ବିଚାରପତି-ପ୍ରଶାସନ ବିବାଦ ତେଜିଲା: ସମୂହ କାର୍ଯ୍ୟବନ୍ଦ କଲେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ପ୍ରଶାସନିକ ଅଧିକାରୀ

ଝାରସୁଗୁଡା ଅଫିସ,୫।୪- କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ କଟକଣା ପାଳନ କରାଯାଉଛି। ଏହାକୁ ପାଳନ କରିବା ପାଇଁ ପୋଲିସ ଓ ଜିଲା ପ୍ରଶାସନର ଅଧିକାରୀମାନେ ନିୟୋଜିତ ଅଛନ୍ତି। ତେବେ କିଛିଦିନ ହେବ ଝାରସୁଗୁଡା ସହରରେ ବିଚାରପତି ଓ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଅଧିକାରୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ଘଟଣା ନଜରକୁ ଆସିଛି। ଲକଡାଉନ ବେଳେ ରାସ୍ତାରେ ଯିବା ଆସିବା କରୁଥିବା ବିଚାରପତିମାନଙ୍କୁ ପୋଲିସ ପକ୍ଷରୁ ଛଡା ଯାଉ ନ ଥିବା ଅଭିଯୋଗ ହେଉଥିଲା। ଏଥିପାଇଁ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଶୀତଳ ଯୁଦ୍ଧ ରବିବାର ଉଗ୍ରରୂପ ନେଇଛି । ଲାକଡାଉନ ଡ୍ୟୁଟିରେ ଥିବା ପ୍ରଶାସନିକ ଅଧିକାରୀମାନେ ପୂର୍ବାହ୍ନ ୧୧ଟାରୁ ସମୂହ କାର୍ଯ୍ୟ ବନ୍ଦ କରି ଜିଲାପାଳ ସରୋଜ କୁମାର ସାମଲଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ମୁତାବକ ରବିବାର ଝାରସୁଗୁଡା ଜିଲାରେ କାର୍ଯ୍ୟରତ ଜଣେ ବିଚାରପତିଙ୍କ ଅଫିସ କର୍ମଚାରୀ କୌଣସି କାର୍ଯ୍ୟରେ ବସଷ୍ଟାଣ୍ଡ ଅଞ୍ଚଳକୁ ଆସିଥିଲେ। ତାଙ୍କୁ ଜଣେ ପ୍ରଶାସନିକ ଅଧିକାରୀ ଅଟକାଇ ବାହାରେ ବୁଲିବାକୁ ବାରଣ କରିଥିଲେ। ଏହା ପରେ ବିଚାରପତି ଜଣକ ସମ୍ପୃକ୍ତ ଅଧିକାରୀଙ୍କୁ କୁଅାଡେ ଫୋନ ଯୋଗେ କାଟୁ ଭାଷା ପ୍ରୟୋଗ କରିଥିଲେ। ପରେ ଲକଡାଉନ ଡ୍ୟୁଟିରେ ଥିବା ସମସ୍ତ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟବନ୍ଦ କରିଥିଲେ। ପରେ ସମସ୍ତେ ଝାରସୁଗୁଡା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବୈଠକ କରି ଜିଲାପାଳ ସାମଲଙ୍କୁ ସାକ୍ଷାତ କରି ଅଭିଯୋଗ କରିବାକୁ ଯାଇଥିଲେ। ଜିଲାପାଳ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଅତିରିକ୍ତ ଜିଲାପାଳ ପ୍ରଦୀପ ସାହୁଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଲକଡାଉନ କଟକଣା ପାଳନ ଜରୁରୀ ଥିବାରୁ ସମସ୍ତ ଅଧିକାରୀମାନଙ୍କୁ ଡ୍ୟୁଟି କରିବାକୁ ପରାମର୍ଶ ଦେଇଥିଲେ। ଏହି ଘଟଣା ସମ୍ପର୍କରେ ସେ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସମସ୍ତ ଅଧିକାରୀ ଦିନ ୧୨ଟା ୩୦ ବେଳେ ଡ୍ୟୁଟିକୁ ଫେରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ା: ଭ୍ୟାନକୁ ଧକ୍କା ଦେଲା ଟ୍ରକ, ୪ ମୃତ

ଝାରସୁଗୁଡ଼ା,୧୧।୨: ରବିବାର ଲଖନପୁର ବ୍ଲକ ବେହେରାଗୁଡ଼ା ରାସ୍ତାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଏକ ଭ୍ୟାନକୁ ଟ୍ରକ ଧକ୍କା ଦେବା ଫଳରେ ୪ ଜଣ ମୃତ୍ୟୁ ବରଣ...

ଅପରେଶନ ପୂର୍ବରୁ ଡାକ୍ତର ଖେଳିଲେ ଏମିତି ଖେଳ, ରୋଗୀଙ୍କୁ ହୋଟେଲ ପାଖକୁ ଡାକି…

ଝାରସୁଗୁଡ଼ା, ୧୦।୯: ଲୋକେ ଡାକ୍ତରଙ୍କୁ ଭଗବାନ ଭଳି ବିଶ୍ୱାସ କରନ୍ତି, ହେଲେ ଡାକ୍ତର ଅସ୍ତ୍ରୋପ୍ରଚାର ପୂର୍ବରୁ ରେଗୀଙ୍କୁ ଲାଞ୍ଚ ମାଗିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି...

ଗରିବ ଦିନକୁ ଦିନ ଗରିବ ହୋଇଚାଲିଛି: ରାହୁଲ

ବ୍ରଜରାଜନଗର,୮ା୨(ବିଜୟ ବରାଡ଼)- ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ତୃତୀୟ ଦିବସରେ ଗୁରୁବାର ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଝାରସୁଗୁଡ଼ାରେ ରୋଡ୍‌ ଶୋ କରିଥିଲେ।...

ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସମ୍ବଲପୁର,୩ା୨(ପ୍ରମୋଦ ବହିଦାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ବତନ୍ତ୍ର ବିମାନରେ ଆସି ଶନିବାର ଅପରାହ୍ନରେ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ସେଠାରୁ ସେ ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର...

ଲଖନପୁର ବ୍ଲକରରେ ବାଘ ଆତଙ୍କ

ଝାରସୁଗୁଡା ୧୪।୦୧ : ଝାରସୁଗୁଡା ଜିଲା ଲଖନପୁର ବ୍ଲକର ବିଭିନ୍ନ ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ସ୍ଥାନୀୟ ଜାମବେର୍ଣା ଗାଁରେ କଳରାପତରିଆର ପାଦ ଚିହ୍ନ...

ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କ ଜୀବନ ଗଲା

ଝାରସୁଗୁଡ଼ା,୮ା୧: ବେଲପାହାଡ଼ ଗୌରପଡ଼ା ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ୩ ବାଇକ୍‌ଆରୋହୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କର...

ନବ ଦାସ ହତ୍ୟା ମାମଲା: ୧୦ମାସ ପରେ ପ୍ରଥମ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ଗ୍ରହଣ

ବ୍ରଜରାଜନଗର,୧୪ା୧୨(ବିଜୟ ବରାଡ଼): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ବ୍ରଜରାଜନଗର ନିବାସୀ ଚନ୍ଦନ ସିଂ ନୋଟିସ ପାଇବା ପରେ ଗୁରୁବାର ଝାରସୁଗୁଡ଼ା ଅତିରିକ୍ତ...

ଭାଙ୍ଗିଲା ଓପିଜିସି ଆସ୍‌ପଣ୍ଡ: ଚାଷଜମିରେ ପଶିଲା ପାଉଁଶ ପାଣି

ଝାରସୁଗୁଡ଼ା,୯।୧୨(ବିଜୟ ବରାଡ): ଝାରସୁଗୁଡ଼ା ଜିଲା ବନହରପାଲିସ୍ଥିତ ଓପିଜିସି- ୩ ନମ୍ବର ଆସପଣ୍ଡର ୫୦ ମିଟର ବନ୍ଧ ଭାଙ୍ଗିଯାଇଛି। ଫଳରେ ଘାଇ ସୃଷ୍ଟି ହୋଇ ସ୍ଥାନୀୟ ଶତାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri