ବହୁମୁଖୀ ହାସ୍ୟାଭିନେତା ପ୍ରଭାକର

ପ୍ରଭାକର ସାହୁ। ଡାକନାମ ଚଗନ। ସେ ଯାତ୍ରା ଜଗତରେ ଏହି ନାମରେ ହିଁ ପରିଚିତ। ଚଗନ ଜଣେ ନିଆରା ମଣିଷ। ସମସ୍ତେ ତାଙ୍କୁ ମଞ୍ଚରେ ଦେଖନ୍ତି ଜଣେ ହାସ୍ୟ କଳାକାର ଭାବେ। ତେବେ କେବଳ ଜଣେ କଳାକାର ଭାବେ ତାଙ୍କ ପରିଚୟ ସୀମିତ ନୁହେଁ, ସ୍ବଭାବତଃ ସେ ଜଣେ କବି। ପୁଣି ଏକସଙ୍ଗରେ ଜଣେ ଭାଓଲିନ୍‌ (ବେହେଲା) ଏବଂ ଅର୍ଗାନ୍‌ ବାଦକ। ଓଡ଼ିଶା ଅପେରା, ଗୌରୀ ଏବଂ ଧରିତ୍ରୀ ଅପେରାରେ ସେ ଦୀର୍ଘବର୍ଷ ଧରି ବେହେଲା ଏବଂ ଅର୍ଗାନ୍‌ ବଜେଇଛନ୍ତି। ଖାଲି ସେତିକି ନୁହେଁ, ସେ ଜଣେ ମ୍ୟାଜିସିଆନ୍‌ ମଧ୍ୟ। ମଞ୍ଚରେ ମ୍ୟାଜିକ୍‌ ଦେଖାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍‌ଧ କରିଦିଅନ୍ତି। ପ୍ରଭାକରଙ୍କ ଘର ଭଦ୍ରକ ଜିଲା ଭଣ୍ଡାରିପୋଖରୀ। ୧୯୭୫ ମସିହାରେ ସେ ଆସିଲେ ଯାତ୍ରାକୁ। ଘଟଣାଟି ଥିଲା ଏମିତି। ତାଙ୍କ ବାପା ଦାଶରଥି ସାହୁ ଥିଲେ ଜ୍ୟୋତିଷ। ସେହି ଭଣ୍ଡାରିପୋଖରୀରେ ‘ଜନନୀ ଗଣନାଟ୍ୟ’ ନାମରେ ଗୋଟିଏ ନୂଆ ପାର୍ଟି ଆରମ୍ଭ କରୁଥାନ୍ତି ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ପଟ୍ଟଶିଷ୍ୟ ଶ୍ୟାମସୁନ୍ଦର ମହାପାତ୍ର। ସେ ଚଗନଙ୍କ ବାପାଙ୍କ ପାଖକୁ ଯାଇ ପାର୍ଟିର ଭଲମନ୍ଦ ଏବଂ ତାଙ୍କ ରାଶି ନକ୍ଷତ୍ରକଥା ବୁଝାଶୁଝା କରିଥାନ୍ତି। ଦାଶରଥି ବାବୁ ଶ୍ୟାମସୁନ୍ଦର ମହାପାତ୍ରଙ୍କୁ କହିଲେ: ମୋ ପୁଅ ଦୁହେଁ କଳାକାର ହେବେ ବୋଲି ସେମାନଙ୍କ କପାଳ କହୁଛି। ସେମାନଙ୍କୁ ନେଇଯାଆନ୍ତୁ। ସେଇଠୁ ଯାତ୍ରାକୁ ଆସିଲେ ପ୍ରଭାକର (ଚଗନ) ଏବଂ ସୁଧାକର (ହଗନ)। ଅବଶ୍ୟ ସୁଧାକର ସାହୁ ଆଉ ନାହାନ୍ତି। ସେ ପରଲୋକ ବାହୁଡ଼ିଗଲେଣି। ମାତ୍ର ଚଗନଙ୍କ ଯାତ୍ରା ଚାଲିଛି। ଯାତ୍ରାକୁ ଆସିବା ବେଳକୁ ତାଙ୍କୁ ହୋଇଥିଲା ମାତ୍ର ୧୩ ବର୍ଷ। ସେ ପ୍ରଥମେ ଖଣ୍ଡା ଗୋଟେଇ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଛନ୍ତି। ଡୁଏଟ୍‌ ବି କରିଛନ୍ତି। ସେହି ପାର୍ଟିରେ ଥିବା ବେଳେ ଗୁରୁ ମକରଧ୍ୱଜ ଜେନାଙ୍କ ପରାମର୍ଶରେ ସେ ଭାଓଲିନ୍‌ ଓ ଅର୍ଗାନ୍‌ ବଜେଇବା ଶିଖିଲେ। ‘ଜନନୀ ଗଣନାଟ୍ୟ’ରୁ ଆରମ୍ଭ ହୋଇଥିବା ଚଗନଙ୍କ ଯାତ୍ରା ଇତିମଧ୍ୟରେ ଆସି ପହଞ୍ଚତ୍ଛି ‘ସ୍ବପ୍ନମହଲ’ରେ। ଏହାବ୍ୟତୀତ ସେ ଉତ୍କଳିକା, ମଞ୍ଚ ପୁଷ୍ପା, ଓଡ଼ିଶା ଅପେରା, ଗୌରୀ ଗଣନାଟ୍ୟ, ଧରିତ୍ରୀ ଅପେରା, ତ୍ରିନାଥ ଗଣନାଟ୍ୟ, ନୀଳଚକ୍ର, କଳିଙ୍ଗ, ରଙ୍ଗମହଲ, ଇନ୍ଦ୍ରମହଲ ଆଦି ଯାତ୍ରାନୁଷ୍ଠାରେ କାମ କରିସାରିଛନ୍ତି। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ବରଷା ରାଣୀର ଭିଜା ଓଢ଼ଣି, ଶ୍ୱଶୁର ଘରକୁ ଶହେ ସଲାମ୍‌, ସ୍ବାମୀମାନେ ସାବଧାନ, ସ୍ତ୍ରୀମାନେ ସାବଧାନ, ତୋ ଚାରିଖୁରାକୁ ଜୁହାର, ଉର୍ବଶୀ ଆସୁଛି ଇନ୍ଦ୍ରମହଲ, ଖରାପ ଝିଅର ଗପ, ଗଙ୍ଗା ପାପ କଲେ ଧୋଇବ କିଏ, ଶ୍ରୀକୃଷ୍ଣ ମୋର ଶେଷସାକ୍ଷୀ ଏବଂ ଆହୁରି ଅନେକ। ସମ୍ପ୍ରତି ସ୍ବପ୍ନମହଲରେ ତାଙ୍କ ଅଭିନୀତ ନାଟକ ମଧ୍ୟରେ ରହିଛି ସିଆଇଡି ଦୟା, ଆପଣମାନେ ଖୁସି ତ, ବାପାବୋଉ ତମେ ଭୁଲ୍‌ କଲ, ବାଦ୍‌ସାହା, ସ୍ବପ୍ନମହଲର ସ୍ବପ୍ନା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ଶେଷ ଚଳଚ୍ଚିତ୍ର ନୁହେଁ ‘ଜନ ନାୟକନ’! ମୁଖ୍ୟମନ୍ତ୍ରୀ ହେବା ପରେ ବି ଜାରି ରହିବ ଅଭିନୟ? ସସପେନ୍ସ ବଢାଇଲେ…

ମୁମ୍ବାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ଥଲାପତି ବିଜୟଙ୍କ ଚଳଚ୍ଚିତ୍ର ‘ଜନ ନାୟକନ’ ଉପରେ ଦୀର୍ଘ ସମୟରୁ କଟକଣା ଲାଗି ରହିଥିଲା। ଏହି ଚଳଚ୍ଚିତ୍ରଟି ଏହି ବର୍ଷ…

ଫ୍ଲାଟ୍‌ କିଣିଲେ ଜନ୍‌ ଆବ୍ରାହମ୍‌: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ବଲିଉଡରେ ଦୁଇ ଦଶନ୍ଧି ଧରି କାମ କରୁଥିବା ପ୍ରଖ୍ୟାତ ଅଭିନେତା ଜନ୍‌ ଆବ୍ରାହମ ଏକ ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାନ୍ତି। ସେ କେବଳ ତାଙ୍କ ଫିଲ୍ମ ପାଇଁ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri