ବାଟବନା ହେଇଛେ ଆବାସ ଯୋଜନା: ପଲିଥିନ ତଲେ ମୁଡ଼ ଗୁଁଜିଛନ୍‌ ୭ ପରାନୀ କୁଟୁମ

ଲାଠୋର,୨୬।୮(ଡି.ଏନ୍‌.ଏ.):  ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ପକାଘର ଯୁଗେଇ ଦିଆଯାଉଛେ ବଲି ଡିଂଗ୍‌ରା ପିଟୁଛନ୍‌। ହେଲେ ଦେଖ୍‌ବାକେ ଗଲେ ଅନେକ ଜାଗାରେ ପରଶାସନିକ ଅବହେଲାର ଲାଗି ଅନେକ ହକ୍‌ଦାର ହିତାଧିକାରୀ ଇ ସୁବିଧାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ତୁରେକେଲା ବ୍ଲକ ହଲନଭଟା ପଁଚେତ୍‌ ଅଧୀନ ଖର୍ଲି ଗାଁରେ।
ଗାଁର ସୁବନ ତାଣ୍ଡି ଜନ୍‌ମୁ ଭିନ୍ନକ୍ଷମ, ତାକର କାନ୍‌ ନାଇଁ ଶୁଭ୍‌ବାର। ପରିବାର କହେଲେ ମାଏକିନା ସୁମତି, ୪ ଝି’ ମହିମା, ଯଶୋବନ୍ତି, ରଶ୍ମିତା, ଦୁର୍ଗା ଆର ଦୁଇ ପୁଓ ନିଲ ଆର ନିଲାମ୍ବରକେ ନେଇ ସଁସାର। ୫୦ ଡେସିମିଲ ଜମିକେ ଛାଡ଼ିଦେଲେ ତାକର କିଛି ସଁପତି ନଁାଇଁନ। ପରିବାରରେ ସବୁବେଲେ ଅଭାବ ଅନାଟନ ଲାଗି ରହିଛେ। ବଡ଼ ଝି’ ମହିମାକେ ଧାର ଉଧାର କରି ବିହାଚୁରା କରିଛନ୍‌। ବଛରକ ୬ ମାସ ବାହାର ରାଏଜ୍‌କେ ଦାଦନ ଯାଉଥିଲାବେଲେ କାବି ୬ ମାସ କୁଟୁମବସିଆ ଗାଁରେ ଲୁକ୍‌କର କାମ୍‌ବୁତା କରି ଚଲୁଛନ୍‌। ଟଁକା ପଏସା ଅଭାବ୍‌ ଲାଗି ଝି’ ଯଶୋବନ୍ତି ଆର ରଶ୍ମିତା ଅଧାରୁ ପାଠ୍‌ପଢ଼ା ଛାଡ଼ି ମା’ବାପ୍‌କେ ରୁଜ୍‌ଗାର କରବାରେ ସାହାଯ୍‌ କରୁଛନ୍‌। ଝି’ ଦୁର୍ଗା ୪ର୍ଥ ଶ୍ରେଣୀରେ ପଢ଼ୁଥିଲାବେଲେ ୨ ପୁଓ ଭିତରୁ ନିଲାମ୍ବର ଅଙ୍ଗନଓ୍ବାଡିକେ ଯାଉଛେ। ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ ମିଲୁଥିବାର ୩୫ କେ.ଜି. ଚାଉଲ। କୁଟୁମବସିଆ ଯାହା କମଉଛନ୍‌ ସେଟା ପରିବାରର ପେଟ୍‌କେ ହେଲେ ଦିହିକେ ନାଇଁ ଅଁଟ୍‌ବାର। ଏନ୍‌ତାଥି ଭଲ ଘରଖଁଡ଼େ ଅଭାବୁ ୭ ପରାନୀ କୁଟୁମ ଗୁଟେ ଭଂଗା ଦଦ୍‌ରା କୁରିଆରେ ମୁଡ଼ ଗୁଁଜିଛନ୍‌। ବରନ୍‌ଡାରେ ରଁଧାବଢ଼ା କାମ୍‌ ହେଉଛେ। ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ସୁବନ ଫିବଛର ପଁଚେତ୍‌ରୁ ବ୍ଲକ ତକ୍‌ ଦଉଡୁଛନ୍‌। ବାବୁମାନକୁ ଭେଟି, ଗୁହାରି କରି ନିରାଶ ହେଉଛନ୍‌। ସେ ଯେନ୍‌ଘରେ ପରିବାର ଧରି ରହୁଛନ୍‌ ସେ ଘରଠାନୁ ଲୁକ୍‌କର ଗାଈ ଗୁହାଲ ଶହେ ଗୁନା ଭଲ। ଇ ବାବ୍‌ଦେ ହଲନଭଟା ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଜୟସିଂ ମେହେରକୁଁ ପଚରାଲାରୁ ପରିବାରଟା ସରକାରକଁର ଏସ୍‌ଇସିସି ତାଲିକାରେ ସାମିଲ ନାଇଁ ହେଇପାରି। ଯେନ୍‌ଥିରଲାଗି ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌ ବଲି ସେ କହିଥିଲେ। ହେଲେ ଇ ଅଧ୍‌କାରୀକଁର ମତାମତକେ ନେଇ ହିତାଧିକାରୀ ଉଲଟିଆ ପ୍ରଶ୍ନ କରିଛନ୍‌। ଆମେ ମୁରୁଖ୍‌ ଲୋକ୍‌ ଆମେ ଜନଗଣନାରେ ସାମିଲ ନାଇଁହେଇ ପାରଲୁଁ, ହେଲେ ଗୁଟେ ଖାସ ଘର ଯୁଗେଇ ଦେବାରେ ପରଶାସକ କଏଁଯେ ବିଫଲ ହେଇଛନ ବଲି ସୁବନ ପ୍ରଶ୍ନ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି କଥାରେ ଝଗଡା କରନ୍ତି ଏହି ୩ ରାଶି, ଦେହକୁ ନେଇଯାଆନ୍ତି ଛୋଟ-ଛୋଟ କଥା…

ଆପଣଙ୍କ ସାଙ୍ଗ ମହଲରେ ମଧ୍ୟ ନିଶ୍ଚୟ ଏମିତି କେହି ଥିବେ, ଯିଏ ଛୋଟ କଥାକୁ ନେଇ ଯୁକ୍ତିତର୍କ (ତର୍କ-ବିତର୍କ) ଆରମ୍ଭ କରିଦିଅନ୍ତି। କଥା ସରିବା ବଦଳରେ ଲମ୍ୱା…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

ଜନ୍ମାଷ୍ଟମୀରେ ମହାସଂଯୋଗ: ଚମକିବ ୫ ରାଶିର ଭାଗ୍ୟ, କାହ୍ନାଙ୍କ କୃପାରେ ହୋଇଯିବେ ମାଲାମାଲ!

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ ଚଳିତ ବର୍ଷ ୪ ସେପ୍ଟେମ୍ୱରରେ ଶ୍ରଦ୍ଧା ଓ ଉଲ୍ଲାସର ସହିତ ପାଳିତ ହେବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ଏହି ଦିନ ଧାର୍ମିକ ଆସ୍ଥା…

୧୬.୭୨ ଲକ୍ଷ ଟଙ୍କା ଆତ୍ମସାତ: ପ୍ୟାକ୍ସର ପୂର୍ବତନ ସମ୍ପାଦକ ଶ୍ରୀପତି ପ୍ରଧାନ ଗିରଫ

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): ସାର ବିକ୍ରି ଓ ସରକାରୀ ପାଣ୍ଠି ହେରଫେର ମାମଲାରେ ଭିଜିଲାନ୍ସକୁ ବଡ଼ ସଫଳତା। ୧୬.୭୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ…

ବୁଧ-ମଙ୍ଗଳଙ୍କ ଯୋଗରେ ୪ ରାଶିଙ୍କ ଖୋଲିବ ଭାଗ୍ୟ, ୨ଗୁଣା କରିବେ ଇନକମ୍‌! ମାସେ ଯାଏ ଧନଯୋଗ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳବାର ୧ ସେପ୍ଟେମ୍ୱର, ୨୦୨୬ ସଂଧ୍ୟା ୬ଟା ୪୮ ମିନିଟରୁ ବୁଧ ଏବଂ ମଙ୍ଗଳ ଗ୍ରହ ପରସ୍ପରଠାରୁ ୬୦ଓ ଦୂରତାରେ ଅବସ୍ଥାନ କରିବେ,…

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ୟୁକ୍ରେନ୍‌ରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ୧୨ ମୃତ

କିଭ୍‌,୧ା୯: ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍‌ର ବିଭିନ୍ନ ସହର…

କାହିଁକି ବାରମ୍ୱାର ୨୬ ତାରିଖରେ ଘଟୁଛି ପ୍ରଳୟ? ଭେଙ୍ଗାବାବା ଖୋଲିଲେ ରହସ୍ୟ…

ନୂଆଦିଲ୍ଲୀ,୧।୯: ନେପାଳ-ତିବ୍ଦତ ସୀମାରେ ହିମାଳୟର ହିମବାହ (ଗ୍ଲେସିୟର) ଭାଙ୍ଗି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳିଯାଇଛି। ଶହ ଶହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri