ବାଲିଗୁଡ଼ାରେ ମୂର୍ତ୍ତି ଭାଙ୍ଗିବା ଘଟଣା: ତାତିଲା ବରଗଡ଼ ଡୁମାଲ ସେନା

ବରଗଡ଼ ଅଫିସ,୧୧ା୬: କନ୍ଧମାଳ ଜିଲା ବାଲିଗୁଡ଼ାରେ ସ୍ଥାପିତ ଡୁମାଲ ଜାତିର ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶରୀଙ୍କ ମୂର୍ତ୍ତିକୁ କିଛିଦିନ ତଳେ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଏହି ଘଟଣା ଡୁମାଲ ସମାଜର ଲୋକଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ଏପରିକି ଉକ୍ତ ମୂର୍ତ୍ତି ଭାଙ୍ଗିବା ଘଟଣାକୁ ନେଇ କନ୍ଧମାଳ ଜିଲାରେ ଦେଖାଯାଇଥିବା ତାତି ବରଗଡ଼ରେ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ବରଗଡ଼ ଜିଲା କୁରୁଆଁର ଡୁମାଲ ସେନା ପକ୍ଷରୁ ମୁଖ୍ୟମନ୍ତ୍ରୀ, ଦେବୋତ୍ତର ବିଭାଗ, କନ୍ଧମାଳ ଜିଲାପାଳ ଓ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ଉପଜିଲାପାଳ ପ୍ରଭାସ ଦଣ୍ଡସେନା ସ୍ମାରକପତ୍ର ଗ୍ରହଣ କରିଥିଲେ। ମାହେଶରୀ ଦେବୀଙ୍କ ମୂର୍ତ୍ତି ଭାଙ୍ଗବା ଘଟଣାର ନିରପେକ୍ଷ ତଦନ୍ତ ସହିତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ମାରକପତ୍ରରେ ଦାବି କରାଯାଇଛି। ଡୁମାଲ ସେନା ପକ୍ଷରୁ ଶୁଭେନ୍ଦୁ ମେଣ୍ଡଲି, ସିଲୁ କଲା, ଦିବସ କୁମାର ପଧାନ, ଜଗନ୍ନାଥ କର୍ଣ୍ଣ, ହେମସାଗର ପାତ୍ର, ଗଣେଶ ମହାକୁର, ସଞ୍ଜୀବ ଦେହୁରୀ, ସୁମନ ପାତ୍ର, ପ୍ରୀତମ କର୍ଣ୍ଣ, ଦୀପକ ଦେହୁରୀ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

ଥୁଆମୂଳ ରାମପୁର ଥାନା ଏସ୍‌ଆଇଙ୍କ ମେଡିକାଲରେ ଚିକିତ୍ସା ଅବହେଳା ନେଇ ତୀବ୍ର ଅସନ୍ତୋଷ, କ୍ୱାର୍ଟର୍ସରେ ଶୋଇଥିଲେ ଡାକ୍ତର-ନର୍ସ, ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୩।୫ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ଭାସ୍କର ଖୋସ୍ଲାଙ୍କର (୫୬) ଗତକାଲି ବିଳମ୍ବିତ ରାତିରେ ଅକାଳ…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ରାଉରକେଲାରେ ବଡ଼ ଧରଣର ବ୍ରାଉନସୁଗାର ଜବତ: ୭ ମହିଳା ସମେତ ୮ ଡ୍ରଗ୍ସ ବେପାରୀ ଗିରଫ, ୧ କୋଟି ଟଙ୍କାରୁ ଅଧିକ

ରାଉରକେଲା, ୨୩।୫ (ସଙ୍ଗୀତା ଜେନା): ଓଡ଼ିଶାରେ ଚାଲିଥିବା ନିଶା ନିବାରଣ ଅଭିଯାନରେ ଏକ ବଡ଼ ସଫଳତା। ରାଉରକେଲା ପୋଲିସ ପ୍ଲାଣ୍ଟସାଇଟ୍ ଥାନା ସୀମା ଅନ୍ତର୍ଗତ ମୀନାପଡ଼ା ଅଞ୍ଚଳରେ…

ଭୂମିହୀନଙ୍କୁ ପୋଖରୀ ମଝିରେ ପଟ୍ଟା ପ୍ରଦାନ

ନୂଆପଡ଼ା,୨୩ା୫ (ମକାରୁ ବେମାଲ): କେନ୍ଦ୍ର ତଥା ରାଜ୍ୟ ସରକାର ଭୂମିହୀନମାନଙ୍କୁ ଚାଷକରି ପରିବାର ପ୍ରତିପୋଷଣ ପାଇଁ ଜମି ଯୋଗାଇଦେଉଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଭୁଲ୍‌…

କାନଝରୀ ଡ୍ୟାମରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କେନ୍ଦୁଝର,୨୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ କାନଝରୀ ଡ୍ୟାମରେ ଶନିବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri