ବନ୍ଦ ହେବ ୩୭୬ ପ୍ରାଥମିକ, ଉପ୍ରା ସ୍କୁଲ

ଅନୁଗୋଳ ଅଫିସ୍‌, ୧୯।୩: ପିଲା ଓ ଶିକ୍ଷକ ଶୂନ୍ୟ ସରକାରୀ ବିଦ୍ୟାଳୟ। ସାରା ରାଜ୍ୟରେ ଅନେକ ବିଦ୍ୟାଳୟରେ ଏପରି ସ୍ଥିତି ଲାଗି ରହିଥିବାବେଳେ ସରକାର ଏଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଫଳରେ ଅନୁଗୋଳ ଜିଲାରେ ପିଲା କମ୍‌ ଥିବା ତଥା ପାଖାପାଖି ବିଦ୍ୟାଳୟଗୁଡିକ ବନ୍ଦ କରିଦିଆଯାଇପାରେ ବୋଲି ଜଣାପଡିଛି। ଏହା କାର୍ଯ୍ୟକାରୀ ହେଲେ ଜିଲାର ୩୭୬ ସ୍କୁଲ ବନ୍ଦ ହୋଇଯିବାର ସମ୍ଭାବନା ରହିଛି। ଏଥିପାଇଁ ସମସ୍ତ ବ୍ଲକ ଶିକ୍ଷାଧିକାରୀ (ବିଇଓ) ଆସନ୍ତା ୧୯ ତାରିଖ ସୁଦ୍ଧା ଉପରୋକ୍ତ ସ୍କୁଲଗୁଡ଼ିକର ସ୍ଥିତି ନେଇ ଚୂଡ଼ାନ୍ତ ରିପୋର୍ଟ ଜିଲା ଶିକ୍ଷାଧିକାରୀଙ୍କୁ ଦେବାକୁ କୁହାଯାଇଛି। ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ରିପୋର୍ଟ ମିଳିବା ପରେ ଜିଲାପାଳଙ୍କ ଅନୁମୋଦନକ୍ରମେ ଗଣଶିକ୍ଷା ବିଭାଗକୁ ଆସନ୍ତା ୨୦ ସୁଦ୍ଧା ରିପୋର୍ଟ ପଠାଯିବାର କାର୍ଯ୍ୟସୂଚୀ ରହିଥିବା ଡିଇଓ କଳ୍ପନା କୁମାରୀ ବେହେରା ସୂଚନା ଦେଇଛନ୍ତି।
ବିଇଓ ବିସ୍ତୃତ ଭାବେ ରିପୋର୍ଟ ଦେବା ପରେ ଜିଲାପାଳ ତାହାକୁ ଗଣଶିକ୍ଷା ବିଭାଗକୁ ପଠାଇବେ। ଏହା ପରେ ଆସନ୍ତା ଏପ୍ରିଲ ସୁଦ୍ଧା ଏ ସବୁ ସ୍କୁଲ ବନ୍ଦ ହୋଇଯିବ ବୋଲି ଜିଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ଜିଲାରେ ପିଲା କମ୍‌ ପାଇଁ ହୋଇଥିବା କିଛି ସ୍କୁଲ ମିଶ୍ରଣକୁ ନେଇ ବିବାଦ ତେଜିଥିବାବେଳେ ଏବେ ଏତେ ସଂଖ୍ୟକ ସ୍କୁଲରେ ତାଲା ଝୁଲିବା ପ୍ରକ୍ରିୟା ଆରମ୍ଭ ହେଲେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖାଯିବାର ଆଶଙ୍କା ଥିବା ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ମୁତାବକ, ଶହେ ମିଟର ଦୂରତା କିମ୍ବା ଗୋଟିଏ କ୍ୟାମ୍ପସ୍‌ରେ ରହିଥିବା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ, ୨୦ କିମ୍ବା କମ୍‌ ପିଲା ଥିବା ବିଦ୍ୟାଳୟ, କେବଳ ଷଷ୍ଠରୁ ଅଷ୍ଟମ, ପ୍ରଥମରୁ ତୃତୀୟ, ଷଷ୍ଠରୁ ସପ୍ତମ, ଚତୁର୍ଥରୁ ଦଶମ, ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯିବ। ଏହି ପ୍ରକିୟା କାର୍ଯ୍ୟକାରୀ ହେଲେ ଅନୁଗୋଳର ମୋଟ ୧୭୬୦ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୩୭୬ଟି ବିଦ୍ୟାଳୟ ବନ୍ଦ କରାଯିବାର ଯୋଜନା ରହିଛି। ବନ୍ଦ ତାଲିକାରେ ଥିବା ସ୍କୁଲ ଗୁଡ଼ିକ ମଧ୍ୟରୁ ୨୯୫ଟି ପ୍ରାଥମିକ ସ୍କୁଲ ରହିଛି। ସେଥିମଧ୍ୟରୁ ୨୦୩ଟି ବିଦ୍ୟାଳୟରେ ୨୦ରୁ କମ୍‌ ଛାତ୍ରୀଛାତ୍ର ରହିଥିବା ଦର୍ଶାଯାଇଛି। ସେହିପରି ୯୨ଟି ପ୍ରାଥମିକ ବିଦ୍ୟାଳୟ ଗୋଟିଏ କିଲୋମିଟର ମଧ୍ୟରେ ଥିବାବେଳେ ସେଠାରେ ୪୦ରୁ କମ୍‌ ଛାତ୍ରୀଛାତ୍ର ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜିଲାରେ ୮୧ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ୨୦ରୁ କମ୍‌ ପିଲା ଥିବା କାରଣରୁ ପ୍ରାଥମିକ ସ୍କୁଲ ଏବଂ ୪୦ରୁ କମ୍‌ ପିଲା ଓ ୧ କିଲୋମିଟର ମଧ୍ୟରେ ଥିବାରୁ ଉଚ୍ଚ ମାଧ୍ୟମିକ ପ୍ରାଥମିକ ସ୍କୁଲ ଗୁଡ଼ିକୁ ବନ୍ଦ କରାଯାଇ ପାଖ ସ୍କୁଲରେ ମିଶ୍ରଣ କରାଯିବ। ଉଭୟ ପିଲା ଏବଂ ଶିକ୍ଷକ ମଧ୍ୟ ସେହି ସ୍କୁଲକୁ ସ୍ଥାନାନ୍ତର କରାଯିବାର ଯୋଜନା ସରକାର କରିଛନ୍ତି। ରିପୋର୍ଟ ପାଇବା ପରେ ଶିକ୍ଷା ବିଭାଗ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ସ୍କୁଲ ମିଶ୍ରଣ ହେବା ପରେ ପିଲାମାନଙ୍କ ଯିବାଆସିବା ଦୂରତା ଯଦି ଅଧିକ ହୁଏ ତେବେ ପ୍ରଶାସନ ପକ୍ଷରୁ ବାଟ ଖର୍ଚ୍ଚ ଯୋଗାଇ ଦିଆଯିବାର ବ୍ୟବସ୍ଥା ଥିବା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ୧୦ରୁ କମ୍‌ ଛାତ୍ରୀଛାତ୍ର ଥିବା ୩୨ଟି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇ ଅନ୍ୟ ବିଦ୍ୟାଳୟରେ ମିଶ୍ରଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri