ଛତ୍ରପୁର,୧୮ା୯(ଡି.ଏନ.ଏ.)-ଛତ୍ରପୁର କଲେଜ ଓ ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ା ଏହା ପୋଲିସ, ପ୍ରଶାସନ ଓ ଆରଟିଓ କାର୍ଯ୍ୟାଳୟ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି ା ଏଠାରେ ଫ୍ଲାଏଓଭର, ଅଣ୍ଡରପାସ୍ କିମ୍ବା ଭେଇକିଲ ଅଣ୍ଡର ପାସ୍ (ଭିୟୁପି) ନିର୍ମାଣ କରିବାକୁ ଦୀର୍ଘବର୍ଷ ହେଲା ଦାବି ହୋଇଆସୁଛି ା ମାତ୍ର ଏନ୍ଏଚଏଆଇ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏବେ ଛତ୍ରପୁର କଲେଜ ଓ ଡିଆରଡିଏ ଛକରେ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ନୂଆ ବସଷ୍ଟାଣ୍ଡ ସମ୍ମୁଖ ଜାତୀୟ ରାଜପଥରେ ଭେଇକିଲ୍ ଅଣ୍ଡରପାସ୍ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ା ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏନ୍ଏଚଏଆଇ କର୍ତ୍ତୃପକ୍ଷ ଏକ ଫ୍ଲାଏଓଭର କିମ୍ବା ଭେଇକିଲ୍ ଅଣ୍ଡରପାସ୍ ନିର୍ମାଣ ପାଇଁ ଡିଆର୍ଡିଏ ଓ କଲେଜ ଛକର ଅନୁଧ୍ୟାନ କରିଛନ୍ତି। କଲେଜ ଓ ଡିଆରଡିଏ ଛକ ମଝିରେ ଥିବା ନୂଆବସଷ୍ଟାଣ୍ଡ ସମ୍ମୁଖ ଜାତୀୟ ରାଜପଥରେ ଭେଇକିଲ୍ ଅଣ୍ଡରପାସ୍ ନିର୍ମାଣ ପାଇଁ ଫିଜିବିଲଟି ରହିଥିବା ଜଣାପଡିଛି ା ଭେଇକିଲ୍ ଅଣ୍ଡରପାସ୍ ନିର୍ମାଣ ପାଇଁ ଜିଲାପାଳଙ୍କ ପକ୍ଷରୁ ଏକ ପତ୍ର ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି। ଏହା ନିର୍ମାଣ ସହ ଜାତୀୟ ରାଜପଥର ୨ ପାର୍ଶ୍ୱରେ ୭.୫ ମିଟର ଚଉଡାର ସର୍ଭିସ ରୋଡ୍ ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଛି ା ଏହା ହେଲେ ଡିଆରଡିଏ ଓ କଲେଜ ଛକ ବନ୍ଦ କରି ଦିଆଯିବ। ନୂଆବସଷ୍ଟାଣ୍ଡ ସମ୍ମୁଖ ସର୍ଭିସ ରୋଡ୍ରୁ ଭେଇକିଲ ଅଣ୍ଡର ପାସ ଦେଇ ଜାତୀୟ ରାଜପଥର ଅପରପାର୍ଶ୍ୱରେ ନିର୍ମାଣ ହେବାକୁ ଥିବା ସର୍ଭିସ ରୋଡ୍କୁ ଯାତାୟାତ କରିହେବ। ଫଳରେ ଜାତୀୟ ରାଜପଥ ପାର୍ ପାଇଁ ଆଉ ଉଭୟ କଲେଜ ଓ ଡିଆରଡିଏ ଛକର ଆବଶ୍ୟକ ପଡିବନି । ସୂଚନାଯୋଗ୍ୟ, ତକତ୍ାଳନୀ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ପକ୍ଷରୁ ଡିଆରଡିଏ ଓ କଲେଜ ଛକରେ ଫ୍ଲାଏ ଓଭର ନିର୍ମାଣ ପାଇଁ ଡିପିଆରରେ ରଖିବାକୁ ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ଚିଠି କରିଥିଲେ। ମାତ୍ର ଫ୍ଲାଏଓଭର କିମ୍ବା ଭିୟୁପି ନିର୍ମାଣ ପାଇଁ ଏନଏଚଏଆଇର ଡିପିଆରରେ କୌଣସି ପ୍ରସ୍ତାବ ନଥିଲା ା ଏ ନେଇ ଗଞ୍ଜାମ ଜିଲା ସଡକ ସୁରକ୍ଷା କମିଟି ବୈଠକରେ ଆଲୋଚନା ହୋଇଥିଲା ା ଛତ୍ରପୁର ବାଇପାସ୍ ଜାତୀୟ ରାଜପଥରେ ଭେଇକିଲ୍ ଅଣ୍ଡରପାସ୍ ନିର୍ମାଣ କରିବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜୁଲାଇ ୧୯ରେ ଏନଏଚଏଆଇ ବିଶାଖାପାଟଣା ଡିଭିଜନର ପିଡିଙ୍କୁ ଚିଠି ଲେଖିଥିଲେ ା
ବନ୍ଦ ହେବ କଲେଜ, ଡିଆରଡିଏ ଛକ: ଛତ୍ରପୁର ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଭେଇକିଲ୍ ଅଣ୍ଡରପାସ୍
Posted inHome, ଆମ ଜିଲା ଖବର, ଗଞ୍ଜାମ View All
ବିସ୍ଫୋରକ ବ୍ୟାଟିଂ ପଛର ରାଜ୍ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…
ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…
କାହାକୁ ଚିୟର କରିବେ ଗିଲ୍ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO
ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…
ଯାତ୍ରୀବାହୀ ବସ୍କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…
ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…
କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ
ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…
୪୦ ଫୁଟ୍ ତଳକୁ ଖସିଲା OSRTC ବସ୍: ୨୪ଯାତ୍ରୀ ଆହତ, ଜଣେ ମୃତ
ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…
କେମୋଥେରାପିରେ ସୀମିତ କ୍ୟାନ୍ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା
ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…
ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…
ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…
ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍ ଜଣେ ମହିଳା
ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…
Archives

