟ କୁମାର ପଣ୍ଡା, ରଣ୍ଢାର ପ୍ରଶାନ୍ତ କୁମାର ସାହୁ, ଦିଗପହଣ୍ଡିର ରତ୍ନାକର ସାହୁ, ଗୋଳନ୍ଥରାର ମିଟୁ ପ୍ରଧାନ, ବଣିଆର ଧନୁ ଗୌଡ, ସୁନାଦେଇର ସୁଶାନ୍ତ କୁମାର ଗୈାଡ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମ୍ ପ୍ରେମିକଙ୍କ ସହ ବିବାହ କରିବାକୁ ରାଜି ହେଲେନି ମା’; ଏମିତି ହତ୍ୟା କଲେ ଝିଅ, ଶୁଣିଲେ ଥରିଉଠିବ ଛାତି

ନୂଆଦିଲ୍ଲୀ,୭ା୧୦: ହରିୟାଣାର ସୋନିପତରୁ ଆସିଛି ଛାତିଥରା ଘଟଣା।ଇନଷ୍ଟାଗ୍ରାମ୍‌ରେ ହୋଇଥିବା ପ୍ରେମ ଓ ବିବାହ କରିବାକୁ ନେଇ ମା’ ପ୍ରତିବନ୍ଧକ ସାଜିବାରୁ ନିଜ ପ୍ରେମିକ ସହ ମିଶି ମା’ଙ୍କୁ…

ଘର ଦୋହଲିଲା, ଟିଭି ଭାଙ୍ଗିଲା! ଗାଁଲୋକଙ୍କ ଅଭିଯୋଗ ପରେ ବେଆଇନ ପଥର ଖାଦାନ ଉପରେ ଚଢ଼ାଉ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଆଙ୍କୋରଡ଼ା ମୌଜା ବଡ଼ଢ଼ିମିରା ପାହାଡ଼ରେ ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ ଅଭିଯୋଗ ହୋଇଛି। ଏପରି…

ୟୁଜର୍ସଙ୍କୁ ବଡ଼ ଝଟ୍‌କା: ରିଚାର୍ଜ ପ୍ଲାନ ହେଲା ମହଙ୍ଗା, ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍ଲୀ,୭।୧୦: ଏୟାରଟେଲ (Airtel) ନିଜର ପୋଷ୍ଟପେଡ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରିଛି। କମ୍ପାନୀ ୮ ଅକ୍ଟୋବର ୨୦୨୬ରୁ ତାର ସମସ୍ତ ପୋଷ୍ଟପେଡ ପ୍ଲାନ ପୋର୍ଟଫୋଲିଓର…

ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସର୍ବୋଚ୍ଚ ସମ୍ମାନ

ଷ୍ଟକହୋମ,୭।୧୦: ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ବୈଜ୍ଞାନିକ ହେନ୍ରି ବି. କାଗାନ୍ ଓ କେନ୍ସୋ ସୋଆଇଙ୍କୁ ପ୍ରଦାନ କରାଯାଇଛି । ରସାୟନ…

ଟିକେଟ୍ ନ ମିଳିବାରୁ ଭାଜପାକୁ ‘ଟାଟା ବାଏ-ବାଏ’, ଧର୍ମେନ୍ଦ୍ରଙ୍କ ପୋଷ୍ଟକୁ ନେଇ ହଲଚଲ

ଲକ୍ଷ୍ନୌ,୭।୧୦: ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ପରେ ବରେଲିର ପୂର୍ବତନ ଭାଜପା ଏମପି ଧର୍ମେନ୍ଦ୍ର କଶ୍ୟପଙ୍କ ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ରାଜନୀତି…

କୋମଲ ରାଣୀଙ୍କ ସହ ଗୋବିନ୍ଦାଙ୍କ ସମ୍ପର୍କକୁ ନେଇ କେଉଁ ବୟଫ୍ରେଣ୍ଡ କଥା ଉଠାଇଲେ କଶ୍ମୀରା ଶାହା? ଜାଣନ୍ତୁ ଏହା ପଛର କାହାଣୀ

ମୁମ୍ବାଇ: ହାସ୍ୟ ଅଭିନେତା କୃଷ୍ଣ ଅଭିଷେକଙ୍କ ପତ୍ନୀ ତଥା ଅଭିନେତ୍ରୀ କଶ୍ମୀରା ଶାହା ନିଜର ସ୍ପଷ୍ଟବାଦୀ ସ୍ବଭାବ ପାଇଁ ଜଣାଶୁଣା ଏବଂ ପ୍ରାୟତଃ ନିଜ ମନ୍ତବ୍ୟ ଯୋଗୁ…

ବିଦାୟୀ ଭାଷଣରେ ଚେତାବନୀ ଦେଲେ ଲିଓନେଲ ମେସି: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୭।୧୦: ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ କେବଳ ଭାବବିହ୍ବଳ କରି ନ ଥିଲା, ବରଂ ତାଙ୍କ ବିଦାୟୀ ଭାଷଣ ଆର୍ଜେଣ୍ଟିନା ଫୁଟବଲ୍କୁ ଏକ…

ପଦୋନ୍ନତି ପରେ ବଦଳିଲେ ସାନଖେମୁଣ୍ଡି ବିଡିଓ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲା ପରିଷଦ କାର୍ଯ୍ୟାଳୟର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?