ବାଲିଆପାଳରେ ବୃଦ୍ଧି ପାଉଛି ଡେଙ୍ଗୁ ଜ୍ୱର: ୨୮ଜଣଙ୍କ ରକ୍ତ ନମୁନା ସଂଗ୍ରହ

ବାଲିଆପାଳ,୧୯।୯(ଡି.ଏନ.ଏ.)-ବାଲିଆପାଳ ବ୍ଲକ ସମେତ ଗ୍ରାମାଞ୍ଚଳରେ ଏବେ ଡେଙ୍ଗୁ ଜ୍ୱର ବୃଦ୍ଧି ପାଉଛି ା ଏ ନେଇ ସାଧାରଣ ଲୋକଙ୍କ ଭିତରେ ନାନା ଆଶଙ୍କା ପ୍ରକାଶ ପାଇଛି। ଅଳାଡିହା ପଞ୍ଚାୟତର ଜଣେ ଯୁବତୀ ଡେଙ୍ଗୁରେ ଆକ୍ରାନ୍ତ ହୋଇ କଟକ ବଡ ମେଡିକାଲରେ ଚିକିସତ୍ାଧୀନ ଅବସ୍ଥାରେ ଗତ ୧୫ ତାରିଖ ମୃତ୍ୟୁବରଣ କରିବା ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି। ପଞ୍ଚାୟତରେ ଅନ୍ୟମାନଙ୍କ ରକ୍ତରେ ଡେଙ୍ଗୁ ଭୂତାଣୁ ରହିଥିବା ଆଶଙ୍କା କରି ବାଲିଆପାଳ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଟିମ୍‌ ଗାଁରୁ ୨୮ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ଫେରିଛନ୍ତି। ଜ୍ୱର ହୋଇଥିବା ଲୋକଙ୍କୁ ଏବଂ ପାଖ ପଡୋଶୀଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାରାସିଟାମଲ ବଟିକା ଓ ଓଆରଏସ ବଣ୍ଟାଯାଇଛି ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସୁପରଭାଇଜର ରମାନାଥ କରଙ୍କ ତତ୍ତ୍ୱବଧାନରେ ଅଜୟ ପାତ୍ର,ସୁମେଶ ପାତ୍ର,ବୈରାଗୀ ଦାସ,ସ୍ବାସ୍ଥ୍ୟ କର୍ମୀ ଦୀପକ ପରିଡା,ରାମଚନ୍ଦ୍ର ଘଡାଇ,ଶ୍ରୀମନ୍ତ ଦାସ,ସସ୍ମିତା ଦାସ,ଆଶାକର୍ମୀ ମନୋରମା ଗିରି ୪ଟି ଟିମରେ ବିଭକ୍ତ ହୋଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ସଚେତନା କରାଇବା ସହିତ ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri