ବିଗ୍‌ ବସ୍‌-୧୩ରେ ନଜର ଆସିବେ ଇନ୍ସପେକ୍ଟର ଦୟା

ମୁମ୍ବାଇ,୩୦।୫: ବିଗ୍‌ ବସ୍‌ ସିଜିନ୍‌ ୧୩ ପାଇଁ କଣ୍ଟେଷ୍ଟେଣ୍ଟଙ୍କ ତାଲିକା ଧିରେ ଧିରେ ସାମ୍‌ନାକୁ ଆସିଛି। ଏହି ତାଲିକାରେ ଦେବଲିନା ଭଟାଚାର୍ଯ୍ୟ, ଅଙ୍କିତା ଲୋଖାଣ୍ଡେ, କରନ ପଟେଲ, ବିବେକ ଦହିଆଙ୍କ ସମେତ ବଲିଉଡ୍‌ର ଅଭିନେତ୍ରୀ ଜରିନ ଖାନ ମଧ୍ୟ ଏହି ଶୋ’ରେ ନଜର ଆସିବେ ବୋଲି ଜଣାପଡ଼ିଛି। ଚଳିତ ଥର ବିଗ୍‌ ବସ୍‌କୁ ସୁପରହିଟ କରିବା ପାଇଁ ପପୁଲାର ସେଲିବ୍ରେଟିଙ୍କୁ ହାଉସ୍‌ରେ ଏଣ୍ଟ୍ରି କରାଯାଉଛି। ଏହି କ୍ରମରେ ଟେଲି ଧାରାବାହିକର ପପୁଲାର ଶୋ’ର ସିଆଇଡି ଫେମ୍‌ ଦୟା ଓ ‘ନା ଆନା ଇସ୍‌ ଦେଶ ଲାଡୋ’ର ଅମ୍ମାଜି ଓ କରନ ବୋହରା ନଜର ଆସିବେ ବୋଲି ସୂଚନା ମିଳିଛି। ଇନ୍ସପେକ୍ଟର ଦୟାକୁ କିଏ ବା ନ ଜାଣେ। ଦୟା ଚରିତ୍ରରେ ଅଭିନୟ କରିଥିବା ଦୟାନନ୍ଦ ସେଟ୍ଟୀ ଘରେ ଘରେ ପରିଚିତ। ତେବେ ବିଗ ବସ୍‌ ହାଉସ୍‌ରେ ଦୟାଙ୍କ ଏଣ୍ଟ୍ରି ତାଙ୍କ ଫ୍ୟାନ୍ସ ଫଲୋଇଂଙ୍କ ପାଇଁ ଖୁସି ଖବର ଆଣି ଦେଇଥିବା ବେଳେ ଶୋ’ର ଟିଆରପିରେ ମଧ୍ୟ ଫରକ୍‌ ଆସିବ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ଅମ୍ମାଜି ତଥା ମେଘନା ମଲ୍ଲୀକଙ୍କ ଦମ୍‌ଦାର ପର୍ସନାଲିଟିକୁ ମଧ୍ୟ ଲୋକେ ଦେଖିବାକୁ ପସନ୍ଦ କରିବେ। ସେହିପରି କରନଙ୍କୁ ଏହି ଶୋ’ ପାଇଁ ମେକର୍ସ ଆପ୍ରୋଚ କରିଥିବା ବେଳେ ଏବେ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। ଟେଲି ଧାରାବାହିକ ‘ଜିନ୍ଦେଗି କି ମହକ’ରୁ କରନଙ୍କୁ ପରିଚୟ ମିଳିପାରିଛି। ସିଜିନ ୧୩ ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ୨୦୨୦ ଜାନୁଆରୀ ୧୨ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଚଳିତ ଥର ବିଗ୍‌ ବସ୍‌ ହାଉସ୍‌ର ସେଟକୁ ମୁମ୍ବାଇ ଫିଲ୍ମ ସିଟିକୁ ସ୍ଥାନାନ୍ତରିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ। ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ ପରିଣତ…

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ

ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri