ରାସ୍ତା ନିର୍ମାଣ ଦାବି, ଏକାଠି ହେଲେ ୩ ଗ୍ରାମବାସୀ: ବିକାଶ ପାଇଁ ଉଠିଲା ସ୍ବର

ପଦ୍ମପୁର,୧୦ା୬(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡ ବୁଡ଼ାମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଲୁଆଁପଦର ଗ୍ରାମର ୱାର୍ଡ ସଭ୍ୟ ସହଦେବ ସାହୁଙ୍କ ନେତୃତ୍ୱରେ ଆଜି ଭେଲୁଆଁପଦର ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜମରତଲା ଗ୍ରାମପଞ୍ଚାୟତ ସରପଞ୍ଚ ବିଦୁ ଭୂଷଣ ଚାନ୍ଦ, ପୂର୍ବତନ ସରପଞ୍ଚ ସୁରେଶ ଚାନ୍ଦ, ସାମାଜିକ କର୍ମୀ ବାବୁଲାଲ ଚାନ୍ଦ, ଅଶୋକ ସେଠ, ସୁଶାନ୍ତ ପଣ୍ଡା, ଗର୍ଭନାଖୋଲ ଗୌନ୍ତିଆ ପ୍ରମୋଦ ଚାନ୍ଦ, ଡଙ୍ଗରମୁଣ୍ଡା ଗୌନ୍ତିଆ ଦେବରାଜ ବେହେରା, ନନ୍ଦଳାଲ ସାହୁ, ଦିଲ୍ଲୀପ ବେହେରା, ସୁରେନ୍ଦ୍ର ଛତ୍ରିଆ, ଜଗତ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଭେଲୁଆଁପଦର,ବେହେରାଟାଲ ଓ ଡଙ୍ଗରମୁଣ୍ଡା ଗ୍ରାମର ଅନେକ ସଚେତନ ନାଗରିକ ଉପସ୍ଥିତ ଥିଲେ। ତେବେ ଦୀର୍ଘ ଦିନ ଧରି ରାସ୍ତା ସମସ୍ୟାରେ ଜର୍ଜରିତ ତିନୋଟି ଗ୍ରାମର ବାସିନ୍ଦା ଏକାଠି ହୋଇ ନିଜ ଦାବିକୁ ଜୋରଦାର କରିଛନ୍ତି। ବର୍ଷା ଦିନରେ କାଦୁଅ ଓ ଖାଲ ଖମାରେ ଭର୍ତ୍ତି ରାସ୍ତା ଯୋଗୁ ଯାତାୟାତ, ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ ଦୈନନ୍ଦିନ ଜୀବନ ବ୍ୟାହତ ହେଉଥିବାରୁ ଗ୍ରାମବାସୀମାନେ ପକ୍କା ରାସ୍ତା ନିର୍ମାଣ ପାଇଁ ଏକତ୍ରିତ ହୋଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ରାସ୍ତାଟି କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ଏହା ଅଞ୍ଚଳର ବିକାଶର ମୂଳ ଭିତ୍ତି। ତେଣୁ ଶୀଘ୍ର ରାସ୍ତା ନିର୍ମାଣ କରାଯିବାକୁ ସେମାନେ ଜନପ୍ରତିନିଧିଙ୍କ ନିକଟରେ ଦାବି ଜଣାଇଛନ୍ତି। ଡଙ୍ଗରମୁଣ୍ଡାଠାରୁ ଭେଲୁଆଁପଦର,ବେହେରାଟାଲଠାରୁ ଭେଲୁଆପଦର ଗ୍ରାମକୁ ନୂତନ ରାସ୍ତା ସଂଯୋଗ କରିବା ପାଇଁ ଆଗାମୀ ଦିନରେ ଏହି ତିନୋଟି ଗ୍ରାମର ଗ୍ରାମବାସୀ ଏକତ୍ରିତ ହୋଇ ପ୍ରଶାସନର ଦୃଷ୍ଟିଗୋଚର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାସ୍ତା ନାହିଁ ତ ବିକାଶ ନାହିଁ ସ୍ଲୋଗାନ ସହ ତିନି ଗ୍ରାମର ଲୋକଙ୍କ ଏହି ଏକତା ଅଞ୍ଚଳର ବିକାଶ ପାଇଁ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଲୋମହର୍ଷଣକାରୀ ଘଟଣା…ପ୍ୟାଣ୍ଟରେ ପରିସ୍ରା କରିଦେବାରୁ ନିଷ୍ଠୁର ହେଲେ ଶିକ୍ଷୟିତ୍ରୀ, ଗୁପ୍ତାଙ୍ଗରେ ଚେଙ୍କ ଦେଇ…

ଲକ୍ଷ୍ନୌ,୨୭।୭: ବାରାଣସୀର ଲାଲପୁର-ପାଣ୍ଡେପୁର ପୋଲିସ ଷ୍ଟେସନ ଅଞ୍ଚଳର ଏକ ପ୍ଲେ ସ୍କୁଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଶିକ୍ଷୟିତ୍ରୀ ୫ ବର୍ଷୀୟ ଛାତ୍ରଙ୍କ ଗୁପ୍ତାଙ୍ଗରେ…

ଇସ୍ତଫା ପରେ ବି ନରମି ନାହାନ୍ତି ଧର୍ମେନ୍ଦ୍ର; କଂଗ୍ରେସ ନେତା ଜୟରାମ ରମେଶଙ୍କୁ ଦେଲେ କଡ଼ା ଜବାବ, କହିଲେ-ମୁଁ ଜଣେ …

ନୂଆଦିଲ୍ଲୀ, ୨୭।୭: ଜନ୍ତର-ମନ୍ତରରେ ମାସେରୁ ଅଧିକ ସମୟ ଧରି ଚାଲିଥିବା CJPର ଆନ୍ଦୋଳନ ପରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ପରେ ସୋମବାର…

ବିରୋଧୀଙ୍କ ୫ ରଣନୀତି: BJPକୁ ୨୦୨୯ ପର୍ଯ୍ୟନ୍ତ ଚାପରେ ରଖିବାକୁ ରଚୁଛନ୍ତି ଚକ୍ରବ୍ୟୂହ! ପରଦା ପଛରେ ଚାଲିଛି…

ନୂଆଦିଲ୍ଲୀ, ୨୭।୭: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ NEET ପ୍ରଶ୍ନପତ୍ର ଲିକ୍‌-୨୦୨୬ ପ୍ରସଙ୍ଗରେ ନରେନ୍ଦ୍ର ମୋଦି ସରକାରଙ୍କୁ ରାଜନୈତିକ ଭାବେ ଘେରିବାକୁ ପ୍ରସ୍ତୁତି ଚଳାଇଥିବା କୁହାଯାଉଛି।…

ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ରାଜନୀତି କ୍ଷେତ୍ରରେ…

ବରଗଡ଼,୨୭।୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର ପ୍ରଭାନ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

ହସ୍ପିଟାଲରୁ ସିଧା ରାଜଘାଟ ପହଞ୍ଚିଲେ ୱାଙ୍ଗଚୁକ, ବାପୁଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଅନୁଷ୍ଠିତ ପ୍ରତିବାଦରେ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ କିଛି ଦିନ ଧରି ଅନଶନରେ…

ତୀରନ୍ଦାଜ ପ୍ରତିଯୋଗିତା: କଳାହାଣ୍ଡର ୩ ପ୍ରତିଯୋଗୀ ଜାତୀୟସ୍ତରକୁ ମନୋନୀତ

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ତୀରନ୍ଦାଜ ପ୍ରତିଯୋଗୀମାନେ ସିବିଏସଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତାରେ ୩ଟି ସ୍ବର୍ଣ୍ଣ…

ରାସ୍ତାରେ ଶହ ଶହ ଖାଲ ଢିପ ଯୋଗୁ ଯାତାୟାତରେ ସମସ୍ୟା, ଚେତାବନୀ ଦେଲେ ସହରବାସୀ, ମରାମତି ନ ହେଲେ ଆଗାମୀ ଦିନରେ…

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗୀର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri