ବଲାଙ୍ଗୀରରେ ବର୍ଷା, ଘୂର୍ଣ୍ଣିଝଡର ତାଣ୍ଡବ

ବଲାଙ୍ଗୀର ଅଫିସ, ୨୬।୨ – ବଲାଙ୍ଗୀରରେ ସୋମବାର ବିଳମ୍ବିତ ରାତିରେ ଘୂର୍ଣ୍ଣିଝଡ ସହ ପ୍ରବଳ ବର୍ଷା ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବଲାଙ୍ଗୀର ସହରରେ ବହୁ ବିଦ୍ୟୁତ୍‌ ଖୁଣ୍ଟ, ଗଛ ଭାଙ୍ଗି ପଡିବାରୁ ସହରର ଅର୍ଦ୍ଧାଧିକ ଅଞ୍ଚଳରେ ବିଦ୍ୟୁତ୍‌ ସରାବରାହ ବନ୍ଦ ରହିଛି। ରାତି ପ୍ରାୟ ୨ଟାରେ ହୋଇଥିବା ଘୂର୍ଣ୍ଣିଝଡରେ ସହରର ପ୍ୟାଲେସ ଲାଇନ, ରାମେଶ୍ୱର ନଗର, ମେଘନାଥପଡା, ଗାନ୍ଧୀନଗର ପଡା, ସତ୍ୟନାରାୟଣ ପଡା ଏବଂ ଅନ୍ୟ ଅଞ୍ଚଳରେ ଥିବା ବହୁ ଘରର ଆଜବେଷ୍ଟସ ଛାତ ଉଡି ଯାଇଛି । ରାମେଶ୍ୱର ନଗରରେ କାନ୍ଥ ପଡିଯିବାରୁ ସୈରେନ୍ଦ୍ରୀ ବରାଡ ନାମକ ଜଣେ ମହିଳା ଗୁରୁତର ଆହତ ହୋଇ ବୁର୍ଲା ସ୍ଥାନାନ୍ତରଣ ହୋଇଛନ୍ତି। ସଦେଇପାଲି ଓ ମାଧିଆପାଲିରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶତାଧିକ ଘର ଆଜବେଷ୍ଟସ ଉଡି ଯିବା ସହ ଗଛ ପଡି ବ୍ୟାପକ ଭଙ୍ଗାରୁଜା ହୋଇଛି । ସଦେଇପାଲିରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ୧୦ଦିନିଆ ସଂକୀର୍ତ୍ତନ୍ୟ ମହାକୁମ୍ଭ ପାଇଁ ବ୍ୟାପକ ଆୟୋଜନ କରାଯାଇଥିଲା। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ସୁଦୃଶ୍ୟ ପ୍ରହରୀ ମଣ୍ଡପ ତିଆରି କରାଯାଇଥିଲା। ଘୁର୍ଣ୍ଣଝଡ ସହ ସମ୍ପୂର୍ଣ୍ଣ ଧୂଳିସାତ ହୋଇଯାଇଛି । ଏହି ସଂକୀର୍ତ୍ତନ୍ୟକୁ ସାଇଟ କଲେଜ ନିକଟ ମନ୍ଦିର ମଣ୍ଡପକୁ ସ୍ଥାନାନ୍ତରଣ କରାଯାଇଛି । ଏହା ସହିତ ତଣ୍ଡାମୁଣ୍ଡା, ଲୋୟର ସୁକତେଲ ବୁଡିଅଞ୍ଚଳ, ଚନ୍ଦନଭାଟି ଅଞ୍ଚଳରେ ବର୍ଷା ଯୋଗୁଁ ବ୍ୟାପକ ପନିପରିବା ନଷ୍ଟ ହୋଇଛି। ଗାନ୍ଧୀନଗର ପଡାସ୍ଥିତ ପଟେଲ ନର୍ସିଂହୋମ ସମ୍ମୁଖରେ ରାସ୍ତା ଉପରେ ଦୁଇଟି ଗଛ ଉପୁଡି ପଡିଥିଲା। ଏଥିଯୋଗୁ ସେଠାରେ ରାସ୍ତାକଡରେ ଥିବା ବିଦ୍ୟୁତ ତାର ଛିଣ୍ଡି ଯାଇଛି। ଏହା ସହିତ ତେଲିଗୋଠ ପଡା, ମାଲପଡା, ଟିକ୍ରାପଡା, ରାଧାରାଣୀପଡା, କ୍ଲବପଡା, ପ୍ୟାଲେସଲାଇନ, ଇଚ୍ଛାପଡା, ମୁଖ୍ୟ ମାକେର୍ଟରେ ବିଦ୍ୟୁତ୍‌ ସରାବରାହ ବନ୍ଦ ରହିଥିବାରୁ ଅଞ୍ଚଳଟି ସମ୍ପୂର୍ଣ୍ଣ ଅନ୍ଧାରରେ ରହିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri