ବର୍ଷାଦିନେ ଶିଶୁର ଯତ୍ନ

-ଡା ଜ୍ୟୋତିପ୍ରକାଶ ମିଶ୍ର

ରୋଗ ତ ସବୁ ଋତୁରେ ଆସିଥାଏ। କିନ୍ତୁ ବର୍ଷାଋତୁରେ ଅଧିକାଂଶ ରୋଗ ଅତ୍ୟନ୍ତ ସରଳ ଓ ବିନା ମୂଲ୍ୟରେ ପ୍ରତିରୋଧ କରିହୁଏ। ବିଶେଷ କରି ଶିଶୁମାନଙ୍କର ଉପଯୁକ୍ତ ଯତ୍ନ ନେବାକୁ ପଡ଼ିଥାଏ। ପରିଷ୍କାର ଓ ଫୁଟାପାଣି ବା ଆକ୍ୱାଗାର୍ଡ ପାଣି ପିଇବା, ବାହାର ଖାଦ୍ୟ, ଠେଲାଗାଡ଼ି ଖାଦ୍ୟ, ଆଖୁରସ, ଥଣ୍ଡା ଓ ବାସି ଖାଦ୍ୟ ନ ଖାଇବା ଏବଂ ପ୍ରତିଷେଧକ ଟିକା ନେବା ଦ୍ୱାରା ଏହି ଋତୁରେ ରୋଗକୁ ଅନେକାଂଶରେ କମ୍‌ କରିହେବ। ରୋଟା ଭାଇରସ୍‌ ଟିକା, କାମଳ ‘କ’ ଓ ‘ଖ’ଟିକା, କଲେରା ଟିକା, ଫ୍ଲୁ ଟିକା, ମଶାରି ଟାଙ୍ଗିବା, ଫୁଲ୍‌ ପୋଷାକ ପିନ୍ଧିବା, ମଶା ମାଛିଠୁ ଦୂରରେ ରହିବା, ପାଣି ଜମିବାକୁ ନ ଦେବା, ଘର ଓ ବାହାର ପରିଷ୍କାର ରଖିବା, ଠିକ୍‌ ସମୟରେ ରୋଗର ଉପଚାର କରିବା ଓ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ଉଚିତ। ଅଯଥା ଆଣ୍ଟିବାୟୋଟିକ୍‌ ବ୍ୟବହାର ନ କରିବା ସହ ତରଳଝାଡ଼ାର ସରଳ ଚିକିତ୍ସା ଘରୁ ଆରମ୍ଭ କରିବା ଆବଶ୍ୟକ।
ଜ୍ୱର ଆମର ବନ୍ଧୁ, ଶତ୍ରୁ ନୁହଁ। ଜ୍ୱର ଦ୍ୱାରା ଆମର ଜୀବାଣୁ ସହିତ ଲଢ଼ିବା ଶକ୍ତି ବଢ଼ିଥାଏ। ବ୍ୟସ୍ତ ନ ହୋଇ ବାରମ୍ବାର ସମ୍ପୂର୍ଣ୍ଣ ଶରୀରକୁ ଓଦା ଗାମୁଛାରେ ନ ଚିପୁଡ଼ି ଗାଧୋଇବା ଭଳି ପୋଛିବା ଓ ତାପମାତ୍ରା ୧୦୦ଡିଗ୍ରୀ ଫାରେନ୍‌ହିଟ୍‌ରୁ ଅଧିକ ହେଲେ ପାରାସିଟାମଲ ଡୋଜ୍‌ ଅନୁସାରେ ଦେଲେ ଉପଶମ ମିଳେ। ଭୂତାଣୁଜନିତ ଜ୍ୱର, ଥଣ୍ଡାକାଶ, ଶର୍ଦ୍ଦି ଆପେ ଆପେ କମିଯାଏ। ମନଇଚ୍ଛା, OTC(ଓଭର ଦି କାଉଣ୍ଟର)ରୁ, ପୁରୁଣା ପ୍ରେସ୍‌କ୍ରିପଶନରୁ କିମ୍ବା ଇଣ୍ଟରନେଟ୍‌ ଦେଖି ଔଷଧ ବ୍ୟବହାର କରନ୍ତୁ ନାହିଁ।
ଶିଶୁମାନଙ୍କଠାରେ ଦେଖାଦେଉଥିବା ପ୍ରମୁଖ ରୋଗ ଓ ତା’ର ନିରାକରଣ
ସାଧାରଣତଃ ବର୍ଷା ଋତୁରେ ଶିଶୁମାନଙ୍କଠାରେ କେତେକ ରୋଗ ଦେଖାଦେଇଥାଏ। ଏଥିପ୍ରତି ଆରମ୍ଭରୁ ସଚେତନ ହୋଇ ଠିକ୍‌ ସମୟରେ ଚିକିତ୍ସା ନ କରାଇଲେ ପରିସ୍ଥିତି ଗୁରୁତର ହୁଏ, ଏପରି କି ପିଲାକୁ ହସ୍ପିଟାଲରେ ଆଡମିଶନ କରିବାକୁ ପଡିଥାଏ। ତେବେ ଏହି ଋତୁରେ ଶିଶୁମାନଙ୍କଠାରେ ଦେଖାଯାଉଥିବା କେତେକ ପ୍ରମୁଖ ରୋଗ ସମ୍ପର୍କରେ ଜାଣିବା ନିହାତି ଦରକାର।
ଡେଙ୍ଗୁ ଜ୍ୱର : ଏହି ରୋଗ ବାଘୁଆ ମଶା ଦ୍ୱାରା ବ୍ୟାପୀ ଥାଏ। ଏହାର ପ୍ରମୁଖ ଲକ୍ଷଣ ମଧ୍ୟରେ ରହିଛି- ଅତ୍ୟଧିକ ଜ୍ୱର, କମ୍‌ ପ୍ଲେଟ୍‌ଲେଟ୍‌ , ଚର୍ମରେ ଲାଲ୍‌ ଦାନା ଭଳି ଫଳିଯିବା ଇତ୍ୟାଦି। ମଶାରି ଓ ମଶା ଘଉଡ଼ାଇବା ସିଟ୍ରୋନେଲା ପ୍ଲାଣ୍ଟ୍‌ ଲଗାଇଲେ ଏଥିରୁ ରକ୍ଷା ମିଳିଥାଏ। ଶିଶୁଟିକୁ ଶୁଆଇବା ସମୟରେ ତା’ ଦେହରେ ଏପରି ବସ୍ତ୍ର ଘୋଡ଼ାଇ ଦିଅନ୍ତୁ ଯେମିତି ତାକୁ ମଶା କାମୁଡିବ ନାହିଁ। ଗୋଟିଏ କଥା ସବୁବେଳେ ମନେ ରଖିବା ଦରକାର ଯେ, ଡେଙ୍ଗୁ ମଶା କେବଳ ଦିନ ବେଳା ହିଁ କାମୁଡ଼ିଥାଏ।
ଚିକୁନ୍‌ଗୁନିଆ : ଚିକୁନଗୁନିଆ ମଶାଦ୍ୱାରା ବ୍ୟାପେ। ଏହି ମଶା ସ୍ଥିର ଜଳରେ ବଂଶବିସ୍ତାର କରିଥାଏ। ଗଣ୍ଠିବ୍ୟଥା ହେବା ଓ ଜ୍ୱର ହେବା ଏହାର ପ୍ରଧାନ ଲକ୍ଷଣ। ଘରେ ଓ ବାହାରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ। ମଶା ଘଉଡ଼ାଇବା ଔଷଧ ବ୍ୟବହାର କରନ୍ତୁ।
ମ୍ୟାଲେରିଆ : ମାଈ ଆନୋଫିଲିସ ମଶା କାମୁଡ଼ିବା ଦ୍ୱାରା ମ୍ୟାଲେରିଆ ବ୍ୟାପିଥାଏ। ଏହି ମଶା ସ୍ଥିର ଜଳରେ ବଂଶବିସ୍ତାର କରିଥାଏ। ଜ୍ୱର ହେବା , ଦେହ ଥରିବା, ମାଂସପେଶୀରେ କଷ୍ଟ ଓ ଦୁର୍ବଳତା ଅନୁଭବ କରିବା ଏହାର ଲକ୍ଷଣ। ଫୁଲ କୁଣ୍ଡ, କାଚ ବୋତଲ, ଟାୟାର, ଶଢ଼େଇ ଆଦିରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ଏହାସହ ପରିବେଶ ପରିଷ୍କାର ରଖିଲେ ଏଥିରୁ ରକ୍ଷା ମିଳେ।
ଝାଡ଼ା : ସଂକ୍ରମିତ ଖାଦ୍ୟ, ପାଣି ଓ ହାତ ସଫା ନ କରି ଖାଇବା ଦ୍ୱାରା ଏହା ହୋଇଥାଏ। ଏହା ସମ୍ପୂର୍ଣ୍ଣ ପ୍ରତିଷେଧକ ରୋଗ। ସିଝା ପାଣି, ଘରେ ଖାଇବା ଓ ହାତ ପରିଷ୍କାର କରି ଧୋଇବା ଦ୍ୱାରା ଏହାକୁ ଏଡ଼ାଇ ଦେଇହେବ।
ଟାଇଫଏଡ୍‌ : ଏହା ଜଳବାହିତ ରୋଗ। ଅପରିଷ୍କାର ଓ ଅପରିଚ୍ଛନ୍ନତା ଏହାର କାରଣ। ଆଲମୋନେଲା ଟାଇଫି ଜୀବାଣୁ ଏହାର କାରଣ। ଅତ୍ୟଧିକ ଜ୍ୱର, ମୁଣ୍ଡବ୍ୟଥା, ଦୁର୍ବଳତା, ଓ ଗଣ୍ଠିବ୍ୟଥା ଏହାର ଲକ୍ଷଣ।
ଭୂତାଣୁ ଜ୍ୱର : ଯଦିଓ ଭୂତାଣୁ ଜ୍ୱର (ଭାଇରାଲ ଫିଭର) ବର୍ଷସାରା ଦେଖାଦିଏ, କିନ୍ତୁ ବର୍ଷାଋତୁରେ ଅଧିକ ଦେଖାଯାଏ। ଜ୍ୱର, ଥଣ୍ଡା ଏବଂ କାଶ ଏହାର ପ୍ରମୁଖ ଲକ୍ଷଣ। ଏହା ୩-୭ ଦିନ ପର୍ଯ୍ୟନ୍ତ ଲାଗିରହେ ଓ ଆପେ ଆପେ ଭଲ ହୋଇଯାଏ। ତଥାପି ଡାକ୍ତରଙ୍କ ପରାମର୍ଶ କରିବା ଭଲ।
ଲେପ୍ଟୋସ୍ପାଇରୋସିସ୍‌ : ଅପରିଷ୍କାର ପାଣି, ଡ୍ରେନ୍‌ ପାଣିର ସଂସ୍ପର୍ଶରେ ଆସିଲେ ଏହା ହୋଇଥାଏ। ଏହାର ଲକ୍ଷଣ ପୂରା ମ୍ୟାଲେରିଆ ଭଳି, କିନ୍ତୁ ଶରୀରରେ ଖଣ୍ଡିଆ ହେଲେ ଏହି ଜୀବାଣୁ ବ୍ୟାପିଥାଏ।
କାମଳ ରୋଗ : ଜଳ ଓ ଖାଦ୍ୟ ଦ୍ୱାରା ବ୍ୟାପିଥାଏ କାମଳ (ଜଣ୍ଡିସ୍‌) ରୋଗ। ଦୁର୍ବଳ ଲାଗିବା, ଭୋକ ନ ଲାଗିବା, ଶରୀରର ଅଧିକାଂଶ ବାହ୍ୟ ଅଂଶ ହଳଦିଆ ଦେଖାଯିବା, ହଳଦିଆ ପରିସ୍ରା ହେବା ଓ ବାନ୍ତି ହେବା ଏହାର ଲକ୍ଷଣ। ଏହି ରୋଗଠାରୁ ନିଜକୁ ଦୂରେଇ ରଖିବା ପାଇଁ ହାତକୁ ଭଲଭାବେ ଧୋଇ ପରିଷ୍କାର ପାଣି ପିଅନ୍ତୁ। ବାହାର ଖାଦ୍ୟ, ଅପରିଷ୍କାର ଫଳରସ ଓ ଆଖୁରସ ଆଦି ପିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଏହି ରୋଗ ବ୍ୟାପୀ ନ ଥାଏ।
ଥଣ୍ଡା : ବର୍ଷାରେ ଭିଜିବା ଦ୍ୱାରା ଓ ଜଳୀୟ ଆର୍ଦ୍ରତା ଅଧିକ ରହିବା ଦ୍ୱାରା ଭୂତାଣୁ ସଂକ୍ରମଣରୁ ହୋଇଥାଏ। ଏଥିରେ ଆଣ୍ଟିବାୟୋଟିକ୍ସର ପ୍ରୟୋଜନ ନାହିଁ।
ଚର୍ମରୋଗ : ସାଧାରଣତଃ ଫଙ୍ଗାଲ୍‌ ସ୍କିନ୍‌ ଡିଜିଜ, କାଛୁ, କୁଣ୍ଡିଆ, ଟିନିଆ ଇନ୍‌ଫେକଶନ ଏହିଦିନେ ଅଧିକ ହୋଇଥାଏ। ବ୍ରଣ ଓ ମୁଣ୍ଡରେ ରୁପି ହୁଏ। କେଶରେ ଅତ୍ୟଧିକ ତେଲ ନ ଲଗାଇ ନିୟମିତ ଶାମ୍ପୋ କଲେ, ଶୁଖିଲା ଓ ପରିଷ୍କାର ରହିଲେ ଏହା ହୁଏ ନାହିଁ। ଅନ୍ୟର ପାନିଆ, ପୋଷାକ, ଅନ୍ତଃବସ୍ତ୍ର ବ୍ୟବହାର କରନ୍ତୁ ନାହିଁ।
ମା’ ବାପାଙ୍କ ଦାୟିତ୍ୱ
– ହାତ ଧୋଇବାର ୬ଟି ସ୍ତର ଅନୁସାରେ ନିଜର ଓ ପିଲାର ବାରମ୍ବାର ହାତ ଧୁଆଇବା, ପରିଷ୍କାର ପାଣି ପିଇବା।
– ଅପରିଷ୍କାର ରୁମାଲ ଓ ଅନ୍ୟର ବ୍ୟବହୃତ ପୋଷାକ ବ୍ୟବହାର କରନ୍ତୁ ନାହିଁ।
– ପୁଷ୍ଟିକର ଖାଦ୍ୟ, ଲେମ୍ବୁରସ, ଫଳ, ଅଧିକ ପାଣି ଓ ତରଳ ଝାଡ଼ା ହେଉଥିଲେ ଓଆର୍‌ଏସ୍‌ ପିଇବାକୁ ଦିଅନ୍ତୁ।
– ପିଲାକୁ ଶୌଚାଳୟ ବ୍ୟବହାର କରିବାକୁ କୁହନ୍ତୁ।
– ଜ୍ୱର ପାଇଁ ପୋଛାପୋଛି କରନ୍ତୁ।
– କେବଳ ମା’କ୍ଷୀର ଛ’ମାସ ଓ ଜନ୍ମର ୨ ସପ୍ତାହ ପରେ ଭିଟାମିନ D3 ଓ ଆଇରନ ଡ୍ରପ୍‌ ଦେଇ ଇମ୍ୟୁନିଟି ବଢ଼େଇବା।
– ବିନା ପ୍ରେସ୍‌କ୍ରିପଶନରେ ଆଣ୍ଟିବାୟୋଟିକ୍‌ ଦିଅନ୍ତୁ ନାହିଁ।
– ପାଣି ଜମିିବାକୁ ନ ଦେବା ସହ ମଶାରି ଟାଣନ୍ତୁ। ୧୧ଟି ପ୍ରତିଷେଧକ ଟିକା ମାଗଣାରେ ସରକାରଙ୍କ ତରଫରୁ ଦିଆଯାଉଛି, ତାହାକୁ ଠିକ୍‌ ସମୟରେ ଦିଅନ୍ତୁ।
– ଶିଶୁରୋଗ ବିଶେଷଜ୍ଞ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri