ବନ କର୍ମଚାରୀଙ୍କ ମାଡ଼ରେ ଡ୍ରାଇଭର ଲହୁଲୁହାଣ

ନୂଆଗାଁ,୧୧।୧୧(ଡି.ଏନ.ଏ.):ନୟାଗଡ଼ ବନଖଣ୍ଡ ମହିପୁର ବନ କର୍ମଚାରୀଙ୍କ ମାଡ଼ରେ ଜଣେ ଡ୍ରାଇଭର ଲହୁଲୁହାଣ ହୋଇଛନ୍ତି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ନୟାଗଡ଼ ଜିଲା ନୂଆଗାଁ ବ୍ଲକ୍‌ ସିଙ୍ଗାରପଲି ପଞ୍ଚାୟତ ଶୁଣ୍ଢିଝୋଲା ନୂଆସାହିର ଅମୂଲ୍ୟ ବେହେରା ଓ ତାଙ୍କ ସ୍ତ୍ରୀ ମିତା ବେହେରାଙ୍କ ସମେତ ଗ୍ରାମବାସୀ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି। ଅମୂଲ୍ୟଙ୍କ ଦେହସାରା ମାଡ଼ ଚିହ୍ନ ରହିଛି। ଏହି ଘଟଣା ପରେ ସେ ଗୁରୁତର ହୋଇ ପଡିଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଶୁଣ୍ଢିଝୋଲା ଗ୍ରାମର ଅମୂଲ୍ୟ ବେହେରା ଜଣେ ଗାଡ଼ି ଚାଳକ। ମଙ୍ଗଳବାର ରାତି ପ୍ରାୟ ୧୨ଟା ସମୟରେ ସେ ଗାଡ଼ି ଭଡ଼ା ସାରି ଘରକୁ ଫେରୁଥିଲେ। ଏହି ସମୟରେ ପେଟେଇଚଣ୍ଡୀ ଠାକୁରାଣୀଙ୍କ ପୀଠ ନିକଟରେ ଏକ ବୋଲେରୋରେ ଥିବା କେତେଜଣ ବ୍ୟକ୍ତି ତାଙ୍କ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେ ସ୍ଥାନ ସମ୍ପୂର୍ଣ୍ଣ ନିଛାଟିଆ ଥିଲା। ପୂର୍ବରୁ ସେହି ସ୍ଥାନରେ ଏକାଧିକ ଥର ଡକାୟତ ହୋଇଥିବା ଜାଣି ଅମୂଲ୍ୟ ଗାଡ଼ି ନ ରଖି ପଳାଇ ଆସିଥିଲେ। ହେଲେ ବୋଲେରୋରେ ଥିବା ବ୍ୟକ୍ତିମାନେ ତାଙ୍କୁ ପିଛା କରିଥିଲେ। ଏ କଥା ଜାଣିବା ପରେ ଅମୂଲ୍ୟ ନିଜ ଗାଡ଼ିର ବେଗ ବଢାଇ ନିଜ ଘର ପାଖକୁ ଚାଲି ଆସିଥିଲେ। ହେଲେ ବୋଲେରୋରେ ଥିବା ବ୍ୟକ୍ତିମାନେ ସେଠାରେ ପହଞ୍ଚତ୍ ଯିବାରୁ ଅମୂଲ୍ୟ ଭୟରେ ଗାଡ଼ି ଛାଡି ପଳାଇ ଯିବାକୁ ଚେଷ୍ଟା କରିଥିଲେ। ହେଲେ ବୋଲେରୋରେ ଥିବା ଖାକିପୋଷାକ ପିନ୍ଧିଥିବା ବ୍ୟକ୍ତିମାନେ ତାଙ୍କ ଉପରକୁ ଲାଠି ଫୋପାଡ଼ିବାରୁ ସେ ସେଠାରେ ପଡିଯାଇଥିଲେ। ଏହାର ସୁଯୋଗ ନେଇ ସେହି ବ୍ୟକ୍ତିମାନେ ତାଙ୍କୁ କାବୁ କରି ଗ୍ରାମ ବାହାକୁ ନେଇ ନିସ୍ତୁକ ପିଟିଥିଲେ। ଏହି ସମୟରେ ଗ୍ରାମର ରୀନା ଗୁରୁ ନାମକ ଜଣେ ମହିଳା ସେଠାରେ ଥିବା ନଳକୂପ ନିକଟରେ ଗାଧୋଉଥିଲେ। ସେ ଏହି ଘଟଣା ଦେଖି ଅମୂଲ୍ୟଙ୍କ ସ୍ତ୍ରୀ ମିତାଙ୍କୁ ଖବର ଦେଇଥିଲେ ା ମିତା ଘଟଣାସ୍ଥଳରେ ପହଞ୍ଚତ୍ବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିମାନେ ସେଠାରୁ ପଳାଇ ଯାଇଥିଲେ। ପରେ ଅମୂଲ୍ୟଙ୍କୁ ପିଟିଥିବା ବ୍ୟକ୍ତିମାନେ ମହିପୁର ବନ କର୍ମଚାରୀ ବୋଲି ସୂଚନା ମିଳିଥିଲା। ଏ ସଂକ୍ରାନ୍ତରେ ମହିପୁର ଫରେଷ୍ଟ ଗାର୍ଡ ଶ୍ରଦ୍ଧାଞ୍ଜଳୀ ସାହୁଙ୍କୁ ପଚାରିବାରୁ ଆମେ ବାଡେଇନୁ, ବାଡ଼ି ଫୋପାଡିବାରୁ ତାଙ୍କ ଦେହରେ ବାଜିଥିଲା। ସେ ତଳେ ପଡିଯାଇଥିଲେ ବୋଲି କହିଛନ୍ତି। ଫରେଷ୍ଟର ସୂର୍ଯ୍ୟ ମହାରଣା ଏହି ଘଟଣାକୁ ପ୍ରଥମେ ଫାଙ୍କି ଦେବାକୁ ଚେଷ୍ଟା କରିଥିଲେ। ତାଙ୍କ କହିବା କଥା ଆମେ କେବଳ ଅମୂଲ୍ୟଙ୍କୁ ଧରିବା ପାଇଁ ଗୋଡ଼ାଇ ଥିଲୁ ା ତା’ପରେ ସେ ଗାଡ଼ି ଛାଡି ପଳାଇଥିଲେ। ଗାଡ଼ି ଖାନତଲାସି କରିଥିଲୁ। ହେଲେ କିଛି ପାଇ ନ ଥିଲୁ। ଅନ୍ୟପକ୍ଷେ ମହିପୁର ରେଞ୍ଜର ଅମ୍ରିତ କୁମାର ସାହୁଙ୍କୁ ଘଟଣା ବାବଦରେ ପଚାରିବାରୁ କର୍ମଚାରୀଙ୍କ ସପକ୍ଷରେ ଯୁକ୍ତି ବାଢିବା ସହ ଆମ ଟିମ୍‌କୁ ଦେଖି ସେ ଗାଡ଼ି ଅଟକାଇ ନ ଥିଲେ ା ଫଳରେ କର୍ମଚାରୀମାନେ ରାଗରେ ପିଟି ଥାଇ ପାରନ୍ତି। ପରେ ତାଙ୍କୁ ଭେଟି ଚିକିତ୍ସା ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି। ପ୍ରତିଦିନ ଜଙ୍ଗଲରୁ କାଠ ଲୁଟ୍‌ ଚାଲିଛି ା ଜଣେ ହେଲେ କାଠ ମାଫିଆକୁ ଧରି ପାରୁ ନ ଥିବା ବନ ବିଭାଗ କର୍ମଚାରୀ ଜଣେ ନିର୍ଦ୍ଦୋଷ ଡ୍ରାଇଭରଙ୍କୁ ସନ୍ଦେହରେ ମାଡ଼ ମାରି ଲହୁଲୁହାଣ କରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି ା ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri