ବର୍ଷକୁ ୭ କୋଟି ଲୋକ ଦେଶାନ୍ତର ହେଉଛନ୍ତି

ଜେନେଭା,୨୦ା୬(ଆଇଏଏନ୍‌ଏସ୍‌): ହିଂସାକାଣ୍ଡ, ମାଲିମକଦ୍ଦମା, ବିବାଦ ଆଦି ବିଭିନ୍ନ କାରଣରୁ ୨୦୧୮ରେ ସାରା ବିଶ୍ୱରୁ ୭ କୋଟିରୁ ଅଧିକ ଲୋକ ଦେଶାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି। ଗତ ୭୦ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି ଜାତିସଂଘର ଶରଣାର୍ଥୀ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ (ୟୁଏନ୍‌ଏଚ୍‌ସିଆର୍‌) ରିପୋର୍ଟରୁ ଜଣାପଡିଛି। ଉକ୍ତ ଏଜେନ୍ସିର ବାର୍ଷିକ ଅନ୍ତର୍ଜାତୀୟ ଦେଶାନ୍ତର ରିପୋର୍ଟ ବୁଧବାର ପ୍ରକାଶ ପାଇଛି। ଗତବର୍ଷ ୭ କୋଟି ୮ ଲକ୍ଷ ଲୋକ ବିସ୍ଥାପିତ ହେବାକୁ ବାଧ୍ୟ ହୋଇଥିବା କୁହାଯାଉଛି। ଏହା ୨୦ ବର୍ଷ ତଳର ରେକର୍ଡର ଦୁଇଗୁଣ ଏବଂ ଗତବର୍ଷ ତୁଳନାରେ ୨୩ ଲକ୍ଷ ଅଧିକ। ତେବେ ରିପୋର୍ଟ ତୁଳନାରେ ବାସ୍ତବ ବିସ୍ଥାପିତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି କୁହାଯାଉଛି। କାରଣ ଭେନିଜୁଏଲାରେ ସଙ୍କଟ ଲାଗି ରହିଥିବାବେଳେ ସେଠାରୁ ଯେତିକି ଲୋକ ଅନ୍ୟ ଦେଶରେ ଶରଣାର୍ଥୀ ହେଉଛନ୍ତି ତାହାର କିଛି ଅଂଶ ୟୁଏନ୍‌ଏଚ୍‌ସିଆର୍‌ ରିପୋର୍ଟରେ ସ୍ଥାନ ପାଇଛି।
ଭେନିଜୁଏଲାରୁ ୪ ନିୟୁତରୁ ଅଧିକ ଲୋକ ଦେଶ ଛାଡ଼ିଥିବା ସେଠାକାର ସରକାରଙ୍କ ପାଖରେ ଥିବା ତଥ୍ୟରୁ ଜଣାପଡିଛି। ନିକଟରେ ବିଶ୍ୱରେ ଏହା ସର୍ବାଧିକ ବିସ୍ଥାପନ ସମସ୍ୟା ବୋଲି କୁହାଯାଉଛି। ଯଦିଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ତର୍ଜାତୀୟ ଶରଣାର୍ଥୀ ସୁରକ୍ଷା ଆବଶ୍ୟକ କରନ୍ତି ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୫ ଲକ୍ଷ ଏଥିପାଇଁ ଆବେଦନ କରିଥିବା ଜଣାପଡିଛି। ଅସୁବିଧାରେ ପଡ଼ି ଦେଶ ଛାଡୁଥିବା ସମସ୍ତଙ୍କର ସୁରକ୍ଷା ଆବଶ୍ୟକ ବୋଲି ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ ଫିଲିପୋ ଗ୍ରାଣ୍ଡି କହିଛନ୍ତି। ଶରଣାର୍ଥୀ ଓ ଦେଶାନ୍ତରୀ ଭାଷାକୁ ନେଇ ବିଭେଦ ରହିଥିବାବେଳେ ବିଭିନ୍ନ ଦେଶରୁ ସେମାନଙ୍କ ପ୍ରତି ଉଦାରତା ଓ ଐକ୍ୟଭାବ ବୃଦ୍ଧି ପାଉଥିବା ଦେଖାଯାଉଛି। ବିଶେଷ କରି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବହୁସଂଖ୍ୟାରେ ଶରଣାର୍ଥୀଙ୍କୁ ଆଶ୍ରୟ ଦେଉଛନ୍ତି।
ବିସ୍ଥାପିତଙ୍କୁ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ହେଲା ଶରଣାର୍ଥୀ, ଯେଉଁମାନେ ଯୁଦ୍ଧ, ବିଦ୍ରୋହ କିମ୍ବା ମକଦ୍ଦମା ଆଦି କାରଣରୁ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି। ୨୦୧୮ରେ ବିଶ୍ୱବ୍ୟାପୀ ଶରଣାର୍ଥୀଙ୍କ ସଂଖ୍ୟା ୨ କୋଟି ୫୯ ଲକ୍ଷ ବୋଲି ଜଣାପଡିଛି, ଯାହା କି ୨୦୧୭ ତୁଳନାରେ ୫ ଲକ୍ଷ ଅଧିକ। ଏଥିରେ ୫୫ ଲକ୍ଷ ପାଲେଷ୍ଟାଇନ୍‌ ଶରଣାର୍ଥୀ ଅଛନ୍ତି। ଦ୍ୱିତୀୟ ଗୋଷ୍ଠୀ ହେଲେ ଆଶ୍ରୟ ଆଶାୟୀ। ସେମାନଙ୍କ ସଂଖ୍ୟା ୩୫ ଲକ୍ଷ। ସେମାନେ ନିଜ ଜନ୍ମଭୂମି ବାହାରେ ଅନ୍ତର୍ଜାତୀୟ ସୁରକ୍ଷା ଚାହାନ୍ତି। ସେମାନଙ୍କୁ ଏପର୍ଯ୍ୟନ୍ତ ଶରଣାର୍ଥୀ ମାନ୍ୟତା ଦିଆଯାଇ ନାହିଁ। ତୃତୀୟ ଗୋଷ୍ଠୀ ହେଲେ ଆଭନ୍ତରୀଣ ଭାବେ ବିସ୍ଥାପିତ ହେଉଥିବା ବ୍ୟକ୍ତିବିଶେଷ। ରିପୋର୍ଟ ଅନୁଯାୟୀ ଗତବର୍ଷ ସାରା ବିଶ୍ୱରେ ସେମାନଙ୍କ ସଂଖ୍ୟା ୪ କୋଟି ୧୩ ଲକ୍ଷ ରହିଛି। ଦୁଇତୃତୀୟାଂଶରୁ ଅଧିକ ଶରଣାର୍ଥୀ କେବଳ ସିରିଆ, ଆଫଗାନିସ୍ତାନ, ଦକ୍ଷିଣ ସୁଦାନ, ମ୍ୟାନ୍‌ମାର ଓ ସୋମାଲିଆରୁ ଆସିଥାନ୍ତି। ଏହାବ୍ୟତୀତ ଇରାକ, ୟେମେନ, କଙ୍ଗୋ, ସୁଦାନରେ ମଧ୍ୟ ବିଦ୍ରୋହ କାରଣରୁ ସେଠାକାର ଲୋକେ ଦେଶ ଛାଡୁଛନ୍ତି। ୨୦୧୭ ଶେଷ ଭାଗରେ ବହୁସଂଖ୍ୟାରେ ରୋହିଙ୍ଗ୍ୟା ଶରଣାର୍ଥୀ ମ୍ୟାନମାରର ରାଖାଇନ୍‌ ପ୍ରଦେଶରୁ ବିତାଡିତ ହେବା ପରେ ବାଂଲାଦେଶର ଶରଣ ନେଇଥିଲେ। ୨୦୧୮ରେ ସିରିଆରୁ ସର୍ବାଧିକ ୬୭ ଲକ୍ଷ ଏବଂ ଆଫଗାନିସ୍ତାନରୁ ୨୭ ଲକ୍ଷରୁ ଅଧିକ ଶରଣାର୍ଥୀ ଅନ୍ୟ ଦେଶକୁ ପଳାୟନ କରିଛନ୍ତି। ତେବେ ଗତବର୍ଷ ମାତ୍ର ୯୨,୪୦୦ ଶରଣାର୍ଥୀଙ୍କୁ ଆଶ୍ରୟ ପ୍ରଦାନ କରାଯାଇଛି, ଯାହା କି ୭ ପ୍ରତିଶତରୁ କମ୍‌। ଲୋକସଂଖ୍ୟା ବଢ଼ିବା ସହ ଦେଶାନ୍ତରୀଙ୍କ ସଂଖ୍ୟା ବଢ଼ିଚାଲିଛି। ୨୦୦୯ରେ ଦେଶାନ୍ତରୀଙ୍କ ସଂଖ୍ୟା ୪ କୋଟି ୩୩ ଲକ୍ଷ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri