ବନ୍ୟା ଘେରରେ ବଲାଙ୍ଗୀର ସହର: ୧ ହଜାର ଲୋକ ସ୍ଥାନାନ୍ତରିତ; ତଦାରଖ କରୁଛନ୍ତି ଜିଲାପାଳ, ଏସ୍‌ପି

ବଲାଙ୍ଗୀର ଅଫିସ, ୧୩।୮: ଲଗାଣ ବର୍ଷାରେ ବଲାଙ୍ଗୀର ସହର ଉବୁଟୁବୁ ହେଉଛି । ବନ୍ୟା ଜଳରେ ସମଗ୍ର ସହର ଭାସମାନ ଅବସ୍ଥାରେ। ପରିସ୍ଥିତି ଅନୁଧ୍ୟାନକରି ଜିଲାପାଳ ଅରିନ୍ଦମ ଡାକୁଆ ଜରୁରୀ ବୈଠକ ଡାକିଛନ୍ତି। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଡିଆର୍‌ଡିଏ ପିଡି ଡ. ମହେଶ୍ବର ସ୍ବାଇଁ, ଉପଜିଲାପାଳ ସଞ୍ଜୟ ମିଶ୍ର, ସହରାଞ୍ଚଳ ପିଡି ଯୁଗଳେଶ୍ବରୀ ଦାସ, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ ଦୀପ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

ରାଜେନ୍ଦ୍ର ପଡା ଡ୍ୟାମ୍‌ରେ ବନ୍ୟା ଜଳ ଭର୍ତ୍ତି ହୋଇଯାଇଛି । ଯେକୌଣସି ସମୟରେ ଏହି ଡ୍ୟାମ୍‌ ଭସାଇ ନେବା ପରିସ୍ଥିତି ସୃଷ୍ଟି ହୋଇଛି । ବ୍ରାହ୍ମଣପଡ଼ା-ବରପାଲିପଡା ରାସ୍ତା ପୋଲ ଉପରେ ୩ ଫୁଟର ପାଣି ଚାଲିଥିବା ବେଳେ ଶିଶୁ ଉଦ୍ୟାନରୁ ପେଲେସ ଲାଇନ ରାସ୍ତା ଉପରେ ୪ ଫୁଟ ପାଣି ଯାଉଛି । ସେହିପରି ତୁଲସୀନଗର ରାସ୍ତା ଉପରେ ୩ ଫୁଟର ପାଣି ଯାଉଛି। ଡ୍ୟାମ୍‌ପଡ଼ା, ଚମାରପଡ଼ା, ରାଜେନ୍ଦ୍ରପଡ଼ା, ଠିକାଦାରପଡ଼ା, ବରପାଲିପଡା, ମାଳପଡ଼ା, ଚିମିନୀଭାଟିପଡା, ବିଭୂତିପଡା, ବ୍ରାହ୍ମଣପଡା, ତୁଲସୀନଗର ଓ ଅନ୍ୟ ପଡ଼ାର ସହସ୍ରାଧିକ ଲୋକ ଜଳ ଘେରରେ ରହିଛନ୍ତି । ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି । ସେଠାରେ ରିଲିଫ୍‌ ବଣ୍ଟନ କରାଯାଇଛି । ବିଜାଖମନ, ଖୁଜେନପାଲି, ମାଧିଆପାଲି, ରିନବଚନ, ଚନ୍ଦନଭାଟି, ପରଧିଆପାଲି ଗାଁର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ସମଗ୍ର ସହରରେ ବନ୍ୟା ପରିସ୍ଥିତି ଉଦ୍‌ବେଗଜନକ ସ୍ଥିତିରେ ରହିଛି । ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏସ୍‌ପି କେ. ଶିବା ଶୁବ୍ରମଣି ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

TMCରେ ବଡ଼ ହଲଚଲ: ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଅଡୁଆ ବଢ଼ିଲା! ୭ ଦିନରେ…

କୋଲକାତା,୨୬।୮: ବିଦ୍ରୋହୀ ସାଂସଦମାନଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିଦ୍ରୋହୀ ସାଂସଦମାନେ NCPIରେ ଯୋଗଦେବା ନିଷ୍ପତ୍ତିକୁ ସମ୍ବିଧାନର ଦଶମ…

ରାକ୍ଷୀରେ କୁମ୍ଭ ରାଶିରେ ଲାଗିବ ଚନ୍ଦ୍ର ଗ୍ରହଣ, ୨୮ ଅଗଷ୍ଟରୁ ୫ ରାଶିଙ୍କ ଖରାପ ଟାଇମ୍‌ ଆରମ୍ଭ, ଅଯଥା ଖର୍ଚ୍ଚାନ୍ତରେ ପଡିବେ…

ଏହି ଚନ୍ଦ୍ରଗ୍ରହଣ ଏକ ଆଂଶିକ ଗ୍ରହଣ ହେବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ ଅନେକ ରାଶିର ଲୋକଙ୍କ ଜୀବନରେ ପ୍ରଭାବ ପଡ଼ିବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ କେତେକ ରାଶିକୁ…

ପିଏମ୍‌ ସୂର୍ଯ୍ୟଘର ଯୋଜନା: ସବ୍‌ସିଡି ଅର୍ଥ ବ୍ୟାଙ୍କ ଖାତାକୁ ଆସିବା ପାଇଁ ମନ୍ତ୍ରୀଙ୍କୁ ଗୁହାରି

କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନ ମଣ୍ଡଳୀରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ଆଖି ଦୃଶିଆ ଅଗ୍ରଗତି ହୋଇପାରୁ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍‌…

ସରକାରକୁ ପୁଣି ଅଲ୍ଟିମେଟମ୍‌ ଦେଲା CJP: ୩ ଦାବି ପୂରଣ ନ ହେଲେ…ସରକାରଙ୍କଠାରେ ପଶିଲା ଛନ୍‌କା

ନୂଆଦିଲ୍ଲୀ,୨୬।୮: କକ୍ରୋଚ ଜନତା ପାର୍ଟି (CJP) ପୁଣି ଥରେ ଦିଲ୍ଲୀରେ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳ ପକ୍ଷରୁ ସେପ୍ଟେମ୍ବର ୫ ତାରିଖରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ…

ଜମିପଟ୍ଟା ପାଇଁ ତହସିଲ ଅଫିସ ଦୌଡୁଥିଲେ ମାଲିକ, ବିଧାୟକ ପହଞ୍ଚି ସମସ୍ତଙ୍କୁ…

ମହାକାଳପଡ଼ା,୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରାଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମଙ୍ଗଳବାର ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଯୋଗଦେଇ କୂଳନାଞ୍ଜୁରା, ବିଲ ନାଞ୍ଜୁରା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୫୦,୦୦୦ ଝିଅଙ୍କୁ ମିଳିବ ସ୍କୁଟି

ଲକ୍ଷ୍ନୌ,୨୬।୮: ଲକ୍ଷ୍ନୌରେ ‘ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନା’ର ଶୁଭାରମ୍ଭ ଏବଂ ସ୍ବତନ୍ତ୍ର ବସ ପାଇଁ ପତାକା ପ୍ରଦର୍ଶନ ଅବସରରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ…

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri