ବାଉଁଶ ଖୁଣ୍ଟରେ ବିଲ୍‌ ଟାଙ୍ଗି ଚାଲି ଯାଉଛନ୍ତି କର୍ମଚାରୀ

ବାରିପଦା ଅଫିସ, ୧୨ା୩- ଦୀର୍ଘ ୧୫ ଦିନରୁ ଊର୍ଦ୍ଧ୍ୱ ହେବ ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ତାରଯୋଡି ଗ୍ରାମର ୮୧ ପରିବାର ଅନ୍ଧାରରେ ରାତି କାଟୁଛନ୍ତି। ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହିଳି ହଇରାଣ ହେଉଥିବା ସେମାନେ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କୌଣସି ମାସରେ ସେମାନଙ୍କୁ ବିଦ୍ୟୁତ୍‌ ବିଲ୍‌ ମିଳେ ନାହିଁ। ଫଳରେ ସେମାନେ ବିଲ୍‌ ପୈଠ କରିବାପାଇଁ ନାନା ପ୍ରକାର ହଇରାଣ ହରକତ ହୁଅନ୍ତି। ଗ୍ରାମଠାରୁ ବାରିପଦା ବିଦ୍ୟୁତ୍‌ କାର୍ଯ୍ୟାଳୟ ପ୍ରାୟ ୧୫ କି.ମି ପାଖାପାଖି ଦୂରତା ହେଉଥିବାରୁ ସେଠାକୁ ଯାଇ ବିଲ୍‌ ପୈଠ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉ ନାହିଁ। ବିଦ୍ୟୁତ ବିଲ୍‌ ବିତରଣ ଦାୟିତ୍ୱରେ ଥିବା କର୍ମଚାରୀ ଗ୍ରାମର କୌଣସି ଗ୍ରାହକଙ୍କ ଘରକୁ ନ ଯାଇ ଗ୍ରାମ ଛକରେ ଥିବା ଏକ ବାଉଁଶ ଖୁଣ୍ଟ କିମ୍ବା କୌଣସି ଦୋକାନରେ ବିଦ୍ୟୁତ୍‌ ବିଲଗୁଡିକୁ ଝୁଲାଇ ଦେଇ ଚାଲି ଯାଆନ୍ତି। ପୂର୍ବରୁ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ କାହାରି ଘରକୁ ଯାଇ ବିଲ୍‌ ଦେଇହେବ ନାହିଁ, ଯାହା କରିବାର ଇଛା କର ବୋଲି ବିଲ୍‌ ବିତରଣ ଦାୟିତ୍ୱରେ ଥିବା କର୍ମଚାରୀ କହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମବାସୀ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ । ଅଭିଯୋଗ ପ୍ରତି ଦୃଷ୍ଟି ନ ଦେଇ ଓଲଟି ଉପଭୋକ୍ତାଙ୍କ ଉପରେ ଦୋଷ ଲଦି ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରି ଦିଆଯାଇଥିବା ସ୍ଥାନୀୟ ସମିତି ସଭ୍ୟ ଦୀପକ ସିଂ ଏବଂ ୱାର୍ଡ଼ମେମ୍ବର ଲକ୍ଷ୍ମଣ ସିଂ ଅଭିଯୋଗ କରିଛନ୍ତି। ମାଟ୍ରିକ ପରୀକ୍ଷା ପରେ ଯୁକ୍ତ୨ ପରୀକ୍ଷା ସାଙ୍ଗକୁ ବିଦ୍ୟାଳୟମାନଙ୍କରେ ପରୀକ୍ଷା ଚାଲୁଥିବା ସମୟରେ ବିଦ୍ୟୁତ୍‌ କାଟ ଯୋଗୁଁ ଛାତ୍ରୀଛାତ୍ରମାନଙ୍କ ପାଠ ପଢାରେ ମଧ୍ୟ ଅସୁବିଧା ହେଉଛି। ଏ ସମ୍ପର୍କରେ ନେସ୍କୋ ନିର୍ବାହୀ ଯନ୍ତ୍ରୀ ରଞ୍ଜନ ଦଣ୍ଡପାଟଙ୍କୁ ପଚାରିବାରୁ ଦିନେ ଦୁଇଦିନ ମଧ୍ୟରେ ଏହାର ସମାଧାନ କରାଯିବା ସହିତ ବିଦ୍ୟୁତ୍‌ ବିଲ ବିତରକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ବିକାଶ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ: ବିବିଏରେ ଗୁନଗୁନ, ବିସିଏରେ ସଲୋନୀ ଟପ୍ପର…

ଭବାନୀପାଟଣା,୩୦।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିକାଶ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ ପୁଣିଥରେ ଉତ୍କୃଷ୍ଟ ଶିକ୍ଷାଗତ ସଫଳତା ହାସଲ କରିଛି। ମା’ ମାଣିକେଶ୍ୱରୀ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା: କେଭିନ୍ ଭିତରେ ଛାତରୁ ଖସିଲା ସିଲିଂ, ମହିଳା ରୋଗୀ

ପାରଳାଖେମୁଣ୍ଡି, ୩୦।୫ (ଗିରିଧାରୀ ପରିଛା): ଗଜପତି  ଜିଲା  ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ମେଡିକାଲକୁ ଚିକିତ୍ସା…

ଦାରିଙ୍ଗବାଡିରେ ଭୋଟ ପରିଚୟପତ୍ରର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ଆରମ୍ଭ: ବିଭିନ୍ନ ବୁଥ୍ ବୁଲି ସମୀକ୍ଷା କଲେ ବିଡ଼ିଓ

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ଠାରୁ ଭୋଟ ପରିଚୟ ପତ୍ରର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ…

ବାଇକ୍ ଦୁର୍ଘଟଣାରେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ: ମିଳିଲାନି ଆମ୍ବୁଲାନ୍ସ, ମୋବାଇଲ ଟର୍ଚ୍ଚ ଆଲୁଅରେ ହେଲା ଷ୍ଟିଚ୍!

ଥୁଆମୂଳ ରାମପୁର, ୩୦।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ସ୍ଥିତ ହେଲୋ ପଏଣ୍ଟ (ନାଏକପଡ଼ା) ଛକ ନିକଟରେ ଶନିବାର ମଧ୍ୟାହ୍ନ ପ୍ରାୟ…

ଟିଏମ୍‌ସି ନେତା ଅଭିଷେକଙ୍କୁ ଆକ୍ରମଣ

କୋଲକାତା,୩୦।୫: ଟିଏମ୍‌ସି ନେତା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଶନିବାର ସନ୍ଧ୍ୟାରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri