ବର୍ଷାକୁ ପାଉନି ଭରସା :ବିହନ ବୁଣିବାକୁ ଡରୁଛନ୍ତି ଚାଷୀ

ଜଗତ୍‌ସିଂହପୁର ଅଫିସ,୧୪ା୬: ବିଗତ ବର୍ଷଗୁଡିକ ତୁଳନାରେ ଚଳିତବର୍ଷ ଅଦ୍ୟାବଧି ଜଗତ୍‌ସିଂହପୁର ଜିଲାରେ ବର୍ଷା ପରିମାଣ କମିଛି। ଆଗକୁ ମଧ୍ୟ ଆଶାଜନକ ବର୍ଷା ହେବନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଯାହାବି ହେଉ ରଜ ପରେ ଚାଷୀ ବିଲରେ ବିହନ ବୁଣିବା ଆରମ୍ଭ କରିବେ। କାରଣ ବର୍ଷାରେ ବିଳମ୍ବ ହେଲେ ମଧ୍ୟ ଅପେକ୍ଷା କରିହେବ ନାହିଁ। ବିଳମ୍ବରେ ବିହନ ବୁଣିଲେ ଅଗଷ୍ଟ ମାସ ବେଳକୁ ପୋକ ଲାଗିବା ସମ୍ଭାବନା ଅଧିକ। ତେଣୁ ସାମାନ୍ୟ ବର୍ଷା ହେଲେ ବି ଚାଷୀ ବିହନ ବୁଣିବା ଆରମ୍ଭ କରିଦେବେ। ପରେ ବର୍ଷା ନ ହେଲେ ଗଜା ମରୁଡ଼ି ହେବାର ଆଶଙ୍କା ରହିଛି। ସେହିପରି କେନାଲ ପାଣି ନ ଆସିବା ଯାଏ ରୁଆ କାମ ହୋଇପାରିବ ନାହିଁ। ଯେହେତୁ ଏଯାଏ ଗ୍ରୀଷ୍ମ କୋପରୁ ନିସ୍ତାର ମିଳିନି, ତେଣୁ ମୌସୁମୀ ଆସିବାରେ ବହୁ ବିଳମ୍ବ ହେବ ବୋଲି କୁହାଯାଉଛି।
ଜୁନ ୧୩ ତାରିଖ ସୁଦ୍ଧା ଜିଲାରେ ୩୨୭ ମିଲିମିଟର ବର୍ଷା ହୋଇଛି। ସେଥିମଧ୍ୟରୁ ୧ ତାରିଖରେ ୨୨ ମିଲିମିଟର (ଏମ୍‌ଏମ୍‌), ୩ରେ ୫୫, ୬ରେ ୧୧୯, ୭ରେ ୮ ଓ ୧୩ରେ ୧୨୮ ଏମ୍‌ଏମ୍‌ ବର୍ଷା ରେକର୍ଡ କରାଯାଇଛି। ବିଗତବର୍ଷଗୁଡିକର ଜୁନ ମାସ ବର୍ଷା ରେକର୍ଡ ଅନୁଶୀଳନ କଲେ ଜଣାଯାଏ ୨୦୧୮ରେ ୧,୬୨୫ ଏମ୍‌ଏମ୍‌, ୨୦୧୭ରେ ୯୮୮ ଓ ୨୦୧୬ରେ ୯୬୨ ଏମ୍‌ଏମ୍‌ ବର୍ଷା ହୋଇଥିଲା। ଚଳିତବର୍ଷ ଏ ପର୍ଯ୍ୟନ୍ତ ମୌସୁମୀ ଓଡ଼ିଶା ଛୁଇଁନାହିଁ। ଏହା ଖୁବଶୀଘ୍ର ଛୁଇଁବ ବୋଲି କୁହାଯାଉଥିଲେ ସୁଦ୍ଧା ଭରସା ନାହିଁ। ଏଲନିନୋ ପ୍ରଭାବରେ ଚଳିତ ଖରିଫ ଋତୁରେ ମରୁଡ଼ି ହେବାର ଆଶଙ୍କା ଥିବା ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଏହି ସୂଚନା ଚାଷୀଙ୍କୁ ଗୋଳମାଳିଆ ସ୍ଥିତିରେ ରଖିଛି। ବର୍ଷା ବିଳମ୍ବ ହେଲେ ଜିଲାର ପାଖାପାଖି ୨୦ ହଜାର ହେକ୍ଟର ଚାଷ ଜମିରେ ବିହନ ବୁଣିବାରେ ବିଳମ୍ବ ହୋଇପାରେ। ଏ ସମ୍ପର୍କରେ କେତେଜଣ ଚାଷୀ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦିନ ଥିଲା ରଜ ପୂର୍ବରୁ ବିଲରେ ଲଙ୍ଗଳ ପଶୁଥିଲା। ଏହାଦ୍ୱାରା ବିଲରୁ ଘାସ ଆଦି ସଫା କରିବା ସହଜ ହେଉଥିଲା। ପରେ ଚାଷୀ ବିହନ ବୁଣିବା ସହଜ ହେଉଥିଲା। କିନ୍ତୁ ଏବେ ପ୍ରାକୃତିକ ପରିବର୍ତ୍ତନ ଯୋଗୁ ଚାଷରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି । ତଥାପି ରଜ ପରେ କମ ବର୍ଷା ହେଲେ ଅର୍ଥାତ ମାଟି ନରମ ହୋଇଗଲେ ବୁଣାବୁଣି ଆରମ୍ଭ ହୋଇଯାଉଛି। ଗଜା ବାହାରିବାକୁ ପାଖାପାଖି ୫/୬ ଦିନ ସମୟ ଲାଗୁଛି। ଗଜା ବାହାରିବାର ୮/୧୦ ଦିନ ଭିତରେ ବର୍ଷା ନ ହେଲେ ଏହା ଶୁଖିବା ଆରମ୍ଭ ହୋଇଯିବ। ବର୍ଷା ହେବାରେ ଯେତିକି ବିଳମ୍ବ ହେବ ଗଜା ପ୍ରତି ସେତିକି ବିପଦ ରହିବ। ଏପରି କି ଗଜା ମରୁଡ଼ି ହେବାର ଆଶଙ୍କା ସୃଷ୍ଟି ହେବ। ଜିଲାର ନାଉଗାଁ, ଏରସମା ଓ ବିରିଡ଼ିର କିଛି ଅଞ୍ଚଳରେ ଏହି ମରୁଡି ଭୟ ଅଧିକ। ଏକଥା ଭାବିଲାବେଳକୁ ବିହନ ବୁଣିବାକୁ ଡର ଲାଗୁଛି ବୋଲି ଚାଷୀମାନେ କହିଛନ୍ତି। ଅନ୍ୟପଟେ ଜୁଲାଇ ମାସରେ ଯାଇ କେନାଲରେ ପାଣି ଆସିବ। ପରେ ତଳି ପଡିବ। ଗତବର୍ଷ କେନାଲରେ ପାଣି ଆସିବାରେ ବିଳମ୍ବ ଯୋଗୁ ଚାଷୀ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏବର୍ଷ ମଧ୍ୟ କମ ବର୍ଷା ଯୋଗୁ କେନାଲ ପାଣି ଆସିବାରେ ବିଳମ୍ବ ହୋଇପାରେ। ଏହା ହେଲେ ଚାଷୀ ମୁଣ୍ଡରେ ହାତଦେଇ ବସିବେ। ତେଣୁ ସମସ୍ତେ ବର୍ଷାକୁ ଅପେକ୍ଷା କରିଛନ୍ତି। ଏ ସମ୍ପର୍କରେ କୃଷି ଉପନିର୍ଦ୍ଦେଶକ ରାମଚନ୍ଦ୍ର ନାୟକ କହିଛନ୍ତି ଯେ, ବାସ୍ତବରେ ବର୍ଷା ନ ହେଲେ ଚାଷ ବାଧାପ୍ରାପ୍ତ ହେବ। ଯେହେତୁ ପାଣିପାଗ ବିଭାଗ ମରୁଡି ହେବାର ଆଶଙ୍କା ଥିବା ପୂର୍ବାନୁମାନ କରୁଛନ୍ତି ତେଣୁ ଚାଷୀ ଭୟ କରିବା ସ୍ବାଭାବିକ। ତଥାପି ଧର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ। ଜଗତ୍‌ସିଂହପୁର ତଳିଆ ଅଞ୍ଚଳ ହୋଇଥିବାରୁ ବର୍ଷା କମିଗଲେ ମଧ୍ୟ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇ ନ ପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri