ବର୍ଷା କମ୍‌ ଯୋଗୁ ଚାଷ କାର୍ଯ୍ୟ ପ୍ରଭାବିତ

ଭଞ୍ଜନଗର,୨୯।୭(ଡି.ଏନ.ଏ)-ଚଳିତବର୍ଷ ରାଜ୍ୟରେ ଏ ପର୍ଯ୍ୟନ୍ତ ଆବଶ୍ୟକ ପରିମାଣର ବର୍ଷା ହୋଇନାହିଁ। ଫଳରେ ଚାଷ କାର୍ଯ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି । ଧାନତଳି ପୋଡ଼ି ନଷ୍ଟ ହେବା ଆଶଙ୍କା ରହିଛି । ପ୍ରତ୍ୟେକ ଜିଲାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲାକୁ ଜଣେ ଜଣେ ଅଧିକାରୀଙ୍କୁ ସ୍ଥିତି ଅନୁଧ୍ୟାନ ଲାଗି ପଠାଯାଇଛି । ଗଞ୍ଜାମ ଜିଲାକୁ କ୍ଷୁଦ୍ର ଜଳସେଚନ (ଏମ୍‌ଆଇ) ବିଭାଗର ମୁଖ୍ୟଯନ୍ତ୍ରୀ ସରୋଜ କୁମାର ପଟ୍ଟନାୟକ ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିଲେ। ଶୁକ୍ରବାର ଓ ଶନିବାର ସେ ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡ ସମେତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ଜଳସମ୍ପଦ ବିଭାଗ ଋଷିକୁଲ୍ୟା ଅବବାହିକାର ଅଧୀକ୍ଷଣ ଯନ୍ତ୍ରୀ ଲଡ଼ୁ କିଶୋର ସାବତ, ଭଞ୍ଜନଗର ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ନିହାର ରଞ୍ଜନ ସାମନ୍ତରାୟ, କ୍ଷୁଦ୍ରଜଳସଚେନ ବିଭାଗ ଅଧୀକ୍ଷଣଯନ୍ତ୍ରୀ, ଭଞ୍ଜନଗର ଏମ୍‌ଆଇ ନିର୍ବାହୀଯନ୍ତ୍ରୀ କେ.ସି.ପାଳ ପ୍ରମୁଖ ଉପସ୍ଥିତ ଥିଲେ । ବର୍ତ୍ତମାନ ତଳି ବଞ୍ଚାଇବା ଏବଂ ଚାଷ କାର୍ଯ୍ୟ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରତ୍ୟେକ କେନାଲରେ ପାଣି ଛଡ଼ାଯାଉଛି । କେନାଲ ମାଧ୍ୟମରେ ତଳସ୍ତରରେ ପାଣି ପହଞ୍ଚିଛି କି’ ନାହିଁ ଏବଂ ଚାଷୀ ବର୍ତ୍ତମାନ କି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ମୁଖ୍ୟଯନ୍ତ୍ରୀ ପଟ୍ଟନାୟକ ପ୍ରତ୍ୟକ୍ଷ ଭାବେ ବିଭାଗୀୟ ଅଧିକାରୀ ଏବଂ ଚାଷୀଙ୍କୁ ପଚାରି ବୁଝିଥିଲେ । ଏଥିସହ ପର୍ଯ୍ୟାୟକ୍ରମେ କେନାଲରେ ପାଣି ଛାଡ଼ିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟଯନ୍ତ୍ରୀ ଜାନିବିଲି, ଘୋଡ଼ାହାଡ଼, ବାଘୁଆ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଜଳଭଣ୍ଡାର ଗୁଡ଼ିକରେ କେତେ ପାଣି ମହଜୁଦ୍‌ ଅଛି, କେନାଲରେ କେତେ ଦିନ ପାଣି ଛଡ଼ାଯାଇପାରିବ ସେନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ସୂଚନାଯୋଗ୍ୟ, ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଭଞ୍ଜନଗର ଉପଖଣ୍ଡରେ ଆବଶ୍ୟକତାଠାରୁ ପ୍ରାୟ ୩୩ ପ୍ରତିଶତ କମ୍‌ ବର୍ଷା ହୋଇଛି। ଜମିରେ ପାଣି ନଥିବା ଯୋଗୁ ଲୋକେ ଧାନ ତଳି ରୋଇବା ଠିକ୍‌ ଭାବେ ଆରମ୍ଭ କରିପାରୁନାହାନ୍ତି । ଭଞ୍ଜନଗର ଅଞ୍ଚଳରେ ଗତ ୩ଦିନ ହେବ ଦୈନନ୍ଦିନ କିଛି ସମୟ ବର୍ଷା ହେଉଥିବାରୁ ଚାଷୀମାନେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ।
ତଳିଆ ଅଞ୍ଚଳରେ ଚାଷ ଆରମ୍ଭ ହୋଇଛି। ଢିପ ଜମିରେ ଚାଷ କରିବାକୁ ହେଲେ ଆହୁରି ବର୍ଷା ହେବା ଆବଶ୍ୟକ। ମାସ ଶେଷ ସୁଦ୍ଧା ଜମିରେ ପାଣି ନ ହେଲେ ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହେବା ସମ୍ଭାବନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri