ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ବସ୍‌ଷ୍ଟାଣ୍ଡରୁ ଇ-ରିକ୍‌ସାରେ ଆସିବେ ବଡ଼ଦାଣ୍ଡ

ପୁରୀ ଅଫିସ, ୨୯ା୬: ରଥଯାତ୍ରା ଅବସରରେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନେ କିପରି ସୁରକ୍ଷିତ ଭାବେ ତାଳବଣିଆ ଅସ୍ଥାୟୀ ବସ୍‌ଷ୍ଟାଣ୍ଡରୁ ରଥଯାତ୍ରା ଦେଖିବା ଲାଗି ବଡ଼ଦାଣ୍ଡକୁ ଆସିପାରିବେ, ସେଥିଲାଗି ୨୫ଟି ଇ-ରିକ୍ସା ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ପରିବହନ କମିଶନର ଅନିଲ କୁମାର ସାମଲ। ଶୁକ୍ରବାର ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକରେ ପରିବହନ କମିଶନର କହିଥିଲେ, ରଥଯାତ୍ରା ସମୟରେ ପୁରୀକୁ ଅଧିକ ୨୦୦ ବସ୍‌ ଚାଲିବ। ତାଳବଣିଆରେ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ କରାଯିବ। ସେଠାରେ ପାନୀୟଜଳ ବ୍ୟବସ୍ଥା ସାଙ୍ଗକୁ ଅସ୍ଥାୟୀ ଶେଡ୍‌ କରାଯାଇ ଆମ୍ବୁଲାନ୍ସ ଏବଂ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକ୍ଷମ କରିବ। ରଥଯାତ୍ରା ପାଇଁ ୬୫୦ ଫାଷ୍ଟଏଡ୍‌ କିଟ୍‌ ବିଭିନ୍ନ ବସ୍‌କୁ ଯୋଗାଇ ଦିଆଯାଇଛି। ଯାତ୍ରୀମାନଙ୍କଠାରୁ ଯେପରି ଅଧିକ ଭଡ଼ା ଆଦାୟ ନ ହୁଏ, ତାହା ଉପରେ କଡ଼ା ନଜର ରହିବ। ଏଥିପାଇଁ ପ୍ରତ୍ୟେକ ବସ୍‌ ଏବଂ ଅଟୋରେ ରେଟ୍‌ଚାର୍ଟ ମରାଯିବ। ଏଥିସହ ପ୍ରମୁଖ ସ୍ଥାନମାନଙ୍କରେ ମଧ୍ୟ ରେଟ୍‌ଚାର୍ଟ ଲଗାଯିବ। ଯେଉଁମାନେ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ନେବେ ସମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ଭାବ୍ୟ ଦୁର୍ଘଟଣାକୁ ନଜରରେ ରଖି ପୁରୀରେ ୫ଟି ବଡ଼ ଏବଂ ୩ଟି ଛୋଟ ହାଇଡ୍ରା ରଖାଯିବ। ବେପରୁଆ ଗାଡ଼ିଚାଳନା ଉପରେ ନିୟନ୍ତ୍ରଣ ଆଣିବା ଲାଗି ୪ଟି ଇଣ୍ଟରସେପ୍ଟର ରଖାଯିବ। ରଥଯାତ୍ରା ପାଇଁ ରେଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଆପ୍‌ ବ୍ୟବସ୍ଥା କରାଯାଇଛି। ଏହି ଆପ୍‌ ମାଧ୍ୟମରେ ଯାତ୍ରୀମାନେ ସମସ୍ତ ପ୍ରକାର ସୂଚନା ପାଇପାରିବେ। ସ୍ବତନ୍ତ୍ର ଟ୍ରେନ୍‌ର ସମୟସାରଣୀ, ଅବସ୍ଥିତି ଆଦି ବିଷୟରେ ଅବଗତ ହୋଇପାରିବେ। ଗତବର୍ଷ ରଥଯାତ୍ରା ଅବସରରେ ୧୮୬ଟି ସ୍ବତନ୍ତ୍ର ଟ୍ରେନ୍‌ ପୁରୀକୁ ଚଳାଚଳ କରିଥିବା ବେଳେ ଏ ବର୍ଷ ୧୯୪ଟି ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ। ବାତ୍ୟାରେ କ୍ଷତିଗ୍ରସ୍ତ ପୁରୀ ରେଳଷ୍ଟେଶନ ମରାମତି କାମ ୯୦ ପ୍ରତିଶତ ଶେଷ ହୋଇଗଲାଣି। ଆସନ୍ତା ୩୦ ତାରିଖ ସୁଦ୍ଧା ଏହି କାମ ସମ୍ପୂର୍ଣ୍ଣ ହୋଇଯିବ ବୋଲି ବିଭାଗୀୟ କର୍ମଚାରୀ ବୈଠକରେ ସୂଚନା ଦେଇଥିଲେ।
ଜଳ ଯୋଗାଣ ପାଇଁ ୨୬ ଜେନେରେଟର
ରଥଯାତ୍ରା ସମୟରେ ପୁରୀ ସହରରେ ଅସଂଖ୍ୟ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ୩୨ ଜଳପୂର୍ଣ୍ଣ ଟ୍ୟାଙ୍କର ରହିବ। ଏଥିରୁ ୮ଟି ଟ୍ୟାଙ୍କର ଓ ୧୦ଟି ଟାଟା ଏସିଇ ଷ୍ଟୋରେଜ ଟ୍ୟାଙ୍କ୍‌ ବଡ଼ଦାଣ୍ଡରେ ଅବସ୍ଥାପିତ ହେବ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ୧୮୫, ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୫, ତାଳବଣିଆସ୍ଥିତ ଅସ୍ଥାୟୀ ବସ୍‌ଷ୍ଟାଣ୍ଡରେ ୫୦ ଏହିପରି ୨୫୦ଟି ଅସ୍ଥାୟୀ ପାଣିକଳ ମାଧ୍ୟମରେ ଜଳ ଯୋଗାଣ କରାଯିବ। ବିଜୁଳି ବିଭ୍ରାଟ ସମୟରେ ଚକ୍ରତୀର୍ଥ ଜଳଯୋଗାଣ କେନ୍ଦ୍ର ଓ ବଳିଆପଣ୍ଡା ଜଳଯୋଗାଣ କେନ୍ଦ୍ର, ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ଓ ଦୋଳବେଦି ପମ୍ପଘରଗୁଡ଼ିକଠାରେ ୨୪ଟି ଏବଂ ୨ଟି ଭ୍ରାମ୍ୟମାଣ ଡିଜେଲଚାଳିତ ଜେନେରେଟର ରଖାଯାଇ ପୁରୀ ସହରକୁ ନୀରବଚ୍ଛିନ୍ନ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଜେନସେଟ୍‌ ମାଧ୍ୟମରେ ଆଲୋକୀକରଣ
ପୁରୀରେ ସେସୁର ୪ଟି କଣ୍ଟ୍ରୋଲ ରୁମ୍‌ ରହିଛି। ରଥଯାତ୍ରା ସମୟରେ ତାଳବଣିଆଠାରେ ଥିବା ମୁଖ୍ୟ କଣ୍ଟ୍ରୋଲ ରୁମ୍‌ରେ ସେସୁର ସିଇଓ ଏବଂ ଅଭିଜ୍ଞ ଅଧିକାରୀମାନେ ଉପସ୍ଥିତ ରହି ବିଦ୍ୟୁତ୍‌ ସରବରାହ ପରିଚାଳନା କରିବେ। ରଥଯାତ୍ରା ସମୟରେ ଡିଜି ସେଟ୍‌ ମାଧ୍ୟମରେ ବିଭିନ୍ନ ଛକ ଜାଗାରେ ବିଦ୍ୟୁତ୍‌ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି। ୪ଟି ଜେନସେଟ୍‌ ମାଧ୍ୟମରେ ରଥଗୁଡ଼ିକୁ ଆଲୋକିତ କରାଯିବ। ସେହିପରି ସୁନାବେଶ ସମୟରେ ମରିଚିକୋଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ରାସ୍ତାକୁ ଡିଜି ସେଟ୍‌ ମାଧ୍ୟମରେ ଆଲୋକୀକରଣ କରାଯିବ ବୋଲି ସେସୁ ପୁରୀ ଡିିଭିଜନର କାର୍ଯ୍ୟନିର୍ବାହୀ ଅଧିକାରୀ ଶିବପ୍ରସାଦ ସ୍ବାଇଁ ବୈଠକରେ ସୂଚନା ଦେଇଥିଲେ।
ସମସ୍ତଙ୍କୁ ମହାପ୍ରଭୁଙ୍କ
ଲାଗି ଖଣ୍ଡୁଆ
ବୈଠକ ଆରମ୍ଭ ହେବା ପୂର୍ବରୁ ସମସ୍ତ ଅତିଥିଙ୍କୁ ଦିଆଯାଇଥିଲା ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ। ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର, ପ୍ରେମାନନ୍ଦ ଦାସମହାପାତ୍ର ପ୍ରମୁଖ ମଞ୍ଚାସୀନ ଅତିଥିଙ୍କୁ ଖଣ୍ଡୁଆ ପିନ୍ଧାଇଥିଲେ। ମହାପ୍ରଭୁଙ୍କ ଖଣ୍ଡୁଆ ପାଇ ଅତିଥିମାନେ ବି ବେଶ୍‌ ଖୁସି ହୋଇଯାଇଥିଲେ।
ଉନ୍ମୋଚନ ହେଲା ରୂପରେଖ
ପୁରୀ ଜିଲା ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ରଥଯାତ୍ରା ସମୟରେ ରଥଯାତ୍ରା ସ୍ବତନ୍ତ୍ର ବିଶେଷାଙ୍କ ପ୍ରସ୍ତୁତ କରାଯାଏ। ଚଳିତବର୍ଷ ଏହି ରଥଯାତ୍ରା ବିଶେଷାଙ୍କକୁ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ଅତିଥିମାନେ ଉନ୍ମୋଚନ କରିଥିଲେ। ଏଥିରେ ମହାପ୍ରଭୁଙ୍କ ନୀତିକାନ୍ତିଠାରୁ ଆରମ୍ଭ କରି ତିନିରଥ ସମ୍ପର୍କରେ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?