ବାପ୍‌ ଆରପାରେ, ମା’ ନିଖୋଜ: ନାବାଲିକ୍‌ ଉପରେ ଭାଇବହେନ୍‌କଁର ବୋଝ

କେସିଙ୍ଗା, ୪।୧୨(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଲଇତରା ପଁଚେତ୍‌ ଜୋଲକୋ ଗଁାର ଗଉଡ଼ପଡ଼ାର ସୁନୀଲ ବାଗ ଟିବି ରୋଗ୍‌ରେ ପଡ଼ି ୨୦୧୧ ସାଲେ ଆରପାରକେ ଚାଲିଯାଇଛନ୍‌। ସୁନୀଲ ଚାଲିଯିବାର ବଛ୍‌ରେ ଉତାରୁ ତାକର ମାଏକିନା ସତ୍ୟବତୀ ବି ନିଜର ୪ ପିଲାଛୁଆକୁ ଛାଡ଼ି କେନ୍‌ଆଡ଼େ ନିଖୋଜ ହେଇଯାଇଛନ୍‌। ଆଏଜ୍‌ତକ ତାକର ଖୋଜ୍‌ ଖବର ନାଇଁ ମିଲ୍‌ବାର। ଏନ୍‌ତାଥି ମା’ବାପ୍‌ ଛେଉଁଡ୍‌ ୪ ଭାଇ ବହେନ୍‌ ବଡ଼ା ଗୁଲ୍‌ଗୁଲାରେ ଜୀବନ୍‌ ବିତଉଛନ୍‌। ମଙ୍ଗଲବାର ୪ ଭାଇଭହେନ୍‌ ବିଡିଓକୁଁ ନିଜର ଦୁଖ୍‌ ଦୁରଦଶା ବାବ୍‌ଦେ ଲେଖିକରି ଦେଇଥିବାର ଜନାଯାଇଛେ।
ସୂଚନା ହିସାବେ ଜୋଲକୋ ଗଁାର ଗଉଡ଼ପଡ଼ାର ସ୍ବର୍ଗତ ସୁନୀଲ ବାଗ ଆର ସତ୍ୟବତୀ ବାଗକଁର ୨ ଝି’ ଝରଣା(୧୫), ଅପରାଜିତା(୯) ଆର ଦୁଇ ପୁଓ ସେତୁ(୧୨), ଚୈତ୍ୟୁ(୧୦)। ୨୦୧୧ ସାଲେ ସୁନୀଲ ଟିବି ରୋଗ୍‌ରେ ପଡ଼ି ଆରପାରକେ ଚାଲିଗଲେ। ଏନ୍‌ତାଥି ମାଏକିନା ସତ୍ୟବତୀ ୪ ଛୁଆକର ପାଲପୋଷ କରୁଥିଲେ। ହେଲେ ବଛ୍‌ରେ ଉତାରୁ ହଠାତ୍‌ ସେ ନିଖୋଜ ହେଇଗଲେ। ଏନ୍‌ତାଥି ଆଈବୁଢ଼ି କୁନ୍ତି ବାଗ୍‌ ୪ ଛେଉଁଡ୍‌ ନାତି ନାତେନକର ଦେଖ୍‌ଭାଲ କରୁଥିଲେ। ହେଲେ ୨ ବଛର ତଲେ ସେ ଆରପାରକେ ଚାଲିଯାଇଛନ୍‌। ଏହେଦେ ଭାଇ ବହେନ୍‌କର ପାଲପୋଷ, ପଢ଼ାସୁନା ସବୁ ବଡ଼ ବହେନ୍‌ ଝରଣା ବାଗ(୧୫)ର ଉପରେ ରହିଛେ। ସେ ଗଁାରେ ଲୁକ୍‌କର କୁଲିମଜୁରି କରି ଯାହା କମଉଛନ୍‌ ସେଥ୍‌ରେ ୪ ଭାଇବହେନ୍‌ ବଡ଼ା କଷ୍‌ଟେ ଚଲୁଛନ୍‌। ଯେନ୍‌ଦିନ ଝରଣାର ଦିହିପା ଖରାପ ହେଉଛେ, ସେଦିନ ଘରେ ସଭେ ଖାଡ଼ା ଉପାସରେ ରହୁଛନ୍‌। ୪ ଭାଇବହେନ୍‌କର ଆଧାର କାର୍ଡ ନାଇଁଥିବାର ସରକାରକଁର ଖାଏଦ୍‌ ସୁରକ୍ଷା ଯୋଜନରୁ ବି ବଁଚିତ୍‌ ହେଇ ରହିଛନ୍‌। ଆଏଜ୍‌କେ ୮ ବଛର ହେଲା ପଁଚେତ୍‌ନୁ ମୂଲ କରି ବ୍ଲକ ପରଶାସନ ତକ୍‌ ଗୁହାରି କଲେ ବି ଇ ମା’ବାପ୍‌ ଛେଉଁଡ୍‌ ଛୁଆକର କଥା କେହି ନାଇଁ ଶୁନବାର। ଖରା, ବର୍ଷା, ଶୀତ୍‌ କାକରରେ ଚାରି ଭାଇବହେନ୍‌ ନିଜର ଭାଏଗ୍‌କେ ଆଦ୍‌ରି ଦଦ୍‌ରା କୁରିଆରେ ପଡ଼ି ରହୁଛନ୍‌। ରାଏତ୍‌ ବେଲା ପରହର ଘରେ ଆଶ୍‌ରେ ନେଉଛନ୍‌। ଏତେ ଅସ୍‌ବିଧାରେ ବି ଝରଣା ନିଜର ତିନ୍‌ହିଁ ଭାଇଭହେନ୍‌କୁ ପାଠ୍‌ ପଢ଼େଇ ଭଲ ମୁନୁଷ୍‌ କରବାରେ ଲାଗିଛନ୍‌। ହେଲେ ଝରଣାକେ ଭାଇଭହେନ୍‌କର ଲାଗି ଦୁଇବେଲି ଦୁଇମୁଠା ଖାଏବାରଟା ଯୁଟାବାକେ ଭିଡ଼ ପଡ଼ିଯାଉଛେ। ଝରଣା ଭାଇବହେନ୍‌କୁ ଧରି ମଙ୍ଗଲବାର ବିଡିଓକଁର ଅଫିସରେ ନିଜର ଦୁଖ୍‌ ଦୁରଦଶା ବାବ୍‌ଦେ ଲେଖିକରି ଦେଇଥିବାର କହିଛନ୍‌। ଗଁାବାସୀ ଇ ଛେଉଁଡ଼ ଭାଇବହେନ୍‌କର ଥଇଥାନ ଲାଗି ଦାବି କରିଛନ୍‌। ଇ ବାବ୍‌ଦେ ଉପଜିଲାପାଳ ସୁଶାନ୍ତ କୁମାର ସିଂକୁଁ ପଚରାଲାରୁ ମୁଇଁ ବିଡିଓକୁଁ ପଠଉଛେଁ। ଘଟନାର ତଦଁତ୍‌ ଉତାରୁ ବେବସ୍‌ତା କରବାର ଲାଗି ଚେଷ୍‌ଟା କରମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ବିଦ୍ୟାଳୟ ପରିଦର୍ଶନ କଲେ ସରପଞ୍ଚ: ମୁଖ୍ୟ ଫାଟକ ନିର୍ମାଣ ପାଇଁ ପ୍ରଧାନଶିକ୍ଷୟତ୍ରୀଙ୍କୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି,୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ରାପଡ଼ାବାଡ଼ି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟାର ସମାଧାନ ପାଇଁ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ଗଞ୍ଜାମ ଭାଜପାର ନୂଆ କର୍ମକର୍ତ୍ତା ଘୋଷଣା: ସରୋଜ ଦାସ ଜିଲା ଉପସଭାପତି, ଦୀପକ ବେହେରା…

ଛତ୍ରପୁର,୨୯।୯(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି (ଭାଜପା) ଗଞ୍ଜାମ ଜିଲା ସଭାପତି ସରୋଜ ସାବତ ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବାଇଧର ମଲ୍ଲିକଙ୍କ ଅନୁମୋଦନ…

ବାରହା ଆକ୍ରମଣରେ ଗାଈ ଜଗାଳି ଗୁରୁତର: ପୋଷା ବାରହାକୁ ନେଇ ବନ ବିଭାଗର ଭୂମିକା ଉପରେ ପ୍ରଶ୍ନବାଚୀ

ଖଜୁରୀପଡ଼ା,୨୯।୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭେଇଗୁଡ଼ା ଗ୍ରାମର ଗୋପାଳ ବେହେରା (୫୦) ଗୁରୁବାର ନେଡ୍ରିଖୋଲ ଗ୍ରାମର ଝରନିଖୋଲ ନିକଟରେ ଗାଈ ଚରାଉଥିବା ସମୟରେ ଏକ ପୋଷା…

ଜୁନାଗଡ଼ ବ୍ଲକ୍ PEO ସଂଘର ସାଧାରଣ ପରିଷଦ ବୈଠକ: ପୁନର୍ବାର ସଭାପତି ଭାବେ ଆକାଶ ସାହୁ ମନୋନୀତ

ଜୁନାଗଡ଼,୨୯।୯ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ସଂଘର ସାଧାରଣ ପରିଷଦ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?