Posted inରାଜ୍ୟ

ବାଉଁଶ ଉପକରଣର ସ୍ଥାନ ନେଉଛି ପ୍ଲାଷ୍ଟିକ୍‌: ବୃତ୍ତି ହରାଇବେ ବାଉଁଶ କାରିଗର

ଗଣିଆ,୨୬ା୫(ଡି.ଏନ.ଏ.)- ପରିବର୍ତ୍ତନ ସହ ତାଳଦେଇ ଉଭୟ ଗ୍ରାମ ଓ ସହରାଞ୍ଚଳରେ ଦିନକୁ ଦିନ ବାଉଁଶ ତିଆରି ଉପକରଣର ଚାହିଦା କମିବାରେ ଲାଗିଛି। ବଜାରରେ ବାଉଁଶ ଉପକରଣ ବଦଳରେ ଆଲୁମିନିୟମ, ଷ୍ଟିଲ, ପ୍ଲାଷ୍ଟିକ ଓ ପଲିଥିନ୍‌ ତିଆରି ସାମଗ୍ରୀ ସ୍ଥାନ ନେଉଥିବା ଦେଖାଯାଉଛି। ଫଳରେ କେତେକ ସମ୍ପ୍ରଦାୟ କୌଳିକ ତଥା ପରମ୍ପରାଗତ ବୃତ୍ତିରୁ ଦୂରେଇଯାଇ ଅନ୍ୟ ବୃତ୍ତି ଆପଣେଇ ନେଉଛନ୍ତି। ଆଉ କେତେକ ପରମ୍ପରାଗତ ବୃତ୍ତିକୁ ଛାଡି ନ ପାରି ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ଅନ୍ୟପକ୍ଷେ ଗ୍ରାମ ନିକଟ ଜଙ୍ଗଲଗୁଡିକରେ ବାଉଁଶ ଅଭାବ ଓ ବଜାର ଚାହିଦା କମିବା ଯୋଗୁ ଏହି କାରିଗରମାନଙ୍କ ଜୀବନଜୀବିକା ଦୁର୍ବିଷହ ହେବାକୁ ବସିଲାଣି। ଗଣିଆ ବ୍ଲକ ଅନ୍ତର୍ଗତ ଛାମୁଣ୍ଡିଆ, ଛାଡମୂଳ, ଗଣିଆ, କୃଷ୍ଣପଲ୍ଲୀ ଗ୍ରାମର ଅନୁସୂଚିତ ଜାତିର ଲୋକଙ୍କ ପାଇଁ ଏହି ବୃତ୍ତି ବଞ୍ଚାଇରଖିବା ଏବେ ମୁଖ୍ୟ ସମସ୍ୟା ହୋଇଛି। ଛାମୁଣ୍ଡିଆଠାରେ ଏହି ସମ୍ପ୍ରଦାୟର ୩୨ ପରିବାରର ପ୍ରାୟ ୧୭୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ପୁରୁଷାନୁକ୍ରମେ ଏମାନେ ବାଉଁଶରେ ଟୋକେଇ, ପାଛିଆ, ଝୁଡି, କୁଲା, ଝାମ୍ପି, ଫୁଲଚାଙ୍ଗୁଡି, ଝାଡୁ, ଖଡିକା, ପାନଝୁଡି, ଭୋଗେଇ, ଡାଲା, ଗଉଣି ଆଦି ଗୃହ ଉପକରଣ ତିଆରି କରିଆସୁଛନ୍ତି। ମହିଳା ଓ ପୁରୁଷମାନେ ଏହି ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ପରେ ଏହାକୁ ପୁରୁଷମାନେ ନିକଟସ୍ଥ ହାଟବଜାରକୁ ନେଇ ବିକ୍ରି କରିଥାନ୍ତି। କଞ୍ଚାମାଲ ସଂଗ୍ରହ, ସାମଗ୍ରୀ ପ୍ରସ୍ତୁତି ଓ ଜିନିଷ ବିକ୍ରି ପରିଶ୍ରମ ତୁଳନାରେ ସେମାନେ ଉପଯୁକ୍ତ ମୂଲ୍ୟ ପାଇ ନ ଥାନ୍ତି। ବଜାରରେ ପଲିଥିନ, ପ୍ଲାଷ୍ଟିକ ଓ ଷ୍ଟିଲ ତିଆରି ସାମଗ୍ରୀର ବହୁଳ ପ୍ରଚଳନ ଯୋଗୁ ସେମାନଙ୍କର ବୃତ୍ତି କ୍ଷତିଗ୍ରସ୍ତ ହୋଇଛି ା ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳରେ ଥିବା ଜଙ୍ଗଲଗୁଡିକରେ ପୂର୍ବଭଳି ପ୍ରଚୁର ପରିମାଣରେ ବାଉଁଶ ଗଛ ଆଉ ଦେଖିବାକୁ ମିଳୁନି ା ଫଳରେ ବିଭିନ୍ନ ଗ୍ରାମବାସୀ ପାଳି କରି ଜଙ୍ଗଲ ଜଗୁଥିବାରୁ ଅଧିକାଂଶ ସମୟରେ କାରିଗରମାନେ ଅଞ୍ଚଳ ବାହାରୁ ସ୍ବଳ୍ପ ପରିମାଣର ବାଉଁଶକୁ ଅଧିକ ଦାମ୍‌ ଦେଇ କିଣୁଛନ୍ତି। ସାମଗ୍ରୀ ତିଆରି ପରେ ମଧ୍ୟ ତାହାକୁ ଅଧିକ ଦରରେ ବିକ୍ରି କରିବା ସମ୍ଭବ ହେଉନାହିଁ। ସ୍ବଳ୍ପ ରୋଜଗାରରେ ଆଜିକାଲିର ବ୍ୟୟବହୁଳ ସମାଜରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଛି ବୋଲି କୁହନ୍ତି ବାଣୀ ନାୟକ ନାମ୍ନୀ ଜଣେ ବାଉଁଶ କାରିଗର ା ଅନ୍ୟ ଜଣେ କାରିଗର ରମେଶ ନାୟକ କୁହନ୍ତି, ପୂର୍ବରୁ ଓଡିଆ ପରମ୍ପରାରେ ବିବାହ ତଥା ଅନ୍ୟ ପୂଜା ପାର୍ବଣରେ ଆମେ ତିଆରି କରୁଥିବା ବାଉଁଶ ସାମଗ୍ରୀର ବହୁତ ଚାହିଦା ରହୁଥିଲା। ନୂଆ ବୋହୂଟିଏ ତା’ ଶାଶୁଘରକୁ ଯିବା ସମୟରେ ବାପଘର ତରଫରୁ ଅନ୍ୟ ଜିନିଷ ସହିତ ବାଉଁଶ ତିଆରି ବିଭିନ୍ନ ସାମଗ୍ରୀ ଦିଆଯାଉଥିଲା ା ଏବେ କିନ୍ତୁ ଏସବୁ ଖୁବ୍‌ କମ୍‌ ସ୍ଥାନରେ ଦେଖିବାକୁ ମିଳୁଛି ା ତେବେ ସରକାରଙ୍କ ତରଫରୁ ନୂତନ ବାଉଁଶ ଜଙ୍ଗଲ ସୃଷ୍ଟି ପାଇଁ ବାଉଁଶଚାରା, ଆର୍ଥିକ ସହାୟତା ପ୍ରଦାନ ସହ କୁଟୀର ଶିଳ୍ପ କରାଯାଇ ଉପଯୁକ୍ତ ପ୍ରଶିକ୍ଷଣ ଦିଆଗଲେ ବୁଡିଯାଉଥିବା ଏହି ବୃତ୍ତିକୁ ବଞ୍ଚାଇ ବହୁ ବାଉଁଶ କାରିଗରଙ୍କ ପରିବାର ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri