ବାଘମରା କ୍ରଶର ଉପରେ ଚଢ଼ାଉ:  ଲାଲ୍‌ ପତାକା ଲଗାଇଲେ ତହସିଲଦାର

ସଜନାଗଡ଼, ୨୦।୩(ଡି.ଏନ.ଏ.)-ନୀଳଗିରି ତହସିଲ ଅଧୀନରେ ଚାଲିଥିବା ବେଆଇନ ଖାଦାନ ଏବଂ କ୍ରଶରକୁ ସାବାଡ଼ କରିବାକୁ ପ୍ରଶାସନ ଉଦ୍ୟମ କରିଛି। ଜାମୁଡ଼ିହା ପଞ୍ଚାୟତ ଅଧୀନ ବାଘମରାରେ ଥିବା କ୍ରଶର ୟୁନିଟ୍‌ ଉପରେ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ଗୁରୁବାର ଚଢାଉ କରି ଆବଶ୍ୟକ ନଥିପତ୍ର ଯାଞ୍ଚ କରିଛନ୍ତି। କ୍ରଶର ଭିତରେ ଗଚ୍ଛିତ ଥିବା ପଥର ଓ ଚିପ୍‌ସକୁ ଦେଖି ରାଜସ୍ବ ବିଭାଗର ଅଧିକାରୀ ଚକିତ ହୋଇପଡ଼ିଥିଲେ। ପରେ ଉକ୍ତ କ୍ରଶରକୁ ଲିଜ୍‌ରେ ନେଇ ଚଳାଉଥିବା ଜଣେ ମାଲିକଙ୍କୁ ସମସ୍ତ କାଗଜପତ୍ର ମାଗିଥିଲେ। ମାତ୍ର ଲିଜ୍‌ଧାରୀଙ୍କ ପାଖରେ କେବଳ ପ୍ରଦୂଷଣ ସାର୍ଟିଫିକେଟ୍‌ ଛଡ଼ା ଅନ୍ୟ କୌଣସି କାଗଜପତ୍ର ନ ଥିବା ଜଣାପଡ଼ିଛି। ଷ୍ଟକ୍‌ ରେଜିଷ୍ଟର ମଧ୍ୟ ଠିକ୍‌ ଭାବେ ସୂଚାଇ ପାରି ନ ଥିଲେ। ଗଚ୍ଛିତ ଥିବା ପଥର ପରମିଟ୍‌ ମଧ୍ୟ ନ ଥିବା ଜଣାପଡ଼ିଛି। କ୍ରଶରରେ କାର୍ଯ୍ୟରତ କର୍ମଚାରୀମାନଙ୍କର ଶ୍ରମିକ କାର୍ଡ଼ ନ ଥିବା ଏବଂ କ୍ରଶର ୟୁନିଟ୍‌ର ସିଟିଂ କ୍ରାଇଟେରିଆ ଅନୁଯାୟୀ ସମ୍ପୂର୍ଣ୍ଣ ରୂପେ ବେଆଇନ୍‌ ଭାବେ ଚାଲୁଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ବିନା ପରମିଟ୍‌ରେ ଶହ ଶହ ଟ୍ରିପ୍‌ ପଥର ଆଣି ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ଫାଙ୍କୁଥିବା ନେଇ ନୀଳଗିରି ତହସିଲଦାର ଉକ୍ତ କ୍ରଶର ୟୁନିଟ୍‌ରେ ଲାଲ୍‌ ପତାକା ଲଗାଇଛନ୍ତି। ତିନି ଦିନ ମଧ୍ୟରେ ଆବଶ୍ୟକ କାଗଜ ପତ୍ର ଦାଖଲ ପାଇଁ ସୂଚନା ଦେଇଥିବା ବେଳେ ଠିକ୍‌ ସମୟରେ କାଗଜପତ୍ର ଦେଇ ନପାରିଲେ ଆଇନ୍‌ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ନୀଳଗିରି ତହସିଲ ଅଧୀନରେ ଥିବା ସମସ୍ତ କ୍ରଶର ୟୁନିଟ୍‌ ଓ ଇଟାଭାଟି ଉପରେ ଆଗାମୀ ଦିନରେ ଚଢ଼ାଉ କରାଯାଇ ବେଆଇନ୍‌ କ୍ରଶର ଓ ଇଟାଭାଟି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୀଳଗିରି ତହସିଲ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri