ବାଲି, ପଥର ଚୋରିର ତଦନ୍ତ କରୁଛି ଟିମ୍‌

ଛତ୍ରପୁର,୧୯ା୧(ଡି.ଏନ.ଏ)-ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଥିବା ସଇରାତରୁ ବାଲି ଓ ପଥର ଚୋରି ହେବାରେ ଲାଗିଛି। ଅନ୍ୟପକ୍ଷରେ ଭୁବନେଶ୍ୱରରୁ ଏକ ଅଡିଟ୍‌ ଟିମ୍‌ ଆସି ଜିଲାରେ ଥିବା ବାଲି ଓ ପଥର ସଇରାତ ଅନୁଧ୍ୟାନ କରି ଏହାର ସ୍ଥିତି କ’ଣ, ରାଜସ୍ବ କେତେ ମିଳୁଛି ଓ କେତେ କ୍ଷତି ହେଉଛି ସେ ସବୁ ତଥ୍ୟ ସଂଗ୍ରହ କରୁଛି। ପ୍ରଥମେ ଉକ୍ତ ଟିମ୍‌ କନିଷି ତହସିଲ ଅଞ୍ଚଳରେ ଥିବା ବିଭିନ୍ନ ସଇରାତ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିଥିଲେ। ରବିବାରଠାରୁ ସେମାନେ ଛତ୍ରପୁର ତହସିଲ ଅଞ୍ଚଳକୁ ଆସିବେ। ଏହାର ଏକ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ଶନିବାର ଜିଲାପାଳଙ୍କ ଅନୁପସ୍ଥିତିରେ ଗଞ୍ଜାମର ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଛତ୍ରପୁରରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ସଇରାତ ଗୁଡିକରେ ବେଆଇନ୍‌ କାମ ହେଉଛି କି ନାହିଁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ମାସରେ ଥରେ ସମସ୍ତ ବାଲି ଓ ପଥର ସଇରାତକୁ ରାଜସ୍ବ ନିରୀକ୍ଷକମାନେ ଯାଇ ଅନୁଧ୍ୟାନ କରିବାକୁ କୁହାଯାଇଛି। ସେହିପରି ପ୍ରତି ୩ ମାସରେ ଥରେ ତହସିଲଦାରମାନେ ସଇରାତ ପରିଦର୍ଶନରେ ଯିବେ। ବେଆଇନ୍‌ କାମ ହେଉଥିଲେ ଉପଜିଲାପାଳଙ୍କ ସହ ମିଶି ପ୍ଲାନ୍‌ କରି ପୋଲିସ ର ସହାୟତା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ସଇରାତ ଗୁଡିକର ଲିଜ୍‌ ହୋଇନି ତାର ଲିଜ୍‌ ପାଇଁ ନୋଟିସ୍‌ କରାଯାଉ। କେହି ଲିଜ୍‌ ନ ନେଲେ ମଧ୍ୟ ପ୍ରତିବର୍ଷ ଏପରିକି ୩ ବର୍ଷ ପର୍ଯ୍ୟନ୍ତ ଲିଜ୍‌ ପାଇଁ ନୋଟିସ୍‌ କରିବାକୁ ଅତିରିକ୍ତ ଜିଲାପାଳ କହିଛନ୍ତି। ଛତ୍ରପୁର ତହସିଲ ପକ୍ଷରୁ ସଇରାତ ପାଇଁ ଦିଆଯାଇଥିତ୍ବା ନୋଟିସ୍‌ ସମ୍ପର୍କରେ ରେକର୍ଡ ଓ ଅର୍ଡର ସିଟ୍‌ ରହୁ ନ ଥିବା ଅତିରିକ୍ତ ଜିଲାପାଳ କହିଥିଲେ। ସେହିପରି ଅନ୍ୟ ତହସିଲ ଅଫିସଗୁଡିକରେ ଏ ସମ୍ପର୍କରେ ଠିକ୍‌ ଭାବେ ରେକର୍ଡ ପରିଚାଳନା ହେଉ ନ ଥିବା ଜଣାଯାଇଛି। ଅନ୍ୟ କେଉଁ ସଇରାତର ଲିଜ୍‌ ହୋଇପାରିବ ତାହାର ରିପୋର୍ଟ ଦେବାକୁ ବୈଠକରେ ଉପସ୍ଥିତ ତହସିଲଦାରମାନଙ୍କୁ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତହସିଲଦାର ମାନେ ଫିଲ୍ଡ୍‌କୁ ଯାଇ ତଦନ୍ତ କରି ରିପୋର୍ଟ ଦେବେ। ଉପଜିଲାପାଳମାନେ ମାସକ ମଧ୍ୟରେ ଏହାର ଡିସପୋଜ୍‌ କରିବେ। ଯଦି ଡିସପୋଜାଲ୍‌ ହୋଇ ନ ପାରେ ତେବେ ତାହାର କାରଣ ଜଣାଇେ ଉପଜିଲାପାଳ। ସଇରାତଗୁଡିକର ଠିକ୍‌ ଦର ଧାର୍ଯ୍ୟ ନ କଲେ ଜିଲାରୁ ଟିମ୍‌ ଯାଇ ଅନୁଧ୍ୟାନ କରିବ ବୋଲି ଡେପୁଟି କଲେକ୍ଟର (ରାଜସ୍ବ) ଦିବ୍ୟଲୋଚନ ମହନ୍ତ କହିଥିଲେ।
ସୂଚନାଯୋଗ୍ୟ, ନିର୍ଦ୍ଧାରିତ ନିୟମକୁ ଉଲ୍ଲଘଂନ କରି ଜିଲାରେ ଜେସିବି ମେଶିନ୍‌ ଦ୍ୱାରା ବାଲି ଉତ୍ତୋଳନ କରାଯାଇ ଚାଲାଣ ହେଉଛି। ଏପରିକି କେତକ ସ୍ଥାନରେ ଲିଜ୍‌ ନ ଥାଇ ମଧ୍ୟ ବାଲି ଉତ୍ତୋଳନ ହେଉଛି। ସେହିପରି ବେଆଇନ୍‌ ଭାବେ ବିଭିନ୍ନ ପାହାଡରୁ ପଥର ଫୁଟାଯାଉଛି। ଏ ସବୁ ପ୍ରଶାସନ ନିକଟରେ ଖବର ଅଛି। ଏହାକୁ ଗୁରୁତ୍ୱର ସହ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କେତେକ ନିଷ୍ପତ୍ତି ନେଇଥିଲୋ ସଇରାତ ନିକଟରେ ଭିଡିଓ ରେକଡିଂ କରାଯାଇ ଦୈନିକ କେତେ ବାଲି ଉତ୍ତୋଳନ ହୋଇ କେତେ ବିକ୍ରି ପାଇଁ ଯାଉଛି ତାର ମନିଟରିଂ କରି ଜାଣିବା ପାଇଁ ଜିଲାପାଳ ସ୍ଥିର କରିଥିଲେ। ଏହାଦ୍ୱାରା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ତେବେ ଏହା କାର୍ଯ୍ୟକାରୀ ହୋଇ ନ ଥିବାରୁ ବାଲି ଓ ପଥର ମାଫିଆମାନଙ୍କୁ ସୁହାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri