ବୀରମହାରାଜପୁର,୧୦।୬ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ସହର ଉପକଣ୍ଠ ଦେଉଳ ମୁଣ୍ଡା ଗାଁ ଭିତରେ ହାତୀପଲ ପଶିଥିଲେ। ମିଳିଥିବା ସୂଚନା ଅନୁସାରେ ବୁଧବାର ସକାଳେ ବୌଦ୍ଧ ବାଉଁଶୁଣୀ ପଟୁ ମହାନଦୀ ପାର୍ହୋଇ ପ୍ରଥମେ ଦେଉଳ ମୁଣ୍ଡା ରାମ ଚନ୍ଦ୍ର ହୋତାଙ୍କ ବାଡିପଟ ଦେଇ ଗାଁ ଭିତରେ ପଶି ବିଲ ଭିତରେ ପଶିଥିଲେ । କିନ୍ତୁ ହାତୀପଲ କୌଣସି କ୍ଷତି କରିନାହାନ୍ତି। ଗ୍ରାମବାସୀ ହାତୀ ପଲକୁ ଘଉଡାଇଥିଲେ। ହାତୀପଲ ଏବେ ଭାଲିଆ ପଦର ଗ୍ରାମରେ ଅଛନ୍ତି। ତେବେ ହାତପଲ ଭିତରେ ଏକ ଦନ୍ତାହାତୀ ସହ ଚାରୋଟି ହାତୀ ରହିଛନ୍ତି।

