ବନ୍ଧୁ ନା ବଇରି

ଲଳିତେନ୍ଦୁ ପଲାଉରୀ

ମୂଳ ପାକିସ୍ତାନରୁ ଅଲଗା ହୋଇ ନୂଆ ଦେଶ ଭାବେ ପ୍ରତିଷ୍ଠା ହୋଇଥିବା ବାଂଲାଦେଶର ସ୍ବାଧୀନତା ଦିବସ ୨୬ ମାର୍ଚ୍ଚ ୧୯୭୧। କିନ୍ତୁ ଡିସେମ୍ବର ୬କୁ କୂଟନୈତିକ ସମ୍ପର୍କ ଆରମ୍ଭର ଦିନ ବା ମୈତ୍ରି ଦିବସ ଭାବେ ପାଳିବାକୁ ଉଭୟ ଭାରତ ଓ ବାଂଲାଦେଶ ସହମତ ହୋଇଛନ୍ତି। ଏପରି କି ବିଶ୍ବର ମୁସଲମାନବହୁଳ ରାଷ୍ଟ୍ରମାନେ ବାଂଲାଦେଶକୁ ନୂଆ ରାଷ୍ଟ୍ରର ମାନ୍ୟତା ଦେବା ପୂର୍ବରୁ ଭାରତ ପ୍ରଥମେ ମାନ୍ୟତା ଦେଇଥିଲା। ଇଷ୍ଟ ପାକିସ୍ତାନ ବା ବର୍ତ୍ତମାନ ବାଂଲାଦେଶରେ ୯୮ପ୍ରତିଶତ ବାସିନ୍ଦା ମୁସଲମାନ। ସେମାନଙ୍କ ଭାଷା ବଙ୍ଗଳା। ଦେଶରେ ୯୯ପ୍ରତିଶତ ଲୋକଙ୍କ କଥିତ ଭାଷା ମଧ୍ୟ ବଙ୍ଗଳା। ନଦୀ, ସମୁଦ୍ରଘେରା ବାଂଲାଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଏକ ଚିରାଚରିତ ଘଟଣା। ବାଂଲାଦେଶର ବିକାଶ, ସ୍ଥିରତା, ଶାନ୍ତି ଓ ପ୍ରଗତି କ୍ଷେତ୍ରରେ ଭାରତ ଏକ ଉତ୍ତମ ପଡ଼ୋଶୀ ଓ ବନ୍ଧୁ ରାଷ୍ଟ୍ର ଭାବେ ସହଯୋଗ ଯୋଗାଇ ଆସୁଛି। ସ୍ବାଧୀନତା ପରବର୍ତ୍ତୀ ବାଂଲାଦେଶ ଅନେକ ଘାତ ପ୍ରତିଘାତ, ଅସ୍ଥିରତା ଓ ମିଲିଟାରୀ ଶାସନର ସମ୍ମୁଖୀନ ହେବା ପରେ ବର୍ତ୍ତମାନ କିଛି ବର୍ଷ ହେଲା ଗ୍ରାମୀଣ ଅର୍ଥନୀତିରେ ସଂସ୍କାର ସହ ଦ୍ରୁତ ଓ ପ୍ରଗତିଶୀଳ ଅର୍ଥନୈତିକ ଦେଶ ଭାବେ ଆଗକୁ ବଢୁଛି। ଭାରତ ସହ ୨୦୧୫ରେ ଲ୍ୟାଣ୍ଡ ବାଉଣ୍ଡରି ରାଜିନାମା ଉଭୟ ଦେଶ ପାଇଁ ବଡ଼ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ନୌବାଣିଜ୍ୟଠାରୁ ଆରମ୍ଭ କରି ବାଂଲାଦେଶର ଭିତ୍ତିଭୂମି ବିକାଶ, ଗମନା-ଗମନ, ବସ୍‌ ଓ ରେଳ ସେବା ମଧ୍ୟ ଉଭୟ ଦେଶ ମଧ୍ୟରେ ଘନିଷ୍ଠତା ବଢ଼ାଇଛି। ଗତ ୯ବର୍ଷ ମଧ୍ୟରେ ଉଭୟ ଦେଶର ସୀମାରେ ୪ଟି ନୂଆ ଇମିଗ୍ରେସନ କ୍ୟାମ୍ପସ ଖୋଲିଛନ୍ତି। ଶକ୍ତି ଚାହିଦା ମେଣ୍ଟାଇବାକୁ ମୈତ୍ରୀ ଥର୍ମାଲ ପାୱାର ପ୍ଲାଣ୍ଟ ଉଦ୍‌ଘାଟନ ହୋଇଛି। ଉଭୟ ଦେଶ ମଧ୍ୟରେ ୪ ହଜାର ୯୬ କିଲୋମିଟର ଦୀର୍ଘ ସୀମାରେଖା, ୫୪ଟି ନଦୀ ମଧ୍ୟରେ ଭାଗୀଦାରିତା ସହ ୨୦ କିଲୋମିଟର ଦୀର୍ଘ ଚିକେନ ନେକ୍‌ ବା ସିଲିଗୁଡ଼ି କରିଡ଼ର ଭାରତର ଉତ୍ତରପୂର୍ବ ରାଜ୍ୟ ଆସାମ, ମିଜୋରାମ, ମେଘାଳୟ, ତ୍ରିପୁରା ସହ ସଂଯୋଗର ସେତୁ ପାଲଟିଛି।
ବାଂଲାଦେଶରେ ଲଗାତର ଚତୁର୍ଥ ଥର ଓ ସମୁଦାୟ ପଞ୍ଚମ ଥର ପାଇଁ ଶାସନ ଗାଦିରେ ବସିଥିବା ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ସହ ସମ୍ପର୍କକୁ ଏକ ନୂଆ ଦିଶା ଦେଇଛନ୍ତି। କରୋନା ପରବର୍ତ୍ତୀ ସମୟରେ ଦ୍ରୁତ ଅର୍ଥନୀତି ପ୍ରଗତି ପଥରେ ଆଗଉଥିବା ବାଂଲାଦେଶ ସହ ଭାରତର ଅର୍ଥନୈତିକ ସମ୍ପର୍କ ଶିଖରରେ ପହଞ୍ଚତ୍ଛି। ୨୦୧୧ ମସିହାରୁ ସାଉଥ ଏସିଆ ଫ୍ରି ଟେଡ୍‌ ରାଜିନାମାରେ ଯୋଡ଼ି ହୋଇଛି ବାଂଲାଦେଶ। ୨୦୨୧-୨୨ରେ ଭାରତ ସହ ବାଂଲାଦେଶର ୧୮.୧୩ ବିଲିୟନ ଡଲାର ଅର୍ଥନୈତିକ କାରବାର, ୨୦୨୨-୨୩ରେ ୧୪.୨ ବିଲିୟନ ଡଲାର ସହ ୨୦୨୨-୨୩ରେ ଭାରତ ବାଂଲାଦେଶରେ ସବୁଠାରୁ ଅଧିକ ପୁଞ୍ଜି ନିବେଶ ରାଷ୍ଟ୍ର ଭାବେ ଗଣାହେଉଛି।
ଅବକାରୀ ଓ ନିଶା କାରବାର ଉପରେ କଡ଼ା କଟକଣା ଥିବା ବେଳେ ଉଭୟ ଦେଶ ମଧ୍ୟରେ ଯେ କୌଣସି ବ୍ୟବସାୟ ପ୍ରୋତ୍ସାହନ ରାଜିନାମା ହୋଇଛି। ଆମେରିକା ଡଲାର ଉପରେ ମାତ୍ରାଧିକ ନିର୍ଭରଶୀଳତା ହ୍ରାସ କରିବାକୁ ଜୁଲାଇ ୨୦୨୩ରେ ବାଂଲାଦେଶ ସହ ଭାରତ ମୁକ୍ତ ଆର୍ଥିକ କାରବାର ରାଜିନାମା ସ୍ବାକ୍ଷର ହୋଇଛି। ଉଭୟ ଦେଶ ମଧ୍ୟରେ ଗଙ୍ଗା ଜଳ ବଣ୍ଟନ, କୁସିୟାରା ନଦୀ ଜଳ ବଣ୍ଟନ ରାଜିନାମା ସମ୍ଭବ ହୋଇପାରିଛି। ତେବେ ୧୯୯୬ ତିସ୍ତା ନଦୀଜଳ ବଣ୍ଟନ ନେଇ ଉଭୟ ବାଂଲାଦେଶ ଓ ଭାରତ ସ୍ଥାୟୀ ସମାଧାନରେ ପହଞ୍ଚତ୍ ପାରି ନାହାନ୍ତି। ଭାରତର ପଡ଼ୋଶୀ ରାଷ୍ଟ୍ର ପଶ୍ଚିମରେ ପାକିସ୍ତାନ, ଦକ୍ଷିଣରେ ମାଳଦ୍ବୀପ ଆଉ ଉତ୍ତରରେ ବିସ୍ତାରବାଦ ଚାଇନା ଓ ପୂର୍ବରେ ଥିବା ବାଂଲାଦେଶ ସହ ଭାରତ ସବୁବେଳେ ସମଭାବାପନ୍ନ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା ଜାରି ରଖିଛି। ବାଂଲାଦେଶ ସହ ଭାରତର ଘନିଷ୍ଠତାକୁ ଅନେକ ସମୟରେ ଚାଇନା ଅସହ୍ୟ ମନେକରୁଛି। ବାଂଲାଦେଶକୁ ନିଜ ନିୟନ୍ତ୍ରଣରେ ରଖି ଭାରତ ମହାସାଗରରେ ଏକଚାଟିଆ କାର୍ଯ୍ୟ କରିବାକୁ ଚାହୁଁଥିବା ଚାଇନାର ଉଦ୍ୟମ ବାରମ୍ବାର ବିଫଳ ହେଉଛି। ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ ପରିଯୋଜନାରେ ବାଂଲାଦେଶକୁ ସାମିଲ କରି ନିଜ ହାତରେ ରଖିବାକୁ ଚାହୁଁଛି ଚାଇନା। ଏତେ ସବୁ ଭିତରେ ଭାରତ ପାଇଁ ବଡ଼ ପ୍ରତିବନ୍ଧକ ହୋଇଛି ବାଂଲାଦେଶ ସୀମାରେ ବେଆଇନ ଅନୁପ୍ରବେଶ, ମାନବଚାଲାଣ, ଶରଣାର୍ଥୀ ଓ ରୋହିଙ୍ଗ୍ୟା ଶରଣାର୍ଥୀମାନେ ଭାରତକୁ ଅବାଧ ଅନୁପ୍ରବେଶ; ଯାହା କି ଅନେକ ସମୟରେ ଭାରତର ଜାତୀୟ ସୁରକ୍ଷା ପ୍ରତି ଚ୍ୟାଲେଞ୍ଜ ହୋଇଛି।
ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ସହ ଥଇଥାନ ଭାରତ ପାଇଁ ବଡ଼ ଆହ୍ବାନ ହୋଇଛି। ପଶ୍ଚିମବଙ୍ଗ ସୀମା ଦେଇ ହେଉ କିମ୍ବା ଉତ୍ତରପୂର୍ବ ରାଜ୍ୟଗୁଡ଼ିକ ଦେଇ ଅନୁପ୍ରବେଶ ଆମ ପାଇଁ ଚିନ୍ତାର ବିଷୟ ହୋଇଛି। ପଶ୍ଚିମବଙ୍ଗ ସୀମା ଦେଇ ଓଡ଼ିଶାର ବାଲେଶ୍ବର, ଭଦ୍ରକ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ପାରାଦୀପରେ ଏମାନେ ମଧ୍ୟ ଆଡ୍ଡା ଜମାଇ ସାରିଲେଣି। ଏପରି କି ସେମାନେ ରାଶନ କାର୍ଡ ହାତେଇ ଆମ ରାଜ୍ୟର ନାଗରିକ ଭାବେ ଗଣା ହେଲେଣି। ତେବେ ଭାରତ-ବାଂଲାଦେଶ ସମ୍ପର୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିଥିବା ଆମେ କହୁଥିବା ବେଳେ ପଶ୍ଚିମବଙ୍ଗ ସୀମା ହେଉ କି ଓଡ଼ିଶାରେ ଜଳପଥ ଦେଇ ଏଭଳି ଅନୁ ପ୍ରବେଶକାରୀଙ୍କ ପ୍ରାଦୁର୍ଭାବ ଓ ସେମାନଙ୍କୁ ହାତେଇ ଭୋଟ ବ୍ୟାଙ୍କ ରାଜନୀତି କରୁଥିବା କିଛି ଗୋଷ୍ଠୀ ପରବର୍ତ୍ତୀ ସମୟରେ ସାରା ଦେଶ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବାକୁ ଯାଉଛନ୍ତି ଏକଥା ଭୁଲି ଯାଉଛନ୍ତି। ତେଣୁ ଉଭୟ ଭାରତ ଓ ବାଂଲାଦେଶ ବନ୍ଧୁରାଷ୍ଟ୍ର ଭାବେ ବେଆଇନ ଅନୁପ୍ରବେଶ ପ୍ରତି ଅଧିକ କଠୋର ନିୟମ ଆପଣାଇଲେ ଏହା ସମସ୍ତଙ୍କ ପାଇଁ ଶୁଭଙ୍କର ହେବ।
ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ
ମୋ- ୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri