ବରଷାରେ ଘର ଭାଂଗଲା, ବରତିଲେ ୩ ମା’ଝି

ଲୋଇସିଂହା, ୯।୯ (ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଂଚଲରେ ଗଲା ଗୁରୁବାରନୁ ବରଷା ଲାଗି ରହିଛେ। ଇ ବରଷାରେ ବ୍ଲକ ଅଧୀନ ନେଗିପାଲି ଗଁାର ଝନେ ନିସାହା ବିଧବା ବୁଢ଼ିକଁର ଘର ଭାଂଗି ଯାଇଛେ। ଘରେ ଖାଇପିଇ ମା’ ଆର ଦୁଇ ଝି’ ଶୁଇଥିଲାବେଲେ ଅଲପ୍‌କେ ସେମାନେ ଗୁଟେ ବଡ଼ ବିପଦ୍‌ରୁ ବରତି ଯାଇଛନ୍‌।
ସୂଚନା ହିସାବେ ଲୋଇସିଂହା ବ୍ଲକ ବୁଢ଼ିପଦର ପଁଚେତ୍‌ ଅଧୀନ ନେଗିପାଲି ଗଁାର ନିସାହା ବିଧବା ଦୈମତି ମେଶ୍ୱା(୬୫)। ପରିବାର କହେଲେ ୨ ଝି’କେ ନେଇ ତାକର ସଁସାର। ଜମିବାଡ଼ି ବିଶେଷ କିଛି ନାଇଁ। ବଛର କେତେ ତଲେ ଦୈମତି ଆପ୍‌ନେ ଦେବାରକେ ହରେଇଛନ୍‌। ଏନ୍‌ତାଥି ତାକର ଦଦ୍‌ରା ମାଏଟ୍‌ କୁରିଆଟା ୩ ପରାନୀ ମୁଡ଼ ଗୁଁଜ୍‌ବାର ଲାଗି ସାହାଭରସା ଥିଲା। ଫିଦିନ ଲେଖେଁ ୩ ମା’ଝି ଖାଇପିଇ ଘରର ପାଟେନ ଉପରକେ ଶୁଇବାକେ ଯାଇଥିଲେ। ହେଲେ ଝରି ବରଷା ଲାଗି ରାତି ପାଖାପାଖି ୩ ବଜେ ହଠାତ୍‌ ଘରର ପଛ୍‌ଫାଲର କଁାଥିଟା ମାଡ଼ି ବସ୍‌ଲା। କେହେନ୍‌ସି ମିତି ମା’ଝି ଇ ଘଟନା ଜାନିପାରି ପାଟେନ ଉପ୍‌ରୁ ତଲେକେ ପଲେଇ ଆସିଥିଲେ। ଉପ୍‌ରୁ ଉତିରଲାବେଲେ ଦୈମତିକଁର ଗୁଡ଼େ ଗୁଟେ ଇଟା ପଡ଼ିଯିବାର ଲାଗି ସେ ଅଲପ୍‌ ଖଁଡ଼ିଆ ହେଇଛନ୍‌। ସାହାଭରସା ପାଲଟିଥିବାର ଘରଟା ଭାଂଗି ଯିବାର ଲାଗି ଅସାହା ପରିବାରଟା ଦୁଖେ ଭାଂଗି ପଡ଼ିଛନ୍‌। ଇଆଡ଼େ ବଏସ୍‌ ଅଧ୍‌କା ହେବାର ଲାଗି ଦୈମତି କୁଲିମଜୁରି ବି କରି ନାଇଁପାରବାର। ପଁଚେତ୍‌ରୁ ମିଲୁଥିବାର ପିଡିଏସ୍‌ ଚାଉଲ ଆର ବିଧବା ଭତାରେ ୩ ମା’ଝି ଦୁଖେସୁଖେ ଚଲୁଛନ୍‌। ଏନ୍‌ତା ଅଭାବ ଅନାଟନ ଭିତ୍‌ରେ ସେମାନେ ଘରଟେ ତିଆରିବାର ସପନ୍‌ ବି ନାଇଁ ଦେଖିପାରବାର। ଏହେଦେ ଇ ବରଷା ଦିନେ ଦୁଇ ଯୁଆନ୍‌ ଝି’କେ ଧରି କେନ୍‌କେ ଯିବେ, କାହାକେ ଗୁହାରି କରବେ, କିଏ ଆଶ୍‌ରେ ଦେବା, ଏନ୍‌ତା ନାନା କଥା ଚିନ୍‌ତା କରି ଦୈମତି ଲହ ଗଡ଼ଉଛନ୍‌। ଦୈମତି ଥାନୀୟ ସରପଁଚ୍‌କୁଁ ସାହାଯ୍‌ ଲାଗି ଗୁହାରି କରିଥିଲେ। ହେଲେ ସରପଁଚ୍‌ ଦୈମତିକୁଁ ପହେଲା ତହସିଲଦାରକୁଁ ଭେଟବାର ଲାଗି ପରାମଶ ଦେଇଥିବାର ସେ କହିଛନ୍‌। ଇ ନିସାହା ପରିବାର ଉପରେ ଜିଲା, ବ୍ଲକ ପରଶାସନ ଆର ଥାନୀୟ ବିଧାୟକ ଦୁରୁଷ୍‌ଟି ଦେଇ ଯେତେ ଜଲ୍‌ଦି ହେବା ଆବାସ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବାକେ ଗଁାବାସୀ, ଜନସାଧାରନ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ‘ୟୁଭିଏ’ର ସୌଜନ୍ୟମୂଳକ ସାକ୍ଷାତ: ଜେଏମ୍ଏଫ୍ସି ବିଚାରପତିଙ୍କ ସହ ସାମାଜିକ-ଆଇନଗତ ସମସ୍ୟା ଉପରେ…

ଥୁଆମୂଳ ରାମପୁର,୨୦।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଶିକ୍ଷାର ବିକାଶ, ସ୍କୁଲ ଡ୍ରପଆଉଟ୍ ସମସ୍ୟା, ସାମାଜିକ କୁସଂସ୍କାର ଏବଂ ସାଧାରଣ ଲୋକଙ୍କ ନିଶୁଳ୍କ ଆଇନଗତ…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ନିୟମିତ ଆବର୍ଜନା ଉଠା ନଗଲେ ଆନ୍ଦୋଳନ: ଟ୍ରାକ୍ଟରରେ ଯାଇ ସ୍ମାରକପତ୍ର ପ୍ରଦାନ, ୧୦ଦିନ ମଧ୍ୟରେ…

ବରଗଡ଼,୨୦ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହରର ରାସ୍ତାକଡ଼, ବସଷ୍ଟାଣ୍ଡ ଓ ବଜାର ଅଞ୍ଚଳରେ କୁଢ଼ କୁଢ଼ ଆବର୍ଜନା ଜମା ହୋଇ…

ଅନୁଦାନରୁ ବଞ୍ଚିତ ଅଧ୍ୟାପକମାନଙ୍କ ସମନ୍ୱୟ ସମିତି ବୈଠକ: ସରକାରୀ ପ୍ରତିଶ୍ରୁତିକୁ ନେଇ କ୍ଷୋଭ

ଭୁବନେଶ୍ୱର/ମହାକାଳପଡ଼ା,୨୦ା୮: ରାଜ୍ୟର ଅନୁଦାନରୁ ବଞ୍ଚିତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ନେଇ ଭୁବନେଶ୍ୱର ସ୍ଥିତ ଆର୍ଯ୍ୟ ମନ୍ଦିରଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।…

ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ବିଧାନସଭା ଗୃହ କମିଟି: ବିକାଶ କାର୍ଯ୍ୟର…

ପୁରୁଷୋତ୍ତମପୁର,୨୦ା୮(ସବିତା ମିଶ୍ର): ଓଡ଼ିଶା ବିଧାନସଭା ଗୃହ କମିଟି (ସବମିସନ୍) ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ଅବସରରେ ଗୁରୁବାର ସନ୍ଧ୍ୟାରେ ମା’ ତାରାତାରିଣୀଙ୍କ ପୀଠ ପରିଦର୍ଶନ କରିଛନ୍ତି। କମିଟି…

ଥୁଆମୂଳ ରାମପୁରରେ ରାସନ ଚାଉଳ ଓଜନରେ ହେରଫେର୍: ଏମ୍‌ଆଇଙ୍କ ତଦନ୍ତ ପରେ ମେସିନ୍ ବନ୍ଦ, ବଳକା ଚାଉଳ ଯାଉଛି କୁଆଡ଼େ?

ଥୁଆମୂଳ ରାମପୁର,୨୦ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତରେ ପିଡିଏସ (PDS) ରାସନ ଚାଉଳ ଓଜନରେ ବ୍ୟାପକ ହେରଫେର୍ ନେଇ ଗୁରୁବାର ଗୁରୁତର ଅଭିଯୋଗ ସାମ୍ନାକୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

ଘରୋଇ ବସ୍‌ର ଦାଦାଗିରି: ହାଇଦ୍ରାବାଦରୁ ଟିକେଟ୍ କାଟିଥିବା ଯାତ୍ରୀଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲେ,ଆମପାଣିରେ…

କୋକସରା,୨୦ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଘରୋଇ ବସ୍ କର୍ମଚାରୀଙ୍କ ଦବଙ୍ଗଗିରି। ପୂରା ରାସ୍ତାର ଟିକେଟ୍ କାଟି ଅଧା ବାଟରେ ଯାତ୍ରୀଙ୍କୁ ଓହ୍ଲାଇ ଦେବା ଭଳି ଅଭାବନୀୟ ଦୃଶ୍ୟ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri