Posted inରାଜ୍ୟ

ବସନ୍ତ କୁମାର ବିଦ୍ୟାପୀଠର ବାର୍ଷିକ ଉତ୍ସବ: ମାଟ୍ରିକରେ ପ୍ରଥମ ୧୦ଜଣରେ ରହିଲେ ୧ଲକ୍ଷ ଟଙ୍କା ପୁରସ୍କାର

ଖଣ୍ଡପଡ଼ା,୧୯ା୭(ସ୍ବ.ପ୍ର)-ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ପଙ୍ଘୁଟିଏ ମଧ୍ୟ ସବୋର୍ଚ୍ଚ ଶିଖରରେ ପହଞ୍ଚତ୍ପାରେ ା ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ଆବଶ୍ୟକ ଦୃଢ ମନୋବଳ ଓ ପ୍ରବଳ ଆମତ୍ବିଶ୍ୱାସ ା ବଡ଼ ହେବା ନିମନ୍ତେ ସ୍ବପ୍ନ ଦେଖିବା ଜରୁରୀ ା ମାତାପିତା ଓ ଗୁରୁଙ୍କ ବିନା ସମାଜର ଅଗ୍ରଗତି ହୋଇପାରିବ ନାହିଁ। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ନ କଲେ ସମାଜରେ ପରିବର୍ତ୍ତନ ଆସିବ ନାହିଁ ା ଗୁରୁବାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବଡ଼ବାଣପୁର ବସନ୍ତ କୁମାର ବିଦ୍ୟାପୀଠର ୩୧ ତମ ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥିମାନେ ଉପରୋକ୍ତ ମତବ୍ୟକ୍ତ କରିଥିଲେ ା ସରପଞ୍ଚ ପ୍ରଦୀପ କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ବସନ୍ତ କୁମାର ସ୍ବାଇଁଙ୍କ ଦାୟାଦ ଦୁଷ୍ମନ୍ତ କୁମାର ସ୍ବାଇଁ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ। ଆଗାମୀ ମାଟ୍ରିକ ପରୀକ୍ଷାରେ ପ୍ରଥମ ୧୦ଜଣଙ୍କ(ବେଷ୍ଟ ଟେନଥ୍‌)ଙ୍କ ମଧ୍ୟରେ ଏହି ବିଦ୍ୟାଳୟର ଯେଉଁ ଛାତ୍ରୀଛାତ୍ର ସ୍ଥାନ ପାଇବେ ତାଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ଭାବେ ପ୍ରଦାନ କରାଯିବ ବୋଲି ସ୍ବାଇଁ ଘୋଷଣା କରିଥିଲେ ା ମୁଖ୍ୟଅତିଥି ଭାବେ ନୀଳମାଧବ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁକାନ୍ତ କୁମାର ନାୟକ, ଶ୍ରୀ ଜଗନ୍ନାଥ ପଞ୍ଚସୂତ୍ର ପ୍ରଚାର ସମିତି(ଭୁବନେଶ୍ୱର)ର କୋଷାଧ୍ୟକ୍ଷ ନିରଞ୍ଜନ ଦାଶ ମୁଖ୍ୟବକ୍ତା, ଉପସଭାପତି ବୈକୁଣ୍ଠନାଥ ମହାପାତ୍ର ଓ ସଭାପତି ପ୍ରଭାକର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ା ଅନ୍ୟତମ ଅତିଥି ଭାବେ ବିଦ୍ୟାପୀଠର ପୂର୍ବତନ ସମ୍ପାଦକ ଜମ୍ବେଶ୍ୱର ପ୍ରଧାନ, ଶିକ୍ଷାବିତ ଈଶ୍ୱର ଚନ୍ଦ୍ର ମିଶ୍ର, ସମିତି ସଭ୍ୟ ସଦାନନ୍ଦ ପ୍ରଧାନ, ଶରତ ଚନ୍ଦ୍ର ବେହେରା, ଖବରଦାତା ପ୍ରଭାକର ଶିରୋମଣି, ଭଗବାନ ମାଣ୍ଡୋଇ ପ୍ରମୁଖ ଯୋଗଦେଇଥିଲେ ା ବିଦ୍ୟାଳୟର ଉନ୍ନତି ପାଇଁ ପଞ୍ଚାୟତ ପାଣ୍ଠିରୁ ୧ଲକ୍ଷ ଟଙ୍କାର ଅନୁଦାନ ରାଶି ଦେବାକୁ ସରପଞ୍ଚ କର ଘୋଷଣା କରିଥିଲେ। ଷ୍ଟେଟବ୍ୟାଙ୍କ ପୂର୍ବତନ ମୁଖ୍ୟ ପରିଚାଳକ ପ୍ରଭାକର ମଲ୍ଲିକ ବିଦ୍ୟାଳୟକୁ ୨୦ ହଜାର ଟଙ୍କା ପ୍ରଦାନ କରିବାକୁ ସୂଚନା ଦେଇଥିଲେ ା ଏହି ଅବସରରେ ଜଗନ୍ନାଥ ଜୀଉଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରତିଷ୍ଠାତା ସ୍ବର୍ଗତ ସ୍ବାଇଁଙ୍କ ଫଟୋ ଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ା ସହକାରୀ ଶିକ୍ଷକ ଚିତ୍ତରଞ୍ଜନ ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ା ପ୍ରଧାନ ଶିକ୍ଷକ ସନାତନ ମହାନ୍ତି ସଭା ପରିଚାଳନା କରିଥିବାବେଳେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମହାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?