ବହୁମୁଖୀ ହାସ୍ୟାଭିନେତା ପ୍ରଭାକର

ପ୍ରଭାକର ସାହୁ। ଡାକନାମ ଚଗନ। ସେ ଯାତ୍ରା ଜଗତରେ ଏହି ନାମରେ ହିଁ ପରିଚିତ। ଚଗନ ଜଣେ ନିଆରା ମଣିଷ। ସମସ୍ତେ ତାଙ୍କୁ ମଞ୍ଚରେ ଦେଖନ୍ତି ଜଣେ ହାସ୍ୟ କଳାକାର ଭାବେ। ତେବେ କେବଳ ଜଣେ କଳାକାର ଭାବେ ତାଙ୍କ ପରିଚୟ ସୀମିତ ନୁହେଁ, ସ୍ବଭାବତଃ ସେ ଜଣେ କବି। ପୁଣି ଏକସଙ୍ଗରେ ଜଣେ ଭାଓଲିନ୍‌ (ବେହେଲା) ଏବଂ ଅର୍ଗାନ୍‌ ବାଦକ। ଓଡ଼ିଶା ଅପେରା, ଗୌରୀ ଏବଂ ଧରିତ୍ରୀ ଅପେରାରେ ସେ ଦୀର୍ଘବର୍ଷ ଧରି ବେହେଲା ଏବଂ ଅର୍ଗାନ୍‌ ବଜେଇଛନ୍ତି। ଖାଲି ସେତିକି ନୁହେଁ, ସେ ଜଣେ ମ୍ୟାଜିସିଆନ୍‌ ମଧ୍ୟ। ମଞ୍ଚରେ ମ୍ୟାଜିକ୍‌ ଦେଖାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍‌ଧ କରିଦିଅନ୍ତି। ପ୍ରଭାକରଙ୍କ ଘର ଭଦ୍ରକ ଜିଲା ଭଣ୍ଡାରିପୋଖରୀ। ୧୯୭୫ ମସିହାରେ ସେ ଆସିଲେ ଯାତ୍ରାକୁ। ଘଟଣାଟି ଥିଲା ଏମିତି। ତାଙ୍କ ବାପା ଦାଶରଥି ସାହୁ ଥିଲେ ଜ୍ୟୋତିଷ। ସେହି ଭଣ୍ଡାରିପୋଖରୀରେ ‘ଜନନୀ ଗଣନାଟ୍ୟ’ ନାମରେ ଗୋଟିଏ ନୂଆ ପାର୍ଟି ଆରମ୍ଭ କରୁଥାନ୍ତି ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ପଟ୍ଟଶିଷ୍ୟ ଶ୍ୟାମସୁନ୍ଦର ମହାପାତ୍ର। ସେ ଚଗନଙ୍କ ବାପାଙ୍କ ପାଖକୁ ଯାଇ ପାର୍ଟିର ଭଲମନ୍ଦ ଏବଂ ତାଙ୍କ ରାଶି ନକ୍ଷତ୍ରକଥା ବୁଝାଶୁଝା କରିଥାନ୍ତି। ଦାଶରଥି ବାବୁ ଶ୍ୟାମସୁନ୍ଦର ମହାପାତ୍ରଙ୍କୁ କହିଲେ: ମୋ ପୁଅ ଦୁହେଁ କଳାକାର ହେବେ ବୋଲି ସେମାନଙ୍କ କପାଳ କହୁଛି। ସେମାନଙ୍କୁ ନେଇଯାଆନ୍ତୁ। ସେଇଠୁ ଯାତ୍ରାକୁ ଆସିଲେ ପ୍ରଭାକର (ଚଗନ) ଏବଂ ସୁଧାକର (ହଗନ)। ଅବଶ୍ୟ ସୁଧାକର ସାହୁ ଆଉ ନାହାନ୍ତି। ସେ ପରଲୋକ ବାହୁଡ଼ିଗଲେଣି। ମାତ୍ର ଚଗନଙ୍କ ଯାତ୍ରା ଚାଲିଛି। ଯାତ୍ରାକୁ ଆସିବା ବେଳକୁ ତାଙ୍କୁ ହୋଇଥିଲା ମାତ୍ର ୧୩ ବର୍ଷ। ସେ ପ୍ରଥମେ ଖଣ୍ଡା ଗୋଟେଇ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଛନ୍ତି। ଡୁଏଟ୍‌ ବି କରିଛନ୍ତି। ସେହି ପାର୍ଟିରେ ଥିବା ବେଳେ ଗୁରୁ ମକରଧ୍ୱଜ ଜେନାଙ୍କ ପରାମର୍ଶରେ ସେ ଭାଓଲିନ୍‌ ଓ ଅର୍ଗାନ୍‌ ବଜେଇବା ଶିଖିଲେ। ‘ଜନନୀ ଗଣନାଟ୍ୟ’ରୁ ଆରମ୍ଭ ହୋଇଥିବା ଚଗନଙ୍କ ଯାତ୍ରା ଇତିମଧ୍ୟରେ ଆସି ପହଞ୍ଚତ୍ଛି ‘ସ୍ବପ୍ନମହଲ’ରେ। ଏହାବ୍ୟତୀତ ସେ ଉତ୍କଳିକା, ମଞ୍ଚ ପୁଷ୍ପା, ଓଡ଼ିଶା ଅପେରା, ଗୌରୀ ଗଣନାଟ୍ୟ, ଧରିତ୍ରୀ ଅପେରା, ତ୍ରିନାଥ ଗଣନାଟ୍ୟ, ନୀଳଚକ୍ର, କଳିଙ୍ଗ, ରଙ୍ଗମହଲ, ଇନ୍ଦ୍ରମହଲ ଆଦି ଯାତ୍ରାନୁଷ୍ଠାରେ କାମ କରିସାରିଛନ୍ତି। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ବରଷା ରାଣୀର ଭିଜା ଓଢ଼ଣି, ଶ୍ୱଶୁର ଘରକୁ ଶହେ ସଲାମ୍‌, ସ୍ବାମୀମାନେ ସାବଧାନ, ସ୍ତ୍ରୀମାନେ ସାବଧାନ, ତୋ ଚାରିଖୁରାକୁ ଜୁହାର, ଉର୍ବଶୀ ଆସୁଛି ଇନ୍ଦ୍ରମହଲ, ଖରାପ ଝିଅର ଗପ, ଗଙ୍ଗା ପାପ କଲେ ଧୋଇବ କିଏ, ଶ୍ରୀକୃଷ୍ଣ ମୋର ଶେଷସାକ୍ଷୀ ଏବଂ ଆହୁରି ଅନେକ। ସମ୍ପ୍ରତି ସ୍ବପ୍ନମହଲରେ ତାଙ୍କ ଅଭିନୀତ ନାଟକ ମଧ୍ୟରେ ରହିଛି ସିଆଇଡି ଦୟା, ଆପଣମାନେ ଖୁସି ତ, ବାପାବୋଉ ତମେ ଭୁଲ୍‌ କଲ, ବାଦ୍‌ସାହା, ସ୍ବପ୍ନମହଲର ସ୍ବପ୍ନା।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା: ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ଜାରି

ମୁମ୍ବାଇ,୨୭।୪: ବାନ୍ଦ୍ରାସ୍ଥିତ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଆବାସ ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ଅନ୍‌ମୋଲ ବିଶ୍ନୋଇଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଅନମୋଲ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri