ବାରମ୍ବାର ଗରମ କରନ୍ତୁ ନାହିଁ ଏସବୁ ଖାଦ୍ୟ

କିଛି ଖାଦ୍ୟ ଅଛି ଯାହାକୁ ବାରମ୍ବାର ଅବା ଦୁଇଥର ଗରମ କଲେ ଏହା ଶରୀରରେ କୁପ୍ରଭାବ ପକାଇଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ଗବେଷଙ୍କ କହିବା କଥା ହେଲା ବାରମ୍ବାର ଖାଦ୍ୟ ଗରମ କରିବା ଫଳରେ ଏଥିରେ ଥିବା ଗୁଣ ନଷ୍ଟ ହୋଇଯାଇଥାଏ। ଫଳରେ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ।
ଚିକେନ୍‌: ଏଥିରେ ଥାଏ ପ୍ରଚୁର ପରିମାଣରେ ପ୍ରୋଟିନ୍‌। ହେଲେ ଏହାକୁ ଦ୍ୱିତୀୟ ଥର ଗରମ କଲେ ଏହି ପ୍ରୋଟିନ୍‌ କମ୍ପୋଜିଶନ ନଷ୍ଟ ହୋଇ ଯାଇଥାଏ। ଫଳରେ ଏହା ପାଚନ କ୍ରିୟା ଉପରେ କୁପ୍ରଭାବ ପକାଇଥାଏ।
ଅଣ୍ଡା: ଅଣ୍ଡାରୁ ପ୍ରସ୍ତୁତ ଯେକୌଣସି ଖାଦ୍ୟ ଏକାଥରେ ଖାଇବା ଭଲ। ଏହା ପୁଣିଥରେ ଗରମ କଲେ ଏଥିରୁ ବିଷାକ୍ତ ପଦାର୍ଥ ନିର୍ଗତ ହୋଇଥାଏ ବୋଲି ଗବେଷକମାନେ କହିଛନ୍ତି। ଯାହା ଶରୀର ପାଇଁ କ୍ଷତିକାରକ।
ଛତୁ: ଏହା ଖାଇବାକୁ ବେଶ୍‌ ସ୍ବାଦିଷ୍ଟ। ହେଲେ ଏହାକୁ ଥରେ ରୋଷେଇ କରି ଏକାଥରେ ଖାଇଦେବା ଭଲ। କାରଣ ଛତୁ କାଟିବା ଆରମ୍ଭ କଲେ ଏଥିରେ ଥିବା ପ୍ରୋଟିନ୍‌ କମ୍‌ ହେବାରେ ଲାଗିଥାଏ। ତେଣୁ ଏହାକୁ ଦ୍ୱିତୀୟ ଥର ଗରମ କଲେ ଏହା ପେଟ ସମସ୍ୟା ସୃଷ୍ଟି କରିଥାଏ।
ପାଳଙ୍ଗ: ଏହା ଶରୀର ପାଇଁ ଲାଭକାରୀ। ହେଲେ ଏହାକୁ ଦ୍ୱିତୀୟ ଥର ଗରମ କଲେ ଏଥିରେ ଥିବା ନାଇଟ୍ରେଟ୍‌ ଶରୀର ପଇଁ ବିଷ ସଦୃଶ। ଆଉ ଦ୍ୱିତୀୟ ଥର ଗରମ ହୋଇଥିବା ପାଳଙ୍ଗ ଖାଇଲେ କ୍ୟାନସର ସୃଷ୍ଟି ହୁଏ ବୋଲି କହିଛନ୍ତି ବିଶେଷଜ୍ଞ।
ଆଳୁ: ଏହାକୁ ପରିବା ଭିତରେ ରାଜା ବୋଲି କୁହାଯାଏ। ହେଲେ ସିଝା ଆଳୁକୁ ବେଶି ସମୟ ନ ରଖି ତାକୁ ତୁରନ୍ତ ଖାଇବା ଭଲ। କାରଣ ଆଳୁକୁ ବାରମ୍ବାର ଗରମ କରି ଖାଇଲେ ହଜମ ଶକ୍ତି ସମସ୍ୟା ଓ ପେଟ ସମସ୍ୟା ଉପୁଜିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟଦକ୍ଷତା ବଢ଼ାଏ ପଢ଼ାପଢ଼ି

ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ପଢ଼ାପଢ଼ି କରନ୍ତି ତେବେ ତାଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇପାରେ। ଏପରି ଆକଳନ କରିଛନ୍ତି ଟୋକିଓ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ। ଏକ…

ପାଟିରେ ଘା’ ହେଲେ ହାଲୁକା ଭାବରେ ନିଅନ୍ତୁ ନାହିଁ, ହୋଇପାରେ ଏହି ମାରାତ୍ମକ ରୋଗ…

ପାଟିରେ ଘା’ ହେବାର ଅନେକ କାରଣ ରହିଛି। ଏହାର ପ୍ରାରମ୍ଭରୁ ଚିକିତ୍ସା କରା ନ ଗଲେ ତାହା ଭବିଷ୍ୟତରେ କ୍ୟାନ୍‌ସରର ରୂପ ନେବାର ଯଥେଷ୍ଟ ଆଶଙ୍କା ରହିଛି।…

ରାତିରେ ନିଦ ହେଉନି କି? ଶୋଇବା ପୂର୍ବରୁ କରନ୍ତୁ ଏହି କାମ…

ଆଜିକାଲି ବହୁତ ଲୋକ ଅନିଦ୍ରାରେ ପୀଡ଼ିତ। ବିଳମ୍ବିତ ରାତିରେ ଚେଇଁବା, ବାରମ୍ବାର ଉଠିବା ଏବଂ ସକାଳେ କ୍ଳାନ୍ତ ଅନୁଭବ କରିବା ଏକ ସାଧାରଣ କଥା ହୋଇଗଲାଣି। ସ୍ବାସ୍ଥ୍ୟ…

ମିଥୁନ ରାଶିରେ ବୁଧଙ୍କ ଗୋଚର: ମେ’ ୨୯ରୁ ଜୁଲାଇ ୨୨ ଯାଏ ଏହି ୪ଟି ରାଶି ରୁହନ୍ତୁ ସାବଧାନ! ନଚେତ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ଯୋଗାଯୋଗ, ବ୍ୟାପାର ଏବଂ ନିଷ୍ପତ୍ତି ନେବାର କ୍ଷମତାର କାରକ ବୋଲି ମାନାଯାଏ। ସେଥିପାଇଁ ବୁଧ ଗ୍ରହଙ୍କର ଯେକୌଣସି…

ଘାତକ ଭୂତାଣୁ ଇବୋଲା

ଆମମାନଙ୍କୁ ଅନେକ ପ୍ରକାର ସଂକ୍ରମଣ ହୋଇଥାଏ। କେତେକ ସାମାନ୍ୟ କ୍ଷତିକାରକ ହୋଇଥିବା ବେଳେ ଆଉ କେତେକ ଗୁରୁତର ଓ ଅତ୍ୟନ୍ତ ଗୁରୁତର ହୋଇଥାଆନ୍ତି। ଜୀବାଣୁ, ପରଜୀବୀ, ଫଙ୍ଗସ୍‌,…

ଏଙ୍ଗ୍‌ଜାଇଟିର ଲକ୍ଷଣ ଓ ଉପଚାର

ଆମ ସମସ୍ତଙ୍କର ମନ ବେଳେବେଳେ ବ୍ୟସ୍ତ, ବିବ୍ରତ, ବିଚଳିତ ଓ ଅସ୍ଥିର ରହିଥାଏ। ଏହା ମୁଖ୍ୟତଃ କେତେକ କଠିନ ଓ ଚିନ୍ତାଜନକ ପରିସ୍ଥିତିରେ ଦେଖାଯାଇଥାଏ। ଯେତେବେଳେ ପରିସ୍ଥିତି…

ଡାଇବେଟିସ୍‌ ଥିଲେ ରୁହନ୍ତୁ ସତର୍କ, ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ…

ବର୍ତ୍ତମାନ ଏଭଳି ସମୟ ଆସିଛି, ଯେତେବେଳେ ଆମେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ନିହାତି ଦରକାର। ଯଦି ଆପଣଙ୍କର ଡାଇବେଟିସ୍‌ କିମ୍ବା ରକ୍ତଚାପ ପରି…

କାଲିଠୁ ନୌତପ ଆରମ୍ଭ; ତୁଳା ରାଶି ସମେତ ୪ରାଶିର ଫିଟିବ ଭାଗ୍ୟ, ଧନଲାଭ…

ସୂର୍ଯ୍ୟ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିବା ସମୟରେ ନୌତପ ଆରମ୍ଭ ହୁଏ। ନୌତପ ସମୟରେ, ନଅ ଦିନ ପ୍ରବଳ ଗରମ ସହ୍ୟ କରିବାକୁ ପଡ଼ିଥାଏ। ନୌତପ ମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri