ବାହାର ରାଜ୍ୟରେ ଫଶିଛନ୍ତି ବିଏଡ୍‌ ପରୀକ୍ଷାର୍ଥୀ, ରାସ୍ତାକଡ଼ରେ ଭୋକରେ ପଡ଼ି ରହିଛନ୍ତି ଠିକା ଶ୍ରମିକ

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ଲକ୍‌ଡାଉନ୍‌ ପାଇଁ ଭୁବନେଶ୍ୱରରେ ଅନ୍ୟ ଜିଲାର ଶହ ଶହ ଠିକା ଶ୍ରମିକ ଫସି ରହି ଭୋକ ଉପାସରେ ରାସ୍ତା କଡ଼ରେ ପଡି ରହିଛନ୍ତି। ଗୁରୁବାର ରାମ ମନ୍ଦିର ଓ ଏହାର ଆଖପାଖରେ ବହୁ ଶ୍ରମିକ ଏପରି ଦୟନୀୟ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ବାଲେଶ୍ୱର ଅଞ୍ଚଳର ଜଣେ ଶ୍ରମିକ ଅଜିତ ନାୟକ କହିଛନ୍ତି, ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଜଣେ ଇଲେକ୍ଟ୍ରିକାଲ ଠିକାଦାରଙ୍କ ନିକଟରେ ତାଙ୍କ ସହ ବିଭିନ୍ନ ଜିଲାର ୧୦୦ରୁ ଊର୍ଦ୍ଧ୍ୱ ଶ୍ରମିକ କାମ କରୁଥିଲେ। ଲକ୍‌ଡାଉନ ପୂର୍ବଦିନ କଣ୍ଟ୍ରାକ୍ଟର ପ୍ରତ୍ୟେକଙ୍କୁ ୫୦୦ଟଙ୍କା ଧରାଇ ଚାଲିଗଲେ। ବସ୍‌ ଚଳାଚଳ ବନ୍ଦ ହୋଇଯିବାରୁ ଆମେ ଘରକୁ ଯାଇପାରିଲୁନି। ପ୍ରାୟ ୪୦ଜଣ ଚାଲିଚାଲି ଘର ଅଭିମୁଖେ ବାହାରିଥିବାବେଳେ ୫୦ରୁ ଉର୍ଦ୍ଧ୍ୱ ଶ୍ରମିକ ରାଜଧାନୀ ରାସ୍ତାକଡରେ ଦିନ ବିତାଉଛନ୍ତି। କେତେଜଣଙ୍କ ପାଖରେ ଟଙ୍କା ରହିଥିଲେ ମଧ୍ୟ ହୋଟେଲ ବନ୍ଦ ଥିବାରୁ ଦୁଇବେଳା ଖାଇବା କଷ୍ଟକର ହୋଇପଡୁଛି। ସରକାର ଆମକୁ ଘରକୁ ଫେରାଇବାର ବ୍ୟବସ୍ଥା କରିବାକୁ ତାଙ୍କ ସହ ଅନ୍ୟ ଶ୍ରମିକମାନେ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ବିଏଡ୍‌ ପରୀକ୍ଷା ଦେବାକୁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟକୁ ଯାଇଥିବା ଶତାଧିକ ଛାତ୍ରୀଛାତ୍ର ଫେରି ନ ପାରି ଫଶି ରହିଛନ୍ତି। ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଅଧିନ ସୋମେୟା ସଂସ୍କୃତ ବିଦ୍ୟାପୀଠ ମୁମ୍ବାଇରେ ୭୯ଜଣ ଛାତ୍ରୀଛାତ୍ର ବିଇଡି କରୁଛନ୍ତି। ସେଠାରେ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାଣି ଓ ଗ୍ୟାସ୍‌ ନ ଥିବାରୁ ଭୋକରେ କାଳାତିପାତ କରୁଛନ୍ତି। ସେମାନଙ୍କୁ ଓଡ଼ିଶା ସରକାର ସହଯୋଗ ଯୋଗାଇ ଦେବାକୁ ପାଇଁ ସେମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri