ବଲାଙ୍ଗୀରରେ ବର୍ଷା, ଘୂର୍ଣ୍ଣିଝଡର ତାଣ୍ଡବ

ବଲାଙ୍ଗୀର ଅଫିସ, ୨୬।୨ – ବଲାଙ୍ଗୀରରେ ସୋମବାର ବିଳମ୍ବିତ ରାତିରେ ଘୂର୍ଣ୍ଣିଝଡ ସହ ପ୍ରବଳ ବର୍ଷା ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବଲାଙ୍ଗୀର ସହରରେ ବହୁ ବିଦ୍ୟୁତ୍‌ ଖୁଣ୍ଟ, ଗଛ ଭାଙ୍ଗି ପଡିବାରୁ ସହରର ଅର୍ଦ୍ଧାଧିକ ଅଞ୍ଚଳରେ ବିଦ୍ୟୁତ୍‌ ସରାବରାହ ବନ୍ଦ ରହିଛି। ରାତି ପ୍ରାୟ ୨ଟାରେ ହୋଇଥିବା ଘୂର୍ଣ୍ଣିଝଡରେ ସହରର ପ୍ୟାଲେସ ଲାଇନ, ରାମେଶ୍ୱର ନଗର, ମେଘନାଥପଡା, ଗାନ୍ଧୀନଗର ପଡା, ସତ୍ୟନାରାୟଣ ପଡା ଏବଂ ଅନ୍ୟ ଅଞ୍ଚଳରେ ଥିବା ବହୁ ଘରର ଆଜବେଷ୍ଟସ ଛାତ ଉଡି ଯାଇଛି । ରାମେଶ୍ୱର ନଗରରେ କାନ୍ଥ ପଡିଯିବାରୁ ସୈରେନ୍ଦ୍ରୀ ବରାଡ ନାମକ ଜଣେ ମହିଳା ଗୁରୁତର ଆହତ ହୋଇ ବୁର୍ଲା ସ୍ଥାନାନ୍ତରଣ ହୋଇଛନ୍ତି। ସଦେଇପାଲି ଓ ମାଧିଆପାଲିରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶତାଧିକ ଘର ଆଜବେଷ୍ଟସ ଉଡି ଯିବା ସହ ଗଛ ପଡି ବ୍ୟାପକ ଭଙ୍ଗାରୁଜା ହୋଇଛି । ସଦେଇପାଲିରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ୧୦ଦିନିଆ ସଂକୀର୍ତ୍ତନ୍ୟ ମହାକୁମ୍ଭ ପାଇଁ ବ୍ୟାପକ ଆୟୋଜନ କରାଯାଇଥିଲା। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ସୁଦୃଶ୍ୟ ପ୍ରହରୀ ମଣ୍ଡପ ତିଆରି କରାଯାଇଥିଲା। ଘୁର୍ଣ୍ଣଝଡ ସହ ସମ୍ପୂର୍ଣ୍ଣ ଧୂଳିସାତ ହୋଇଯାଇଛି । ଏହି ସଂକୀର୍ତ୍ତନ୍ୟକୁ ସାଇଟ କଲେଜ ନିକଟ ମନ୍ଦିର ମଣ୍ଡପକୁ ସ୍ଥାନାନ୍ତରଣ କରାଯାଇଛି । ଏହା ସହିତ ତଣ୍ଡାମୁଣ୍ଡା, ଲୋୟର ସୁକତେଲ ବୁଡିଅଞ୍ଚଳ, ଚନ୍ଦନଭାଟି ଅଞ୍ଚଳରେ ବର୍ଷା ଯୋଗୁଁ ବ୍ୟାପକ ପନିପରିବା ନଷ୍ଟ ହୋଇଛି। ଗାନ୍ଧୀନଗର ପଡାସ୍ଥିତ ପଟେଲ ନର୍ସିଂହୋମ ସମ୍ମୁଖରେ ରାସ୍ତା ଉପରେ ଦୁଇଟି ଗଛ ଉପୁଡି ପଡିଥିଲା। ଏଥିଯୋଗୁ ସେଠାରେ ରାସ୍ତାକଡରେ ଥିବା ବିଦ୍ୟୁତ ତାର ଛିଣ୍ଡି ଯାଇଛି। ଏହା ସହିତ ତେଲିଗୋଠ ପଡା, ମାଲପଡା, ଟିକ୍ରାପଡା, ରାଧାରାଣୀପଡା, କ୍ଲବପଡା, ପ୍ୟାଲେସଲାଇନ, ଇଚ୍ଛାପଡା, ମୁଖ୍ୟ ମାକେର୍ଟରେ ବିଦ୍ୟୁତ୍‌ ସରାବରାହ ବନ୍ଦ ରହିଥିବାରୁ ଅଞ୍ଚଳଟି ସମ୍ପୂର୍ଣ୍ଣ ଅନ୍ଧାରରେ ରହିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ଜିର୍ଣ୍ଣୋଦ୍ଧାର ମହୋତ୍ସବ ଉଦ୍‌ଯାପିତ

ଦିଗପହଣ୍ଡି,୨୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ାଗ୍ରାମ ନିକଟ କମାପଡ଼ିଆ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ୫ ଦିନ ବ୍ୟାପୀ…

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ମାମୁଁ ଘରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ; ୧୬ ବର୍ଷୀୟା ନାବାଳିକା ୮ ମାସର ଗର୍ଭବତୀ, ଯୁବକ ଗିରଫ

ବଞ୍ଚୋ/ଘସିପୁରା, ୨୮।୫(ପ୍ରଦୋଷ କୁମାର ବିଶ୍ୱାଳ /ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ…

ସୌମ୍ୟଙ୍କ ସାଙ୍ଗ ଭୂମିକା ତଦନ୍ତ ପରିସର: କ୍ରାଇମବ୍ରାଞ୍ଚ ଡିଆଇଜି

ଭୁବନେଶ୍ୱର,୨୮।୫: କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏକ ବଡ଼ ସୂଚନା ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ଆହୁରି ୧୦ଜଣ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri