ବିଚକ୍ଷଣ କୂଟନୀତିଜ୍ଞ

ୟୁରୋପରେ ଫିନ୍‌ଲାଣ୍ଡ ହେଉଛି ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର। ବିଗତ କିଛିବର୍ଷ ମଧ୍ୟରେ ଭାରତ-ଫିନ୍‌ଲାଣ୍ଡ ଦ୍ୱିପାକ୍ଷିକ ବାଣିଜି୍ୟକ ସମ୍ପର୍କ ସୁଦୃଢ଼ ହୋଇଛି। ସେଠାକାର ଆଇଟି, ସ୍ବାସ୍ଥ୍ୟସେବା, ହସ୍ପିଟାଲିଟି ଏବଂ ଅଟୋମୋଟିଭ୍‌ ସେକ୍ଟରରେ ପ୍ରାୟ ୩୫ ଭାରତୀୟ କମ୍ପାନୀ ପୁଞ୍ଜିନିବେଶ କରିଥିବାବେଳେ ଫିନ୍‌ଲାଣ୍ଡର ଶତାଧିକ କମ୍ପାନୀ ଭାରତର ଶକ୍ତି, ଟେକ୍ସଟାଇଲ୍‌, ପାଓ୍ବାରପ୍ଲାଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିବେଶ କରିଛନ୍ତି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ)ର ପୂର୍ବତନ ମୁଖପାତ୍ର ରବୀଶ କୁମାର ୩ ମେ’ରେ ଫିନ୍‌ଲାଣ୍ଡର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଛନ୍ତି। ୧୯୯୫ ବ୍ୟାଚ୍‌ ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ରବୀଶ ୨୦୧୭ ଜୁଲାଇରୁ ୨୦୨୦ ଏପ୍ରିଲ ଯାଏ ବହିର୍ବ୍ୟାପାର ମୁଖପାତ୍ର ଭାବେ କାର୍ଯ୍ୟ କରିଛନ୍ତି। ଏବେ ଫିନ୍‌ଲାଣ୍ଡର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ରବୀଶ ବିହାର ଭାଗଲପୁର ଜିଲା ନାଥନଗରଠାରେ ୨୬ ଜାନୁୟାରୀ ୧୯୭୧ରେ ଜନ୍ମଗ୍ରହଣ କରିଥିଲେ। ସେ ଭାଗଲପୁରର ମାଉଣ୍ଟ ଏସିସି ସ୍କୁଲରେ ୧୦ମ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ। ଏହା ପରେ ମଥୁରା ରୋଡ୍‌ସ୍ଥିତ ଦିଲ୍ଲୀ ପବ୍ଲିକ୍‌ ସ୍କୁଲରୁ ଦ୍ୱାଦଶ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ହଂସରାଜ କଲେଜରୁ ଇତିହାସ ବିଷୟରେ ଅନର୍ସ ରଖି ଡିଗ୍ରୀ ଅର୍ଜନ କରିଥିଲେ। ୧୯୯୫ରେ ସିଭିଲ ସର୍ଭିସ ପରୀକ୍ଷାରେ ଊତ୍ତୀର୍ଣ୍ଣ ହୋଇ ଭାରତୀୟ ବୈଦେଶିକ ସେବାରେ ନିଜକୁ ନିୟୋଜିତ କରିଥିଲେ। ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାସ୍ଥିତ ଭାରତୀୟ ମିଶନରେ କ୍ୟାରିୟର ଆରମ୍ଭ କରିଥିଲେ ରବୀଶ। ସେ ଭୁଟାନ ରାଜଧାନୀ ଥିମ୍ପୁ ଏବଂ ବ୍ରିଟେନ ରାଜଧାନୀ ଲଣ୍ଡନଠାରେ ମଧ୍ୟ ନିଯୁକ୍ତ ହୋଇଥିଲେ। ଦିଲ୍ଲୀରେ ଅବସ୍ଥାପିତ ଥିବା ବେଳେ ସେ ପୂର୍ବ ଏସିଆ ଡେସ୍କ ପାଇଁ କାର୍ଯ୍ୟ କରିଥିଲେ। ଏପରି କି ଜର୍ମାନୀର ଫ୍ରାଙ୍କଫର୍ଟରେ ଭାରତର କନ୍‌ସଲ ଜେନେରାଲ ହେବା ପୂର୍ବରୁ ରବୀଶ ଜାକର୍ତ୍ତାସ୍ଥିତ ମଶନ୍‌ରେ ସେପ୍ଟେମ୍ବର ୨୦୧୦ରୁ ଅଗଷ୍ଟ ୨୦୧୩ ଯାଏ ଡେପୁଟି ଚିଫ୍‌ ରହିଥିଲେ।
ବରିଷ୍ଠ କୂଟନୀତିଜ୍ଞ ରବୀଶ କୁମାରଙ୍କୁ କେନ୍ଦ୍ର ସରକାର ଫିନ୍‌ଲାଣ୍ଡରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ କରିବାରେ ତାଙ୍କ ବିଚକ୍ଷଣ ବୈଦେଶିକ ବୁଦ୍ଧି ସହାୟ ହୋଇଛି ବୋଲି କୁହାଯାଉଛି। ଏହି ଆଇଏଫ୍‌ଏସ୍‌ ଅଧିକାରୀ ବହିର୍ବ୍ୟାପାର ମୁଖପାତ୍ର ଭାବେ ଗତବର୍ଷର ବାଲାକୋଟ ଏୟାରଷ୍ଟ୍ରାଇକ୍‌, ଜମ୍ମୁ-କଶ୍ମୀରର ପୁନର୍ଗଠନ ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଭଳି ଅନେକ ସମ୍ବେଦନଶୀଳ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ନିଖୁଣ ଭାବେ ଉପସ୍ଥାପନ କରିଥିଲେ। ଜମ୍ମୁ ଓ କଶ୍ମୀରରେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ କେତେକ ଦେଶ ନୂଆଦିଲ୍ଲୀ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ପାକିସ୍ତାନ ଏହାକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରି ଫାଇଦା ଉଠାଇବାକୁ ଚାହିଁଥିଲା। ଏଥିସହିତ ତା’ର ବନ୍ଧୁ ରାଷ୍ଟ୍ରକୁ ନେଇ ମେଳି କରିଥିଲା। ଏହା ସତ୍ତ୍ୱେ ପାକିସ୍ତାନ ଆତଙ୍କବାଦୀଙ୍କ ଚରାଭୂଇଁ ବୋଲି ବାରମ୍ବାର ପ୍ରମାଣିତ କରିଆସିଥିବାରୁ କେତେକ ରାଷ୍ଟ୍ର କଶ୍ମୀର ପ୍ରସଙ୍ଗରେ ତାହାକୁ ସହଯୋଗ କରି ନ ଥିଲେ। ହେଲେ ସେତେବେଳେ ତୁର୍କୀ ଆଗକୁ ଆସି ଭାରତର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରିଥିଲା। କଶ୍ମୀର ପ୍ରସଙ୍ଗରେ ତୁର୍କୀ ମତ ଦେବା ପରେ ତାହାକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ଘୋର ବିରୋଧ କରିଥିଲା। ସେହି ସମୟରେ ରବୀଶ କୂଟନୀତି ପ୍ରୟୋଗ କରି ତୁର୍କୀକୁ ସତର୍କ କରାଇ ଦେଇଥିଲେ। ୨୦ ଫେବୃୟାରୀରେ ଗଣମାଧ୍ୟମକୁ ସୂଚନା ଦେବା ବେଳେ ରବୀଶ କହିଥିଲେ ଯେ, ତୁର୍କୀ କଶ୍ମୀର ପ୍ରସଙ୍ଗଠାରୁ ଦୂରେଇ ନ ରହିଲେ ଫଳାଫଳ ଭୋଗ କରିବ। ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବିଗିଡ଼ିଯିବ ବୋଲି ଦର୍ଶାଇ ରବୀଶ ବିଭିନ୍ନ ପ୍ରସଙ୍ଗ ଓ ତଥ୍ୟ ଉପସ୍ଥାପନ କରିଥିଲେ। ଫଳରେ ତୁର୍କୀ ନୀରବ ରହିବାକୁ ବାଧ୍ୟ ହୋଇଥିଲା। ଏବେ ବାଣୀ ରାଓଙ୍କ ସ୍ଥାନରେ ରବୀଶ ଫିନ୍‌ଲାଣ୍ଡରେ ଭାରତର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଥିବାରୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମନ୍ବୟ ରକ୍ଷା କରି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରିବେ। ପୂର୍ବ ଅଭିଜ୍ଞତା ତାଙ୍କୁ ଏ ଦିଗରେ ସଫଳ ହେବା ପାଇଁ ଖୋରାକ ଯୋଗାଇବ ବୋଲି ବିଶ୍ୱାସ କରାଯାଉଛି।
ସହଧର୍ମିଣୀ ରଞ୍ଜନା ରବୀଶ ଓ ଦୁଇ ସନ୍ତାନକୁ ନେଇ ରବୀଶଙ୍କ ସଂସାର।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri