ବର୍ଷକୁ ୭ କୋଟି ଲୋକ ଦେଶାନ୍ତର ହେଉଛନ୍ତି

ଜେନେଭା,୨୦ା୬(ଆଇଏଏନ୍‌ଏସ୍‌): ହିଂସାକାଣ୍ଡ, ମାଲିମକଦ୍ଦମା, ବିବାଦ ଆଦି ବିଭିନ୍ନ କାରଣରୁ ୨୦୧୮ରେ ସାରା ବିଶ୍ୱରୁ ୭ କୋଟିରୁ ଅଧିକ ଲୋକ ଦେଶାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି। ଗତ ୭୦ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି ଜାତିସଂଘର ଶରଣାର୍ଥୀ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ (ୟୁଏନ୍‌ଏଚ୍‌ସିଆର୍‌) ରିପୋର୍ଟରୁ ଜଣାପଡିଛି। ଉକ୍ତ ଏଜେନ୍ସିର ବାର୍ଷିକ ଅନ୍ତର୍ଜାତୀୟ ଦେଶାନ୍ତର ରିପୋର୍ଟ ବୁଧବାର ପ୍ରକାଶ ପାଇଛି। ଗତବର୍ଷ ୭ କୋଟି ୮ ଲକ୍ଷ ଲୋକ ବିସ୍ଥାପିତ ହେବାକୁ ବାଧ୍ୟ ହୋଇଥିବା କୁହାଯାଉଛି। ଏହା ୨୦ ବର୍ଷ ତଳର ରେକର୍ଡର ଦୁଇଗୁଣ ଏବଂ ଗତବର୍ଷ ତୁଳନାରେ ୨୩ ଲକ୍ଷ ଅଧିକ। ତେବେ ରିପୋର୍ଟ ତୁଳନାରେ ବାସ୍ତବ ବିସ୍ଥାପିତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି କୁହାଯାଉଛି। କାରଣ ଭେନିଜୁଏଲାରେ ସଙ୍କଟ ଲାଗି ରହିଥିବାବେଳେ ସେଠାରୁ ଯେତିକି ଲୋକ ଅନ୍ୟ ଦେଶରେ ଶରଣାର୍ଥୀ ହେଉଛନ୍ତି ତାହାର କିଛି ଅଂଶ ୟୁଏନ୍‌ଏଚ୍‌ସିଆର୍‌ ରିପୋର୍ଟରେ ସ୍ଥାନ ପାଇଛି।
ଭେନିଜୁଏଲାରୁ ୪ ନିୟୁତରୁ ଅଧିକ ଲୋକ ଦେଶ ଛାଡ଼ିଥିବା ସେଠାକାର ସରକାରଙ୍କ ପାଖରେ ଥିବା ତଥ୍ୟରୁ ଜଣାପଡିଛି। ନିକଟରେ ବିଶ୍ୱରେ ଏହା ସର୍ବାଧିକ ବିସ୍ଥାପନ ସମସ୍ୟା ବୋଲି କୁହାଯାଉଛି। ଯଦିଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ତର୍ଜାତୀୟ ଶରଣାର୍ଥୀ ସୁରକ୍ଷା ଆବଶ୍ୟକ କରନ୍ତି ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୫ ଲକ୍ଷ ଏଥିପାଇଁ ଆବେଦନ କରିଥିବା ଜଣାପଡିଛି। ଅସୁବିଧାରେ ପଡ଼ି ଦେଶ ଛାଡୁଥିବା ସମସ୍ତଙ୍କର ସୁରକ୍ଷା ଆବଶ୍ୟକ ବୋଲି ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ ଫିଲିପୋ ଗ୍ରାଣ୍ଡି କହିଛନ୍ତି। ଶରଣାର୍ଥୀ ଓ ଦେଶାନ୍ତରୀ ଭାଷାକୁ ନେଇ ବିଭେଦ ରହିଥିବାବେଳେ ବିଭିନ୍ନ ଦେଶରୁ ସେମାନଙ୍କ ପ୍ରତି ଉଦାରତା ଓ ଐକ୍ୟଭାବ ବୃଦ୍ଧି ପାଉଥିବା ଦେଖାଯାଉଛି। ବିଶେଷ କରି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବହୁସଂଖ୍ୟାରେ ଶରଣାର୍ଥୀଙ୍କୁ ଆଶ୍ରୟ ଦେଉଛନ୍ତି।
ବିସ୍ଥାପିତଙ୍କୁ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ହେଲା ଶରଣାର୍ଥୀ, ଯେଉଁମାନେ ଯୁଦ୍ଧ, ବିଦ୍ରୋହ କିମ୍ବା ମକଦ୍ଦମା ଆଦି କାରଣରୁ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି। ୨୦୧୮ରେ ବିଶ୍ୱବ୍ୟାପୀ ଶରଣାର୍ଥୀଙ୍କ ସଂଖ୍ୟା ୨ କୋଟି ୫୯ ଲକ୍ଷ ବୋଲି ଜଣାପଡିଛି, ଯାହା କି ୨୦୧୭ ତୁଳନାରେ ୫ ଲକ୍ଷ ଅଧିକ। ଏଥିରେ ୫୫ ଲକ୍ଷ ପାଲେଷ୍ଟାଇନ୍‌ ଶରଣାର୍ଥୀ ଅଛନ୍ତି। ଦ୍ୱିତୀୟ ଗୋଷ୍ଠୀ ହେଲେ ଆଶ୍ରୟ ଆଶାୟୀ। ସେମାନଙ୍କ ସଂଖ୍ୟା ୩୫ ଲକ୍ଷ। ସେମାନେ ନିଜ ଜନ୍ମଭୂମି ବାହାରେ ଅନ୍ତର୍ଜାତୀୟ ସୁରକ୍ଷା ଚାହାନ୍ତି। ସେମାନଙ୍କୁ ଏପର୍ଯ୍ୟନ୍ତ ଶରଣାର୍ଥୀ ମାନ୍ୟତା ଦିଆଯାଇ ନାହିଁ। ତୃତୀୟ ଗୋଷ୍ଠୀ ହେଲେ ଆଭନ୍ତରୀଣ ଭାବେ ବିସ୍ଥାପିତ ହେଉଥିବା ବ୍ୟକ୍ତିବିଶେଷ। ରିପୋର୍ଟ ଅନୁଯାୟୀ ଗତବର୍ଷ ସାରା ବିଶ୍ୱରେ ସେମାନଙ୍କ ସଂଖ୍ୟା ୪ କୋଟି ୧୩ ଲକ୍ଷ ରହିଛି। ଦୁଇତୃତୀୟାଂଶରୁ ଅଧିକ ଶରଣାର୍ଥୀ କେବଳ ସିରିଆ, ଆଫଗାନିସ୍ତାନ, ଦକ୍ଷିଣ ସୁଦାନ, ମ୍ୟାନ୍‌ମାର ଓ ସୋମାଲିଆରୁ ଆସିଥାନ୍ତି। ଏହାବ୍ୟତୀତ ଇରାକ, ୟେମେନ, କଙ୍ଗୋ, ସୁଦାନରେ ମଧ୍ୟ ବିଦ୍ରୋହ କାରଣରୁ ସେଠାକାର ଲୋକେ ଦେଶ ଛାଡୁଛନ୍ତି। ୨୦୧୭ ଶେଷ ଭାଗରେ ବହୁସଂଖ୍ୟାରେ ରୋହିଙ୍ଗ୍ୟା ଶରଣାର୍ଥୀ ମ୍ୟାନମାରର ରାଖାଇନ୍‌ ପ୍ରଦେଶରୁ ବିତାଡିତ ହେବା ପରେ ବାଂଲାଦେଶର ଶରଣ ନେଇଥିଲେ। ୨୦୧୮ରେ ସିରିଆରୁ ସର୍ବାଧିକ ୬୭ ଲକ୍ଷ ଏବଂ ଆଫଗାନିସ୍ତାନରୁ ୨୭ ଲକ୍ଷରୁ ଅଧିକ ଶରଣାର୍ଥୀ ଅନ୍ୟ ଦେଶକୁ ପଳାୟନ କରିଛନ୍ତି। ତେବେ ଗତବର୍ଷ ମାତ୍ର ୯୨,୪୦୦ ଶରଣାର୍ଥୀଙ୍କୁ ଆଶ୍ରୟ ପ୍ରଦାନ କରାଯାଇଛି, ଯାହା କି ୭ ପ୍ରତିଶତରୁ କମ୍‌। ଲୋକସଂଖ୍ୟା ବଢ଼ିବା ସହ ଦେଶାନ୍ତରୀଙ୍କ ସଂଖ୍ୟା ବଢ଼ିଚାଲିଛି। ୨୦୦୯ରେ ଦେଶାନ୍ତରୀଙ୍କ ସଂଖ୍ୟା ୪ କୋଟି ୩୩ ଲକ୍ଷ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯: କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ ଏକ…

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

ଭୟରେ ଝାରମୁଣ୍ଡାବାସୀ; ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ସୁରକ୍ଷା ବାଡ଼…

ରିଷିଡା,୭।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡା ଗ୍ରାମରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri