ବର୍ଷାପବନରେ ପାନ ବରଜ, ଫସଲ ନଷ୍ଟ

ହିଞ୍ଜିଳିକାଟୁ,୯ା୩(ଡି.ଏଡ଼୍‌.ଏ.) ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ସମେତ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅପରାହ୍ନ ପ୍ରାୟ ୫ରେ କାଳବୈଶାୀଖୀ ସହ ବର୍ଷାପବନ ହୋଇଛି। ଫଳରେ ବ୍ୟାପକ ଫସଲ ସହ ପାନ ବରଜ ନଷ୍ଟ ହୋଇଛି। ପ୍ରାୟ ୨୦ ମିନିଟ ଧରି ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ବୁରୁପୋଡ଼ା, ଖଣ୍ଡରା, ଚାନ୍ଦୁଲି, ଆଙ୍କୋରଡ଼ା, ହିଞ୍ଜିଳି, ଖରିଡ଼ା, ଶିକିରି, ରାଳବ, ଆଲପୁର, ନନ୍ଦିକ, ପୁଟିଆପଦର,ଶାସନ ଆମ୍ବଗାଁ, ବାଳକୃଷ୍ଣପୁର ପ୍ରଭୃତି ପଞ୍ଚାୟତରେ ପରିବା ଫସଲ ସହ ପ୍ରାୟ ଶହେ ଏକର ଜମିର ପାନ ବରଜ ନଷ୍ଟ ହୋଇଯାଇଛି। ମନ୍ଦା ଲାଗି ହେଉଥିବା ପରିବା ବାଡ଼ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ପବନ ଯୋଗୁ ହିଞ୍ଜିଳିକାଟୁ ପରିବା ବଜାରରେ ନିର୍ମାଣାଧୀନ ପରିବା ଭେଣ୍ଡିଂ ଜୋନ୍‌ ଟିଣ ଉଡ଼ି ଯାଇଛି। ବ୍ଲକର ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଗଛ ମଧ୍ୟ ଭାଙ୍ଗି ପଡିଥିବା ସୂଚନା ମିଳିଛି। ଦାରୁଭଦ୍ରାଠାରେ ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ଗୃହର ଆଜବେଷ୍ଟସ ଉଡ଼ି ଯାଇଥିବା ରିପୋର୍ଟ ହୋଇଛି ବୋଲି ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ଠାରୁ ପ୍ରକାଶ। ବ୍ଲକର ବିଭିନ୍ନ ଗ୍ରାମରେ ବିଦ୍ୟୁତ ତାର ଛିଡ଼ି ଯାଇଥିବାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। ବର୍ଷା ଛାଡିବା ପରେ ସାଉଥ୍‌କୋ ପକ୍ଷରୁ ମରାମତି କାମ ଆରମ୍ଭ ହୋଇଛି। ମ୍ୟୁନିସିପାଲିଟି ଓ ପାଖାପାଖି ଅଞ୍ଚଳରେ ରାତି ପ୍ରାୟ ୭ସୁଦ୍ଧା ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଛି। କାଳବୈଶାଖୀରେ ଫସଲ କ୍ଷୟକ୍ଷତି ସମ୍ପର୍କରେ ସୋମବାର ସର୍ଭେ କରାଯିବ ବୋଲି ବିଡ଼ିଓ ପାତ୍ରଙ୍କ ସମେତ କୃଷି ସହକାରୀ ଅଧିକାରୀ ପ୍ରଶାନ୍ତ କୁମାର ନାଥ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା…

ରାତିରେ ମହିଳାଙ୍କ ଘରେ ପ୍ରବେଶ କରୁଥିଲେଏଏସଆଇ: ଧରିପକାଇ ପିଟିଦେଇଗଲେ ଲୋକେ, ଭିଡିଓ ଭାଇରାଲ୍

ନୟାଗଡ, ୧୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ରଣପୁର ଥାନା ଅଞ୍ଚଳରେ ଜଣେ ଏଏସଆଇଙ୍କୁ ଅଟକ ରଖି ମାଡ଼ ମରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ…

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ: ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ପରେ…

ବୈଶିଙ୍ଗା,୧୧ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ…

କୋରାପୁଟର ଜ୍ୟୋତିରେଖାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା, କହିଲେ ଆର୍ଥିକ ବିକାଶରେ…

ଜୟପୁର,୧୧ା୭(ଅମିତାଭ ବେହେରା): ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ ଓ ଗଠନମୂଳକ ପରାମର୍ଶ ପାଇଁ ଜିଲାସ୍ତରୀୟ ମହାସଂଘର ସଭାପତି ଜ୍ୟୋତିରେଖା ଚେଟ୍ଟୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା…

ଗୁଡ଼ାରୀକୁ ରେଳପଥ ସଂଯୋଗ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍‌ପି, ଗୋପାଳପୁର-ରାୟଗଡ଼ା…

ଗୁଡ଼ାରୀ,୧୧ା୭(ପ୍ରମୋଦ କୁମାର ପତି): କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଗୋପାଳପୁର-ରାୟଗଡ଼ା ପ୍ରସ୍ତାବିତ ନୂତନ ରେଳପଥର ଫାଇନାଲ ଲୋକେଶନ ସର୍ଭେ(FLS)ରେ ସାମାନ୍ୟ ପରିବର୍ତ୍ତନ କରି ଗୁଡ଼ାରୀକୁ ରେଳ ସଂଯୋଗ…

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri