‘ବାତ୍ୟା ଘରଭଙ୍ଗା ସର୍ଭେରେ ଜାଲିଆତି ହୋଇଛି’

ଭୁବନେଶ୍ୱର,୨।୭(ବ୍ୟୁରୋ): ଗତ ମେ’ ୩ ତାରିଖରେ ହୋଇଥିବା ବାତ୍ୟା ଫନୀକୁ ନେଇ ବିଧାନସଭାରେ ବିରୋଧୀ ଶାସକ ଦଳକୁ ହଲାପଟ ା କରିଛନ୍ତି। ପୁରୀ ଜିଲାର ବହୁ ବାତ୍ୟା ବିପନ୍ନଙ୍କ ଘରକୁ ବିଦ୍ୟୁତ୍‌ ପହଞ୍ଚି ପାରିଲାନାହିଁ। ଲୋକମାନଙ୍କ ଧନୀସମ୍ପତି ଉଜୁଡିଯାଇଛି। ଏ ପର୍ଯ୍ୟନ୍ତ ଲୋକମାନେ ଘରଭଙ୍ଗା ଟଙ୍କା ପାଇଲେ ନାହିଁ। ଘରଭଙ୍ଗା ସର୍ଭେରେ ଜାଲିଆତି ହୋଇଛି। ଆର୍‌ଆଇମାନେ ଭୁବନେଶ୍ୱରରେ ବଡ଼ ବଡ଼ ବିଲ୍‌ଡରଙ୍କର କାମ କରୁଛନ୍ତି, ଗାଁ ଗହଳିକୁ ଯାଉନାହାନ୍ତି। ତୁରନ୍ତ ଗରିବ ଲୋକଙ୍କ ପାଇଁ କାମ କର, ନଚେତ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ବିରୋଧୀ ଦଳ ଚେତାଇ ଦେଇଛନ୍ତି। ସୋମବାର ବିଧାନସଭାରେ ଭାଜପା ପକ୍ଷରୁ ‘ବାତ୍ୟା ଫନୀର ପୁନରୁଦ୍ଧାର ଓ ଥଇଥାନ କରିବାରେ ଓଡ଼ିଶା ସରକାର ବିଫଳ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା।
ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭ କରି ଭାଜପା ସଭ୍ୟ ବିଷ୍ଣୁଚରଣ ସେଠୀ କହିଲେ, ହୁଡୁହୁଡୁ, ତିତ୍‌ଲିଠାରୁ ଫନୀ ଅଧିକ ପ୍ରଭାବଶାଳୀ ହୋଇଛି। ସରକାର କିଛି କଲେ ନାହିଁ। ରାଜ୍ୟ ସରକାର ୧୫ ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳରେ ରଖିଲେ। କେଉଁଠି ରଖିଲେ, ଏହାର ତଦନ୍ତ ହେବା ଦରକାର। ପୁନରୁଦ୍ଧାର ଓ ଥଇଥାନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି।
କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ସରକାରଙ୍କୁ ସମାଲୋଚନା କରି କହିଲେ, ଫନୀରେ ୧୪ ଜିଲା ଅବସ୍ଥା ଶୋଚନୀୟ। ପୁରୀ ଅବସ୍ଥା ସାଂଘାତିକ। ଗରିବଙ୍କ ଘର ଭାଙ୍ଗିଛି, ଏପର୍ଯ୍ୟନ୍ତ ରିପୋର୍ଟ ହୋଇନି। ଆର୍‌ଆଇ, ଅମିନମାନେ ବିଲ୍‌ଡର କାମ କରୁଛନ୍ତି। ଘରଭଙ୍ଗା ସର୍ଭେ ହୋଇପାରୁ ନାହିଁ। ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଉ ଯେ ତୁରନ୍ତ ଗରିବ ଲୋକଙ୍କ ଘରଭଙ୍ଗା ତଦନ୍ତ କରନ୍ତୁ। ବର୍ଷା ପରେ ଅବସ୍ଥା ସାଂଘାତିକ। ଡ୍ରେନ୍‌ ବ୍ୟବସ୍ଥା ଫେଲ୍‌। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଏ ସବୁର ପୁନରୁଦ୍ଧାର କିପରି ହେବ ତା’ର ବ୍ୟବସ୍ଥା କରିବା ଦରକାର। ଆନ୍ଧ୍ର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣାରୁ ଗହମ, ମାଛ, ଅଣ୍ଡା, ପନିପରିବା, ଡାଲି ଆସୁଛି ଆମେ ଖାଉଛୁ। ଆମକୁ ଲଜ୍ଜା ଲାଗିବା କଥା। ରାଜ୍ୟରେ କି ବିକାଶ ହୋଇଛି। ଗରିବଙ୍କ କାମ କର, ନଚେତ୍‌ ଆନ୍ଦୋଳନ ହେବ ବୋଲି ସେ କହିଥିଲେ।
ଭାଜପା ସଭ୍ୟ ଜୟନ୍ତ ଷଡ଼ଙ୍ଗୀ କହିଲେ, ଯାହାର ରାଶନ କାର୍ଡ ନାହିଁ ସେମାନେ ସହାୟତା ପାଇଲେ ନାହିଁ। ଘରଭଙ୍ଗା ତାଲିକା ତ୍ରୁଟିପୂର୍ଣ୍ଣ ରହିଛି, ଯାହାର ଘର ଭାଙ୍ଗିନି ତାଙ୍କର ନାମ ଅଛି। ଆଉଥରେ ଏହାର ତଦନ୍ତ କରାଯାଉ। ୨ ମାସ ପରେ ବି ଲୋକଙ୍କ ଅବସ୍ଥା ସୁଧୁରି ନାହିଁ। ପଲିଥିନ ଟାଙ୍ଗି ଆଜି ବି ବନ୍ଧବାଡ଼ରେ ଲୋକେ ଅଛନ୍ତି। ବିଦ୍ୟୁତ୍‌ ଏବେ ବି ନାହିଁ। ଘରଭଙ୍ଗା ତଦନ୍ତରେ ସ୍ବଚ୍ଛତା ରହୁ। ପୁରୀକୁ ବିଶେଷ ଭାବେ ଦୃଷ୍ଟି ଦେବାକୁ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
କଂଗ୍ରେସ ସଭ୍ୟ ମହମ୍ମଦ ମୋକିମ୍‌ କହିଛନ୍ତି ଯେ, ଘରଭଙ୍ଗା ରିପୋର୍ଟରେ ସ୍ବଚ୍ଛତା ନାହିଁ। ତାଲିକାରେ ଗୋଟିଏ ପରିବାରର ୨/୩ ଜଣଙ୍କ ନାମ ରହିଛି। କଟକ ସହରରେ ଅବସ୍ଥା ଏବେ ବି ଶୋଚନୀୟ। ବିଦ୍ୟୁତ୍‌ ଅବସ୍ଥା ଠିକ୍‌ ନାହିଁ। ସହରରେ ଗଛ ଲଗାଇବା ବ୍ୟବସ୍ଥା ହୋଇନାହିଁ। କଟକ ଓ ଏହା ଆଖପାଖ ଅଞ୍ଚଳରେ ଏପର୍ଯ୍ୟନ୍ତ ଆର୍‌ଆଇ ପହଞ୍ଚିନାହାନ୍ତି ବୋଲି ସେ କହିଥିଲେ। ମୁଲତବୀ ପ୍ରସ୍ତାବକୁ ବିରୋଧ କରି ବିଜେଡି ସଭ୍ୟ ପ୍ରଦୀପ ମହାରଥୀ, ଉମାକାନ୍ତ ସାମନ୍ତରାୟ, ରାଜେନ୍ଦ୍ର ସାହୁ ପ୍ରମୁଖ ଫନୀ ପୂର୍ବରୁ ଓ ପରେ ରାଜ୍ୟ ସରକାର କି କି କାମ କରିଛନ୍ତି ସେସବୁର ଅବତାରଣା କରିବା ସହ ଦେଶ ବିଦେଶରେ ଓଡ଼ିଶାର ପ୍ରଶଂସା ହେଉଥିବା ଦର୍ଶାଇଥିଲେ। ମୁଲତବୀ ଆଲୋଚନାର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ ଯେ, ୯୧୭୬ ବାତ୍ୟା ଆଶ୍ରୟସ୍ଥଳୀ, ସରକାରୀ କୋଠା ଓ ସ୍କୁଲଗୃହକୁ ୧୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଫନୀରେ ୬୪ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଠି ଘରଭଙ୍ଗା ତଦନ୍ତରେ ସମସ୍ୟା ରହିଛି, ସେଠାରେ ପୁଣି ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯିବ। ଏଥିସହିତ ମନ୍ତ୍ରୀ ଫନୀ ଲାଗି ସରକାର କି ପଦକ୍ଷେପ ନେଇଥିଲେ ସେନେଇ ୫ ପୃଷ୍ଠାର ଉତ୍ତର ପଢ଼ି ଶୁଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…

ଚାକିରି ନୁହେଁ ବ୍ୟବସାୟରେ ରାଜ୍‌ କରନ୍ତି ଏହି ୬ ରାଶି, ନିଜ ଦମ୍‌ରେ ପାଆନ୍ତି ବଡ଼ ସଫଳତା

ବ୍ୟବସାୟ ଦୁନିଆରେ କିଛି ଲୋକ ଖୁବ କମ ସମୟରେ ସଫଳତାର ଶୀର୍ଷରେ ପହଞ୍ଚିଯାଆନ୍ତି, ଆଉ କିଛି ଲୋକ ବର୍ଷ ବର୍ଷ ଧରି ପରିଶ୍ରମ କରିବା ପରେ ମଧ୍ୟ…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

ଭୟରେ ଝାରମୁଣ୍ଡାବାସୀ; ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ସୁରକ୍ଷା ବାଡ଼…

ରିଷିଡା,୭।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡା ଗ୍ରାମରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

ଅନ୍ତେବାସୀଙ୍କ ହଷ୍ଟେଲ ଛାଡିବା ଘଟଣାକୁ ମାସେ, ଆଜି ବି ଶ୍ରେଣୀ ଗୃହରେ ଚାଲିଛି ଛାତ୍ରାବାସ

ଝରିଗାଁ,୭।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅନ୍ତେବାସୀଙ୍କ ହଷ୍ଟେଲ ଛାଡିବା ଘଟଣାକୁ ଏହାରି ମଧ୍ୟରେ ମାସେ…

ଉପନିର୍ବାଚନନ ଘୋଷଣା: ଏହି ସିଟ୍‌ରୁ ନିର୍ବାଚନ ଲଢିବେ ମମତା ବାନାର୍ଜୀ! ରାଜନୀତିରେ ଚହଳ

କୋଲକାତା,୭।୯: ୪ଟି ରାଜ୍ୟର ୬ଟି ଆସନରେ ଉପନିର୍ବାଚନନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହି ଆସନଗୁଡ଼ିକରେ ଅକ୍ଟୋବର ୬ ତାରିଖରେ ଭୋଟଗ୍ରହଣ ହେବ ଏବଂ ଅକ୍ଟୋବର…

ଶିକ୍ଷାଦାନକୁ ବ୍ରତ କରିଥିବା ନିଆରା ମଣିଷ ମହେଶ୍ୱର

ଖଡ଼ିଆଳ,୭ା୯(ସୁଜିତ କୁମାର ପ୍ରଧାନ): ଶିକ୍ଷାଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଜଣେ ନିଆରା ମଣିଷ ହେଉଛନ୍ତି ମହେଶ୍ୱର ରାଉତରାଏ। ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମର ମହେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri