ବାଘଡାରୋଡ଼ରୁ ହଟିଲା ବେଆଇନ ଘରୋଇ ବସ୍‌ ପାର୍କିଂ

ବାରିପଦା ଅଫିସ,୩୧ା୧୦- ବାରିପଦା ସହରର ବ୍ୟସ୍ତ ବହୁଳ ସତ୍ୟସାଇ ଛକ ତଥା ବାଘଡା ରୋଡ଼ରେ ହେଉଥିବା ବେଆଇନ ଘରୋଇ ବସ୍‌ ପାର୍କିଂକୁ ବୁଧବାର ସାରେ ହଟାଯାଇଛି। ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାସ୍ତାକଡରେ ରହୁଥିବା ବସ୍‌ ଗୁଡିକୁ ହଟାଯାଇଛି। କୌଣସି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କ ସହିତ ଏକ ପ୍ଲାଟୁନ ଫୋର୍ସ ଉପସ୍ଥିତ ରହିଛି। ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମଦାସ ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ବାରିପଦା ମ୍ୟୁନିସିପାଲିିଟି ବସଷ୍ଟାଣ୍ଡରେ ଜାଗା ଅଭାବରୁ ସତ୍ୟସାଇ ଛକରୁ ଜାତୀୟ ରାଜପଥ ତଥା ଦାରୋଗାଡ଼ାହି ଗୋଲେଇକୁ ସଂଯୋଗ କରୁଥିବା ଏହି ବାଘଡା ରୋଡ଼ର ଉଭୟ ପାର୍ଶ୍ୱରେ ଘରୋଇ ବସଗୁଡିକ ଦୀର୍ଘ ସମୟ ଧରି ପାର୍କିଂ କରାଯାଉଥିଲା। ଫଳରେ ପ୍ରତିଦିନ ଟ୍ରାଫିକ ଜାମ ପରିସ୍ଥିତି ସହିତ ଛୋଟମୋଟ ଦୁର୍ଘଟଣା ଘଟୁଥିଲା। ଏନେଇ ବହୁ ଅଭିଯୋଗ ହେବାପରେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉ ନ ଥିଲା। ନିକଟରେ ପୂର୍ବାଞ୍ଚଳ ଆଇଜି ପଟ୍ଟନାୟକ ବାରିପଦା ଗସ୍ତରେ ଆସିଥିବା ବେଳେ ସହରର କିଛି ବୁଦ୍ଧିଜିବୀ ତାଙ୍କୁ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୨ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri