Posted inଖେଳ

ବସ୍‌ ଦୁର୍ଘଟଣା: ଓଡ଼ିଶା ଜୁଡୋ ଖେଳାଳି ଆହତ

ଭୁବନେଶ୍ୱର, ୨୧ା୧୦ (ସ୍ପୋଟର୍‌ସ ବ୍ୟୁରୋ)-ଶନିବାର ରାତିରେ ଏକ ବସ୍‌ ଦୁର୍ଘଟଣାରେ ଓଡ଼ିଶା ଜୁଡୋ ଖେଳାଳିମାନେ ଆହତ ହୋଇଛନ୍ତି। ଖବର ଅନୁସାରେ ଅକ୍ଟୋବର ୧୪ରୁ ୧୯ ପର୍ଯ୍ୟନ୍ତ ଆୟୋଜିତ ଜାତୀୟ ସବ୍‌ଜୁନିୟର ଏବଂ କ୍ୟାଡେଟ୍‌ ଜୁଡୋ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ ଲାଗି ଏକ ୨୯ ଦଳିଆ ଓଡ଼ିଶା ଜୁଡୋ ଦଳ ଇମ୍ଫାଲ ଗସ୍ତ କରିଥିଲା। ପ୍ରତିଯୋଗିତାରେ ଭାଗ ନେଇ ଘରକୁ ଫେରିବା ଲାଗି ସେମାନେ ଟ୍ରେନ୍‌ ଧରିବା ପାଇଁ ଇମ୍ଫାଲରୁ ଦିମାପୁର ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଜୁଡୋ ଦଳରେ ୧୪ ବାଳିକା, ଜଣେ ବାଳିକା କୋଚ୍‌, ୧୩ ବାଳକ ଏବଂ ଜଣେ ବାଳକ କୋଚ୍‌ ଓ ଜଣେ ମ୍ୟାନେଜର ଥିଲେ। ୪ଜଣ ବାଳିକା ଗୁରୁତର ଭାବେ ଆହତ ହୋଇଛନ୍ତି। ଜଣଙ୍କର କଲାର ବୋନ୍‌ ଭାଙ୍ଗିଯାଇଛି। କୋଚ୍‌ ବଳରାମ ବେହେରା ମଧ୍ୟ ଆହତ ହୋଇଛନ୍ତି। ଖେଳାଳିମାନେ ଯେଉଁ ବସ୍‌ରେ ଫେରୁଥିଲେ। ବାଟରେ ରାତି ପ୍ରାୟ ୧୨ଟା ବେଳେ ବସ୍‌ଟି ଓଲଟି ପଡ଼ିଥିଲା ଏବଂ ଭାଙ୍ଗିରୁଜି ଯାଇଥିଲା। ସ୍ଥାନୀୟ ଲୋକେ ଏବଂ ଆସାମ ରାଇଫଲର ଖେଳାଳିମାନଙ୍କ ସହାୟତାରେ ଏକ ଘରୋଇ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଜୁଡୋ ଦଳ ବିବେକ ଏକ୍ସପ୍ରେସ୍‌ ଟ୍ରେନ୍‌ ଜରିଆରେ ଦିମାପୁର ଛାଡ଼ିଥିଲେ ବୋଲି ରାଜ୍ୟ ଜୁଡୋ କୋଚ୍‌ ଗୀତାଞ୍ଜଳି ପଣ୍ଡା ସୂଚନା ଦେଇଛନ୍ତି। ଓଡ଼ିଶା ଜୁଡୋ ଦଳ ଭୁବନେଶ୍ୱରରେ ସୋମବାର ସନ୍ଧ୍ୟା ସୁଦ୍ଧା ପହଞ୍ଚତ୍ବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମଥର ପାଇଁ ବୈଭବଙ୍କ ସହ ଘଟିଲା ଏମିତି…୨୫୧ ଦିନ ଧରି ଯାହା ହୋଇନଥିଲା, ଏବେ ହେଲା!

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନର ପ୍ରଥମ ଇନିଂସ୍‌କୁ ୩୩୬ ରନରେ ସୀମିତ କରିବା ପରେ ଇଷ୍ଟ ଜୋନ ଦ୍ୱିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଛି।…

୭୦୦ ରନ୍‌ କରିଲେ ବି ହାରିଯିବ ତିଳକ ବର୍ମାଙ୍କ ଦଳ! ବୈଭବଙ୍କ ଦଳ ହେବ ଚାମ୍ପିଅନ, ଜାଣନ୍ତୁ ରୋଚକ ନିୟମ

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଖେଳାଯାଉଛି। ସେପ୍ଟେମ୍ବର ୬ରୁ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଆରମ୍ଭ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଟେନସନ୍‌ରେ ପଡ଼ିଲେ ଗୌତମ ଗମ୍ଭୀର! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି। ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନ କରିବେ…

ଏସିଆ କପ୍‌ ଚାଲିଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୯।୯: ମହିଳା ଏସିଆ କପରେ ହଂକଂ ବିପକ୍ଷରେ ଏକ ଚମତ୍କାର ଶତକ ମାରିଥିବା ସ୍ମୃତି ମନ୍ଧାନା ICC T20 ରାଙ୍କିଙ୍ଗର ଶୀର୍ଷ ୫ରେ ସ୍ଥାନ ପାଇଛନ୍ତି। ହଂକଂ…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri