ବାଲ୍ୟବିବାହ ନିଷେଧ କର୍ମଶାଳା: ପ୍ରତି ୩ଜଣରେ ଜଣେ ଝିଅ ବାଲ୍ୟବିବାହ କରୁଛନ୍ତି

ଗଣିଆ,୨୦।୧୨(ଡି.ଏନ.ଏ.)-ଜିଲା ପ୍ରଶାସନ ନୟାଗଡ, ଆକ୍ସନଏଡ୍‌ ଓ ୟୁନିସେଫ୍‌ର ମିଳିତ ଉଦ୍ୟମରେ ଗଣିଆ ବ୍ଲକ ସଦ୍‌ଭାବନା ଗୃହ ପରିସରରେ ଗୁରୁବାର ବାଲ୍ୟବିବାହ ନିଷେଧ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ା ଏହି କର୍ମଶାଳାରେ ଗଣିଆ, ଭାପୁର,ଦଶପଲ୍ଲା ଓ ନୂଆଗାଁ ବ୍ଲକର ୫୦ରୁ ଊର୍ଦ୍ଧ୍ୱ କିଶୋରୀ, ବାଳିକାଙ୍କ ସମେତ ଅଙ୍ଗନଓ୍ବାଡି କର୍ମୀ, ସୁପରଭାଇଜର ଏବଂ ଗଣିଆ ବ୍ଲକର ନିର୍ବାଚିତ ଜନପ୍ରତିନିଧିମାନେ ଯୋଗଦେଇଥିଲେ ା ବିଗତ ବର୍ଷ ତୁଳନାରେ ଜିଲାରେ ବାଲ୍ୟବିବାହ ପରିମାଣ କମିଥିଲେ ହେଁ ପ୍ରତି ତିନିଜଣରେ ଜଣେ ଝିଅ ବାଲ୍ୟ ଅବସ୍ଥାରେ ବିବାହ କରୁଥିବା ଜଣାପଡିଛି ା ତେବେ କମ୍‌ ବୟସରେ ଝିଅମାନଙ୍କ ବିବାହ ହେବା ଦ୍ୱାରା ସେମାନଙ୍କର ଶାରୀରିକ ଓ ମାନସିକ ସ୍ତରରେ ପ୍ରଭାବ ପଡିଥାଏ। ସେହିପରି ବାଲ୍ୟବିବାହ ହେବା ଦ୍ୱାରା ମାତୃତ୍ୱ ସମୟରେ ଉଭୟ ମା’ ଓ ଶିଶୁ ରକ୍ତହୀନତା ଏବଂ ଅପପୁଷ୍ଟିର ଶିକାର ହୋଇଥାନ୍ତି। ଏଭଳି ଏକ ଉଦ୍‌ବେଗଜନକ ଘଟଣାକୁ ନେଇ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ସହ ଏହାକୁ ରୋକିବା ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଆରମ୍ଭ କରି ଅଙ୍ଗନଓ୍ବାଡି କର୍ମୀ, ଗାଁ ମୁଖିଆ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ଗଣମାଧ୍ୟମ ପ୍ରତିନିଧି ଓ ନିର୍ବାଚିତ ଜନ ପ୍ରତିନିଧିମାନେ ବ୍ୟାପକ ଉଦ୍ୟମ କରିବା ଆବଶ୍ୟକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ ା ସମାଜରେ ମହିଳାମାନଙ୍କ ପ୍ରତି ଘଟୁଥିବା ହିଂସାକୁ କିଭଳି ରୋକାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବାଲ୍ୟବିବାହର ପ୍ରମୁଖ କାରଣ, ନିରାକରଣ ଓ ଆଇନଗତ ଦିଗ ସମ୍ପର୍କରେ ପ୍ରୋଜେକ୍ଟର ମାଧ୍ୟମରେ ଆକ୍ସନଏଡର ଜିଲା ସଂଯୋଜକ ପ୍ରୀୟବ୍ରତ ଶତପଥୀ ବିସ୍ତୃତଭାବେ ଆଲୋଚନା କରିଥିଲେ ା ଦଶପଲ୍ଲା ବ୍ଲକର ଜଣେ ନାବାଳିକା ଓ ଗଣିଆ ବ୍ଲକ ବଡଶଲିଙ୍ଗା ପଞ୍ଚାୟତର ଜଣେ ନାବାଳିକା କିଭଳି ଭାବେ ନିଜସ୍ବ ଉଦ୍ୟମରେ ପ୍ରଶାସନ ନିକଟରେ ପହଞ୍ଚତ୍ ନିଜର ବାଲ୍ୟବିବାହକୁ ରୋକିବାରେ ସମର୍ଥ ହୋଇ ଜିଲା ଓ ରାଜ୍ୟସ୍ତରରେ ଉଦାହରଣ ସୃଷ୍ଟି କରି ପୁରସ୍କୃତ ହୋଇପାରିଥିଲେ ସେ ସମ୍ପର୍କରେ କୁହାଯାଇଥିଲା। ସେହିପରି ନାବାଳିକାମାନେ ସାହସର ସହ ନିଜ ଗ୍ରାମ ଓ ଅଞ୍ଚଳରେ ହେଉଥିବା ବାଲ୍ୟବିବାହ ରୋକିବା ପାଇଁ କିପରି ପଦକ୍ଷେପ ନେଉଛନ୍ତି ସେ ସମ୍ପର୍କରେ ନିଜସ୍ବ ଅନୁଭୂତି ବଖାଣିଥିଲେ ା ଆୟୋଜିତ କର୍ମଶାଳାକୁ ଗଣିଆ ମହିଳା ଓ ଶିଶୁ ବିକାଶ ଅଧିକାରୀ ତଥା ବାଲ୍ୟବିବାହ ନିଷେଧ ଅଧିକାରୀ ଲକ୍ଷ୍ମୀ ଦାଶ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ବିଡିଓ ମାନସ ରଞ୍ଜନ ସାମଲ, ଏବିଡିଓ ସରୋଜ କୁମାର ନାୟକ ଓ ନୂଆଗାଁ ବ୍ଲକ ସିଡିପିଓ ଶୁଭ୍ରକେଶୀ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri