ବିବର୍ତ୍ତିତ ବିଶ୍ବରେ ଗୁରୁଙ୍କ ସ୍ବରୂପ

ଜନାର୍ଦ୍ଦନ ମିଶ୍ର

 

ଆଜିର ଇଣ୍ଟରନେଟ ଓ ଡିଜିଟାଲ ଦୁନିଆରେ ବିଶଗୁରୁ ସାଜିଛି ଗୁଗୁଲ। ଆଖି ପଲକରେ ମିଳୁଛି ଯେକୌଣସି ସୂଚନା କିମ୍ବା ପ୍ରଶ୍ନର ସହଜ ଉତ୍ତର। ବିବର୍ତ୍ତିତ ବିଶ୍ବରେ ମହାନନ ଗୁରୁଙ୍କର ସଂଖ୍ୟାୁ ହ୍ରାସ ପାଇ ନ ଥିଲେ ବି ଗୁରୁ ପରମ୍ପରାରେ ଆସିଛି ଅନେକ ପରିବର୍ତ୍ତନ। ୨୦୧୭ ସୁଦ୍ଧା କେବଳ ଆମେରିକାରେ ଷାଠିଏ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଅନ୍‌ଲାଇନ ଶିକ୍ଷା ସହିତ ଯୋଡ଼ି ହୋଇସାରିଛନ୍ତି। ପାରମ୍ପରିକ ଶିକ୍ଷା ଓ ଗୁରୁଙ୍କ ମୁଖ ନିଃସୃତ ଜ୍ଞାନ ଏମାନଙ୍କ ପାଇଁ ଗ୍ରହଣୀୟ ହୋଇପାରି ନାହିଁ। ସୁତରାଂ କ୍ଷୁର୍ଣ୍ଣ ହୋଇଛି ଗୁରୁଙ୍କ ଗରିମା ଓ ଶିଷ୍ୟଙ୍କର ସମର୍ପିତ ଭାବ, ଉଭେଇ ଯାଉଛି ଧୌମ୍ୟ-ଉପମନ୍ୟୁ ତଥା ଦ୍ରୋଣ-ଏକଲବ୍ୟଙ୍କ ପରି ସେହି ମହାନ ଗୁରୁ-ଶିଷ୍ୟ ସମ୍ପର୍କ।
ବିବର୍ତ୍ତନ ହିଁ ବିଶ୍ବର ଅବଧାରିତ ବାସ୍ତବତା। ତେଣୁ ପ୍ରଚଳିତ ପରମ୍ପରାରେ ପରିବର୍ତ୍ତନ ହେବା ସ୍ବାଭାବିକ। ପରିବର୍ତ୍ତନର ଏହି ପ୍ରବୃତ୍ତି ଜୀବନର ପ୍ରାୟ ସବୁ କ୍ଷେତ୍ରକୁ ସ୍ପର୍ଶ କରିଛି। ସେହିପରି ଏକ ସ୍ବତନ୍ତ୍ର କ୍ଷେତ୍ର ହେଉଛି ବିଶ୍ବସ୍ତରୀୟ ଗୁରୁ ପରମ୍ପରା। ଗୁରୁ ପରମ୍ପରା ଓ ଜୀବନରେ ଗୁରୁଙ୍କ ମହତ୍ତ୍ବ ବିଷୟରେ ବିଶ୍ଲେଷଣ କଲାବେଳେ ମନେପଡ଼ନ୍ତି ଗୁରୁ ଗୋବିନ୍ଦ ସିଂ। ସେ ତାଙ୍କ ଦୋହାରେ ଉଲ୍ଲେଖ କରିଛନ୍ତି : ଗୁରୁ ଗୋବିନ୍ଦ ଦୌ ଖଡ଼େ, କାକେ ଲାଗୁଁ ପା। ବାଲିହାରୀ ଗୁରୁ ଆପ୍‌ନେ, ଯିନେ ଗୋବିନ୍ଦ ଦିୟୋ ବତାୟ। ଏହାର ଅର୍ଥ ହେଉଛି ଗୁରୁ ଅର୍ଥାତ ଆମ ଶିକ୍ଷକ ଏବଂ ଭଗବାନ ଏକାଠି ଠିଆ ହୋଇଥିଲେ ମନରେ ଦ୍ୱନ୍ଦ୍ୱ ଉପୁଜେ ଯେ କାହାର ଚରଣ ପ୍ରଥମେ ସ୍ପର୍ଶ କରିବା ଉଚିତ। ଏହି ଦ୍ୱନ୍ଦ୍ୱକୁ ସରଳ କରିବାକୁ ଯାଇ ଭଗବାନ ଉତ୍ତର ଦିଅନ୍ତି ଯେ, ଗୁରୁ ହିଁ ଭଗବାନଙ୍କ ନିକଟରେ ପହଞ୍ଚିବାରେ ରାସ୍ତା ଦେଖାଇଥାଆନ୍ତି। ଏଥିପାଇଁ ସର୍ବପ୍ରଥମେ ଗୁରୁଙ୍କ ଚରଣ ସ୍ପର୍ଶ କରିବା ଉଚିତ୍‌। ତେଣୁ ଗୁରୁଙ୍କର ନିଷ୍ଠା ଓ ପ୍ରତିବଦ୍ଧତାକୁ ସ୍ବୀକାର କରିଛନ୍ତି ଅନେକ ଯଶସ୍ବୀ।
ବିଶ୍ବରେ ଗୁରୁବାଦର ଭିତ୍ତିଭୂମି ସର୍ବପୁରାତନ ସଭ୍ୟତା ମେସୋପୋଟାମିଆଁରୁ ହିଁ ଆରମ୍ଭ ହୋଇଥିଲା। ଅବଶ୍ୟ ତତ୍କାଳୀନ ମେସୋପୋଟାମିଆଁ ସମାଜରେ ଗୁରୁ ବା ଶିକ୍ଷକ ନ ଥିଲେ, ଥିଲେ ପୁରୋହିତ। ସେମାନେ ଥିଲେ ରାଜା ଓ ସମ୍ଭ୍ରାନ୍ତ ଶ୍ରେଣୀର ଶିକ୍ଷକ। ପ୍ରାୟ ଦୁଇ ହଜାର ବର୍ଷ ଏହି ପ୍ରକାର ଗୁରୁ ପରମ୍ପରା ଚାଲିଲା ପରେ ବିଦ୍ୟାଳୟ ପରମ୍ପରାର ଭିତ୍ତିପ୍ରସ୍ତର ପାଲଟିଲା ପ୍ରାଚୀନ ଗ୍ରୀସ। ସେଠାରେ ଆରମ୍ଭ ହେଲା ଯୁଦ୍ଧ, ସଙ୍ଗୀତ ଓ ଲିଖନ ଶୈଳୀ ପାଇଁ ସତନ୍ତ୍ର ବିଦ୍ୟାଳୟ। ହେଲେ ଗୁରୁ ପରମ୍ପରା ଆଦୌ ନଷ୍ଟ ହୋଇ ନ ଥିଲା। କାରଣ ସେସବୁ ବିଦ୍ୟାଳୟର ମୁଖ୍ୟ ପୁରୋଧାମାନେ ପାଲଟିଥିଲେ ପ୍ଲାଟୋ, ଆରିଷ୍ଟଟଲ ତଥା ଆହୁରି ଅନେକ ଦାର୍ଶନିକ। ସକ୍ରେଟିସୀୟ ଶିକ୍ଷା ପ୍ଲାଟୋଙ୍କ ଜୀବନକୁ କରିଥିଲା ସ୍ବୟଂସମ୍ପୂର୍ଣ୍ଣ। ସେଥିପାଇଁ ପ୍ଲାଟୋଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ ଦାର୍ଶନିକ ଆରିଷ୍ଟଟଲ। କ୍ରମେ ଗୁରୁ ପରମ୍ପରାର ଅବିରାମ ସ୍ରୋତ ବହି ଚାଲିଲା। ଆରିଷ୍ଟଟଲ୍‌ଙ୍କ ଆର୍ଶୀବାଦରୁ ତାଙ୍କର ପ୍ରତିଭାସମ୍ପନ୍ନ ଶିଷ୍ୟ ଆଲେକ୍‌ଜାଣ୍ଡାର ହୋଇପାରିଥିଲେ ବିଶ୍ବ ବିଖ୍ୟାତ। ସେମାନଙ୍କ ଜୀବନ ଦର୍ଶନରୁ ସମସାମୟିକ ଶିକ୍ଷାର ପ୍ରଚାରପ୍ରସାର ହେବାସହ ଜୀବନକୈନ୍ଦ୍ରିକ ବା ଗୁରୁକୈନ୍ଦ୍ରିକ ଶିକ୍ଷା ପୃଥିବୀର ମାର୍ଗଦର୍ଶକ ହୋଇପାରିଥିଲା। ଗୁରୁଙ୍କ ଗୁରୁତ୍ ସମାଜରେ ଏକ ସତନ୍ତ୍ର ସ୍ଥାନ ନେଲେ। ପରେ ଗୁରୁ ସଂସ୍କୃତିକୁ ଆଗକୁ ନେଇଥିଲା ବିଶାଳ ରୋମ୍‌। ଗ୍ରୀସ୍‌ ପତନ ପରେ ସେଠାରୁ ବିତାଡିତ, ମୁକ୍ତ ଦାସମାନେ ରୋମ ସମାଜର ଶିକ୍ଷା ବ୍ୟବସ୍ଥାକୁ ସଜାଡିବାରେ ସହାୟକ ହେଲେ। ପରେ ରୋମୀୟ ବ୍ୟବସ୍ଥା ସମଗ୍ର ୟୁରୋପୀୟ ଶିକ୍ଷା ବ୍ୟବସ୍ଥାକୁ ବ୍ୟାପକ ଭାବରେ ପ୍ରଭାବିତ କଲା। କିନ୍ତୁ ମଧ୍ୟଯୁଗୀୟ ୟୁରୋପରେ ଶିକ୍ଷାଦାନର ସ୍ବରୂପ ପରିବର୍ତ୍ତନ ହୋଇଗଲା। ଗୀର୍ଜାର ପାଦ୍ରୀମାନେ ଧର୍ମ ସହିତ ଶିକ୍ଷାକୁ ଏକାକାର କରିଦେଲେ। ଗୀର୍ଜାର ବାରଣ୍ଡାରେ ଗୁରୁ ସାଜିଲେ ଧର୍ମଗୁରୁ ଅର୍ଥାତ୍‌ ପାଦ୍ରିମାନେ। କିନ୍ତୁ ଷୋଡ଼ଶ ଶତାବ୍ଦୀର ପ୍ରୋଟେଷ୍ଟାଣ୍ଟଆନ୍ଦୋଳନ ୟୁରୋପରେ ସୃଷ୍ଟିକଲା ଅନେକ ବିଦ୍ୟାଳୟ ଓ ମହାବିଦ୍ୟାଳୟ। ସେ ସବୁ ସଂସ୍ଥାରେ ନିଯୁକ୍ତି ପାଇଲେ ଅନେକ ଶିକ୍ଷୟିତ୍ରୀଶିକ୍ଷକ। ପୁଣି ଥରେ ଗୁରୁବାଦ ମହିମାନ୍ବିତ ହେଲା। ଏହା ୟୁରୋପରୁ ପୃଥିବୀର ପ୍ରାୟ ସମସ୍ତ ଅଞ୍ଚଳକୁ ବ୍ୟାପୀ ଆଜି ପର୍ଯ୍ୟନ୍ତ ଦୀପ୍ତିମାନ। ବିଂଶ ଶତାବ୍ଦୀର ଅନେକ ମହାନ ଗୁରୁ ଓ ସେମାନଙ୍କ ଛାତ୍ରୀଛାତ୍ର ଆଜି ବି ଆମ ପାଇଁ ମହନୀୟ। ଆନି ସୁଲିଭାନ ଓ ତାଙ୍କର ଛାତ୍ରୀ, ଅନ୍ଧୁଣୀ ହେଲେନ କେଲର୍‌ କିମ୍ବା ରାମକୃଷ୍ଣ ପରମହଂସ ଓ ତାଙ୍କର ଛାତ୍ର ବିବେକାନନ୍ଦ ବିଶ୍ୱ ଦରବାରକୁ ବିମୋହିତ କରିଛନ୍ତି।
ପ୍ରତିବର୍ଷ ଭାରତରେ ଗୁରୁ ପୂର୍ଣ୍ଣିମା ଓ ଗୁରୁ ଦିବସ ପାଳନ କରାଯାଏ। ଗୁରୁ ପୂର୍ଣ୍ଣିମା ଦିନ ମହାଭାରତର ରଚୟିତା ବ୍ୟାସଦେବଙ୍କ ସମ୍ମାନାର୍ଥେ ଗୁରୁକୁଳ ଓ ଶିକ୍ଷା ଅନୁଷ୍ଠାନରେ ଗୁରୁପୂର୍ଣ୍ଣିମା ପାଳନ କରାଯାଉଥିବାବେଳେ ଭାରତର ଜଣେ ସର୍ବମାନ୍ୟ ଗୁରୁ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ ପୂଜା ପାଆନ୍ତି ଗୁରୁ ଦିବସ ଅର୍ଥାତ୍‌ ସେପ୍ଟେମ୍ବର ୫ ତାରିଖରେ। ବିଶ୍ୱସ୍ତରରେ ମଧ୍ୟ ଅକ୍ଟୋବର ୫ତାରିଖରେ ବିଶ୍ୱ ଗୁରୁ ଦିବସ ପାଳନ କରାଯାଏ। ଏସବୁ ଅବସରରେ ଆମେ ଅତୀତର ସେହି ମହାନ ଗୁରୁମାନଙ୍କ ସ୍ମୃତିଚାରଣ କରୁ ସତ, କିନ୍ତୁ ବାସ୍ତବ ଜୀବନରେ ଗୁରୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ତଥା ପରଂବ୍ରହ୍ମଙ୍କ ସ୍ଥାନ ନେଇ ପାରନ୍ତିନି। କାରଣ ବିଶ୍ୱସ୍ତରରେ ଆଜି ସୃଷ୍ଟି ହୋଇଛି ଭିନ୍ନ ଏକ ପରମ୍ପରା। ଗୁରୁ ଆଉ କେବଳ ଜଣେ ବ୍ୟକ୍ତି ବିଶେଷ ହୋଇ ରହି ନାହାନ୍ତି। ଆଜିର ଗୁରୁଙ୍କ ଚିଠାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକଙ୍କ ସହିତ ଅଛନ୍ତି କମ୍ପ୍ୟୁଟର୍‌, ମୋବାଇଲ, ଖବର କାଗଜ, ଆହୁରି ଅନେକ କିଛି। ଆଜି କେବଳ ଗୁରୁଙ୍କ ଶିକ୍ଷାଦାନ ଶୈଳୀରେ ପରିବର୍ତ୍ତନ ହୋଇନି, ପରିବର୍ତ୍ତନ ହୋଇଛି ଗୁରୁଙ୍କ ସଜ୍ଞାରେ। କାରଣ ଗୁରୁ ପୂର୍ଣ୍ଣିମା ଓ ଗୁରୁ ଦିବସ ବିଷୟରେ ଅଧିକ ଜାଣିବା ପାଇଁ ଆମେ ଧାଇଁଥାନ୍ତି ଗୁଗୁଲ ଗୁରୁଙ୍କ ନିକଟକୁ। ଗୁରୁବାଣୀ ଓ ପୁସ୍ତକ ପଠନର ପୌନଃପୌନିକତା ଭିତରେ ଆଜିର ଦୁନିଆ ସତରେ ଥକି ପଡିଛି। ସେଥିପାଇଁ ତୁରନ୍ତ ଜ୍ଞାନ ପ୍ରଦାନକାରୀ ଗୁଗଲ ଗୁରୁ ହିଁ ଆଜିର ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ସବୁକିଛି। କ୍ଷୀପ୍ର ଗତିରେ ବଦଳୁଥିବା ଆମ ସମୟର ଶିକ୍ଷା ବ୍ୟବସ୍ଥା ସହିତ ତାଳ ଦେଇ ବିଦ୍ୟାଳୟର ଶିକ୍ଷା ଓ ଗୁରୁଙ୍କର ଜ୍ଞାନ ବଦଳି ପାରିନି। ସେଥିପାଇଁ ଆମେ ଆପଣେଇଛୁ ଗୁରୁଙ୍କର ଭିନ୍ନ ଏକ ରୂପକୁ – ଗୁଗୁଲ ଗୁରୁଙ୍କୁ। କାରଣ ତାହା ସୁବିଧାରେ ଉପଲବ୍ଧ, ଚଳଚଞ୍ଚଳ, ଆଧୁନିକ ଓ ଜ୍ଞାନର ଭଣ୍ଡାର ସାଜି ପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୌମ୍ୟ ହତ୍ୟା ମାମଲା: ଝାରପଡ଼ା ଜେଲ୍‌ରେ ୨୦ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଭୁବନେଶ୍ୱର, ୭।୭: ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାର ତଦନ୍ତକୁ ଆହୁରି ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଏହି କ୍ରମରେ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍‌ ଆଜି ଭୁବନେଶ୍ୱର ଝାରପଡ଼ା ସ୍ପେସିଆଲ୍‌…

ଗୁଜରାଟ ସିରିଏଲ ବିସ୍ଫୋରଣ ମାମଲାରେ ବଡ଼ ରାୟ: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ

ଅହମଦାବାଦ,୭।୭: ୨୦୦୮ ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, ଗୁଜରାଟ ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ବଜାୟ ରଖିଛନ୍ତି। ହାଇକୋର୍ଟ ୩୮ ଜଣ…

ବୋର୍ଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ: ଘରେ ଶୋଇଥିବା ବେଳେ କଳାକାନା ବୁଲାଇଲେ ଚୋର, ଲକ୍ଷାଧିକ ଟଙ୍କା ସହ ସୁନା-ରୁପା ଅଳଙ୍କାର ଲୁଟ୍‌

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗ୍ରାମରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତି ପ୍ରାୟ…

୧୦୮ ଆମ୍ବୁଲାନ୍ସ ଭିତରେ ଜନ୍ମ ହେଲା ଶିଶୁ କନ୍ୟା: ଫାର୍ମାସିଷ୍ଟଙ୍କ ମହାନତାକୁ ପ୍ରଶଂସା

ଗୁଣପୁର,୭।୭(ସୁଜାତା ପାଢ଼ୀ): ମାନବତା ଏବେ ବି ବଞ୍ଚିଛି । ରାୟଗଡା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯୁଗଳ କିଶୋର ଶବର ମହାନତା ଦେଖାଇ…

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ…

ଜାକର୍ତ୍ତା,୭।୭: ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛି। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସବିଆଣ୍ଟୋ ଘୋଷଣା କରିଛନ୍ତି, ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘Bintang…

ବୈତରଣୀରେ ବଢ଼ୁଛି ବନ୍ୟା, ଧସୁଛି ନଦୀବନ୍ଧ: ରାସ୍ତା ବିଚ୍ଛିନ୍ନ ହେବାର ଆଶଙ୍କା

ଧାମନଗର,୭।୭ (କାଳନ୍ଦି ବେହେରା): ଭଦ୍ରକ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ପାଞ୍ଚ ଦିନ ଧରି ବୈତରଣୀ ନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର…

ଟ୍ରମ୍ପଙ୍କୁ ପ୍ରକୃତରେ କେଉଁ ପ୍ରକାରର ସାହାଯ୍ୟ ମାଗୁଛନ୍ତି ଜେଲନସ୍କି? ଜାଣନ୍ତୁ ଏହା ପଛର ବଡ଼ କାରଣ

କ୍ୱିଭ,୭।୭: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାକୁ ବାୟୁ ପ୍ରତିରକ୍ଷା ପାଇଁ ସମର୍ଥନ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସେ ଆମେରିକାକୁ ଦେଶୀୟ ସ୍ତରରେ ପାଟ୍ରିଅଟ କ୍ଷେପଣାସ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri