Posted inଖେଳ

ବାରବାଟୀ ଦିନିକିଆ: ୫ ହଜାର ଟିକେଟ୍‌ କିଣିଲେ ଅନୁବନ୍ଧିତ ସଂଘ

କଟକ ଅଫିସ,୧୭ା୧୨-
ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ପାଇଁ ସୋମବାରଠାରୁ ଓସିଏ ସହ ଅନୁବନ୍ଧିତ ୟୁନିଟ ଗୁଡ଼ିକୁ ଟିକେଟ୍‌ ବିକ୍ରି କରାଯାଇଛି। ଦୁଇ ଦିନ ଧରି ହେବାକୁ ଥିବା ଏହି ପ୍ରକ୍ରିୟାର ପ୍ରଥମ ଦିନରେ ପ୍ରାୟ ୫ହଜାର ଟିକେଟ୍‌ ବିକ୍ରି ହୋଇଥିବା ଜଣାପଡ଼ିଛି। ୧୬ଟି ଜିଲା, ୧୪ଟି କ୍ଲବ, ୧୩ଟି ସ୍କୁଲ ଓ କଲେଜ ଟିକେଟ କିଣି ସାରିଛନ୍ତି। ବଳକା ଅନୁବନ୍ଧିତ ୟୁନିଟ୍‌ ଗୁଡ଼ିକ ପାଇଁ ମଙ୍ଗଳବାର ରହିଛି ଅନ୍ତିମ ଦିବସ। ଅନୁବନ୍ଧିତ ୟୁନିଟ ଗୁଡ଼ିକ ମୋଟ୍‌ ୮୯୪୬ଟି ଟିକେଟ ରଖାଯାଇଛି। ଜିଲା ଗୁଡ଼ିକୁ ୧୦୮ଟି ଟିକେଟ ବିକ୍ରି କରାଯାଉଥିବା ବେଳେ କ୍ଲବ, ସ୍କୁଲ, କଲେଜକୁ ୮୮ଟି ଲେଖାଏ ଟିକେଟ୍‌ ବିକ୍ରି କରାଯାଉଛି। ଅନ୍ୟପକ୍ଷରେ ବିସିସିଆଇର ମୁଖ୍ୟ ପିଚ୍‌ କ୍ୟୁରେଟର ଆଶିଷ ଭୌମିକ୍‌ ସୋମବାର ଷ୍ଟାଡିୟମ ପରିଦର୍ଶନ କରିବା ସହ ପିଚ୍‌ର ସ୍ଥିତି ପରଖିଛନ୍ତି। ପିଚ୍‌ କ୍ୟୁରେଟର ପଙ୍କଜ ପଟ୍ଟନାୟକ ଉପସ୍ଥିତ ଥିଲେ।
ସବୁଠି ଟିକେଟ୍‌ ସଙ୍କଟ
ଟିକେଟ୍‌ ସଙ୍କଟ ସବୁଠି ଦେଖିବାକୁ ମିଳିଛି। ଗ୍ୟାଲେରି ନଂ-୭ ବାଦ୍‌ ପଡ଼ିବା ପରେ ୫ହଜାର ଟିକେଟ୍‌ କମିଛି। ଯାହା ଫଳରେ ସମସ୍ତ ସ୍ତରରେ ଟିକେଟକୁ ନେଇ ଟଣାଓଟରା ଚାଲିଛି। ପୂର୍ବରୁ ଅନଲାଇନ ଟିକେଟ ମାତ୍ର ଏକ ଘଣ୍ଟାରେ ଶେଷ ହୋଇ ଯାଇଥିଲା। ଏବେ ଅନୁବନ୍ଧିତ ୟୁନିଟ ଗୁଡ଼ିକ ମଧ୍ୟ ଅଧିକ ଟିକେଟ କିଣିବା ନିମନ୍ତେ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା। ଆବଶ୍ୟକ ଠାରୁ କମ୍‌ ପରିମାଣର ଟିକେଟ ଦିଆଯାଉଛି ବୋଲି ଏକ ଜିଲା ସଂଘର ସଦସ୍ୟ କହିଛନ୍ତି। ଆଗାମୀ ଦିନରେ କାଉଣ୍ଟରରେ ହେବାକୁ ଥିବା ଟିକେଟ୍‌ ବିକ୍ରିରେ ଏହି ସଙ୍କଟ ବଳବତ୍ତର ରହିବ ବୋଲି ଆଶଙ୍କା କରାଯାଉଛି।
ଗ୍ୟାଲେରିରେ ପୋଲିସ ଟିମ୍‌
ପ୍ରତ୍ୟେକ ଗ୍ୟାଲେରିରେ ପୋଲିସର ଏକ ସ୍ବତନ୍ତ୍ର ଟିମ ଜଗିବ ବୋଲି ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି। ବିଶୃଙ୍ଖଳିତ ଦର୍ଶକଙ୍କ ଉପରେ ପୋଲିସର କଡ଼ା ଆଭିମୁଖ୍ୟ ରହିବ। ଏହାଛଡ଼ା ମହିଳା ଓ ନାବାଳିକା, ନାବାଳକମାନଙ୍କ ପ୍ରତି ବିଶେଷ ଦୃଷ୍ଟି ଦିଆଯିବ ବୋଲି ଡିସିପି ସିଂ କହିଛନ୍ତି। ଟଏଲେଟ୍‌ ବ୍ୟବସ୍ଥା ପ୍ରତି ମଧ୍ୟ ଡିସିପି ଗୁରୁତ୍ୱାରୋପ କରିଛନ୍ତି। ଦର୍ଶକ କିପରି କୌଣସି ସମସ୍ୟା ନଭୋଗିବେ ସେଥି ନିମନ୍ତେ ପୋଲିସ ସଜାଗ ରହିବ ବୋଲି ଡିସିପି କହିଛନ୍ତି।
ପ୍ରସ୍ତୁତି ସମୀକ୍ଷା କଲେ ଆର୍‌ଡିସି
କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍‌୍‌ଡିସି) ଅନିଲ କୁମାର ସାମଲ ଷ୍ଟାଡିୟମ ପରିଦର୍ଶନ କରି ପ୍ରସ୍ତୁତି ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ା ଆସନ୍ତା ମ୍ୟାଚ ପାଇଁ ସିଏମ୍‌ସି ପକ୍ଷରୁ ଷ୍ଟାଡିୟମ ନିକଟସ୍ଥ ରାସ୍ତା ଘାଟ ସଫାସୁତୁରା ରଖିବା, ଆଲୋକ ସଜା ବ୍ୟବସ୍ଥା କରାଯିବା ସହିତ ପାର୍କିଂ ସ୍ଥଳରେ ଆବଶ୍ୟକ ଲାଇଟ ଓ ଫ୍ଲଡ୍‌ ଲାଇଟ ବ୍ୟବସ୍ଥା କରିବାକୁ କୁହାଯାଇଛି। ସେହିପରି ଷ୍ଟାଡିୟମର ସୌନ୍ଦର୍ଯୀକରଣ, ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପିଇବା ପାଣିର ବ୍ୟବସ୍ଥା ସହ ବାୟୋ ଶୌଚାଳୟ ଓ ମ୍ୟାଚ ସମୟରେ ଗ୍ୟାଲେରିରେ ଓସିଏ ପକ୍ଷରୁ ବିଶୋଧିତ ପିଇବା ପାଣିର ବ୍ୟବସ୍ଥା କରାଯିବା ନେଇ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆରଡିସିି ନିର୍ଦ୍ଦେଶ ଦେଇଛନ୍ତିି ା ଷ୍ଟାଡିୟମକୁ ଯାଉଥିବା ରାସ୍ତାର ଆବଶ୍ୟକ ମରାମତି ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେବା ସହ ଉପରୋକ୍ତ ସମସ୍ତ ବ୍ୟବସ୍ଥାର ଅଗ୍ରଗତି ସମ୍ବନ୍ଧରେ ଆର୍‌ଡିସି ସମୀକ୍ଷା କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri