ବସୁନ୍ଧରା ଯୋଜନା ବାଟବନା:ଘରଡିହ ପାଏବାରୁ ବଁଚିତ୍‌ ଭୂମିହୀନ ପରିବାର

ଲାଠୋର, ୮ା୬ (ଡି.ଏନ.ଏ): ସରକାର ଭୂମିହୀନମାନକୁ ବସୁନ୍ଧରା ଯୋଜନାରେ ସାମିଲ କରି ୪ ଡିସିମିଲ ଘରଡିହ ଯୁଗେଇ ଦେଉଛନ୍‌। ହେଲେ ବିଭାଗୀୟ ଅଧ୍‌କାରୀମାନକର ଖାମଖିଆଲି ମନଭାବ ଲାଗି ଅନେକ ଭୂମିହୀନ ଘରଡିହ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ତହସିଲ ଅଧୀନ ଲାଠୋର ବନ୍ଧପଡ଼ଡାରେ।
ସୂଚନା ଅନ୍‌ସାରେ ଲାଠୋର ବନ୍ଧପଡ଼ାର ଅନେକ ଗରିବ ଭୂମିହୀନ ପରିବାର ବସୁନ୍ଧରା ଯୋଜନାରେ ଆବେଦନ କରି ନିରାଶ ହେଇଛନ୍‌। ଇ ପରିବାରମାନେ ଗୋଚର, ଜଲଚର ଜାଗାରେ ଛୁଟିଆ କୁରିଆଟେ ଲେଖେଁ କରି ମୁଡ୍‌ ଗୁଁଜିଥିବାର ପଡ଼ାର ପ୍ରହଲ୍ଲାଦ ସେଠ, ଶଶି ହଂସ, ଦୁର୍ଗା ହଂସ, କମଳ ବିଶି, ରଞ୍ଜିତ ବିଶି, କୃଷ୍ଣ ପାତ୍ର, ସନ୍ୟାସୀ ପାତ୍ର, ଡିଙ୍ଗର ବାଗ, ପରକ୍ଷିତ ବାଗ ପରମୁଖ ଅଭିଯୋଗ କରିଛନ୍‌। ଗଲା ୫୦ ବଛର୍‌ରୁ ଅଧ୍‌କା ହେବା ଇ ପରିବାରମାନେ ଲାଠୋର ବଁଧ୍‌ ପାସେ ଥିବାର ଗୋଚର ଆର ଜଲଚର ଜାଗାରେ କୁରିଆଟେ ଲେଖେଁ କରି କୁଟୁମବସିଆ ମୁଡ଼ ଗୁଁଜୁଛନ୍‌। ପେସାରେ ଇମାନେ ହେମାଲି ଆଏ। ଫିଦିନ ହେମାଲି କାମ୍‌ରୁ ଯାହା ରୁଜଗାର କରୁଛନ୍‌ ସେଥ୍‌ରେ ତାକର ପରିବାର ଚଲୁଛେ। ଇ ପରିବାରମାନେ ନିହାତି ଗରିବ୍‌ ହେଇଥିଲାବେଲେ ଜମି ଘିନି ଘର ତିଆରିବାର ତାକତ୍‌ ନଁାଇଁନ। ଆଏବାର ଦିନେ ଇ ଗରିବ ପରିବାରମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଏବାର ଆଶ୍‌ ଅଛେ। ହେଲେ ଜାଗାଠାନ୍‌ ଅଭାବୁ ଇମାନେ କେନ୍‌ଠାନେ ଘର ବନାବେ ସେ ଚିନ୍‌ତାରେ ରହିଛନ୍‌। ବାରବାର ଲାଠୋର ରାଜସ୍ବ ନିରୀକ୍ଷକଁର ଅଫିସ ସଂଗେ ଯୋଗାଯୋଗ ରଖୁଥିଲେ ବି କେହେନ୍‌ସି ପରକାର ଉପକାର ନାଇଁ ମିଲୁଥିବାର ସେମାନେ ଅଭିଯୋଗ କରିଛନ୍‌। ଇ ସମସିଆଟା ଖାଲି ଲାଠୋର ବନ୍ଧପଡ଼ାରେ ଦେଖାଦେଇଛେ ସେଟା ନୁହେ, ଲାଠୋର ଅଂଚଲର ଅନେକ ଗଁାରେ ଗରିବ୍‌ ଭୂମିହୀନମାନେ ଏନ୍‌ତା ସମସିଆରେ ଛଁଦି ହେଇ ରହିଛନ୍‌। ଇ ବାବ୍‌ଦେ ଖପ୍ରାଖୋଲ ତହସିଲଦାର ନିରଞ୍ଜନ ନାଏକକୁଁ ପଚରାଲାରୁ ପଡ଼ାକେ ପରିଦରଶନରେ ଯିମି, ଘଟନାର ତଦଁତ କରି ସରକାରୀ ହିସାବେ ଅଧିବାସୀମାନକୁ ଜମି ଯୁଗେଇ ଦେବାର ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri