ବାଘଡାରୋଡ଼ରୁ ହଟିଲା ବେଆଇନ ଘରୋଇ ବସ୍‌ ପାର୍କିଂ

ବାରିପଦା ଅଫିସ,୩୧ା୧୦- ବାରିପଦା ସହରର ବ୍ୟସ୍ତ ବହୁଳ ସତ୍ୟସାଇ ଛକ ତଥା ବାଘଡା ରୋଡ଼ରେ ହେଉଥିବା ବେଆଇନ ଘରୋଇ ବସ୍‌ ପାର୍କିଂକୁ ବୁଧବାର ସାରେ ହଟାଯାଇଛି। ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାସ୍ତାକଡରେ ରହୁଥିବା ବସ୍‌ ଗୁଡିକୁ ହଟାଯାଇଛି। କୌଣସି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କ ସହିତ ଏକ ପ୍ଲାଟୁନ ଫୋର୍ସ ଉପସ୍ଥିତ ରହିଛି। ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମଦାସ ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ବାରିପଦା ମ୍ୟୁନିସିପାଲିିଟି ବସଷ୍ଟାଣ୍ଡରେ ଜାଗା ଅଭାବରୁ ସତ୍ୟସାଇ ଛକରୁ ଜାତୀୟ ରାଜପଥ ତଥା ଦାରୋଗାଡ଼ାହି ଗୋଲେଇକୁ ସଂଯୋଗ କରୁଥିବା ଏହି ବାଘଡା ରୋଡ଼ର ଉଭୟ ପାର୍ଶ୍ୱରେ ଘରୋଇ ବସଗୁଡିକ ଦୀର୍ଘ ସମୟ ଧରି ପାର୍କିଂ କରାଯାଉଥିଲା। ଫଳରେ ପ୍ରତିଦିନ ଟ୍ରାଫିକ ଜାମ ପରିସ୍ଥିତି ସହିତ ଛୋଟମୋଟ ଦୁର୍ଘଟଣା ଘଟୁଥିଲା। ଏନେଇ ବହୁ ଅଭିଯୋଗ ହେବାପରେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉ ନ ଥିଲା। ନିକଟରେ ପୂର୍ବାଞ୍ଚଳ ଆଇଜି ପଟ୍ଟନାୟକ ବାରିପଦା ଗସ୍ତରେ ଆସିଥିବା ବେଳେ ସହରର କିଛି ବୁଦ୍ଧିଜିବୀ ତାଙ୍କୁ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ...

ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ

ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।...

ଖାଲି ପାଦରେ ପ୍ରଚାର କଲେ ପ୍ରାର୍ଥୀ

ଉଦଳା, ୨୧ା୪ (ସନ୍ତୋଷ କୁମାର ବାଚ୍ଛିନୀ): ଉଦଳା ବିଧାନସଭା ଆସନ ଲାଗି ୩୪ବର୍ଷ ପରେ କଂଗ୍ରେସରୁ ଟିକେଟ ପାଇଛନ୍ତି ଦୁର୍ଗାଚରଣ ଟୁଡୁ । ମଇଦାନରେ ଭୋଟରମାନଙ୍କୁ...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri