‘ବାତ୍ୟା ଘରଭଙ୍ଗା ସର୍ଭେରେ ଜାଲିଆତି ହୋଇଛି’

ଭୁବନେଶ୍ୱର,୨।୭(ବ୍ୟୁରୋ): ଗତ ମେ’ ୩ ତାରିଖରେ ହୋଇଥିବା ବାତ୍ୟା ଫନୀକୁ ନେଇ ବିଧାନସଭାରେ ବିରୋଧୀ ଶାସକ ଦଳକୁ ହଲାପଟ ା କରିଛନ୍ତି। ପୁରୀ ଜିଲାର ବହୁ ବାତ୍ୟା ବିପନ୍ନଙ୍କ ଘରକୁ ବିଦ୍ୟୁତ୍‌ ପହଞ୍ଚି ପାରିଲାନାହିଁ। ଲୋକମାନଙ୍କ ଧନୀସମ୍ପତି ଉଜୁଡିଯାଇଛି। ଏ ପର୍ଯ୍ୟନ୍ତ ଲୋକମାନେ ଘରଭଙ୍ଗା ଟଙ୍କା ପାଇଲେ ନାହିଁ। ଘରଭଙ୍ଗା ସର୍ଭେରେ ଜାଲିଆତି ହୋଇଛି। ଆର୍‌ଆଇମାନେ ଭୁବନେଶ୍ୱରରେ ବଡ଼ ବଡ଼ ବିଲ୍‌ଡରଙ୍କର କାମ କରୁଛନ୍ତି, ଗାଁ ଗହଳିକୁ ଯାଉନାହାନ୍ତି। ତୁରନ୍ତ ଗରିବ ଲୋକଙ୍କ ପାଇଁ କାମ କର, ନଚେତ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ବିରୋଧୀ ଦଳ ଚେତାଇ ଦେଇଛନ୍ତି। ସୋମବାର ବିଧାନସଭାରେ ଭାଜପା ପକ୍ଷରୁ ‘ବାତ୍ୟା ଫନୀର ପୁନରୁଦ୍ଧାର ଓ ଥଇଥାନ କରିବାରେ ଓଡ଼ିଶା ସରକାର ବିଫଳ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା।
ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭ କରି ଭାଜପା ସଭ୍ୟ ବିଷ୍ଣୁଚରଣ ସେଠୀ କହିଲେ, ହୁଡୁହୁଡୁ, ତିତ୍‌ଲିଠାରୁ ଫନୀ ଅଧିକ ପ୍ରଭାବଶାଳୀ ହୋଇଛି। ସରକାର କିଛି କଲେ ନାହିଁ। ରାଜ୍ୟ ସରକାର ୧୫ ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳରେ ରଖିଲେ। କେଉଁଠି ରଖିଲେ, ଏହାର ତଦନ୍ତ ହେବା ଦରକାର। ପୁନରୁଦ୍ଧାର ଓ ଥଇଥାନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି।
କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ସରକାରଙ୍କୁ ସମାଲୋଚନା କରି କହିଲେ, ଫନୀରେ ୧୪ ଜିଲା ଅବସ୍ଥା ଶୋଚନୀୟ। ପୁରୀ ଅବସ୍ଥା ସାଂଘାତିକ। ଗରିବଙ୍କ ଘର ଭାଙ୍ଗିଛି, ଏପର୍ଯ୍ୟନ୍ତ ରିପୋର୍ଟ ହୋଇନି। ଆର୍‌ଆଇ, ଅମିନମାନେ ବିଲ୍‌ଡର କାମ କରୁଛନ୍ତି। ଘରଭଙ୍ଗା ସର୍ଭେ ହୋଇପାରୁ ନାହିଁ। ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଉ ଯେ ତୁରନ୍ତ ଗରିବ ଲୋକଙ୍କ ଘରଭଙ୍ଗା ତଦନ୍ତ କରନ୍ତୁ। ବର୍ଷା ପରେ ଅବସ୍ଥା ସାଂଘାତିକ। ଡ୍ରେନ୍‌ ବ୍ୟବସ୍ଥା ଫେଲ୍‌। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଏ ସବୁର ପୁନରୁଦ୍ଧାର କିପରି ହେବ ତା’ର ବ୍ୟବସ୍ଥା କରିବା ଦରକାର। ଆନ୍ଧ୍ର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣାରୁ ଗହମ, ମାଛ, ଅଣ୍ଡା, ପନିପରିବା, ଡାଲି ଆସୁଛି ଆମେ ଖାଉଛୁ। ଆମକୁ ଲଜ୍ଜା ଲାଗିବା କଥା। ରାଜ୍ୟରେ କି ବିକାଶ ହୋଇଛି। ଗରିବଙ୍କ କାମ କର, ନଚେତ୍‌ ଆନ୍ଦୋଳନ ହେବ ବୋଲି ସେ କହିଥିଲେ।
ଭାଜପା ସଭ୍ୟ ଜୟନ୍ତ ଷଡ଼ଙ୍ଗୀ କହିଲେ, ଯାହାର ରାଶନ କାର୍ଡ ନାହିଁ ସେମାନେ ସହାୟତା ପାଇଲେ ନାହିଁ। ଘରଭଙ୍ଗା ତାଲିକା ତ୍ରୁଟିପୂର୍ଣ୍ଣ ରହିଛି, ଯାହାର ଘର ଭାଙ୍ଗିନି ତାଙ୍କର ନାମ ଅଛି। ଆଉଥରେ ଏହାର ତଦନ୍ତ କରାଯାଉ। ୨ ମାସ ପରେ ବି ଲୋକଙ୍କ ଅବସ୍ଥା ସୁଧୁରି ନାହିଁ। ପଲିଥିନ ଟାଙ୍ଗି ଆଜି ବି ବନ୍ଧବାଡ଼ରେ ଲୋକେ ଅଛନ୍ତି। ବିଦ୍ୟୁତ୍‌ ଏବେ ବି ନାହିଁ। ଘରଭଙ୍ଗା ତଦନ୍ତରେ ସ୍ବଚ୍ଛତା ରହୁ। ପୁରୀକୁ ବିଶେଷ ଭାବେ ଦୃଷ୍ଟି ଦେବାକୁ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
କଂଗ୍ରେସ ସଭ୍ୟ ମହମ୍ମଦ ମୋକିମ୍‌ କହିଛନ୍ତି ଯେ, ଘରଭଙ୍ଗା ରିପୋର୍ଟରେ ସ୍ବଚ୍ଛତା ନାହିଁ। ତାଲିକାରେ ଗୋଟିଏ ପରିବାରର ୨/୩ ଜଣଙ୍କ ନାମ ରହିଛି। କଟକ ସହରରେ ଅବସ୍ଥା ଏବେ ବି ଶୋଚନୀୟ। ବିଦ୍ୟୁତ୍‌ ଅବସ୍ଥା ଠିକ୍‌ ନାହିଁ। ସହରରେ ଗଛ ଲଗାଇବା ବ୍ୟବସ୍ଥା ହୋଇନାହିଁ। କଟକ ଓ ଏହା ଆଖପାଖ ଅଞ୍ଚଳରେ ଏପର୍ଯ୍ୟନ୍ତ ଆର୍‌ଆଇ ପହଞ୍ଚିନାହାନ୍ତି ବୋଲି ସେ କହିଥିଲେ। ମୁଲତବୀ ପ୍ରସ୍ତାବକୁ ବିରୋଧ କରି ବିଜେଡି ସଭ୍ୟ ପ୍ରଦୀପ ମହାରଥୀ, ଉମାକାନ୍ତ ସାମନ୍ତରାୟ, ରାଜେନ୍ଦ୍ର ସାହୁ ପ୍ରମୁଖ ଫନୀ ପୂର୍ବରୁ ଓ ପରେ ରାଜ୍ୟ ସରକାର କି କି କାମ କରିଛନ୍ତି ସେସବୁର ଅବତାରଣା କରିବା ସହ ଦେଶ ବିଦେଶରେ ଓଡ଼ିଶାର ପ୍ରଶଂସା ହେଉଥିବା ଦର୍ଶାଇଥିଲେ। ମୁଲତବୀ ଆଲୋଚନାର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ ଯେ, ୯୧୭୬ ବାତ୍ୟା ଆଶ୍ରୟସ୍ଥଳୀ, ସରକାରୀ କୋଠା ଓ ସ୍କୁଲଗୃହକୁ ୧୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଫନୀରେ ୬୪ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଠି ଘରଭଙ୍ଗା ତଦନ୍ତରେ ସମସ୍ୟା ରହିଛି, ସେଠାରେ ପୁଣି ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯିବ। ଏଥିସହିତ ମନ୍ତ୍ରୀ ଫନୀ ଲାଗି ସରକାର କି ପଦକ୍ଷେପ ନେଇଥିଲେ ସେନେଇ ୫ ପୃଷ୍ଠାର ଉତ୍ତର ପଢ଼ି ଶୁଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ, ଆଳତି ଦର୍ଶନ କରି ଆଶୀର୍ବାଦ ଲାଭ କଲେ ଜିଲାପାଳ-ଏସ୍‌ପି

ଛତ୍ରପୁର,୨୬ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୁମାର ପୂର୍ଣ୍ଣିମା ଅବସରରେ ଛତ୍ରପୁର ଲୋୟର ବସ୍‌ଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର କମ୍ପ୍ଲେକ୍ସ ପରିସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ଆରମ୍ଭ ହୋଇଛି। ପ୍ରତିବର୍ଷ…

ସୃଷ୍ଟି ହେଲା ବାତ୍ୟା: ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ

ଭୁବନେଶ୍ୱର,୨୬ା୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା । ଫଳରେ ଏହି ବାତ୍ୟାକୁ ନେଇ ଏବେ ଉପକୂଳବର୍ତ୍ତୀ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଗଭୀର ଅବପାତରୁ ରୂପ ନେଇଥିବା…

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନରୁ ଚମକିବ ୩ ରାଶିର ଭାଗ୍ୟ, ନଭେମ୍ବର ସୁଦ୍ଧା ବ୍ୟବସାୟରେ ପ୍ରବଳ ଲାଭ! ଜାଣନ୍ତୁ ସେହି ରାଶି କିଏ…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୪ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ରାହୁଙ୍କ ନକ୍ଷତ୍ର ସୱାତୀରେ ପ୍ରବେଶ କରିଛନ୍ତି। ସୂର୍ଯ୍ୟ ଏହି ନକ୍ଷତ୍ରରେ ନଭେମ୍ବର ୬, ୨୦୨୬ ପର୍ଯ୍ୟନ୍ତ ଅବସ୍ଥାନ…

ଚେନ୍ନାଇରୁ ଘରକୁ ଫେରିବାବେଳେ ରାସ୍ତାରେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଯୁବକଙ୍କ ଜୀବନ

ଦେବଗଡ଼,୨୬ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳ କୁର ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ…

ବ୍ୟାଟ ଛାଡ଼ିବେ ନା ଖେଳ ଜାରି ରଖିବେ? ଅବସର ଚର୍ଚ୍ଚା ଉପରେ ରୋହିତଙ୍କ ସ୍ପଷ୍ଟ ଜବାବ, କହିଦେଲେ…

ନୂଆଦିଲ୍ଲୀ, ୨୬।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମାଙ୍କ ଅବସରକୁ ନେଇ ଗତ କିଛି ମାସ ମଧ୍ୟରେ ଅନେକ ଥର ଗୁଜବ ସାମ୍ନାକୁ ଆସିଛି।…

ଏଇ ଭାରତରେ

ଏକାଗ୍ରତାର ସହ ନୂତନତ୍ୱର ଅନ୍ବେଷଣ କଲେ ସଫଳତା ନିଶ୍ଚୟ ମିଳେ, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ପ୍ରୟାଗରାଜର ବିମଳ କିଶୋର। ବିମଳ ଜଣେ ଦିବ୍ୟାଙ୍ଗ। ଏଣୁ ସେ…

ଶିକ୍ଷାନୁଷ୍ଠାନ ନେତୃତ୍ୱର ଅନ୍ତୁଡ଼ିଶାଳ

ଭଗବାନଙ୍କୁ ପୂଜା କରିବା ପାଇଁ ଆମେ ମନ୍ଦିରକୁ ଯାଉ। ଜ୍ଞାନ ଓ ଶିକ୍ଷା ରୂପକ ଅମୂଲ୍ୟ ରତ୍ନ ହାସଲ କରିବା ପାଇଁ ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି। ଏହି…

ନିବେଶ ଚମକ, ତୃଷାର ଛାୟା

ଭାରତରେ ଗୁଗଲ୍‌ର ପ୍ରସ୍ତାବିତ ଡାଟା ସେଣ୍ଟର ଏବଂ ଏହା ସହିତ ଜଡ଼ିତ ଜଳ ସଙ୍କଟ ଏକ ଗଭୀର ବିଡ଼ମ୍ବନାର ପର୍ଦ୍ଦାଫାଶ କରୁଛି। ସରକାର ଏହାକୁ ‘ଐତିହାସିକ ନିବେଶ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?