Posted inଫୁରସତ

ବନ୍ଦ ହେଲା ୧ ମିଲିୟନ ବର୍ଗ କିମିର ଓଜୋନ ଛିଦ୍ର

ନୂଆଦିଲ୍ଲୀ, ୨୭ା୪- ବିଭିନ୍ନ କାରଣରୁ ପ୍ରକୃତିରେ ପରିବର୍ତ୍ତନ ଦେଖାଯାଇଥାଏ। କିନ୍ତୁ ସମୟ ଆସିଲେ ପ୍ରକୃତି କିପରି ସେହି ପରିବର୍ତ୍ତନରୁ ପୁଣି ନିଜକୁ ମୁକ୍ତ କରିନିଏ ତାହା ଏଥର ଦେଖାଯାଇଛି ଆର୍କଟିକ(ଉତ୍ତର ମେରୁ ଅଞ୍ଚଳ) ଉପରେ। ଚଳିତ ମାସ ଆର୍କଟିକରେ ବିଶେଷଜ୍ଞମାନେ ଠାବ କରିଥିବା ୧ ମିଲିୟନ ବର୍ଗ କିମି ଓସାରର ବିରଳ ଓଜୋନ ଛିଦ୍ର ଏବେ ବନ୍ଦ ହୋଇଯାଇଛି। ୟୁରୋପିଆନ କମିଶନ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କୋପରନିକସ୍ ଆଟମୋସ୍ଫିୟର ମନିଟରିଂ ସର୍ଭିସ(ସିଏଏମଏସ୍) ଏବଂ କୋପରନିକସ କ୍ଲାଇମେଟ ଚେଞ୍ଜ ସର୍ଭିସ(ସି୩ଏସ୍) ଉକ୍ତ ଛିଦ୍ର ଆପେ ଆପେ ବନ୍ଦ ହୋଇଥିବା ନିଶ୍ଚିତ କରିଛନ୍ତି। ଏଜେନ୍ସି ପକ୍ଷରୁ ଏକ ଟୁଇଟ କରାଯାଇ ଏହା ପଛର କାରଣ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି।
ଏଥିରେ କୁହାଯାଇଛି, ମେରୁ ଅଞ୍ଚଳରେ ପୋଲାର ଭର୍ଟେକ୍ସ (ଏକ ପ୍ରକାରର ଝଡ଼) ସଙ୍ଗଠିତ ହୋଇଥାଏ। ଏଥିଯେୋଗୁ ସେଠାରେ ଲୋ ପ୍ରେସର ବା ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ସହ ବିଶାଳ ମାତ୍ରାରେ ଥଣ୍ଡା ପବନ ପ୍ରବାହିତ ହୋଇଥାଏ। ଏଥିସହ ଷ୍ଟ୍ରାଟୋସ୍ଫିୟରିକ ମେଘ ବା ବାଦଲ ଉତ୍ପନ ହୋଇଥାଏ। କ୍ଲୋରୋଫ୍ଲୋରୋ କାର୍ବନ ଗ୍ୟାସ ସହ ଏହି ବାଦଲର ମିଶ୍ରଣ ଯୋଗୁ ସୃଷ୍ଟି ହେଉଥିବା କେମିକାଲ ଓଜୋନ ସ୍ତରକୁ ନଷ୍ଟ କରିଦେଇଥାଏ। ସାଧାରଣତଃ ଏପରି ଝଡ଼ ଜୁଲାଇରୁ ସେପ୍ଟମ୍ବର ମାସ ମଧ୍ୟରେ ଦକ୍ଷିଣ ମେରୁ ଅଞ୍ଚଳ ଆଣ୍ଟାର୍କଟିକ ଉପରେ ସୃଷ୍ଟି ହୋଇଥାଏ। ଏହି ସମୟରେ ଷ୍ଟ୍ରାଟୋସ୍ଫିୟର(ବାୟୁମଣ୍ଡଳର ଦ୍ୱିତୀୟ ସ୍ତର) ପ୍ରାକୃତିକ ଭାବେ ଥଣ୍ଡା ରହିଥାଏ । କିନ୍ତୁ ପାଣିପାଗ ପରିବର୍ତ୍ତନ ଯୋଗୁ ଚଳିତବର୍ଷ ଏହି ଝଡ଼ ଆର୍କଟିକ ଉପର ଓଜନସ୍ତରରେ ଛିଦ୍ର ସୃଷ୍ଟି କରିଥିଲା। ଏହାର ଆକାର ପ୍ରାୟ ୧ ମିଲିୟନ ବର୍ଗ କିମି ବୋଲି ଜଣାପଡ଼ିଥିଲା। ଯଦି ଏହି ଛିଦ୍ର ବାୟୁ ସ୍ରୋତ ସହ ଦକ୍ଷିଣକୁ ଗତି କରିଥାନ୍ତା ତେବେ ଜୀବଜଗତ ପାଇଁ ଏକ ବଡ଼ ବିପଦ ସୃଷ୍ଟି ହୋଇଥାନ୍ତା। ବର୍ତ୍ତମାନ ପୋଲାର ଭର୍ଟେକ୍ସ ଦୁର୍ବଳ ହୋଇଯାଇଥିବାରୁ ଓଜୋନ ସ୍ତରରେ ସ୍ବାଭାବିକତା ଫେରିଆସିବା ସହ ବିପଦ ଆଶଙ୍କା ମଧ୍ୟ ଟଳିଯାଇଛି ।ଏପରି ପୋଲାର ଭର୍ଟେକ୍ସ ଆଉଥରେ ହୋଇପାରେ ବୋଲି ଏଜେନ୍ସି ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ତାହା ସେତେମାତ୍ରାରେ ଓଜୋନ ସ୍ତରକୁ ପ୍ରଭାବିତ କରି ନ ପାରେ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri