ବହଳପଦରରେ ଜବରଦଖଲ ଉଚ୍ଛେଦ: ଗ୍ରାମବାସୀଙ୍କ ଦାବି ହେଲା ପୂରଣ, ନିର୍ମାଣ ହେବ କୃଷି ସମବାୟ କାର୍ଯ୍ୟାଳୟ

ଅମରପାଲି, ୧୦।୬ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମରେ ସରକାରୀ ଜମିରୁ ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ପରେ ଜମିକୁ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ) ନାମରେ ହସ୍ତାନ୍ତର କରାଯାଇଥିବାବେଳେ, ଏଠାରେ ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ପଥ ପ୍ରଶସ୍ତ ହୋଇଛି।
ସୂଚନା ଅନୁସାରେ, ବହଳପଦର ପ୍ରାଥମିକ କୃଷି ସେବା ସମବାୟ ସମିତିର ନିଜସ୍ବ ଜମି ନଥିବାରୁ ଦୀର୍ଘଦିନ ଧରି ଏକ ଘରୋଇ ଘରେ କାର୍ଯ୍ୟାଳୟ ଚାଲିଆସୁଥିଲା। ଫଳରେ ଖରିଫ ଓ ରବି ଋତୁରେ ଧାନ କ୍ରୟ ସମୟରେ ବିଭିନ୍ନ ପ୍ରକାର ଅସୁବିଧା ଦେଖାଦେଉଥିଲା। ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ଉପଯୁକ୍ତ ଜମି ଅଭାବରୁ କାମ ଆଗକୁ ବଢ଼ିପାରୁ ନଥିଲା। ଏହାକୁ ନେଇ ଗ୍ରାମବାସୀ ବହଳପଦର-ଅମରପାଲି ମଧ୍ୟବର୍ତ୍ତୀ ଏକ ସରକାରୀ ଜମିରେ କାର୍ଯ୍ୟାଳୟ ନିର୍ମାଣ ପାଇଁ ଦାବି କରିଥିଲେ। ତେବେ ସେହି ଜମିକୁ କେତେକ ବ୍ୟକ୍ତି ବେଆଇନ ଭାବେ ଦଖଲ କରି ରଖିଥିବାରୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁ ନଥିଲା। ପ୍ରଶାସନ ପକ୍ଷରୁ ବାରମ୍ବାର ନୋଟିସ ଓ ନିର୍ଦ୍ଦେଶ ସତ୍ତ୍ୱେ ଦଖଲକାରୀମାନେ ଜମି ଖାଲି କରିନଥିଲେ। ମଙ୍ଗଳବାର ବୀରମହାରାଜପୁର ତହସିଲ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନ ଚଳାଯାଇଥିଲା। ପ୍ରଥମେ କିଛି ଦଖଲକାରୀ ବିରୋଧ କରିଥିଲେ ମଧ୍ୟ ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀଙ୍କ ବୁଝାସୁଝା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ପରେ ଜେସିବି ସହାୟତାରେ ସେଠାରେ ନିର୍ମିିତ ଅସ୍ଥାୟୀ ଘର ଭଙ୍ଗାଯାଇଥିଲା ଏବଂ ଜମିକୁ ତାରବାଡ଼ ଦେଇ ସୁରକ୍ଷିତ କରାଯାଇଥିଲା। ଉଚ୍ଛେଦ କାର୍ଯ୍ୟରେ ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀଙ୍କ ସମେତ ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା, ଏସିଏଫ ତଥା ଅତିରିକ୍ତ ରେଞ୍ଜ ଦାୟିତ୍ୱରେ ଥିବା ରେଞ୍ଜ ଅଧିକାରୀ ଅବିନାଶ ବରିହା, ରାଜସ୍ବ ନିରୀକ୍ଷକ ନରେନ୍ଦ୍ର ଧରୁଆ, ଏଆରଆଇ ମୋହିତ କୁମାର ମିଶ୍ର, ଏଆରସିଏସ ନାରାୟଣ ସେଠୀ ଏବଂ ସମବାୟ ସମିତିର ସମ୍ପାଦକ ପ୍ରଫୁଲ୍ଲ ଦନ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଉଚ୍ଛେଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଠେଙ୍ଗୋ ଡ୍ୟାମ ଫାଣ୍ଡି ଅଧିକାରୀ ଜେଡି ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସପାୟାରୀ ମେଡିସିନ ଖାଇ ଆଶାକର୍ମୀଙ୍କ ଝିଅଙ୍କ ମୃତ୍ୟୁ ଅଭିଯୋଗ, ANM ସେଣ୍ଟରରୁ ଯାଇ ଆଣିଥିଲେ ମେଡିସିନ

କେନ୍ଦୁଝର,୧୦।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗ୍ରାମରେ ଏକ୍ସପାୟାରୀ ମେଡିସିନ ଖାଇ ଜଣେ ଆଶାକର୍ମୀଙ୍କ ଝିଅ ମୃତ…

ଗୁହାଳ ଭିତରକୁ ଟାଣିନେଇ ବିବାହିତା ମହିଳାଙ୍କୁ ବଳାତ୍କାର କଲେ ଯୁବକ, ତା’ପରେ…

ହିଞ୍ଜିଳିକାଟୁ, ୧୦।୬( ଦ୍ବିତୀକୃଷ୍ଣ ପଣ୍ଡା) : ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ଗାଈ ଗୁହାଳକୁ ଟାଣି ନେଇ ବଳତ୍କାର କରିଥିବା ନେଇ…

ହର୍ମୁଜରେ ଜାହାଜ ଚଳାଚଳ ବନ୍ଦ, ଇରାନ ଉପରେ ଜୋରଦାର ଆକ୍ରମଣ କଲା ଆମେରିକା

ତେହରାନ,୧୦।୬: ଓମାନ ଉପକୂଳରେ ଆମେରିକୀୟ ସେନାର ଏକ ଆପାଚି ହେଲିକପ୍ଟରକୁ ଖସାଇ ଦେବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି।…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନକୁ ୧୦ ବର୍ଷ ପୂର୍ତ୍ତି: ଗର୍ଭବତୀ ମହିଳାଙ୍କୁ ମାଗଣାରେ ଚିକିତ୍ସା

କେସିଙ୍ଗା,୧୦।୬( ତୁମେଶ୍ୱର ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାରା ଗର୍ଭବତୀ ମହିଳା ଙ୍କନିରାପଦ ମାତୃତ୍ୱ ପ୍ରୋତ୍ସାହିତ ପାଇଁ ଗତ ୨୦୧୬ରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ…

ବୀରମହାରାଜପୁର ଅଞ୍ଚଳରେ ହାତୀ ଆତଙ୍କ, ଗାଁ ଭିତରେ ପଶିଲେ ହାତୀପଲ, ଭୟଭୀତ ଅବସ୍ଥାରେ ଲୋକେ

ବୀରମହାରାଜପୁର,୧୦।୬ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ସହର ଉପକଣ୍ଠ ଦେଉଳ ମୁଣ୍ଡା ଗାଁ ଭିତରେ ହାତୀପଲ ପଶିଥିଲେ। ମିଳିଥିବା ସୂଚନା ଅନୁସାରେ ବୁଧବାର ସକାଳେ…

ରାସ୍ତା ନିର୍ମାଣ ଦାବି, ଏକାଠି ହେଲେ ୩ ଗ୍ରାମବାସୀ: ବିକାଶ ପାଇଁ ଉଠିଲା ସ୍ବର

ପଦ୍ମପୁର,୧୦ା୬(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡ ବୁଡ଼ାମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଲୁଆଁପଦର ଗ୍ରାମର ୱାର୍ଡ ସଭ୍ୟ ସହଦେବ ସାହୁଙ୍କ ନେତୃତ୍ୱରେ ଆଜି ଭେଲୁଆଁପଦର ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।…

ପ୍ରଥମ ୪ଟି ସିଲିଣ୍ଡର ଉପରେ ମିଳିବ ଏତିକି ଟଙ୍କା ସବସିଡି; ଜାଣନ୍ତୁ କ’ଣ ରହିଛି ନୂଆ ନିୟମ , କେଉଁ ସବୁ ଡକ୍ୟୁମେଣ୍ଟ ଜରୁରୀ?

ନୂଆଦିଲ୍ଲୀ, ୧୦।୬: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସୂଚିତ କରିଛି ଯେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (PMUY) ଅଧୀନରେ ଉପଲବ୍ଧ ସବସିଡିଯୁକ୍ତ LPG ସିଲିଣ୍ଡର…

ଧାନରେ ମଣ୍ଡି ଭର୍ତ୍ତି, ମିଲରଙ୍କ ଦେଖାନାହିଁ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼,୧୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉମାତ୍ର ୨ଦିନ ପରେ ଏହି ପ୍ରକ୍ରିୟାକୁ ମାସେ ପୂରିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସ୍ବାଭାବିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri