ବହୁ ବାଦବିବାଦ ପରେ ଖୋଲିଲା ଭବାନୀପାଟଣାର ବିମଳା କନ୍‌ଭେଣ୍ଟ ସ୍କୁଲ

ଭବାନୀପାଟଣା,୨୫।୬(ଡି.ଏନ୍‌.ଏ): ଅହେତୁକ ଫି ବୃଦ୍ଧି, ବିଦ୍ୟାଳୟ ମୌଳିକ ଭିତ୍ତିଭୂମିର ବିକାଶ ନେଇ ଭବାନୀପାଟଣାର ବିମଳା କନ୍‌ଭେଣ୍ଟ ସ୍କୁଲର ପରିଚାଳନା କମିଟି ଓ ଅଭିଭାବକମାନଙ୍କ ମଧ୍ୟରେ ଚାଲିଆସିଥିବା ଦୀର୍ଘ ଦୁଇ ମାସର ଅସନ୍ତୋଷ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନର ହସ୍ତକ୍ଷେପ ଫଳରେ ସାମୟିକ ଭାବେ ପରିସମାପ୍ତ ଘଟିଛି ା ଫଳରେ ସୋମବାରଠାରୁ ପୂର୍ବପରି ବିଦ୍ୟାଳୟରେ ଛାତ୍ରୀଛାତ୍ରମାନେ ଯୋଗ ଦେଇଛନ୍ତି ।
ସୂଚନାଯୋଗ୍ୟ, ଫି ବୃଦ୍ଧି, ଭିତ୍ତିଭୂମିର ବିକାଶ ନେଇ ଅଭିଭାବକମାନେ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଚଳିତବର୍ଷ ବିଦ୍ୟାଳୟ ପକ୍ଷରୁ ଏହାର ସମାଧାନ ନ କରି ଅହେତୁକ ଫି ବୃଦ୍ଧି ଅଭିଭାବକଙ୍କୁ ଚିନ୍ତାରେ ପକାଇଥିଲା। ଏ ନେଇ ଦୀର୍ଘ ଦୁଇ ମାସ ଧରି ଅଭିଭାବକ ବିଦ୍ୟାଳୟ ପରିଚାଳନା କମିଟିଙ୍କ ନିକଟରେ ଜଣାଇଥିଲେ। ଅଭିଭାବକମାନଙ୍କ ସହିତ ଆଲୋଚନା କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି କୌଣସି ସବୁଜ ସଂକେତ ନ ଦେବାରୁ ବାଧ୍ୟ ହୋଇ ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ସ୍କୁଲ ବନ୍ଦ କରିଥିଲେ । ଗ୍ରୀଷ୍ମ ଛୁଟି ପରେ ସ୍କୁଲ ଗତ ୨୧ ତାରିଖ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଅଭିଭାବକମାନଙ୍କର ଅସହଯୋଗ ଯୋଗୁ ଦୁଇଦିନ ଧରି ସ୍କୁଲ ବନ୍ଦ ରହିଥିଲା । ଫଳରେ ସ୍କୁଲ କର୍ତ୍ତୃପକ୍ଷ ଜିଲା ପ୍ରଶାସନ ତରଫରୁ ଭବାନୀପାଟଣା ଉପ-ଜିଲାପାଳ ମିର୍ଦ୍ଧା ଟପ୍ପୋ ଓ ଟାଉନ୍‌ ପୋଲିସ ଆଇଆଇସି ସତ୍ୟପ୍ରକାଶ ନନ୍ଦଙ୍କ ସହଯୋଗରେ ଅଭିଭାବକମାନଙ୍କୁ ନେଇ ସମସ୍ୟାର ଆଶୁ ସମାଧାନ ନିମନ୍ତେ ବାଧ୍ୟ ହୋଇ ଗତ ୨୩ ତାରିଖ ରବିବାର ଦିନ ଏକ ମିଟିଂ ଆୟୋଜନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାୟୀ ସେତୁ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ: ଭରା ନଦୀ ଘେରରେ ୧୩୦ ପରିବାର, ୧୭୨୧ ଜୀବନ

ରାଜକନିକା, ୭।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଆଳି ନିର୍ବାଚନମଣ୍ଡଳୀ ଅଧୀନ ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପାଞ୍ଚଳ ଗାଁ ଭାବେ ପରିଚିତ ଗଙ୍ଗାଧର…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ୱ ଅଧିକାରୀ, ଏକକାଳୀନ ୩ସ୍ଥାନରେ ଚଢ଼ାଉ

ପିପିଲି,୭।୯: ଲାଞ୍ଚ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁରୀ ଜିଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ବଦଳିଲା ଗ୍ୟାସ ସିଲିଣ୍ଡର ବୁକିଂ ନିୟମ: ଏଣିକି ଏତିକି ଦିନରେ ମିଳିବ ନୂଆ ସିଲିଣ୍ଡର

ନୂଆଦିଲ୍ଲୀ, ୭।୯: ଗତ କିଛି ଦିନ ଧରି ଦେଶରେ ଗ୍ୟାସର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଗ୍ୟାସ ସିଲିଣ୍ଡର…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବେନି ଆୟର: ତାଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୭।୯: ଭାରତୀୟ ଦଳ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜରେ ଟିମ ଇଣ୍ଡିଆର…

ଇତିହାସ ରଚିବା ପରେ ହଠାତ୍‌ ପଡ଼ିଆ ଛାଡ଼ିଦେଲେ ଇଶାନ କିଶାନ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୯: ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ ତଥା ପୂର୍ବ ଜୋନର ଅଧିନାୟକ ଇଶାନ କିଶାନ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ଜଣେ ମ୍ୟାଚ ବିଜେତା ଖେଳାଳି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri