ବାରମ୍ବାର ଘଟୁଛି ଦୁର୍ଘଟଣା, ଅସୁରକ୍ଷିତ ଖଣି ଅଞ୍ଚଳ

କେନ୍ଦୁଝର, ୧୮ା୫ (ସ୍ବ.ପ୍ର.)-ସରକାରଙ୍କ ଓଡିଶା ଖଣି ନିଗମ ଅଧୀନ ଶୁଆକାଠି ଗନ୍ଧମାର୍ଦ୍ଦନ ଖଣିରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହା ଅସୁରକ୍ଷିତ ହୋଇପଡ଼ିଛି। ଉପଯୁକ୍ତ ତଦାରଖର ଅଭାବରୁ ଖଣି ଅଞ୍ଚଳର ରାସ୍ତାଘାଟ ଅସୁରକ୍ଷିତ ହୋଇଥିବାରୁ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି ା ସବୁଠାରୁ ଗୁରୁତ୍ୱପୂର୍ଣ ବିଷୟ ହେଲା ଏହି ଖଣି ଅଞ୍ଚଳ ଦେଇ ସାଧାରଣ ଲୋକଙ୍କ ଯାତାୟତ ପାଇଁ ରାସ୍ତା ଥିବାରୁ ସେମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେଇ ରାସ୍ତା ମରାମତି କରାଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି ା ସେହିପରି ଏହି ରାସ୍ତାରେ ଖଣିଜପଥର ପରିବହନ ଯୋଗୁଁ ସାଧାରଣ ଲୋକ ମାନେ ଯାତାୟତ ରେ ବହୁ ଅସୁବିଧା ଭୋଗୁଛନ୍ତି। ଖଣି କତୃପକ୍ଷ ଓ ଖଣିକାର୍ଯ୍ୟ କରୁଥିବା ଠିକା ସଂସ୍ଥା ମାନେ ନିଜର ଲାଭକୁ ଅଧିକ ପ୍ରାଧାନ୍ୟ ଦେଉଥିବା ବେଳେ ପାରିପାର୍ଶ୍ୱିକ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁବିଧା, ଶ୍ରମିକଙ୍କ ସୁରକ୍ଷା ଏବଂ ପରିବେଶର ରକ୍ଷଣାବେକ୍ଷଣ କୁ ଆଦୌ ଗୁରୁତ୍ୱ ଦିଆଯାଉ ନାହିଁ।
ପ୍ରକାଶ ଯେ, ଦୈନିକ ଏହି ଖଣିରେ ଶହ ଶହ ସଂଖ୍ୟାରେ ଲୁହାପଥର ଟ୍ରକ ପରିବହନ କରିଥାଏ। ରାସ୍ତା ଭଲ ନ ଥିବାରୁ ଟ୍ରକ ଗୁଡିକ ଖଣିକୁ ଅସୁରକ୍ଷିତ ଅବସ୍ଥାରେ ଯାତାୟତ କରୁଛି। ଏପରିକି ରାସ୍ତାରେ ବହଳ ପରିମାଣର ଧୂଳି ଯୋଗୁ ଅନେକ ସମୟରେ ସ୍ଲିପ କରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ପ୍ରଦୂଷଣ ଲାଗି ଟ୍ରକ ଚାଳକ, ଶ୍ରମିକ ତଥା କର୍ମଚାରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ରାସ୍ତାରେ ପାଣି ସିଞ୍ଚପ କରିବା ବ୍ୟବସ୍ଥା ଥିଲେ ହେଁ ନିୟମିତ କରାଯାଉନଥିବାରୁ ଧୂଳି ଉଡି ଆଖପାଖ ଅଞ୍ଚଳର ଜନବସତି, ଜଳାଶୟ, ଜଙ୍ଗଲରେ ପଡୁଥିବାରୁ ଜଳ ଓ ବାୟୁ ପ୍ରଦୂଷଣ ହେଉଛି।
ଖଣି ତଦାରଖ କରିବାକୁ ଆସୁଥିବା ଆଇବିଏମ, ଡିଜିଏମଏସ ତଥା ଓଏମସି ର ଅଧିକାରୀ ମାନେ ଏସବୁ ପ୍ରତି ଗୁରୁତ୍ୱ ଦେଉନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି। ଖଣି ଦ୍ୱାରା ବହୁ ମୂ୍ଯଯବାନ ଜଙ୍ଗଲ ନଷ୍ଟ ହୋଇଥିବା ବେଳେ ବହୁ ଜଳସ୍ରୋତ ଲୁପ୍ତ ହୋଇଯାଇଥିଲେ ହେଁ ସେସବୁର ସୁରକ୍ଷା ପାଇଁ ମ୍ଯଯ ପଦକ୍ଷେପ ନିଆଯାଉନଥିବାରୁ ଏହାର ପରିଣାମ ସ୍ଥାନୀୟ ଲୋକଙ୍କୁ ଭୋଗିବାକୁ ପଡୁଛି ା ଜଳ ସମସ୍ୟା ସାଙ୍ଗକୁ ଜଙ୍ଗଲରୁ ମିଳୁଥିବା ବନଜାତ ଦ୍ରବ୍ୟର ଅଭାବ ଦେଖାଦେଉଛି। ଏନେଇ ଓଏମସି ସାଧାରଣ ପ୍ରବନ୍ଧକ ପ୍ରଶାନ୍ତ ସାହୁଙ୍କୁ ପଚରାଯିବାରୁ ଖଣି ଅଞ୍ଚଳରେ ଖଣି ନିୟମାନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ା ପରିବେଶର ସୁରକ୍ଷା ଏବଂ ପାରିପାର୍ଶ୍ୱିକ ଉନ୍ନୟନ କାମ ନୀତି ନିୟମ ଅନୁସାରେ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ଉତ୍ସବରେ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, ଭୁଜାଲି ମାଡ଼ରେ ୫ ଗୁରୁତର

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ): ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବ ମୁଖର ଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅଧୀନ...

ହୋଲି ଅଘଟଣ: ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। କଟକ ଜିଲା ସାଲେପୁର ଥାନା ଅଧୀନ...

ବାଲେଶ୍ୱରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ

ଭୁବନେଶ୍ୱର,୨୫।୩: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର...

ବାହାଘର ସାତ ଦିନ ପରେ ନବବଧୂଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୫।୩: ବିବାହର ସାତ ଦିନ ପରେ ଜଙ୍ଗଲରୁ ମିଳିଲା ନବ ବଧୂଙ୍କର ମୃତଦେହ। ବାଲେଶ୍ୱର ଜିଲାର ସୋର ଅଂଚଳରେ ଏହି ଘଟଣାର ଘଟିଥିବା ସୂଚନା...

କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର

ଭୋଗରାଇ,୨୫।୩(ପ୍ରଦୀପ ଦାସ): କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା-ବାପା ଗୁରୁତର ଅଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ...

ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି, ୨୪।୩(ପ୍ରଶାନ୍ତ ବିଶ୍ୱାଳ):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର। ବିସ୍ତୀର୍ଣ୍ଣ ସବୁଜ ବନାନୀ ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ...

ମାରାଥନ ଚଢ଼ାଉ, ଚୋରା ବେପାରୀ ଛାନିଆଁ

ବାଲେଶ୍ୱର,୨୪।୩(ମାନସ ବିଶ୍ୱାଳ):ବାଲେଶ୍ୱର ସହର ନିକଟସ୍ଥ ପୁରୁଣା ବାଲେଶ୍ୱର ଓ ବସ୍ତା ଥାନା ଅଧୀନ ଗାନ୍ଧି ଛକ ଦେଶୀ ମଦ କାରବାରର ହବ୍‌ ପାଲଟିଛି। ପୁରୁଣାବାଲେଶ୍ୱରରୁ ଜିଲାର...

୧ରୁ ଚନ୍ଦନେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା

ଭୋଗରାଇ, ୨୩।୩(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସ୍ଥିତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କମେଳା ଆସନ୍ତା ୧ରୁ ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri