Posted inରାଜ୍ୟ

ବର୍ଷା ଅଭାବରୁ ଆଗେଇପାରୁନି ଚାଷ

ନାଉଗାଁ,୨୯ା୬(ସ୍ବ.ପ୍ର.): ନାଉଗାଁ ବ୍ଲକରେ ସାଧାରଣତଃ ବର୍ଷା ଉପରେ ନିର୍ଭର କରି ଚାଷୀ ଧାନ ଚାଷ କରିଥାନ୍ତି। ଚଳିତବର୍ଷ ଏ ପର୍ଯ୍ୟନ୍ତ ଆଶାନୁରୂପ ବର୍ଷା ହୋଇନାହିଁ। ତେଣୁ ସ୍ବଳ୍ପ ବୃଷ୍ଟି ଯୋଗୁ ଚାଷ କାର୍ଯ୍ୟରେ ବାଧା ଉପୁଜିବାର ଆଶଙ୍କା ଦେଖାଦେଇଛି। ଆଷାଢ ମାସ ଅଧା ହୋଇଥିଲେ ମଧ୍ୟ ଚାଷ ପାଇଁ ଜମିରେ ଆବଶ୍ୟକ ପାଣି ହୋଇନାହିଁ। ଏହି ବ୍ଲକର ଚାଷୀମାନେ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରି ଚାଷ କରୁଥିବାରୁ ଅଧିକ ବର୍ଷା ହେଲେ ବନ୍ୟା ଓ ସ୍ବଳ୍ପ ବୃଷ୍ଟି ହେଲେ ମରୁଡ଼ିର ସମ୍ମୁଖୀନ ହେଉଛନ୍ତି। ଜଳେସଚନ ସୁବିଧା ନ ଥିବାରୁ ଚାଷୀମାନେ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି। ବ୍ଲକରେ ମୋଟ ୯ ହଜାର ୭୫ ହେକ୍ଟର ଚାଷ ଉପଯୋଗୀ ଜମି ଥିବାବେଳେ ମାତ୍ର ୨୫ ପ୍ରତିଶତ ଜମିରେ ଜଳସେଚନ ସୁବିଧା ରହିଛି। ବ୍ଲକର ୧୬ ପଞ୍ଚାୟତ ପଞ୍ଚାୟତ ମଧ୍ୟରୁ ତିରୁଣା, ଡାବର, ଡେରିକି, ଓଷକଣା, କୋରୁଅ, ଜାମୁଗଁ।, ବାଂଶ ଆଦି ପଞ୍ଚାୟତରେ ଅକ୍ଷୟ ତୃତୀୟା ପରଠାରୁ ସାବିତ୍ରୀ ଅମାବାସ୍ୟା ମଧ୍ୟରେ ଚାଷୀ ଧାନ ବୁଣା ବୁଣି କରିଥାନ୍ତି। ଚଳିତବର୍ଷ ସ୍ବଳ୍ପ ବୃଷ୍ଟି ଯୋଗୁ ଧାନ ବୁଣାରେ ବାଧା ଉପୁଜିଛି। ସେହିପରି ଅନ୍ୟ ପଞ୍ଚାୟତ ଘୋଡାଂଶ, ନାଉଗାଁ, ରୋହିଆ, ବଛାଳୋ, ଅଲଣା, ଗଜରାଜପୁର, ନୂଆଗାଁ, ଗଳଧାରି ଆଦି ପଞ୍ଚାୟତରେ ଜମି ଖାଲିଆ ହୋଇଥିବାରୁ ଚାଷୀ ଧାନ ରୋଇଥାନ୍ତି। କିନ୍ତୁ ବର୍ଷା ଅଭାବରୁ ଧାନ ତଳି ପକାଯାଇପାରୁନାହିଁ। ତେଣୁ ଚାଷ କାର୍ଯ୍ୟ ପଛାଇବାରେ ଲାଗିଛି। ଏହି ବ୍ଲକକୁ ବାଲିକୁଦା ଜଳସେଚନ ଡିଭିଜନ ଅଧୀନରେ ଥିବା ୧୬ ନମ୍ବର କେନାଲ ଯୋଗେ ପାଣି ଆସିଥାଏ। ଏହି କେନାଲ ଅଲଣା ପଞ୍ଚାୟତ ମୁଣ୍ଡାଳଠାରୁ ୨ ଭାଗରେ ବିଭକ୍ତ ହୋଇଛି। ଏହାର ଗୋଟିଏ ଶାଖା ଜାମୁଗାଁ ଆଡକୁ ଯାଇଥିବାବେଳେ ଅନ୍ୟଟି ଘୋଡ଼ାଂଶ ପର୍ଯ୍ୟନ୍ତ ଆସିଛି। ସେହିପରି ଆଳିପିଙ୍ଗଳ ଜଳେସଚନ ଡିଭିଜନ ଅଧୀନରେ ଦେବୀନଦୀ କୂଳରେ ଆସିଥିବା କେନାଲ ନୂଆଗଁା ପଞ୍ଚାୟତର ସରିଆ ବରପାଟଣା, ତୋଟାପାଟଣା ଦେଇ ଛତିଆନା ପଯର୍‌ୟନ୍ତ ଲମ୍ବିଛି। ଗୋପାଳପୁର ଦେଇ ଆସିଥିବା କେନାଲ ମୁଗେଇ ପଯର୍‌ୟନ୍ତ ଆସିଛି। ଏସବୁ କେନାଲରେ ଅଧିକାଂଶ ସମୟ ପାଣି ଆସୁ ନ ଥିବାରୁ କେବଳ ନାମକୁ ମାତ୍ର କେନାଲ ଥିବା ଚାଷୀମାନେ କହିଛନ୍ତି। ଜଳସେଚନ ସୁବିଧା ଥିଲେ ହୁଏତ ସେମାନେ ଚାଷ କାର୍ଯ୍ୟ ଆଗେଇ ନିଅନ୍ତେ ବୋଲି ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ କହିଛନ୍ତି ଯେ, ଜୁଲାଇ ମାସରେ ବର୍ଷା ହେଲେ ଚାଷୀ ଧାନ ତଳି ପ୍ରସ୍ତୁତ କରିପାରିବେ। ଯେହେତୁ ଏହି ବ୍ଲକର ଅଧିକାଂଶ ଚାଷଜମି ଖାଲୁଆ କିସମ, ତେଣୁ ଚାଷ କାର୍ଯ୍ୟରେ ବାଧା ଉପୁଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ: ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ୩ ଛାତ୍ରୀ

ଭବାନୀପାଟଣା ୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ସ୍ନାତକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି ଫଳାଫଳରେ…

୫ ଦିନ ହେଲା ଅଚଳ ହୋଇପଡିଛ BSNL ଟାୱାର, ବିନା ନେଟୱର୍କରେ ହନ୍ତସନ୍ତ ୨୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ନନ୍ଦପୁର, ୧।୬( ତୁଷାର କାନ୍ତ ମହାନ୍ତି ): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତବାସୀଙ୍କୁ ମୋବାଇଲ ନେଟୱର୍କ ସେବା ଯୋଗାଇ ଦେବାକୁ ଥିବା ଏକମାତ୍ର ବିଲାପୁଟ…

ଆନନ୍ଦପୁର ବସଷ୍ଟାଣ୍ଡରେ ଚାଲିଥିଲା ଅବୈଧ ମଦ ବେପାର, ଖବରପାଇ ଅଚାନକ ଚଢାଉ କଲା ପୋଲିସ, ତା’ପରେ…

ହାଟଡିହୀ/ଆନନ୍ଦପୁର,୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଆନନ୍ଦପୁର ବସଷ୍ଟାଣ୍ଡରେ ଅବୈଧ ଭାବେ ମଦ ବେପାର କରୁଥିବା ଜଣେ ଦୋକାନୀକୁ ପୋଲିସ ଗିରଫ କରିଛି…

ଜମିଜମା ବିବାଦ ନେଲା ବିବାଦ ଉଗ୍ରରୂପ: ବଡ଼ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ସାନ ଭାଇର ଜୀବନ

ତୁମୁଡିବନ୍ଧ, ୧।୬(ଦିପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କଦମ ପଦର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ…

ବାଟରେ ରୋଗୀଙ୍କ ମୃତ୍ୟୁ ହୋଇଯିବାରୁ ଜଙ୍ଗଲ ରାସ୍ତାରେ ଓହ୍ଲାଇ ପଳାଇଲେ ବୋଲେରୋ ଚାଳକ, ମୃତ ସ୍ବାମୀଙ୍କୁ ଜଗିରହିଲେ ବୃଦ୍ଧା

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): ସମାଜରୁ ହଜିଯାଉଛି ମାନବିକତା, ମଣିଷ ମନରୁ ଦୟାଭାବ କ୍ଷୁର୍ଣ୍ଣ ହେବାରେ ଲାଗିଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର- ଭବାନୀପାଟଣା ରାସ୍ତା…

୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri