ବାପ୍‌ ଆରପାରେ, ମା’ ନିଖୋଜ: ନାବାଲିକ୍‌ ଉପରେ ଭାଇବହେନ୍‌କଁର ବୋଝ

କେସିଙ୍ଗା, ୪।୧୨(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଲଇତରା ପଁଚେତ୍‌ ଜୋଲକୋ ଗଁାର ଗଉଡ଼ପଡ଼ାର ସୁନୀଲ ବାଗ ଟିବି ରୋଗ୍‌ରେ ପଡ଼ି ୨୦୧୧ ସାଲେ ଆରପାରକେ ଚାଲିଯାଇଛନ୍‌। ସୁନୀଲ ଚାଲିଯିବାର ବଛ୍‌ରେ ଉତାରୁ ତାକର ମାଏକିନା ସତ୍ୟବତୀ ବି ନିଜର ୪ ପିଲାଛୁଆକୁ ଛାଡ଼ି କେନ୍‌ଆଡ଼େ ନିଖୋଜ ହେଇଯାଇଛନ୍‌। ଆଏଜ୍‌ତକ ତାକର ଖୋଜ୍‌ ଖବର ନାଇଁ ମିଲ୍‌ବାର। ଏନ୍‌ତାଥି ମା’ବାପ୍‌ ଛେଉଁଡ୍‌ ୪ ଭାଇ ବହେନ୍‌ ବଡ଼ା ଗୁଲ୍‌ଗୁଲାରେ ଜୀବନ୍‌ ବିତଉଛନ୍‌। ମଙ୍ଗଲବାର ୪ ଭାଇଭହେନ୍‌ ବିଡିଓକୁଁ ନିଜର ଦୁଖ୍‌ ଦୁରଦଶା ବାବ୍‌ଦେ ଲେଖିକରି ଦେଇଥିବାର ଜନାଯାଇଛେ।
ସୂଚନା ହିସାବେ ଜୋଲକୋ ଗଁାର ଗଉଡ଼ପଡ଼ାର ସ୍ବର୍ଗତ ସୁନୀଲ ବାଗ ଆର ସତ୍ୟବତୀ ବାଗକଁର ୨ ଝି’ ଝରଣା(୧୫), ଅପରାଜିତା(୯) ଆର ଦୁଇ ପୁଓ ସେତୁ(୧୨), ଚୈତ୍ୟୁ(୧୦)। ୨୦୧୧ ସାଲେ ସୁନୀଲ ଟିବି ରୋଗ୍‌ରେ ପଡ଼ି ଆରପାରକେ ଚାଲିଗଲେ। ଏନ୍‌ତାଥି ମାଏକିନା ସତ୍ୟବତୀ ୪ ଛୁଆକର ପାଲପୋଷ କରୁଥିଲେ। ହେଲେ ବଛ୍‌ରେ ଉତାରୁ ହଠାତ୍‌ ସେ ନିଖୋଜ ହେଇଗଲେ। ଏନ୍‌ତାଥି ଆଈବୁଢ଼ି କୁନ୍ତି ବାଗ୍‌ ୪ ଛେଉଁଡ୍‌ ନାତି ନାତେନକର ଦେଖ୍‌ଭାଲ କରୁଥିଲେ। ହେଲେ ୨ ବଛର ତଲେ ସେ ଆରପାରକେ ଚାଲିଯାଇଛନ୍‌। ଏହେଦେ ଭାଇ ବହେନ୍‌କର ପାଲପୋଷ, ପଢ଼ାସୁନା ସବୁ ବଡ଼ ବହେନ୍‌ ଝରଣା ବାଗ(୧୫)ର ଉପରେ ରହିଛେ। ସେ ଗଁାରେ ଲୁକ୍‌କର କୁଲିମଜୁରି କରି ଯାହା କମଉଛନ୍‌ ସେଥ୍‌ରେ ୪ ଭାଇବହେନ୍‌ ବଡ଼ା କଷ୍‌ଟେ ଚଲୁଛନ୍‌। ଯେନ୍‌ଦିନ ଝରଣାର ଦିହିପା ଖରାପ ହେଉଛେ, ସେଦିନ ଘରେ ସଭେ ଖାଡ଼ା ଉପାସରେ ରହୁଛନ୍‌। ୪ ଭାଇବହେନ୍‌କର ଆଧାର କାର୍ଡ ନାଇଁଥିବାର ସରକାରକଁର ଖାଏଦ୍‌ ସୁରକ୍ଷା ଯୋଜନରୁ ବି ବଁଚିତ୍‌ ହେଇ ରହିଛନ୍‌। ଆଏଜ୍‌କେ ୮ ବଛର ହେଲା ପଁଚେତ୍‌ନୁ ମୂଲ କରି ବ୍ଲକ ପରଶାସନ ତକ୍‌ ଗୁହାରି କଲେ ବି ଇ ମା’ବାପ୍‌ ଛେଉଁଡ୍‌ ଛୁଆକର କଥା କେହି ନାଇଁ ଶୁନବାର। ଖରା, ବର୍ଷା, ଶୀତ୍‌ କାକରରେ ଚାରି ଭାଇବହେନ୍‌ ନିଜର ଭାଏଗ୍‌କେ ଆଦ୍‌ରି ଦଦ୍‌ରା କୁରିଆରେ ପଡ଼ି ରହୁଛନ୍‌। ରାଏତ୍‌ ବେଲା ପରହର ଘରେ ଆଶ୍‌ରେ ନେଉଛନ୍‌। ଏତେ ଅସ୍‌ବିଧାରେ ବି ଝରଣା ନିଜର ତିନ୍‌ହିଁ ଭାଇଭହେନ୍‌କୁ ପାଠ୍‌ ପଢ଼େଇ ଭଲ ମୁନୁଷ୍‌ କରବାରେ ଲାଗିଛନ୍‌। ହେଲେ ଝରଣାକେ ଭାଇଭହେନ୍‌କର ଲାଗି ଦୁଇବେଲି ଦୁଇମୁଠା ଖାଏବାରଟା ଯୁଟାବାକେ ଭିଡ଼ ପଡ଼ିଯାଉଛେ। ଝରଣା ଭାଇବହେନ୍‌କୁ ଧରି ମଙ୍ଗଲବାର ବିଡିଓକଁର ଅଫିସରେ ନିଜର ଦୁଖ୍‌ ଦୁରଦଶା ବାବ୍‌ଦେ ଲେଖିକରି ଦେଇଥିବାର କହିଛନ୍‌। ଗଁାବାସୀ ଇ ଛେଉଁଡ଼ ଭାଇବହେନ୍‌କର ଥଇଥାନ ଲାଗି ଦାବି କରିଛନ୍‌। ଇ ବାବ୍‌ଦେ ଉପଜିଲାପାଳ ସୁଶାନ୍ତ କୁମାର ସିଂକୁଁ ପଚରାଲାରୁ ମୁଇଁ ବିଡିଓକୁଁ ପଠଉଛେଁ। ଘଟନାର ତଦଁତ୍‌ ଉତାରୁ ବେବସ୍‌ତା କରବାର ଲାଗି ଚେଷ୍‌ଟା କରମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri