ବାପା ହିଁ ମୋର ଆଦର୍ଶ

ହୋଟେଲ, ଢାବା, ଗ୍ୟାରେଜରୁ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରନ୍ତି ବୋଲି ତାଙ୍କୁ କିଏ କହେ ‘ଛୁଆଧରା ଅଫିସର’। ବାଲ୍ୟ ବିବାହକୁ ବନ୍ଦ କରି ନାବାଳିକାଙ୍କୁ ଉଦ୍ଧାର କରୁଥିବାରୁ ତାଙ୍କୁ କେହି କେହି ‘ଘର ଭଙ୍ଗା ଅଫିସର’ ବୋଲି ଆକ୍ଷେପ କରନ୍ତି। ହେଲେ ସରକାରୀ କାଗଜପତ୍ରରେ ତାଙ୍କ ପରିଚୟ ଜିଲା ଶିଶୁ ସୁରକ୍ଷା ଅଧିକାରୀ, ଦେବଗଡ଼। ନାଁ ରୋମିଓ ମହାପାତ୍ର, ଜନ୍ମ ରାଉରକେଲାରେ। ଏକାଧାରରେ ସେ ଜଣେ ଅଭିନେତା, ନିର୍ଦ୍ଦେଶକ ମଧ୍ୟ। ତାଙ୍କ ନିର୍ଦ୍ଦେଶିତ ଓ ଅଭିନୀତ ମଞ୍ଚ ନାଟକ ମଧ୍ୟରୁ ଅକ୍ଟୋପସ, ଚାରିଛକ, ଧୁନ୍ଦି, ଅନ୍ତର୍ନ୍ଦ୍ୱନ୍ଦ୍ୱ ଆଦି ପୁରସ୍କୃତ। ଦୂରଦର୍ଶନ ଟେଲିସିରିଆଲ ‘ରୁପାଜହ୍ନ’ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ଆଦିଭୂମି’ରେ ଅଭିନୟ କରି ବହୁ ପ୍ରଶଂସା ସାଉଁଟିଥିବା ଏହି ଅଧିକାରୀଙ୍କ ନିଜ କଥା ସମ୍ପର୍କରେ…

ପ୍ରଥମ ଚାକିରି ସମ୍ପର୍କରେ କ’ଣ କହିବେ?
ହିମାଚଳପ୍ରଦେଶ ଶିମ୍‌ଲାର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲି। ଯେଉଁଠି ପ୍ରଥମ ଶ୍ରେଣୀରୁ +୨ ପର୍ଯ୍ୟନ୍ତ ପିଲାମାନେ ପଢ଼ୁଥିଲେ। ସେଠାରୁ ଓଡ଼ିଶା ଫେରିବା ପରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଭାବେ ଦେବଗଡ଼ରେ ଏବେ କାମ କରୁଛି।
ପ୍ରଥମ ଦରମା କ’ଣ କରିଥିଲେ?
କିଛି ଖର୍ଚ୍ଚ କରିଥିଲି, ଆଉକିଛି ମା’ଙ୍କ ପାଖକୁ ମନି ଅର୍ଡର କରି ପଠାଇ ଥିଲି।
ଆପଣଙ୍କ ଆଦର୍ଶ କିଏ ?
ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଓ କ୍ରୀଡ଼ାବିତ୍‌ ତଥା ଜାତୀୟ ନାଟ୍ୟରତ୍ନ ମୋ ବାପା ହେମନ୍ତ ମହାପାତ୍ର ହିଁ ମୋର ଆଦର୍ଶ। କୌଣସି ପରିସ୍ଥିତିରେ ସେ ହାରି ନ ଯାଇ ନିର୍ଭୀକ ଭାବେ ଲଢ଼ିବାକୁ ପସନ୍ଦ କରନ୍ତି। ତାଙ୍କର ସେହି ଗୁଣ ମତେ ପ୍ରଭାବିତ କରେ।
କଳା ପ୍ରତି ରୁଚି ରଖନ୍ତି ?
ମଞ୍ଚ ନାଟକ, ଟେଲି ସିରିଏଲ, ଫିଲ୍ମ ପାଇଁ ସମୟ ଓ ସୁଯୋଗ ପାଇଲେ ଅଭିନୟ କରେ, ନାଟକ ରଚନା ଓ ନିର୍ଦ୍ଦେଶନା ଦିଏ।
ଗୀତ ଶୁଣିବାକୁ ପସନ୍ଦ କରନ୍ତି ?
ପୁରୁଣା ଫିଲ୍ମ ଗୀତ ଓ ଗଜଲ ଭଲଲାଗେ।
ଫିଲ୍ମ ଦେଖନ୍ତି କି, କେଉଁ ପ୍ରକାର ଫିଲ୍ମ ଭଲ ଲାଗେ ?
ହିନ୍ଦୀ ଫିଲ୍ମ ସୋଲେ, ଓଡ଼ିଆରେ ଧଉଳି ଏକ୍ସପ୍ରେସ ଓ ଇଂଲିଶରେ ଟାଇଟାନିକ, ମୋ ପ୍ରିୟ ସିନେମା। ଫିଲ୍ମ ବ୍ୟତୀତ ଟିଭିରେ ସାବଧାନ ଇଣ୍ଡିଆ, କିଛି ରିୟଲିଟି ଶୋ’ ଓ ନ୍ୟୁଜ ଦେଖିବାକୁ ଭଲ ପାଏ।
ବ୍ୟସ୍ତ ଜୀବନରେ ସମୟ ମିଳିଲେ କ’ଣ କରନ୍ତି ?
ମୋ କୁନି ଝିଅ ସହ ଖେଳେ। ପୁରୁଣା ବନ୍ଧୁଙ୍କ ସହ କଥା ହୁଏ, କିନ୍ତୁ ଜମା ବହି ପଢିବାକୁ ଭଲ ପାଏନାହିଁ।
ପରିବାରରେ କିଏ କିଏ ଅଛନ୍ତି ?
ବାପା ମାଆ, ଭଉଣୀ, ସହଧର୍ମିଣୀ ଓ ଗୋଟେ କୁନି ଝିଅ।
ଆପଣଙ୍କ ରୁଚି ?
ଗିଟାର ବଜାଇବା।
ଛାତ୍ର ଜୀବନର କିଛି ଅନୁଭୂତି ?
କଲେଜରେ ପଢିବା ବେଳେ ସ୍ମୃତି ନାମ୍ନୀ ଜଣେ ବାନ୍ଧବୀଙ୍କୁ ଜନ୍ମଦିନ ଅଭିନନ୍ଦନ ଜଣାଇବାକୁ ଫୋନ୍‌ କଲି। ତାଙ୍କ ବାପା ଫୋନ୍‌ ଉଠାଇ ସେପଟୁ ପ୍ରଶ୍ନ କଲେ- କିଏ କହୁଛ ? ମଁୁ ଉତ୍ତର ଦେଲି- ରୋମିଓ କହୁଛି। ମୋ ନାଁ ଶୁଣି ମଉସା ଭାବିନେଲେ ଯେ କେହି ଜଣେ ରୋଡ ରୋମିଓ ଝିଅକୁ ଫୋନ୍‌ରେ ହଇରାଣ କରୁଛି। ବାସ୍‌ ତା’ପରେ ଚେତାବନୀ ସାଙ୍ଗକୁ ମୋ ଉପରେ ଗାଳିବର୍ଷଣ ହେଲା। ଛାତ୍ର ଜୀବନରେ ମୋ ନଁା ପାଇଁ ବେଳେ ବେଳେ ଏମିତି ଅସ୍ବାଭାବିକ ପରିସ୍ଥିତିର ସମ୍ମୁଖୀନ ହୋଇଛି।
କେଉଁ ସ୍ମୃତି ସ୍ମରଣୀୟ ?
୨୦୦୨ ମସିହା କଥା। ଖୋର୍ଦ୍ଧାରେ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗିତାରେ ମୋ ନିର୍ଦ୍ଦେଶିତ ଓ ଅଭିନୀତ ନାଟକ ‘ଧୁନ୍ଦି’କୁ ବିଭିନ୍ନ ବର୍ଗରେ ସର୍ବମୋଟ ୯ ଟି ପୁରସ୍କାର ମିଳିଥିଲା। ମୁଁ ନିଜେ ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲି। ମୁଖ୍ୟଅତିଥି ତଥା ସେତେବେଳର ସାଂସଦ ପ୍ରସନ୍ନ ପାଟଶାଣୀଙ୍କଠାରୁ ମୁଁ ବାରମ୍ବାର ପୁରସ୍କାର ଗ୍ରହଣ କରୁଥିଲି। ପୁଣିଥରେ ଯେତେବେଳେ ମୁଁ ପୁରସ୍କାର ଗ୍ରହଣ କରିବାକୁ ମଞ୍ଚ ଉପରକୁ ଗଲି ସେ ଥଟ୍ଟାରେ ଆଉ ପୁରସ୍କାର ଦିଆଯିବ ନାହିଁ ବୋଲି କହିଥିଲେ। ମୁଁ ମଞ୍ଚରୁ ଓହ୍ଲାଇ ଆସିବା ପରେ, ନିଜେ ମଞ୍ଚ ତଳକୁ ଆସି ମତେ କୁଣ୍ଢେଇଧରି ପୁରସ୍କାର ମୋ ହାତରେ ଧରାଇ ଦେଇ କହିଥିଲେ ”ତୁମ ଦାଢ଼ିକୁ ମୋ ଦାଢ଼ି, ଆସ ହେବା ଭିଡ଼ାଭିଡ଼ି“।
-ଶଶାଙ୍କ ଶେଖର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri